STORYMIRROR

Bhabani charan Mishra

Others

0.5  

Bhabani charan Mishra

Others

ନିରବ ଘାତ

ନିରବ ଘାତ

3 mins
14.9K


ସମୟ ଢେରେ ବଦଳିଗଲା..।

ମହା ନଦୀର ପୋଲ ତଳେ କେତେ ବର୍ଷା ପାଣି ବନ୍ୟା ହେଇ ବୋହିଗଲା..।ସେ ଦିନର ଦୁନିଆ ଠୁ ଆଜିର ଦୁନିଆ ବି ବହୁତ ବଦଳି ଗଲାଣି..। କିନ୍ତୁ ମନ ତଳେ ଅବଦଳା ହେଇ ରହି ଯାଇଛି ସେଇ ଆଦ୍ୟ ବସନ୍ତର ସ୍ମୃତି..। ଏଇ ସେଇ କାଠ ଯୋଡି ପୋଲ.. ଯୋଉଠି ତୁମ ନୁଆଁ ନୁଆଁ ଚଲେଇ ଶିଖିଥିବା ସାଇକେଲର ଚକା ମୋ ପାଦ ଉପରେ ମାଡିଗଲା ପରେ ତୁମର ମୋ ପ୍ରତି ଯୋଉ ଭୟ ଆଉ ସମବେଦନା ଜନିତ ଦୁଃଖ..।

ମନରେ ଅହେତୁକ ବିରକ୍ତି ଜାତ ହେଲା । ତୁମକୁ କିଛି କହିବା ପୂର୍ବରୁ ତୁମର ସରଳ ସୁନ୍ଦର ମୁହଁ ରେ ନିସର୍ତ୍ତ କ୍ଷମା ପ୍ରାର୍ଥନାରୁ ଦହଗଞ୍ଜର ନାଲି ପଣରେ ମୁଁ ଭୁଲିଗଲି ମୋର ସତରେ ସେଠି କି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିବା ଦରକାର ଥିଲା..। ମୋ ପାଦର ଯନ୍ତ୍ରଣାରୁ ବେଶି କଷ୍ଟ ଦେଇଥିଲା ତୁମ ଉଦାସ ଉଦାସ ମୁହଁ..। ସାଧାରଣ ଉପଦେଶ ଆଉ ଆଶ୍ବାସନା ଦେଲା ପରେ ବି ମୋ ମନ ବୁଝି ନଥିଲା । ତୁମକୁ ପାଖକୁ ଡାକି କହିଲି..ଡରନି ..ଏଥର ଯାଅ ..ଇୟେ ସେମିତି କିଛି ଗୋଟେ ବଡ ଧରଣର ଧର୍ତ୍ତବ୍ୟ ଅପରାଧ ନୁହଁ..।

ତାପରେ ତୁମର ମୋ ପ୍ରତି କୃତଜ୍ଞ ତାରେ ଭରି ଯାଇଥିବା ହସ ହସ ମୁହଁ..ଆଉ ତୁମ ଅଖିରେ ମୋ ପ୍ରତି ଥିବା ନିଆରା ଆପଣା ପଣ ଆଃ.. ସତେ ଯେମିତି କିଏ ଜଣେ ଅଳକା ପୁରିର ପାରିଜାତ ମୋ ହାତରେ ଧରେଇ ଦେଇ ଯାଉ ଥିଲା ..। ତୁମେ ବାରମ୍ବାର ପଛକୁ ଫେରି ଚାହୁଁ ଚହୁଁ ଚାଲି ଯାଉଥିଲ ମୋ ଠୁ ଦୂରକୁ ଆଉ ଦୂରକୁ..। ମୁଁ ସେମିତି ମନ୍ତ୍ର ମୁଗ୍ଧ ଅନେଇ ରହିଥିଲି ତୁମ ଫେରା ବାଟକୁ..।

ୟା ଭିତରେ ଅନେକ ଶ୍ରାବଣ ର ବର୍ଷା ବନ୍ୟା ହୋଇ ବୋହିଗଲା ମହାନଦୀ ର ପୋଲ ତଳେ କିନ୍ତୁ ସତରେ ସେଦିନ ମୁଁ ଜମାରୁ ଜାଣି ନଥିଲି ଜୀବନରେ ଥରେ ପ୍ରେମ ନାଆଁରେ ପ୍ରତି ମଣିଷର ହୃଦୟ ଭିତରେ ଅନୁଭୂତ ହେଉଥିବା ସ୍ଵର୍ଗୀୟ ସୁଖ ଭଲି ମୋ ଅଜାଣ ତରେ ମୋ ପାଦ ବି ପଡି ଯାଇଥିଲା ରମ୍ଭା ମେନକାଙ୍କ ରଙ୍ଗ ଶାଳାର ସେଇ ନିସିଦ୍ଧ ଦରଜା ସେ ପାଖରେ ..। ଯୋଉଠୁ ଆଉ କେବେ ଦିନେ ଫେରି ହୁଏନି ଜୀବନରେ..।ଆଃ.....!

ତୁମ ବ୍ୟତୀତ ସମସ୍ତେ କୁହନ୍ତି ମୁଁ କୁଆଡେ ଢେରେ ବଦଳି ଯାଇଛି..। ଆଉ ମୋ ଆଖିରେ ସବୁବେଳେ ଅବଦଳା ହେଇ ରହିଗଲା ତୁମ ଛବି..।

କଲେଜର ଏଣ୍ଟ୍ରନସ୍ ରେ ମୋ ପାଖ ଦେଇ ଗଲା ବେଳେ ସେ ଦିନ ଗୁଡାକରେ ତୁମେ ଯେମିତ ଅସହଜ ଅନୁଭବ କରୁଥିବା ମୁଁ ଦେଖିଥିଲି ଆଜି ବି ମାଉସୀ କହି ଆମ ଘରେ ପଶି ଆସୁ ଅସୁ ମୋତେ ଦେଖିଲା ପରେ...ତୁମେ ଅସମ୍ଭବ ଭାବେ ସଞ୍ଜତ ହେଇ ଯାଅ ସତେ ଯେମିତି ପବନରେ ଖେଳି ଖେଳି ଉପରକୁ ଉଠୁଥିବା ରଙ୍ଗୀନ୍ ବେଲୁନ୍ ଭିତରୁ ହାୱା ସବୁ ଏକା ବେଳେକେ ଉଭେଇ ଗଲା..।

ଦିନେ ଯେମିତି ମନ ତଳେ ଖାସ୍ ମୋ ପାଇଁ ଲୁଚେଇ ରଖିଥିବା କଥା ସବୁ କୁ କହିଦେଇ ସାରି ହେଉନ ଥିଲା ଠିକ୍ ସେମିତି ଆଜି ବି..। ତୁମେ ମୋତେ କିଛି ନ କହିଲେ ବି ଜଣା ଯାଏ କହି ହେଉନଥିବା କିଛି କଥା 99 ମସିହା ବାତ୍ୟା ତାଣ୍ତବର ଲହଡି ଭଳି ତୁମ ହୃଦୟର ବେଳା ଭୁଇଁରେ ମୁଣ୍ତ କୋଡି ହେଇ ଫେରି ଯାଉଛନ୍ତି..ତୁମ ଅବ୍ୟକ୍ତ ଅନ୍ତର ଭିତରକୁ..।

ଗାଁ ଛକ ତେନ୍ତୁଳି ଗଛ ପଛରେ ତୁମେ ମୋ ପ୍ରତୀକ୍ଷାରେ ଥିବା ଦିନ ଗୁଡିକ ଅନେକ ଦିନରୁ ସ୍ମୃତି ପାଲଟି ଗଲେଣି । ତୁମେ ଆଜିକାଲି ଆଉ କେବେ ସେଠି ଜମାରୁ ମୋ ପ୍ରତୀକ୍ଷାରେ ନାହଁ.. ତଥାପି କାହିଁକି କେଜାଣି ଗାଁ ଛକ ପାର୍ ହେଲାବେଳେ ମୋ ଅଲକ୍ଷରେ ଆଜି ବି ମୁଁ ତମକୁ ଖୋଜି ହୁଏ ସେଇଠି..।

