Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

kamal kumar dash

Drama Horror Thriller


3  

kamal kumar dash

Drama Horror Thriller


ମାଳତି

ମାଳତି

2 mins 18 2 mins 18


ଚାରି ଆଡେ ଲକ ଡାଉନ   ସାର୍ଟ ଡାଉନ  ଚାଲିଥାଏ କରୋନା ପାଇଁ । ଘରେ ବସି ବସି ବୋର ହୋଇ ଯାଉଥିଲା ରାହୁଲ । ଅଫିସରେ ବି ବହୁତପ୍ରୋବ୍ଲେମ ଥିଲା ତିନି ଚାରିଜଣଙ୍କୁ କରୋନl  ହୋଇଥିଲା ତେଣୁ ତାର ଡ଼ିଉଟିର ଠିକଣା ନଥିଲା । ଘରେ ତା ସ୍ତ୍ରୀ ସବୁ ବେଳେ କିଟି କିଟି କରୁଥିଲା ଓ ଛୋଟ ଛୋଟ କଥାରେ କଳି କରୁଥିଲା । ଦିନେ ସନ୍ଧ୍ୟାରେ ଗାଡି ଧରି ବାହାରିଲା ରାହୁଲ ପୁରୀ ।

ପ୍ରାୟ ୬ଟାରେ ସେ ସମୁଦ୍ର କୂଳରେ ପହଁଚି ଗଲା । ମନ୍ଦିର ତ ବନ୍ଦ ଥିଲା ,ସେ ସେହିଠାରୁ ପ୍ରଭୁ ଜଗନ୍ନାଥଙ୍କୁ ନମସ୍କାରକରି ବସି ଗଲା ସମୁଦ୍ର କୂଳରେ ଓ ମୋବାଇଲ କୁ ସୁଇଚ ଅଫ କରିଦେଲା । ସେଠି ବହୁତ କମ ଲୋକ ଥିଲେ । ଧୀରେ ଧୀରେ ସମୁଦ୍ର କୂଳ ଜନ ଶୂନ୍ୟ ହୋଇଗଲା । ରାତି ଅନେକ ହୋଇ ଗଲାଣି ହେଲେ ରାହୁଲ ର ଘର କୁ ଫେରିବାକୁ ଇଚ୍ଛା ହେଉ ନଥାଏ । ପଛରୁ କିଏ ତାକୁ ଡାକିଲା ଆରେ ରାହୁଲ ଏଠି କଣ କରୁଛ ? ସେ ପଛ କୁ ବୁଲି ଚାହିଁଲା । ସ୍ୱର ତାର ଚିହ୍ନା ଲାଗୁ ଥିଲା ହେଲେ ସେ ଚିହ୍ନ ପାରୁ ନଥିଲା ସେ ଝିଅଟିକୁ ।


 ରାହୁଲ କହିଲା ତୁମେ କିଏ ମୁଁ ଚିହ୍ନି ପାରୁନି । ସେ ଝିଅଟି କହିଲା ମୁଁ ମାଳତି  ,ମୋ ମା ତୁମ ଘରେ କାମ କରୁଥିଲା ଓ ଆମେ ସାଙ୍ଗ ହୋଇ ପଢୁଥିଲେ । ଆରେ ହଁ ହେଲେ ତମେ ଏଠି କଣ କରୁଛ ? ମୁଁ ଏଇଠି ରହେ ,ସେ କହିଲା ତମେ ସପ୍ତମ ପରେ ପାଠ ପଢିବାକୁ ବାହାରକୁ ଚାଲିଗଲ, ହେଲେ ମୁଁ ଆଉ ପଢ଼ିଲିନି । ମୁଁ ଓ ମା ଗାଁ ଛାଡି ଆସି ଏଇଠି ରହି ଦୋକାନ କରି ଚଳୁଥିଲୁ ,ହେଲେ ମା କରୋନା ରେ ଦି ମାସ ତଳେ ଚାଲିଗଲା । ତା କଥା ଶୁଣି ରାହୁଲ ତା ଭାବନା ରୁ ଦୁନିଆଁ କୁ ଫେରିଲା । ମାଳତି କହିଲା ଚାଲ କଣ ଦିଟା ଖାଇଦେବ ବହୁତ ସମୟ ହେଲା ଏଠି ବସିଲଣି ,ଭୋକ ଲାଗିବଣୀ । ରାହୁଲ କହିଲା ମୁଁ ଘରକୁ ଯାଉଛି ଫୁଣି କେବେ ଦେଖାହେବ । ସେ ଗାଡି ପାଖକୁ ଆସି ଦେଖିଲା ପଛ ଛକରେ ପବନନାହିଁ । 


         ମାଳତି ରାହୁଲ କୁ ଆଉଥରେ ଡାକିଲା ଚାଲ କଣ ଦିଟା ଖାଇଦେବ । ରାହୁଲ କଣ ଭାବି ମାଳତି ପଛରେ 

ଚାଲିଲା ।ରାସ୍ତାର ସେପଟେ ମାଳତି ର ଘର । ତା ଦୋକାନ ଘର ଆଗ ବେଞ୍ଚରେ ବସି ପଡିଲା ରାହୁଲ ତାକୁ ପାଣି ଦେଇ ରୋଷେଇ କାମରେ ଲାଗିଗଲା ମାଳତି । ଅଳ୍ପ ସମୟ ପରେ ରାହୁଲ ଆଗ ରେ ଭାତ ଥାଳି ଆଣି ରଖିଲା ସେ ଭାତ ଡାଲମା ଅଣ୍ଡା ତରକାରୀ । ରାହୁଲ ହାତ ଧୋଇ ଖାଇବାକୁ ଆରମମ୍ଭ କଲା । ମାଳତି ବସି ଥିଲା ପାଖରେ ଓ କହିଲା ମୁଁ ବହୁତ ଦିନ ହେବ ଭାବୁଥିଲି ତମକୁ ଥରେ ଡାକି ଖାଇବାକୁ ଦେବି ବୋଲି ଆଜି ମୋ ଇଛା ପୁରା ହେଲା । ଖାଇ ସାରିବା ପରେ ରାହୁଲ ଶୋଇଗଲା ସେଇ ବେଞ୍ଚ ଉପରେ । 

          ସକାଳୁ ଖରାର ତାତିରେ ଉଠି ଦେଖିଲା ସେ ବାଲି ଉପରେ ଶୋଇଛି । ନିଜ ଦେହରୁ ବାଲି ଝାଡ଼ି ଉଠିଲା ଓ ଦେଖିଲା ତା ମଟରସାଇକେଲ ଟିକେ ଦୂରରେ ଅଛି ,ପାଖକୁ ଯାଇ ଦେଖିଲା ମଟରସାଇକେଲ ପଛ ଛକରେ ପ୍ରେସର ବି ଅଛି । ସେ ମୁଣ୍ଡ ଧରି ବସିଗଲା ଗଲା ରାତି କଥା ଭାବି । କିଛି ସମୟ ବସିଲା ପରେ ମଟରସାଇକେଲ ସାର୍ଟ କଲା ଘରକୁ ଯିବାକୁ ତା ମନ ରେ କିନ୍ତୁ ମାଳତି ର କଥା ବୁଲୁଥିଲା "ମୁଁ ବହୁତ ଦିନ ହେବ ଭାବୁଥିଲି ତମକୁ ଥରେ ଡାକି ଖାଇବାକୁ ଦେବି ବୋଲି " ।


Rate this content
Log in

More oriya story from kamal kumar dash

Similar oriya story from Drama