STORYMIRROR

Dr Jharana Satapathy

Abstract

2  

Dr Jharana Satapathy

Abstract

ମାଆ ହେବାର ଖୁସି

ମାଆ ହେବାର ଖୁସି

1 min
424

ମୁଁ ଏମିତିକା ଗୋଟିଏ ପ୍ରାଣୀ କାହାର ହସ ଦେଖିଲେ ହସିବାକୁ ଇଛା ହୁଏ ଏବଂ କାହାର ଦୁଃଖ ଦେଖିଲେ କାନ୍ଦିବାକୁ। ମୁଁ ମୋ ଲୁହକୁ କେତେଥର ବନ୍ଦକରିବାକୁ ଚେଷ୍ଟା କରିଛି କିନ୍ତୁ ସେ ଆପେ ଆପେ ଚାଲିଆସେ ଅନ୍ୟ କାହାର ଦୁଃଖ ଦେଖିଲେ କିମ୍ବା ନିଜେ କୌଣସି କାରଣରୁ ଦୁଃଖୀ ହେଲେ।


ବେଳେବେଳେ ଅତ୍ୟଧିକ ଖୁସି ହୋଇଗଲେ ସେଥିରେ ନିଜେ ବିଭୋର ହୋଇ ଆନନ୍ଦର ଅଶ୍ରୁ ଆପେ ଆପେ ଚାଲିଆସେ।


ମୋର ସେହି ଦିନ ଆଖିରୁ ଆନନ୍ଦର ଅଶ୍ରୁ ଥପଥପ ହୋଇ ବାହାରିଗଲା ଯେଉଁଦିନ ସନ୍ଧ୍ୟା ମୁହଁରୁ ଶୁଣିବାକୁ ପାଇଲି ସନ୍ଧ୍ୟା ଗୋଟିଏ କନ୍ୟା ସନ୍ତାନର ଜନନୀ ହୋଇଛି। ସନ୍ଧ୍ୟା, ମୋ ମିଷ୍ଟେରଙ୍କ ସାଙ୍ଗର ମିସେସ୍। ସେ ଯେତେବେଳେ ମତେ ଦେଖେ ତାର ମା ନ ହେବାର ଦୁଃଖ ମୋ ଆଗରେ ପ୍ରକାଶ କରେ । ବିବାହର ବହୁବର୍ଷ ପରେ ବି ସେ ନିଃସନ୍ତାନ ଥିଲା। ମାର ମମତାଟିକେ ପାଇବା ପାଇଁ ତାର ହୃଦୟ ସବୁବେଳେ କାନ୍ଦି ଉଠେ। ତା ଦୁଃଖକଥା ସଵୁ ମତେ କହେ। ମୁଁ ତାକୁ ସବୁବେଳେ ବୁଝାଏ ଭଗବାନ ଦିନା ଦିନେ ତା ଦୁଃଖ ଶୁଣିବେ। ଭଗବାନ କୋଳ ନିଶ୍ଚୟ ଭର୍ତ୍ତିକରିବେ। ଏଥିପାଇଁ ମନରେ ଦୃଢତା ଏବଂ ଧର୍ଯ୍ୟ ଆବଶ୍ୟକ ତାସହ ଠାକୁରଙ୍କ ଉପରେ ବିଶ୍ୱାସ କରିବା ଦରକାର ଏବଂ ନିଜ କର୍ତ୍ତବ୍ୟ କରିବା ଉଚିତ। 


ଏମିତି କିଛି ମାସ ଯିଵା ପରେ ସେ ଦିନେ ମତେ ଫୋନରେ ତା ମାଆ ହେବାର ଖୁସି ଖଵର ଯେତେଵେଳେ ଗୋଟିଏ ପଦ କହିଦେଲା ତା ପାଇଁ ଭଗବାନଙ୍କ ନିକଟରେ ନିତି ପାର୍ଥନା କରୁଥିବା ଏବଂ ଆଖିରେ ରଖିଥିବା ଦୁଃଖର ଲୁହ ସବୁ ଆନନ୍ଦର ଅଶ୍ରୁ ହୋଇ ଆପେ ଆପେ ପାଟିଯାଏଁ ମୋର ବୋହିବାକୁ ଲାଗିଲା। ତା ମୁହଁରୁ ଏତିକି ଶୁଣି ତା ଛୁଆକୁ ଦେଖିବାକୁ ଯାଇଥିଲି। ନିଜ ସନ୍ତାନ ପ୍ରତି ମାର ମମତା କେତେ ତାକୁ ଦେଖି ପ୍ରକୃତରେ ଜଣାପଡୁଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract