ପ୍ରଶାନ୍ତ କୁମାର ବେହେରା

Abstract

3.4  

ପ୍ରଶାନ୍ତ କୁମାର ବେହେରା

Abstract

ମାସ୍କ..........

ମାସ୍କ..........

3 mins
145


ଏଇ କିଛି ଦିନ ତଳେ ଚୀନର ଓହାନ୍ ସହରରୁ ସୃଷ୍ଟି ହୋଇଥିବା ମାରାତ୍ମକ କରୋନା ଭୂତାଣୁ ସମଗ୍ର ବିଶ୍ୱକୁ ଏହି ମହାମାରୀ ପଞ୍ଜାରେ କବଳିତ କରି ସାରିଲାଣି l କରୋନା ଭାଇରସ୍ ଏବେ ପୃଥିବୀର ୧୭୬ ଦେଶରେ ନିଜର କାୟା ବିସ୍ତାର କରି ସାରିଲାଣି l ଏମିତିରେ କହିହେବ କରୋନା ପାଇଁ ସାରା ବିଶ୍ୱ ଏବେ ସଂକଟରେ l 


ସବୁ ଦେଶରେ ଲୋକମାନେ ସତର୍କ ହୋଇ ଏହି ଭୂତାଣୁକୁ ସଫଳ ମୁକାବିଲା କରିବାକୁ ଚେଷ୍ଟିତ l ଆମ ଭାରତରେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭକରି ବିଭିନ୍ନ ରାଜ୍ୟ ସରକାରମାନେ ମଧ୍ୟ ଏଇ କରୋନା ପ୍ରକୋପକୁ କିପରି ଲୋକମାନେ ପ୍ରତିହତ କରିବେ ସେଥିପାଇଁ ଜନ ସଚେତନତା ସୃଷ୍ଟି କରୁଛନ୍ତି l ଲୋକମାନେ ମଧ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ନିଜ ନିଜ ଜୀବନକୁ ବଞ୍ଚାଇବା ପାଇଁ ଆଗଭର ହେଉଛନ୍ତି l ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ ଆସନ୍ତା ୨୨ ତାରିଖ ରବିବାର ସକାଳ ୭ରୁ ରାତି ୯ ପର୍ଯ୍ୟନ୍ତ " ଜନତା କର୍ଫ୍ୟୁ " ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି l


ଏଇ ଭିତରେ ଆମ ରାଜ୍ୟ ଓଡିଶାରେ ୨ ଜଣ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି l ରାଜ୍ୟ ସରକାର ସ୍କୁଲ କଲେଜ ଛୁଟି କରିବା ସହିତ ଏବେ ଚାଲୁଥିବା ପରୀକ୍ଷା ଓ ଖାତା ମୂଲ୍ୟାୟନକୁ ଘୁଞ୍ଚାଇ ଦେଇଛନ୍ତି l ଅନ୍ୟ କ୍ଷେତ୍ରରେ ମଧ୍ୟ କରୋନା ସତର୍କତା ବଢାଇ ରାଜ୍ୟ ସରକାର ଲୋକସେବା ଭବନ ଗ୍ରୁପ୍ - ସି ଓ ଗ୍ରୁପ୍ - ଡି କର୍ମଚାରୀଙ୍କୁ ୩୦ ଯାଏ ଛୁଟି ଦେବା ସହିତ ଅସୁସ୍ଥ କର୍ମଚାରୀମାନେ ଅଫିସ୍ ନ ଆସିବାକୁ ପରାମର୍ଶ ଦେଇଛନ୍ତି l ବହୁ ପର୍ଯ୍ୟଟନସ୍ଥଳୀକୁ ସର୍ବ ସାଧାରଣଙ୍କ ପାଇଁ ମାର୍ଚ୍ଚ ୩୧ ତାରିଖ ଯାଏ ବନ୍ଦ କରାଯାଇଛି l ସେହିପରି ରାଜ୍ୟରେ ଥିବା ପୁରୀ ଶ୍ରୀମନ୍ଦିର ସହିତ ସମସ୍ତ ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୁରୁଦ୍ୱାରା ଆଦି ଧାର୍ମିକ ପୀଠ ସବୁକୁ ଆସନ୍ତା ଏପ୍ରିଲ୍ ୧ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି l


