ମାନବିକତା
ମାନବିକତା
କାହାଣୀ ବହୁ ବର୍ଷ ପୂର୍ବର। ସେତେବେଳେ ଇଂରେଜ ସରକାରଙ୍କ ଶାସନ ଚାଲୁଥିଲା। ସେହି ସମୟରେ କିଛି ଵିଦେଶ ପଢୁଆ ଓଡ଼ିଆ ନିଜକୁ ଵିଦେଶୀ ଠୁ କିଛି କମ ଭାଵୁ ନଥିଲେ।
କାହାଣୀଟି ମାଳତୀର। ସେ ଜଣେ ଵିଦେଶ ପଢୁଆ ଵାରିଷ୍ଟରଙ୍କ ଘରେ କାମ କରୁଥିଲା। ଵାରିଷ୍ଟର ବାବୁଙ୍କ ପତ୍ନୀ ମଧ୍ୟ ଥିଲେ ଶିକ୍ଷିତା ଆଉ କର୍ମଜୀବୀ। ପତି ଆଉ ପତ୍ନୀ ନିଜ କର୍ମଶାଳାରେ ଅଧିକରୁ ଅଧିକ ସମୟ ଅତିବାହିତ କରୁଥିଲେ। ତାଙ୍କର ଏକମାତ୍ର ପୁଅ ରଘୁରାମର ରକ୍ଷଣାବେକ୍ଷଣ ମାଳତୀ କରୁଥିଲା।
ଵାପା ମା କର୍ମକ୍ଷେତ୍ରକୁ ଗଲାପରେ ରଘୁରାମ ମାଙ୍କୁ ଖୋଜୁଥିଲା, ଆଉ ମାଳତୀ ତାକୁ ଵୁଝାଉଥିଲା ତାର ମା ପରୀ ରାଇଜକୁ କାହାଣୀ ଖୋଜିଵାକୁ ଯାଉଛନ୍ତି । ଏହାପରେ ରଘୁରାମ କହୁଥିଲା କାଇଁ ମା ତ ମତେ କେଵେ କାହାଣୀ କୁହେନି। ସେତେବେଳେ ମାଳତୀ କୁହେ ତୋ ମା ଖବରୀ ଚଟିଆ ହାତରେ କାହାଣୀ ପଠିଉଛନ୍ତି। ଆଉ ସେ ମତେ କାହାଣୀ କହୁଛି, ଆଉ ମୁଁ ତମକୁ।
ଏମିତି ସେ ସବୁଦିନ ଗୋଟିଏ ଗୋଟିଏ ଲେଖାଏଁ କାହାଣୀ କୁହେ ରଘୁରାମକୁ। ଆଉ ମାଳତୀ ସବୁଦିନ ସେଇ ଘର ଚଟିଆ ପକ୍ଷୀକୁ କିଛି ନା କିଛି ଖାଇବାକୁ ଦିଏ। ମାଳତୀ ଏମିତି ମିଛ କହି ମା ରଘୁରାମର ମନ ଖୁସି କରାଉ ଥାଏ। ମାଳତୀ ସହ ସହ ରଘୁରାମ ମଧ୍ୟ ସେ ଘର ଚଟିଆକୁ ଭଲ ପାଇ ବସେ।
ଏମିତି ରଘୁରାମ ଦିନକୁ ଦିନ ବଡ ହେବାକୁ ଲାଗିଲା । ଆଉ ମାଳତୀ ମଧ୍ୟ ଵୁଢି ହୋଇ ସାରିଥିଲା। ବାରିଷ୍ଟର ଵାବୁ ରଘୁନାଥର ଇଂରାଜୀ ସ୍କୁଲ୍ ରେ ନାଁ ଲେଖାଇ ଦେଲେ। କାରଣ ସେ ଚାହୁଁଥିଲେ ତାଙ୍କ ପରି ତାଙ୍କ ପୁଅ ମଧ୍ୟ ଵିଦେଶ ଯାଇ ପାଠ ପଢୁ।
ରଘୁନାଥ ଇଂରାଜୀ ଭାଷାରେ ଟିକିଏ ଦୁର୍ବଳ ଥିଲା। ଏଣୁ ତା ସ୍କୁଲ୍ ର ଶିକ୍ଷକ କହିଲେ ତା ସହ ସବୁବେଳେ ଇଂରାଜୀ କଥାବାର୍ତ୍ତ ହୁଅ। ଯେହେତୁ ସେମାନେ ଦୁହେଁ କର୍ମଜୀବୀ ଥିଲେ, ସେମାନେ ରଘୁନାଥକୁ ସେତିକି ସମୟ ଦେଇ ପାରୁ ନଥିଲେ। ଆଉ ମାଳତୀ ମଧ୍ୟ ଇଂରାଜୀ କହି ଶିଖି ନଥିଲା।
ଏହାପରେ ଵାରିଷ୍ଟର ବାବୁ ରଘୁରାମ ପାଇଁ ଇଂରାଜୀ କହୁଥିବା ବିଦେଶିନୀ ନାନୀ ରଖିଲେ। ଆଉ ମାଳତୀକୁ କାମରୁ ଵାହାର କରିଦେଲେ। ମାଳତୀ କାକୁତି ମିନତି ହୋଇ କହୁଥାଏ, ମୋର କେହି ନାହାନ୍ତି ଵାବୁ, ମୁଁ ଘରର ଅଲଗା କାମ କରିଵି ମତେ ରଖନ୍ତୁ। କିନ୍ତୁ ଵାରିଷ୍ଟର ଵାବୁ କିଛି ଶୁଣିଲେ ନାହିଁ।
ଆଉ ମାଳତୀ ତା ଗାଁକୁ ଚାଲିଗଲା। ଏହାପରେ ଖବରୀ ଘରଚଟିଆ ମଧ୍ୟ ସେଠାକୁ ଆଉ ଆସିଲା ନାହିଁ। ରଘୁରାମ ଯେତେବେଳେ ମାଳତୀ କଥା ପଚାରେ, ଵାରିଷ୍ଟର ବାବୁ କହିଲେ, ସେ ଘରୁ ଟଙ୍କା ଚୋରି କରିକୁଆଡେ ପଳେଇଛି। ଏହା ପରେ ସେ ଘରଚଟିଆକୁ ଖୋଜିଲେ ତାକୁ ମଧ୍ୟ ପାଇଲେ ନାହିଁ। ମନେ ମନେ ମାଳତୀ ଉପରେ ଅଭିମାନ କରୁଥାଏ ରଘୁରାମ।
ଏମିତି କେତେ ଦିନ ପରେ ରଘୁରାମ ଵିଦେଶ ପଢିଵାର ସମୟ ଆସି ଯାଇଥିଲା। ରଘୁରାମ ଜିନିଷ ସଜାସଜି କରୁଥିଲା। ସେହି ସମୟରେ ଘର ଚଟିଆଟି ଆସି ରଘୁରାମର ପଢା ଟେବୁଲ ପାଖରେ ଵସିଲା। ରଘୁରାମ ଖୁସି ହୋଇ ତାକୁ ଖାଇବାକୁ ଦେଲା। କିନ୍ତୁ ସେ ଖାଇ ନଥିଲା। ରଘୁରାମ ଜାଣି ପାରିଲେ କିଛି ଗୋଟାଏ ଅଘଟଣ ଘଟିଛି। ଆଉ ସେ ଘର ଚଟିଆ ପଛେ ପଛେ ତାଙ୍କ ଗାଡିରେ ଗଲେ।
ଶେଷରେ ମାଳତୀର ଗାଁରେ ପହଞ୍ଚିଲେ ।ମାଳତୀର ଶେଷ ସମୟ ଆସି ଯାଇଥିଲା। କେବଳ ରଘୁରାମର ହାତରୁ ପାଣି ଟୋପାଏ ଆଶା କରିଥିଲା। ରଘୁରାମ ମାଳତୀକୁ ଦେଖି କାନ୍ଦି ପକାଇଲା। ସ୍ଥାନୀୟ ଵାସିନ୍ଦା ଠାରୁ ସତ କଥା ଜାଣି ଅଧିକ ଭାଙ୍ଗି ପଡିଲା। ଆଉ ସେଇଠି ମାଳତୀର ମୃତ୍ୟୁ ହୋଇଥିଲା। ତାର କ୍ରିୟା କର୍ମ କରି ରଘୁରାମ ଘରକୁ ଫେରିଲା। ମନେ ମନେ ଵାରିଷ୍ଟର ଵାବୁଙ୍କ ଉପରେ ଵହୁତ ରାଗିଥାଏ । କିନ୍ତୁ କିଛି କହୁ ନଥାଏ।
କିଛି ଦିନ ପରେ ଵାରିଷ୍ଟର ଵାବୁ ମଧ୍ୟ ମାଳତୀ ଵିଷୟରେ ଜାଣିଲେ। କାଳେ ରଘୁରାମ ଭାଙ୍ଗି ପଡିଵ, ସେଇଥିପାଇଁ ମିଛରେ କହୁଥାନ୍ତି, ଚୋରି କାମ କଲା ଵୋଲି ଘରୁ ପଳାଇଲା। ନହେଲେ ଆମ ଘରେ ତା ଶେଷ ସମୟ ପର୍ଯ୍ୟନ୍ତ ରହି ପାରିଥାନ୍ତା। ରଘୁରାମକୁ ଵାପାଙ୍କ ମାନବିକତା ଆଉ ଚିନ୍ତାଧାରା ପ୍ରତି ଘୃଣା ଆସୁଥିଲା। ସେ ମନସ୍ଥ କରି ସାରିଥିଲା ଏମିତି ଲୋକଙ୍କ ପାଖରେ ସେ ରହି ପାରିବ ନାହିଁ, ଆଉ ସେଇ ଦିନ ହିଁ ସେ ଘର ପରିତ୍ୟାଗ କରି ଏକ ଅଜଣା ସହରରେ ରହିଥିଲା।
