STORYMIRROR

PRIYANKA PRIYADARSINI

Abstract Inspirational

3  

PRIYANKA PRIYADARSINI

Abstract Inspirational

ମାଆ ଓ ଶାଶୁ

ମାଆ ଓ ଶାଶୁ

2 mins
151

          ପ୍ରଥମତଃ ଏ ଦୁଇଟି ଶବ୍ଦ ମଧ୍ୟରେ ପାର୍ଥକ୍ୟ କଣ? ଜଣେ ତୁମକୁ ଜନ୍ମ ଦେଇଛି ଓ ଜଣେ ଜନ୍ମ ଦେଇ ନାହିଁ.... ବାସ୍ ଏତିକି? ନା ଆଉ କିଛି? ଯଦି ଥାଏ ଜଣାଇବେ ନିଶ୍ଚୟ। 

        ମୋନିକା ନୂଆ ନୂଆ ବାହାହୋଇ ଶାଶୁଘରକୁ ଆସିଥାଏ। ଉଚ୍ଚ ଶିକ୍ଷିତା ଓ ଅଧୁନା। ଧିରେ ଧିରେ ସମୟ ଗଡ଼ିବାକୁ ଲାଗିଲା। ମୋନିକା ଭିତରେ କିନ୍ତୁ କିଛି ପରିବର୍ତ୍ତନ ହେଲା ନାହିଁ। ସକାଳେ ନିଦ ଭଞ୍ଜ ସୂର୍ଯ୍ୟୋଦୟର ଘଣ୍ଟାଏ ପରେ। ବିଚାରୀ ଶାଶୁ ଏତେ ନିରୀହ ଯେ , ମୋନିକାକୁ ଛୋଟ ପିଲା ଭାବି କ୍ଷମା କରିଦିଅନ୍ତି ସିନା ଟାଣି ହୋଇ କେବେ ହେଲେ ପଦେ କଥା କହୁନଥାନ୍ତି। ମୋନିକାର ମୁହଁ ବଢ଼ିବାକୁ ଲାଗିଲା। ସେ ଆମ ସଂସ୍କାର ପରମ୍ପରା ସବୁ ଭୁଲି ପାଶ୍ଚାତ୍ୟ ସଂସ୍କୃତିକୁ ଆପଣେଇବାକୁ ଲାଗିଲା। 

          ମୋନିକାର ଗୋଟିଏ ଭାଇ ଥାଏ। ତାର ମଧ୍ୟ ବିବାହ ସରିଥାଏ। ସେ ମୋନିକା ଘରକୁ ଯେବେ ବୁଲିବା ପାଇଁ ଯାଇଥିଲା ,ସେତେବେଳେ ତାକୁ ମୋନିକାର କାର୍ଯ୍ୟ କିଛି ଭଲ ଲାଗିଲା ନାହିଁ। ସେ ମୋନିକାକୁ ବୁଦ୍ଧି ଶିଖେଇବ ବୋଲି ଭାବିଲା। 

          ପରେ ଗୋଟିଏ ଦିନ ସେ ମୋନିକାକୁ ଘରକୁ ଡାକିଲା। ମୋନିକା ଯେଉଁଭଳି ଛୋଟ ଛୋଟ କପଡ଼ା ପିନ୍ଧି ସବୁବେଳେ ମୋବାଇଲ ନେଇ ବସି ଯାଏ, ସେ ମଧ୍ୟ ସେହି ଭଳି କରିଲା। ବାଧ୍ୟ ହୋଇ ଘରର ସବୁ କାମ ମୋନିକାର ମାଆ କରୁଥାନ୍ତି। 

        ମୋନିକା ସୋଫାରେ ବସିଥାଏ। ତା ମାଆ ଆସି ତା ପାଖରେ ବସିଲେ। ମୋନିକା ତା ମାଆଙ୍କୁ ଏପରି ଦେଖି ଜମା ସହି ପାରିଲା ନାହିଁ। ମୋନିକା ଯେତେବେଳେ ତା ଭାଉଜ ନାଁ ରେ ଅଭିଯୋଗ କରିବା ପାଇଁ ବାହାରିଲା , ତା ମାଆ ସେତେବେଳେ ତାକୁ କହିଲେ,“ ତୁ ବି ତ ତୋ ଶାଶୁଙ୍କ ସହ ଏପରି ବ୍ୟବହାର କରୁଛୁ ତାଙ୍କୁ କଣ ବାଧୁ ନଥିବ ତୋତେ ଖାଲି ତୋ ମାଆ କଥା ଦେଖା ଗଲା, ସେ ବି ତ ମାଆ ନା.....” ତା ମାଆଙ୍କର ଏଭଳି କଥା ଶୁଣି ମୋନିକାର ଆଖି ଛଳ ଛଳ ହୋଇଗଲା। ସେ ତା ଭୁଲ ବୁଝିପାରିଲା। 

       ମାଆ ଓ ଶାଶୁ ଦୁହେଁ ସମାନ, ଯାହେଲେ ବି ତ ସେମାନେ ମାଆ ନା........ ଉଭୟଙ୍କୁ ସମାନ ସମ୍ମାନ ଦେବା ଉଚିତ୍।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract