Bhabani charan Mishra

Others

3  

Bhabani charan Mishra

Others

ତୃଷ୍ଣା

ତୃଷ୍ଣା

2 mins
7.1K


ଜୀବନ ଯନ୍ତ୍ରଣାର ଫାଶୀ ଖୁଣ୍ଟରେ

ମିନିଗଳ୍ପ- ତୃଷ୍ଣା

ଆରେ...ତନ୍ଦ୍ରା..?

ତୁମେ ଶଙ୍କି ଯାଇ ପୁଣି ପ୍ରଶ୍ନ କଲ...ଆ...ଆପଣ ତନ୍ଦ୍ରା ମହାନ୍ତି ତ..?

ମୁଁ ମୋ ହୃଦୟ ଭିତରେ ଚମକି ପଡୁଥିଲି.. ବଦଳି ଯାଇଥିବା କଣ୍ଠ ସ୍ଵରରେ ଆତ୍ମୀୟତାର ସମ୍ମୋହନ ମନ୍ତ୍ର..। ମୋ ତନ୍ତ୍ରୀ ସବୁ ଥରି ଉଠୁଥିଲା । ମନର ଆତୁରତାରୁ ଅପରିଚିତ ଭଦ୍ର ମହିଳାଙ୍କୁ ପ୍ରଶ୍ନ କରିବାର ସାଧାରଣ ସୌଜନ୍ୟ ମୂଳକ ସମ୍ବୋଧନ ତୁମେ ଭୁଲିଯ‍ାଉଥିଲ । ତୁମ ଆଡକୁ ଚାହିଁଲି । ଢେରେ ବଦଳି ଯାଇଥିଲ ତୁମେ ମୋ ଅବଦଳା ସ୍ମୃତିର ଛବିଠୁ..।

ଝରକାରୁ ବାହାରକୁ ଚାହିଁ ରହିଥିଲି ମୁଁ ।

ମୁଁ ବସିଥିବା ଦୁଇଜଣିଆ ସିଟ୍ ର ଖାଲି ଥିବା ସ୍ଥାନରେ ବସିଥିଲ ତୁମେ । ବସ୍ ଗଡୁଥିଲା ବୋଧେ ଧୀରେ...ଧୀରେ...ଆଗକୁ...ଆଗକୁ..!

ତୁମ ସନ୍ଦେହଟା ନିଶ୍ଚିତରେ ପରିଣତ ହେବା ପରେ ତୁମେ ପୁଣି ପ୍ରଶ୍ନ କଲ..

ତନ୍ଦ୍ରା...ଭଲ ଅଛ..?

ମୁଁ କିନ୍ତୁ ନିରୁତ୍ତର ଥିଲି ପୂର୍ବବତ୍ ।

କ’ଣ ଆଉ କହିବି..?

ମୁଁ କାହିଁକି.. ମୋ ଜୀବନକୁ ନେଇ ତୁମ ଏଇ ପ୍ରଶ୍ନର ଉତ୍ତରରେ କବିର କଲମ ମଧ୍ୟ ଅଟକି ଯିବ । ସବୁ କଥାକୁ କଥାରେ କହି ହୁଏନି..। ତୁମେ ନିଜକୁ ନିୟନ୍ତ୍ରଣ କରବା ଆଗରୁ ମୋ ହାତକୁ ତୁମ ହାତ ମୁଠାରେ ଧରି ନେଇଥିଲ ...ମୋ ହାତ ଉପରେ ବିନ୍ଦୁ ବିନ୍ଦୁ ଉଷ୍ଣ ଲୁହ ଝରି ପଡୁଥିଲା ତୁମ ଚଷମା ଫ୍ରେମ୍ ତଳୁ । ପୁଣି ତୁମେ ପ୍ରଶ୍ନ କରୁଥିଲ..... ରବି କହୁଥିଲା-

ତୁମେ କୁଆଡେ ଆଉ ବାହା ହେଲନି ?

ତନ୍ଦ୍ରା...ଜୀବନ ଝଡ ଝଞ୍ଜାରେ ଭରା ଏକ ଲମ୍ବା ରାସ୍ତା । ତାକୁ ପାର ହେବା ପାଇଁ ଅନ୍ତତଃ ସାଥୀଟିଏର ଆବଶ୍ୟକତା ତ ନିଶ୍ଚୟ..।

କହି ପାରୁନଥିଲି ଦିନେ ତୁମେ ମୋ ଜୀବନରୁ ବାହାରି ଯିବା ପରେ ମୋ ଜୀବନ ଜୁଇରେ ବୟସର ଯନ୍ତ୍ରଣା ସିକ୍ତ ଗୋଟିଏ ଗୋଟିଏ ଦିନକୁ ଜଳନ୍ତା ନିଆଁରେ କାଠ ଭଳି ଗୋଟିକ ପରେ ଗୋଟିଏ ଥୋଇ ମୁଁ କେମିତି ମୋ ଅପହଁଚ ମୃତ୍ୟୁର ପ୍ରତୀକ୍ଷା କରିଛି ଅହରହ..।

ଏତେ ଦିନ ପରେ ତମକୁ ପାଖରେ ପାଇ କୋଉଦିନୁ ପ୍ରାଣ ଭରି ଦେଖିବା ଇଛାର ଢେଉରେ ସତେ ଯେମିତି ବାତ୍ୟାର ପ୍ରଭାବ ।

ତଥାପି ମୋ ଆଖିର ବହଳ ଲୁହରେ ତୁମେ ଅସ୍ବଛ ବେଳକୁ ବେଳ..।

ମୋ ଅଖିରେ ଯନ୍ତ୍ରଣାମୟ ତମାମ୍ ଜୀବନର ଲୁହଠୁ ତୁମ ଉଦାସ ମୁହଁ ଦେଖିବା ପରର ଲୁହ ଅଧିକ ଥିଲା । ଯୋଉଥି ପାଇଁ ମୋତେ ମରିବାକୁ ହୁଏ ପ୍ରତିକ୍ଷଣ ।

ମୋତେ ଲାଗୁଥିଲା ମୁଁ ଉଭାନ୍ ହେଇ ପାରନ୍ତି କି ତୁମ ପାଖରୁ ? କାହିଁକି ନା ବର୍ଷ ବର୍ଷର ବେଦନାକୁ ଚାପି ରଖିଥିବା ବାରୁଦ ସୁଡଙ୍ଗରେ ଲାଗି ଥିବା ନିଆଁରେ ମୁଁ ମୋ ଅସ୍ତିତ୍ଵକୁ ସହି ପାରିବି ନା ସେଥିରେ ଜଳି ପୋଡି ପାଉଁଶ ହେଇଯିବି..? ତାଠୁ ବେଶି କଷ୍ଟ ଥିଲା ତୁମ ପାଇଁ ..।

ବିଚିତ୍ର ଏ ଜୀବନ......!!!

ଏ ଜୀବନରେ ଯାହାଙ୍କ ହୃଦୟର ସବୁ ଦୁଃଖ ନେଇଯିବାର ଆଶା ରଖି ଥିଲି ...

ତାଙ୍କ ହୃଦୟରେ ଜୀବନର ସବୁଠୁ ବଡ ଦୁଃଖ ହେଇ ରହିଗଲି ଆଜୀବନ ।

ସାଙ୍ଗରେ ତୁମ ଗୁଲ୍ ଗାଲ୍ କୁନି ପୁଅ ବୋଧେ..?

ପ୍ରଶ୍ନୀଳ ଆଖିରେ ମୋ ମୁହଁକୁ ଚାହିଁ ଅବାକ୍ ହେଇ ତୁମକୁ ପ୍ରଶ୍ନ କରୁଥିଲା...

ପାପା..ଏ ଆଣ୍ଟି କିଏ କି...?

ତୁମେ ସମ୍ପର୍ଣ୍ଣ ନିରୁତ୍ତର ଥିଲେ ବି ତୁମ ଆଖିର ଲୁହରେ ମୋ ପରିଚୟ ସ୍ପଷ୍ଟ ଥିଲା...।

ଯାହା ବୁଝିବାର ବୟସରେ ସେ ନଥିଲା ।

ଚୁପ୍ ଚାପ୍ କୋଳକୁ ନେଇ ଗାଢ ଆଲିଙ୍ଗନ ରେ ତାକୁ ଜଡେଇ ଧରି ମୋ ଓଠକୁ ତା କପାଳରେ ଛୁଇଁଲା ବେଳେ ସତେ ଯେମିତି ମୋ ହୃଦର ତନ୍ତ୍ରୀ ସବୁ ଛିଣ୍ତି ଯାଉଥିଲା ।

ମୁଁ ନଦୀ ଭଳି ବୋହି ଯାଉଥିଲି ମୋ ଲୁହରେ..।

ମୋ ଆଖିରେ ବନ୍ୟାର ଧାର କୂଳ ଲଙ୍ଘି ମାଡି ଯାଉଥିଲା । ମୋ ଭିତରେ ତୁମକୁ ସଂସାରର ସବୁ ବଦଳରେ ଭଲ ପାଉଥିବା ହୃଦୟଟା ଚିତ୍କାର କରି କହୁଥିଲା...

ସମ୍ବିତ୍ ତୁମ ବିନା... ଗୋଟେ ମୁହୁର୍ତ୍ତ ବି ବଞ୍ଚି ହଉନି....ବଞ୍ଚି ହଉନି...।

ମୁଁ କଣ କରିବି...?

( କ୍ରମଶଃ)

**********

bhabani charan mishra

mohana ( gajapati )

9438187739


Rate this content
Log in