STORYMIRROR

Bhabani charan Mishra

Inspirational

3  

Bhabani charan Mishra

Inspirational

ଏଇତ ଜୀବନ..

ଏଇତ ଜୀବନ..

2 mins
15.3K


ପ୍ରିୟ ବନ୍ଧୁ..

ଏଇ କେବଳ ଅନୁଚିନ୍ତା ମାତ୍ର..

ଜୀବନର ଆରମ୍ଭ ହୁଏ ମାତୃ ଗର୍ଭରେ..ଅନୁଭବ ରୁ ସ୍ନେହ ଆଦର ଓ ଯତ୍ନ ରେ..।

ବାତ୍ସଲ୍ୟର ଅମୃତ ଧାରା ଭିତରେ ବଢେ ସିଏ ପିତା ସ୍ଵର୍ଗ ମାତା ସ୍ଵର୍ଗ ଭଳି ଜୀବନର ଅନାବଶ୍ୟକ ଶିକ୍ଷା ଭିତରେ..। ଧୀରେ ଧୀରେ ବଡ ହୁଏ ସେ । ପାଠ ପଢେ ରୋଜଗାର କରେ ପରିବାର ପ୍ରତି ପୋଷଣ କରିବା ଆଳରେ ନିଜ ସୁଖ ସ୍ଵାର୍ଥକୁ ଜଳାଞ୍ଜଳି ଦିଏ ..। ପରିବାର ରେ ପରିବର୍ତ୍ତନ ଆସେ । ପୁଅ ପାଇଁ ବୋହୁ ଆଣେ ଖୁସିରେ ଅଧିର ହୁଏ ..। ଧିରେ ଧୀରେ ତାର ମୁରବୀତ୍ବକୁ କଳେବଳେ କୌଶଳେ ଛଡେଇ ନିଆଁ ଯାଏ ତା ଠାରୁ..। ସ୍ରଷ୍ଟା ନିଜ ସୃଷ୍ଟିରେ କ୍ରୀତଦାସ ପାଲଟି ଯିବା ପାଇଁ ବିବଶ ହୁଏ ସେଇ ଦିନ ..। ବୟସର କୃଷ୍ଣଚୂଡାରେ ବାର୍ଦ୍ଧକ୍ୟର କଳା ଛାଇ ମାଡି ଆସେ । ପରିବାର ଭିତରେ ଧୀରେ ଧୀରେ ସେ ଅଲୋଡା ହେଇ ଚାଲେ..। ତା ହାତଗଢା ଅତି ଆଦରର ଘର ଭିତରେ ଅପଚରା ହୁଏ ସେ ବେଳକୁ ବେଳ ..। ଅନାବଶ୍ୟ ହୁଏ ସେ ପରିବାର ପାଇଁ ..।

ଅନାଦର ହୁଏ ତାର..। ସହିବାକୁ ହୁଏ ତାକୁ କଟୁ ବଚନ..। ଅହରହ ତାର ମୃତ୍ୟୁ କାମନାରେ ଆଜି ତାର ପ୍ରିୟ ପରିଜନ..ବୋଲି ତାକୁ ଜଣେଇ ଦିଆ ଯାଉଥାଏ ..ପ୍ରତି ମୁହୁର୍ତ୍ତ.। ପରିବାର ଭିତରେ ସିଏ ହୋଇଯାଏ ଅନାବଶ୍ୟକ ଏକ ବିଚିତ୍ର ଜୀବ..ବଜ୍ୟବସ୍ତୁ..।

କେହି ତା ମନ କଥା ବୁଝନ୍ତି ନାହିଁ କେହି ତାକୁ ସାହାଯ୍ୟ ସହଯୋଗ କରେନି। ସମସ୍ତେ ତାକୁ ତାଚ୍ଛଲ୍ୟ କରନ୍ତି ..ନିଜ ଘରେ ଏକ ଘରକିଆ ହେଇଯାଏ ସେ..।

ପ୍ରତି ମୁହୁର୍ତ୍ତର ଏକୁଟିଆ ପଣ ଖାଇଯାଏ ତା ଜରାଜିଣ୍ଣ ଶରୀର ଏବଂ ମନକୁ..। ଜୀବନ ନାମକ ଜନ୍ତ୍ରଣା ଜୁଇ ପରେ ପଙ୍ଗୁ ହେଇ ଶୋଇ ରହି କିଂକର୍ତ୍ତବ୍ୟ ମୁଢ ଭାବରେ । ସହି ଯିବା ପାଇଁ ବାଧ୍ୟ ହୁଏ ତାଡନାର ପ୍ରତି ଚୋଟକୁ..। ଅବସ ଶରୀରରେ ସ୍ନେହ,ଶ୍ରଦ୍ଧା, ସଦଭାବନା ଓ ସେବା ବଦଳରେ ସେ ପାଏ ଲାଞ୍ଛନା ।

ଠିକ୍ ଏତିକି ବେଳେ ମୃତ୍ୟୁ ବି ଦାଉ ସାଧେ । ଅହରହ ମୃତ୍ୟୁର ପ୍ରତୀକ୍ଷାରେ ସେ ଭୋଗି ଚାଲେ ନର୍କ ଯନ୍ତ୍ରଣା । ହୃଦୟରେ ଜଳୁଥିବା ଦୁଃଖ ନିଆ଼ଁରେ ଅତୀତ ସ୍ମୃତି ସବୁ ଦଲକାଏ ପବନ ହେଇ ପଶି ଆସନ୍ତି । ଯନ୍ତ୍ରଣା ହୁଏ ଶତ ଗୁଣ । ଅସହ୍ୟ ଭାବରେ ତିଳ ତିଳ ପଳପଳ ହେଇ ଜୀବନ୍ତ ଜଳୁ ଜଳୁ..ଶେଷରେ କେବେ ଜୀବନ ପାଲୋଟି ଯାଏ ମୁଠାଏ ଅଲୋଡା ପାଉଁଶ ..।

ଏଇ ତ ଦୁନିଆଁ..

ଏଇ ତ ଜୀବନ..

************

ବିଶ୍ଵ ମାତୃ ଦିବସର ଅଭିନନ୍ଦନ

ଆପଣ ମାନଙ୍କୁ..

bhabani charan mishra

mohana ( gajapati )

9438187739


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational