STORYMIRROR

Bhabani charan Mishra

Inspirational

3  

Bhabani charan Mishra

Inspirational

ମା'

ମା'

2 mins
15K


ମା’ - ପୁଅ ମୁଁ ଏଇ ବୃଦ୍ଧାଶ୍ରମରେ ଆଉ ଜମା ରହିବିନି..ରେ..।

ପୁଅ - ତ'.. ମା' ଆଉ କୋଉଠି ରହିବୁ ଯେ..?

ତୋର ଦେଖା ଶୁଣା କରବାକୁ ସିଏ ତ ଜମାରୁ ରାଜି ହଉନି । ମୋର ବି ତ ସମୟ ନାହିଁ । ଏମିତି ରେ ତୁ କହ ମା' ମୁଁ ତୋତେ ଆଉ କୋଉଠି ରଖବି..? ଜାଣିଛୁ ମା କେତେ କଷ୍ଟ ରେ ତୋ ପାଇଁ ଏଇ ଅନାଥାଶ୍ରମରେ ଜାଗା ଟିକେ ଯୋଗାଡ କରିଛି..? ତୁ ଟିକେ ବୁଝିବାକୁ ଚେଷ୍ଟା କରେ ମା'..।

ମା’ - ମୁଁ ସବୁ ବୁଝୁଛି ଲୋ..ଧନ । ହେଲେ ଏ ନିଆଁ ଲଗା ଅବୁଝା ମନଟା ପରା ଜମାରୁ ବୁଝୁନି..।

ଆମ ଏଠାକାର ମ୍ୟାନେଜର ମିଶ୍ର ଠିକ୍ ତୋରି ପରି ଦେଖାଯାଏ ରେ..। ତାକୁ ଥରେ ଦେଖିଦେଲା ପରେ ଯେତେ ଚେଷ୍ଟା କଲେ ବି ଏ ଆଖିର ଲୁହ ଗୁଡା.. ଆଉ ବୋଲ ମାନୁ ନାହାନ୍ତି । ତା' କଥା ଗୁଡା ବି ତୁ କହିଲା ଭଳି ଶୁଭେ..। କେବେ ପଛରୁ ଆସି "ମା"...ବୋଲି ଡାକିଦେଲେ ମୁଁ ଚମକି ପଡେ । ମୋ ହୃଦୟ ଭିତରେ କେମିତି ଗୋଟେ ଅସହ୍ୟ ବେଦନା ହୁଏ..ରେ.. । ଲାଗୁଛି ଯେମିତି ତୁ ଆସି ମୋତେ ପଛରୁ ଡାକୁଛୁ । ମୋ ହୃଦୟ କୋଉ ଦିନ ବନ୍ଦ ହେଇଯିବ ସତରେ ..।

ତା’ପରେ ସିଏ ମୋ ଖାଇବା ପାଖରେ ବସି ମୋ ହାତ ଧରି ବହୁତ ଆଶ୍ବାସନା ଦିଏ..। ସେଥିରେ ଦୁଃଖ ବଢେ ସିନା କମେନି..। ମୁଁ ତାକୁ ଚାଲିଯିବା ପାଇଁ କୁହେ । କିନ୍ତୁ ଜାଣିଛୁ ପୁଅ ତାକୁ ନ ଦେଖିଲା ଯାଏଁ ମୋ ଖାଇବା ସେମିତି ଥୁଆ ହେଇଥାଏ । ଆଉ ତାର ଗୋଟେ ସୁନ୍ଦରିଆ ପୁଅ ଅଛି ।..ଆମ ଗୁଲୁ ଭଳି ଭାରି ଗୁଲୁଗୁଲିଆ..। ମୋତେ ପାଣି ପିଉଥିବାର ଦେଖିଲେ କହିବ ମା’..ତମେ ଏ ସାପ୍ଳାଇ ପାଣି ଜମାରୁ ପିଅନି । ମାମା କହୁଛନ୍ତି ଏ ପାଣି ପିଇଲେ ନା..ଜ୍ଵର ହେଇଯିବ..। ରୁହ ମୁଁ ତୁମ ପାଇଁ..ଆମ ଘରୁ ଏକ୍ବାରୁ ପାଣି ନେଇ ଆସିବି..। ତା ଆଦର ର ପାଣି ସବୁ ମୋ ଆଖିରୁ ଏମିତି ଝରିଯାଏ.. ଯେ..ମୁଁ ସମ୍ଭାଳି ପାରେନା..ରେ..ତାକୁ କୋଳେଇ ନେଲେ ଲାଗେ ଯେମିତି ମୁଁ B.356 ଆମ ଘରେ ଅଛି..। ମୁଁ ଜାଣିଛି ମୁଁ ଆଉ ବେଶି ଦିନ ବଞ୍ଚିବିନି ରେ "ଗୋପୀ"..। ତଥାପି ଏ ସବୁ ସହି ପାରୁନି ରେ ଧନ ..।

ଥରେ ଜଣେ ଯୋଗୀ ଆସିଥିଲେ ମୁଁ ତାଙ୍କୁ ମୋ ଅନ୍ତରର ସବୁ ଦୁଃଖ ଜଣେଇଲି । ଆଉ ପଚାରିଲି ମହାରାଜ ମୋର କ'ଣ ମରଣ

ନାହିଁ..???

ଟିକେ ହସିଦେଇ ମହାରାଜ ଉତ୍ତର ଦେଲେ - ମା' ଇଏ ପରା ମିଛ ମାୟାର ସଂସାରେ ଏଠି କେବଳ ଦୁଃଖ ଆଉ ଦୁଃଖ । ମାୟା ମୋହରେ ଘାଣ୍ଟି ହେବା ହିଁ ସାର.. ମଲେ ବି ଏଠୁ ମୁକ୍ତି ନାହିଁ.. । ପୁନରପି ଜମନମ୍ ପୁନରପି ମରଣଂ ପୁନରପି ଜନନୀ ଜଠରେ ଦସୟନମ୍ ହା..ହା.. ଦେଖ ମା' ଏଇ ବୃଦ୍ଧା ଶ୍ରମରେ ତୁମ ହୃଦୟରେ ଅହରହ ତୁମ ଜୁଇ ଜଳୁଛି ତଥାପି ତମକୁ ମାୟା ଛାଡିଛି..?

ଏଠୁ ମୁକ୍ତି ପାଇବାର ଶେଷ ଉପାୟ ହେଲା ନାମ.. ଆଉ କେବଳ ନାମ..। ଅହରହ ହରି ନାମ..ଜପ କର ମା'..ଶାନ୍ତି ମିଳିବ ଆଉ ଶେଷରେ ମୁକ୍ତି...।

ମା’ - ସଂସାର କଣ..?

ପୁଅ ଝିଅ ନାତି ନାତୁଣୀ କୋଉ ପଦାର୍ଥରେ ଗଢା ସେସବୁ ଯୋଗୀଙ୍କ ଜ୍ଞାନ ବାହାରେ..।ମୁଁ କ’ଣ ହରିନାମ ଜପିନି..ହରି ହରି ଜପ କଲେ..

କେତେବେଳେ ଗୋପୀ ଗୋପୀ ହେଇ ଯାଏରେ...। ମୁକ୍ତି ମୋର କ’ଣ ହବ..? ମୁକ୍ତି ଠୁ ବି ତୁ ଅଧିକ ଲାଗୁଛୁ ରେ... ମୋ.."ଗୋପୀନାଥ"..।

ଯୁଆଡେ ଚାହିଁଲେ ମୋ ଆଖିରେ ସବୁବେଳେ ତୁ ହଁ ତ ଥାଉଛୁ ରେ ମୋ ଧନ..।

ସେ ହରିକୁ ଦେଖିଲେ ପଚାରନ୍ତି ମୋର କୋଉ ଜନ୍ମର କେତେ ପାପର ଦଣ୍ଡ ମୋତେ ଏ ଜନ୍ମରେ ଏକାଥରେ ଦେଉଛନ୍ତି..???

କାନ୍ଦୁଥିଲା ଗୋପୀ.. ତାକୁ କୋଳେଇ ଧରି ଧୀରେ ଧୀରେ ନିର୍ଜୀବ ହେଇ ଯାଉଥିଲା.."ମା"..।

***************

ହେ..ମା..ତୁମ ଶ୍ରୀ ଚରଣ ତଳେ ସଦା ଶରଣ...ମୁଁ..

ହେ..ଜଗନ୍ନାଥେ..

bhabani charan mishra

mohana (gajapati )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational