ମାଠିଆରେ ଜୀବନ
ମାଠିଆରେ ଜୀବନ


"ତୁମେ କଣ ଏମିତି ସବୁ ଦିନେ ମାଠିଆଟିଏ ପାଣି ପାଇଁ ମାଇଲଟିଏ ଚାଲିକି ଯାଉଛ ? ଆମର ତ ଏଠାରେ ଝରଣାଟି ବାଡ଼ି ପାଖରେ ହିଁ ଅଛି," ଶିବୁନ ପଚାରିଲା I ପ୍ରଥମ ଥର ପାଇଁ ବୁଲିବାକୁ ଆସିଥଲା ସିଏ ନିଜ ଗାଆଁକୁ କୋରାପୁଟରୁ I ଦିନରେ ଘରେ ବସି ବସି ବୋର ହୋଇ ବାହାରି ଯାଇଥିଲା ଗାଆଁ ସଡ଼କରେ କିଛି ଦୂର I ସବୁ ବନ୍ଧୁ ବାନ୍ଧବଙ୍କ ପିଲାମାନେ ପାଠ ପଢ଼ାରେ ବ୍ୟସ୍ତI ଅନେକ ବର୍ଷ ପୂର୍ବରୁ ତାହାର ପରିବାର କୋରାପୁଟର ସ୍ଥାୟୀ ବାସିନ୍ଦା ହୋଇ ସାରିଥିଲେ ଏବଂ ସିଏ ମଧ୍ୟ କେବେ ଯାଇନ ଥିଲା ନିଜର ପୂର୍ବ ପୁରୁଷଙ୍କ ଗାଆଁକୁ I ମରୁଡି ଅଞ୍ଚଳର ମୂଳ ବାସିନ୍ଦା ସେମାନଙ୍କର ପୂର୍ବ ପୁରୁଷମାନେ ଏବଂ ଚାକିରୀ ଯୋଗୁଁ ପ୍ରଥମେ ତାହାର ଜେଜେବାପା ଏବଂ ପରେ ତାହାର ବାପା ସ୍ଥାନାନ୍ତରିତ ହୋଇ ସାରିଥିଲେ କୋରାପୁଟ ଯେଉଁଠାରେ ତାଙ୍କର ନିଜର ଘରଟେ ତୋଳିଥିଲେ ପାହାଡର ପାଖରେ I ଖରା ଦିନର ଫଟା ମାଟି ଦେଖି ପ୍ରଥମେ ଶିବୁନ ଆଶ୍ଚର୍ଯ୍ୟ ହୋଇଯାଇଥିଲା I ଅନ ଲାଇନରେ ଦେଖିଥିବା ଫୋଟୋ ଠାରୁ ଆହୁରି ଭୟଙ୍କର ଗାଆଁର ଦୃଶ୍ୟ ଖରା ଦିନର I ଶୁଖା ଟାଙ୍ଗରା ଭୂଇଁରୁ କେବଳ ଅଗ୍ନି ଉଦଗ୍ରୀବଣ ହଉଛି ଚାରି ଆଡେ ଦିନ ଦିପହରରେ I ତାହାର ଜିଦ୍ଦି ଗାଆଁକୁ କୁ ଯିବା ଲାଗି ଅଥଚ ବାପା ବାରଣ କରୁଥିଲେ ନ ଯିବା ଲାଗି I "ଗାଆଁରେ ଆଉ କିଛି ନାହିଁ, ଚାଷ ବାସ ଲୋକେ କରୁ ନାହାନ୍ତି, ଜଙ୍ଗଲ ନଷ୍ଟ ହୋଇ ସାରିଲାଣି I ସବୁ ଆଡେ ବିକ୍ଷୋଭ," ବାପା କହୁଥିଲେ I ଆଜି ଦେଖୁଛି ପ୍ରତ୍ୟେକ୍ଷରେ ଗାଆଁର ସଂଗ୍ରାମ ଆଉ ବୁଝୁଛି ବାପାଙ୍କର କଥାର ସତ୍ୟତାକୁ I
ସ୍ତ୍ରୀ ଲୋକଟିକୁ ମାଠିଆଟିଏ ପାଣି ଧରି ଯାଉଥିବାର ଦେଖି ପଚାରିଦେଇଥିଲା କେଉଁଠାରୁ ପାଣି ଆଣୁଛନ୍ତି କାରଣ ଆଖ ପାଖ ରେ କେଉଁଠାରେ ତାହାର ଦୃଷ୍ଟିରେ ପଡି ନାହିଁ କୂଅଁ କିମ୍ବା ପୋଖରୀ ଟିଏ ଓ ନଦୀଟି ଶୁଖିକି ବାଲି ହିଁ ଦିଶୁଛି ଚାରି ଆଡ଼େ I ବୁଝିଥିଲା ମାଇଲେ ଦୂରର ନଳକୂପରୁ ସ୍ତ୍ରୀ ଲୋକ ଜଣକ ପାଣି ଆଣୁଛନ୍ତି I ତାଙ୍କ ନିତିଦିନର କାହାଣୀ ଆଉ ସଂଘର୍ଷ ଶୁଣି ଚକିତ ରହିଗଲା ଶିବୁନ I "ଏଠି ପାଣି ମାଠିଆଟିରେ ଜୀବନ ରହୁଛି ପୁଅ ଖରା ଦିନ ହୋଇଗଲା," ସ୍ତ୍ରୀ ଲୋକ ଜଣକ ଉତ୍ତର ଦେଇଥିଲେ ଯାଉ ଯାଉ I ଯେଉଁ ଜୀବନ ଏତେ ସହଜ ମନେ ହୁଏ ପାହାଡ ଉପରେ ସବୁଜିମା ଭିତରେ ତାହା କେମିତି ଏତେ ଜଟିଳ ହୋଇ ଯାଏ ଗାଆଁରେ!
ସନ୍ଧ୍ୟା ବେଳ ଯାଏଁ ବାପାଙ୍କ ଫେରିବା ବାଟକୁ ଚାହିଁ ରହିଲା ଶିବୁନ I ବାପା ଆସିବା ବେଳ ହେଲା ବେଳକୁ ଶିବୁନ ବୁଝି ସାରିଥିଲା ବାପା କାହିଁକି ମନା କରୁଥିଲେ ଗାଆଁକୁ ଆସିବା ଲାଗି I
ବାପାଙ୍କୁ ଦେଖି କହିଗଲା," ହଁ ଆପଣ ଠିକ କହୁଥିଲେ ବାପା, ଜୀବନର ପରିଭାଷା ବଦଳିଯାଏ ଏଠାରେ I ମାଠିଆଟିଏ ପାଣିରେ ଜୀବନ ସୀମିତ ହୋଇଯାଏ ଖରା ଦିନରେ I ଏଠାରୁ ଜୀବନକୁ ଧ୍ଵସ୍ତ କରା ଯାଇଛି ପଇସା ଲୋଭରେ ଏବଂ ଏବେ ଜୀବନର ମୌଳିକ ଆବଶ୍ୟକତା ଲାଗି ସଂଗ୍ରାମରତ ସମସ୍ତେ ଆଜି I