Prasant Kumar Nath

Inspirational Others

3  

Prasant Kumar Nath

Inspirational Others

ମା'

ମା'

1 min
7.0K


ଶୀତ ରାତି ସନ୍ଧ୍ୟା ୮ଟା ବେଳକୁ ରାସ୍ତାଘାଟ ପ୍ରାୟ ଜନଶୂନ୍ୟ ହୋଇପଡେ ।

    ଏମିତି ଏକ ଜନଶୂନ୍ୟ ଓ ଶୀତ ରାତିରେ ମୁଁ ଯାଉଥାଏ ।ଦେଖିଲି ପାର୍କ ଗେଟ ପାଖରେ କେହି ଜଣେ ବୃଦ୍ଧା ବସିଥିଲେ । ଏକ ଅଜଣା ଭୟ ମୋର ମନକୁ ଆନ୍ଦୋଳିତ କଲା । ସ୍ପୀଡ଼ରେ ଚାଲି ଯିବାକୁ ଭାବିଲି । ବିବେକ ବାଧା ଦେଲା ।ଭାବିଲି ହୁଏତ ବୃଦ୍ଧା ଜଣଙ୍କ ନିଜ ଘରକୁ ରାସ୍ତା ପାଉ ନାହାଁନ୍ତି । ଯାହା ଫଳରେ ନିରାଶ ହୋଇ ଏଠାରେ ବସି ପଡିଛନ୍ତି ।

    ମନରେ ଭୟ ଥିଲେବି ତାଙ୍କ ପାଖକୁ ଯାଇ ପଚାରିଲି ଆପଣ ଏଠାରେ ଏକୁଟିଆ ବସିଛନ୍ତି । ବୃଦ୍ଧା ଜଣକ କହିଲେ,ନାହିଁରେ ପୁଅ ମୋ ଦେହଟା ଭଲ ନାହିଁ ।ପ୍ରବଳ କାଶ ହେଉଛି ।ମୋର ପୁଅ ବୋହୂ ଶାନ୍ତିରେ ଶୋଇ ପାରୁ ନାହାନ୍ତି । ପିଲାମାନଙ୍କ ପାଠପଢ଼ାରେ ମଧ୍ୟ ଅସୁବିଧା ହେଉଛି । ମୋ ପୁଅ ମୋତେ ବହୁତ ଭଲପାଏ । ମୋତେ କିଛି କହି ପାରେନି । କିନ୍ତୁ ମୁଁ ଚାହେଁନି ମୋପାଇଁ ପିଲା ମାନଙ୍କର ଭବିଷ୍ୟତ ନଷ୍ଟ ହୋଇଯାଉ ।

  ମୋ ପୁଅ ମୋତେ ବାହାରକୁ ଛାଡେନି କୁହେ ବୟସ ଅଧିକ ହେଲାଣି ବାହାରେ ବୁଲାବୁଲି କଲେ ଦେହ ଖରାପ ହେବ । ମୁଁ ଜାଣିଛି ମୋତେ ସିଏ ବହୁତ ଭଲପାଏ କିନ୍ତୁ ମୁଁ ଚାହେଁନି ତାର ଏମିତି ଭଲପାଇବା ପାଇଁ ତା'ର ଛୁଆମାନଙ୍କର ଭବିଷ୍ୟତ ନଷ୍ଟ ହୋଇଯାଉ । ସେଥିପାଇଁ ମୁଁ ତୀର୍ଥଗାଡିରେ ତୀର୍ଥ କରିବାକୁ ଯାଉଛି କହି ଚାଲି ଆସିଛି । ସେମାନଙ୍କ ଖୁସିରେ ତ ମୋର ଜୀବନ । ସେମାନଙ୍କୁ ଅସୁବିଧାରେ ପକେଇ ମୁଁ କେମିତି ଅବା ବଞ୍ଚିବି ।

    ସେହି ମା'ର କଥା ପଦକ ଶୁଣି ମୋ ଆଖିରୁ ଝରି ପଡିଥିଲା ଦୁଇବୁନ୍ଦା ଲୁହ । କହିଲି ସତରେ ମା'ତୁ ମହାନ ।

********

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍, ପ୍ରୀତିପୁର,ଯାଜପୁର ।

ମୋ-୦୮୮୯୨୩୦୧୧୪୩


Rate this content
Log in

Similar oriya story from Inspirational