ଲୋକମାନେ ପ୍ରାୟ ସତର୍କତା ଅବଲମ୍ୱନ କରି ମୁହଁରେ ମାସ୍କ୍ ପିନ୍ଧିବା ସହିତ ଯେତେଦୂର ସଫାସୁତୁରା ରହିବାକୁ ଚେଷ୍ଟା କରୁଛନ୍ତି l ସବୁଆଡେ କରୋନାକୁ ନେଇ ବିଭିନ୍ନ ଗୁଜବ ସହିତ ଜୋରଦାର୍ ଆଲୋଚନା ଲୋକଙ୍କ ଭିତରେ ଚାଲିଛି l ୨୦ ଟଙ୍କିଆ ମାସ୍କ୍ କୁ ଲୋକମାନେ ୫୦ ରୁ ଆରମ୍ଭ କରି ୧୦୦ ଟଙ୍କାରେ ବି ଛାନିଆରେ କିଣି ପାକାଉଛନ୍ତି l ଆଉ ଆଗକୁ ଦୋକାନ ବଜାର ଖୋଲିବନି ବୋଲି ଗୁଜବ ଶୁଣି କିଛି ଲୋକ ଜୀବନ ବିକଳରେ ଗ୍ରସରୀ ଆଇଟମ୍ ସହିତ ଷ୍ଟେସନାରୀ ଜିନିସପତ୍ର ନେଇ ଘରେ ଗଦାକରି ରଖୁଛନ୍ତି l ଏମିତି ପରିସ୍ଥିତି ହୋଇଛି ଯେ, ଲାଇଫବୟ ସାବୁନ ଓ ମାସ୍କ୍ ବଜାରରେ ମିଳୁନାହିଁ l 


ଜଗତସିଂହପୁରକୁ କରୋନା ଆସିନି ବୋଲି ଭାବି ମୁଁ କିନ୍ତୁ ବିନଦାସ୍ ହୋଇ ବାଇକ୍ ରେ ବୁଲାବୁଲି କରୁଥିଲି l ଗତକାଲି କଟକ ଆସିବାକୁ ସଂଧ୍ୟା ୪ ଟାରେ ବାହାରିଲି l ସେତେବେଳେ ଯାଏ ମୁ୍ଁ ଜାଣିନଥିଲି ଯେ, ଆମ ଘରେ ମଧ୍ୟ ଗୋଟେ ୨୦ ଟଙ୍କିଆ ମାସ୍କ୍ ୫୦ ଟଙ୍କାରେ କିଣାଯାଇ ମୋ ମୁହଁରେ ତୁଣ୍ତି ହୋଇ ବନ୍ଧା ଯିବାକୁ ଅପେକ୍ଷାରତ ହୋଇ ରହିଛି ବୋଲି l


ମୁଁ ଠିକ୍ ବାଇକ୍ ଷ୍ଟାର୍ଟ କରିବାକୁ ବାହାରୁଛି ମୋ ବୋଉ ପାଖକୁ ଆସି କହିଲା, " ଏଇଟା ମୁହଁରେ ପିନ୍ଧିଦେଇ କଟକ ଯାଆ l"


ଦେଖିଲି ବୋଉ ହାତରେ ଗୋଟେ କାଳିଆ ରଙ୍ଗର ମାସ୍କ୍ l ପଚାରିଲି, " ଏ କୋଉଠୁ ଆସିଲା ? "


ବୋଉ କହିଲା," ମଉସା ଏମିତିଆ ୧୦ ଟା ଆଣିଛନ୍ତି ୫୦୦ ଟଙ୍କା ଦେଇ l ସେଥିରୁ ଗୋଟେ ମୋ ପାଇଁ ଦେଇଥିଲେ l ମୁଁ ତ ଘରେ ରହୁଛି l ତୁ ଏବେ କଟକ ଯାଉଚୁ, ବାଟରେ କେତେ ଲୋକ ଯା ଆସ କରୁଥିବେ l ତେଣୁ ମୁଁ ତୋ ପାଇଁ ରଖିଛି l ନେ ପିନ୍ଧିଦେଇ ଯା' l "


ଆମ ଘରପାଖରେ ବୋଉର ସାନ ଭଉଣୀ ଅର୍ଥାତ୍ ମୋ ମାଉସୀ ଓ ମଉସା ଘରଭଡା ନେଇ ସପରିବାର ରହୁଛନ୍ତି l ମଉସା ଆଣିଥିବା ସେଇ ୧୦ଟା ମାସ୍କ୍ ଭିତରୁ ଗୋଟେ ମୋ ବୋଉକୁ ପିନ୍ଧିବାକୁ ଦେଇଥିଲେ l କିନ୍ତୁ ବୋଉ ତାକୁ ନପିନ୍ଧି ତା' ପୁଅ ପାଇଁ ଅର୍ଥାତ୍ ମୋ ପାଇଁ ସାଇତି ରଖିଥିଲା l 


ମୁଁ ବୋଉ କଥାରେ ସେଇ ମାସ୍କ୍ ପିନ୍ଧି କଟକ ଆସୁଥିବା ବେଳେ ବାଟରେ ଭାବୁଥିଲି - ମାଆ ମାନେ ସତରେ ସବୁଦିନେ ଏମିତି ! ପୁଅ ଯେତେ ବଡ ହେଉ, ଯେତେ ରୋଜଗାରୁ କରୁ, କିନ୍ତୁ ତା' ଆଖିରେ ସବୁବେଳେ ସେଇ ଛୁଆ


Rate this content
Log in

Similar oriya story from Abstract