ପକେଟରୁ ପେନଟା ବାହାର କରୁକରୁ ଯେତେବେଳେ ଅସହଜ ହୁଏ ତୁମର ସେ ଦରଦ ଭରା ଲାଜୁଆ ମୁହଁଟି ମୋର ଖୁବ୍ ମନେପଡେ.. ଏମିତି ଦିନେ ମୋ ପେନର କ୍ଲିପରେ ତୁମ ଚୁଟି ଫସି ଗଲା ପରେ...ଅନେକ ବେଳ ଯାଏଁ ତୁମେ ଚାହିଁ ବି ମୁକୁଳି ପାରିନଥିଲ ମୋ ପାଖରୁ.. ଯେବେ ଯେବେ ତୁମ ମନ ତଳେ କିଛି ଦୁଃଖ ତୁମକୁ ଭାରାକ୍ରାନ୍ତ କରିଛି.. ତୁମେ ବ୍ୟଗ୍ର ହୋଇ ଉଠ ମୋତେ କହିବା ପାଇଁ..କିନ୍ତୁ ପ୍ରତି ଥର କିଛି କହିବା ଆଗରୁ ତୁମ କଣ୍ଠ ହେଇଯାଏ ବାସ୍ପରୁଦ୍ଧ..ତୁମ ପତଳି ଗୋଲାପି ଓଠରେ କମ୍ପନ ସୃଷ୍ଟି ହୁଏ..ଆଉ ଶେଷରେ ତୁମ ଲୁହରେ ଓଦା ହେଇଯାଏ ମୋ ଛାତି । ମନ ଭରି ଗୁମୁରି ଗୁମୁରି କାନ୍ଦ ତୁମେ ..ଅନେକ ବେଳ ଯାଏଁ..ମୋ ନିରୁପାୟ ଛଳଛଳ ଅଖି ତୁମକୁ ଅହୁରି ଯନ୍ତ୍ରଣା ଦେଇଥାଏ..ଏଣୁ ତୁମେ ଚୁପ୍ ଚାପ୍ ଫେରିଯାଅ ସବୁବେଳେ । ଯେମିତି ଶେଷରେ ଆଜୀବନ ମୋତେ ଏକା କରିଦେଇ..ଫେରିଗଲ ମୋ ଜୀବନରୁ..ଦିନେ ସବୁଦିନ୍ ପାଇଁ.. ଏତେ ଦିନ ପରେ ବି ତୁମେ ଜମାରୁ ବଦଳି ପାରୁନ..ତୁମ ଭାବନାରେ ସେଇସବୁ ପ୍ରକ୍ରିୟା ସେମିତି ସକ୍ରିୟ..ଯେମିତି ଅନେକ ଦିନ ପୂର୍ବରୁ ..କିନ୍ତୁ ଯଥା ସମ୍ଭବ ଲୁଚେଇ ବି ମୋ ପାଖରେ ଧରା ପଡିଯାଅ ବୋଲି ଜାଣିବା ପରଠୁ ଆଜିକାଲି ମୋତେ ଦେଖି ତୁମେ ଲୁଚିବା ଅରମ୍ଭ କଲଣି..ନୁହଁ..?

ଆଜି ବି ତୁମ ଆଖିରେ ଆଖି ମିଶିଲେ ମନେପଡେ ତୁମ ସେଇ ଠପ୍ ଠପ୍ ଝରି ପଡୁଥିବା ଲୁହ ଧାର..ଶୀତ ସନ୍ଧ୍ୟାର ସେଇ ଅନ୍ତିମ ବିଦାୟର ବେଳା..ଆଃ..

ଏ ଭିତରେ ଦୁନିଆ ଢେରେ ବଦଳିଗଲା ତଥାପି ବଦଳି ପାରିଲିନି ମୁଁ ...ଆଉ ବଦଳି ପାରିଲନି ତୁମେ..ବି..। ଆମେ ଏମିତି ଅବଦଳା ହେଇ ରହିଗଲେ ସ୍ମୃତିତଳେ ସେଇ ଆଦ୍ୟ ବସନ୍ତର ଫଲ୍ଗୁ ବର୍ଷା ଚୌହଦି ଭିତରେ..ବୋଧେ ଏ ଦୁନିଆଁ ଛାଡିବା ଯାଏଁ..।

*************

ୟାଦୋଂ କୋ ତେରି ହମ୍ ଭୁଲା ନା ସକେ..।

ହୋକେ ଜୁଦା ହମ୍ ନା ଜୁଦା ହୋ ସକେ..॥

ଦିଲ୍ ମେ ହେ ଜିନ୍ଦା ହର୍ ଘଡି ତୁ କହିଁ.............

bhabani charan mishra.

mohana ( gajapati )


Rate this content
Log in