Bhabani charan Mishra

Comedy

3  

Bhabani charan Mishra

Comedy

ହେ..ଲୋ..

ହେ..ଲୋ..

3 mins
15K


- ହେଲୋ..କିଏ କହୁଛନ୍ତି ଆପଣ..?

- ଆପଣ କିଏ କହୁଛନ୍ତି..?

- ମିସ୍ କଲ୍ ଥିଲା ତ ରିଟର୍ଣ୍ଣ କଲ୍ କଲି..।

- ହେଲୋ ସାରେ ଏଇଟା ଧଣ୍ତା ମାଳ କି..?

ଶଃ..ମିସ୍କଲ୍ ମାରିକି ପଚାରୁଛି

ସା..ରେ..ଏଇଟା ଧଣ୍ତା..ମାଳ କି..?

- ନା ଏଇଟା ନାଗ ମାଳ..!

ହେ..ଲୋ..ସାରେ..ଆପଣ କିଏ ..? ଆଉ କାହାକୁ ଏଇ ଫୋନ୍ ବାଟେ ଖୋଜୁଛନ୍ତି ଦୟାକରି ଟିକେ କହିବେ କି..?

ରଙ୍ଗ୍ ନମ୍ବର କହି ମୁଳରୁ ଫୋନ୍ କାଟି ଦେଇଥିଲେ ତେଣ୍ଟା ଯାଇଥାନ୍ତା..।

କିନ୍ତୁ ରାଗ ମୁଣ୍ତକୁ ଚଢିଛି ମାନେ..ୟାକୁ ବହେ ନ ଶୋଧି ଛାଡିବାଟା ଉଚିତ ହେବନି..।

ଦୁନିଆଁରେ କେତେ ମୁର୍ଖ ଏବେ ବି ଅଛନ୍ତି..କହୁଥିବେ ଆରେ ଲଗା..ନିଧି ମଉସା ହେଇ ନଥିଲେ ନାହିଁ କହିବନି କି..?

କଣ ଫୋନ୍ ବାଟେ ବାହାରିକି

ଚୋବେଇଦବ ନା କଣ..??ଦେ ଲଗା..।..ଆରେ ଶଃ..

ମୁଁ ଆପଣଙ୍କର ନିଧି ମଉସା ନୁହଁ ବୋଲି ଯିଏ କହିବ.. ତାର କଣ କିଛି କାମ ନଥିବ ..?

ଆରେ କାହିଁ ଇୟେ ଆଉ ସେଇ ଭଦ୍ର ଲୋକ ତ ନୁହଁ..

ଯିଏ..ମୋ ଶାଳୀ ଫୋନ୍ ରିସିଭ୍ କଲେ..ଆଇ ଲଭ୍ ୟୁ କହିକି.. ହସୁଛି..।

ରହିଥା ରେ ପୁଅ ଆଜି ତୁ ଅସଲ ଲୋକ ହାବୁଡେ ପଡିଛୁ..।

ଯିବୁ କୁଆଡେ କାଟିଦେଲେ ମୋ ଆଡୁ କଲ୍ କରିକି ଏମିତି ଶୋଧିବି..ଜୀବନରେ କେବେ ଫୋନ୍ କରିବା ଆଗରୁ ହଜାରେ ଥର ଭାବିବୁ..

122 ଟା ଫୋନ୍ ରୁ ଲକ୍ଷେ ଥର ଫୋନ୍ କରି କରି ସିମ୍ କାଡ୍ କୁ ଡ୍ରେନ୍ ରେ ଫିଙ୍ଗିଲା ଯାଏଁ ମୁଁ ଅଛି..।

ସେପଟୁ ଶୁଭୁଥିଲା ..

-ହେଲୋ..ହେଲୋ..ସା..ରେ

ଆପଣଙ୍କ ଘର ବରମ୍ପୁର୍ କି..?

- କଣ ହେଲା..କି..?

- ନାଇଁ ଆପଣଙ୍କ..ଭାଷାରୁ..

- ହେଲୋ..ତମେ କଣ ମୋ ଦଦେଇର ପୁଅ..ଆଉ ଏତେ

ଏନ୍ତେ..ମେନ୍ତେ ପଚାରୁଚ..?

- ଆପଣ ଜଣେ କ୍ଷଣ କୋପି ଲୋକ ବୋଧେ..ଫ୍ରି ଫୋନ୍ ରେ ପଇସା ସରିଲା ଭଳି ରାଗୁଛନ୍ତି..।

- ପଇସା ତ ସରୁନି ହେଲେ ସମୟ କାହା ପାଖରେ ଅଛି.. ଯେ ତମେ ସାମ୍ବାଦିକ ହବ ଆଉ ଆମେ ତମର ସବୁ ପ୍ରଶ୍ନର ଠିକ୍ ଠିକ୍ ଉତ୍ତର ଦବୁ..?

- ଅାପଣଙ୍କୁ କିଏ ବାଧ୍ୟ୍ୟ କରୁଛି କି..? ଘରେ କଣ ଆଉ କିଏ ନାହାନ୍ତି..?

କଣ କହିଲୁ ରେ...ତୋ..

- ହେଲୋ ସା..ରେ..

ବି ..କୁଲ୍.. ଆପଣ କଣ ଭାବୁଛନ୍ତି ମୋତେ ଏ ସବୁ ଆସେନି ବୋଲି..?

ମୁଁ ଜଣେ ଭଦ୍ରଲୋକ..।

-ଅଜଣା ଲୋକ କୁ ମିସ୍ କଲ୍ କରିକି କହୁଚ କଣ ନା ଆମେ ଭଦ୍ର ନୋକ..ଯା..ଯା ମୋ ତୁଣ୍ତ ଟା କଣ କହିଥାନ୍ତି..।

- ହେଲୋ ସା..ରେ..ଭାଷା ଟିକିଏ ସଞ୍ଜତ କରନ୍ତୁ..

କାଲି ସନ୍ଧ୍ୟା ବେଳେ ଆପଣଙ୍କ

ଏଇ ନମ୍ବର୍ 7739 ରୁ 4 ଟା ମିସ୍ କଲ୍ ଆସିଥିଲା..ବୁଝିଲେ..ନହେଲେ..ମୁଁ.. କଣ.. ହାରେ..

ଚୁପ୍ ଅଛି ବୋଲି ମୁହଁରେ ଯାହା ଆସିଲା କହିଯିବେ ନା କଣ..ମାଇଣ୍ତ୍ ୟୋର୍ ଲାଙ୍ଗ୍ ୱେଜ୍..ଏଣ୍ତ ବି କେର୍ ଫୁଲ୍ ..

ମୁଁ ଟିକେ ଦବିଗଲି..

ଆରେ ସତେତ ସନ୍ଧ୍ୟାରେ ଅଫିସ୍ ରୁ ଆସିଲା ପରେ +2

ପଢା ଶାଳୀଟି ଫୋଟ ଦେଖିବା ବାହାନାରେ ଫୋନ୍ ଟା ନେଇ

ଗଲା ପରେ, କାହା ନମ୍ବର କୁ ଲଗଉଛି ମୁଁ କଣ ଜାଣୁଛି ସତରେ..?

ଫୋନ୍ ଫେରେଇଲା ବେଳେ ଗେଲେଇ ହେଇ ନାକରେ କହିବ..

" ଜି...ଜୁ.. ତମ ଫୋନ୍ ରୁ..ନା ମୋତେ କିଏ ଜଣେ ଆଇ ଲଭ୍ ୟୁ କହିଲା.".।

ରାଗ ମାଡିବ ୟାକୁ ଆଇ ଲଭ୍ ୟୁ କିଏ କହିଲା ବୁଝିବ ନା ଅଫିସ୍ ଫୋନ୍ ଆଟେଣ୍ତ କରିବ..ହାସ୍..।

- ହେଲୋ..ସା..ରେ..

ଚୁପ୍ ରହିଗଲେ ଯେ..

ଆପଣଙ୍କ ଶାଳୀ ପିଙ୍କି ଅଛି ଟି..? ତାକୁ ଟିକେ ଫୋନ୍ ଦିଅନ୍ତୁ । ଆପଣଙ୍କ ସହିତ ଆଉ ବେଶି କଥା ହେଇ କିଛି ଲାଭ ନାହିଁ..।

ମୋ..ସଂଦେହ ଟା ସତ ହେଲା

ହାରେ..ଏଇଟା ବୋଧେ ସେଇ ବଦ୍ ମାସ୍..ଆଉ..

ପିଙ୍କି ଠିକ୍ କହୁଥିଲା ଯେ..!

କିଏ ଗୋଟେ ତାକୁ ହା..ଲୁ..

କହୁଚି..!

- ହଇରେ...ତୋ...

ପିଲା ଦିନରୁ ଆଜି ଯାଏଁ ଯାହା ଗାଳି ଜାଣିଥିଲି ଗୋଟେ ନିଶ୍ବାସରେ ସେତକ ତାକୁ କହିଦେଲି..

-ତୁ ଚିହ୍ନିଛୁ ଟି ମୋତେ ପୋଲିସ୍ ରେ ଦେଇଦେବି..ଶଃ..

କିଏ..ବେ..ତୁ..?

ଏମିତି ରାଗ ଲାଗୁଥିଲା ନା ଫୋନ୍ ବାଟେ ହାତ ଗଳୁଥିଲେ ତା କର୍ଣ୍ଣ ମୁଳିରେ ବ୍ରହ୍ମ ଚାପୁଡି ଦିଟା କଷି ଦିଅନ୍ତି..।

ଫୋନ୍ ରଖ୍ ବେ..।

ଫୋନ୍ ରଖ୍..!

- ଆରେ ଶଳା ମିଶ୍ର ମୋତେ ହିଁ ଗାଳି ଦବାକୁ ଥିଲା..ମୁଁ ହରି ବେ.. ହରିହର ମାଝି । ଛିଡା ଚୋର ଶଃ.. ଏ ଯାଏଁ ବୁଧି ଟିକେ ବଦଳିନି ତୋର..।

କି..ବେ..ଲମ୍ବୁ..ଭୁଲିଗଲୁ ମୋତେ..

ଦିଲ୍ଲୀ ରୁ ହରି କହୁଛି ବେ..

ଖଲିକୋଟ୍ କଲେଜ୍ ସାଙ୍ଗ..

ଆଉ ଶୁଣିବା ଅବସ୍ଥାରେ ମୁଁ ନଥିଲି..ଫୋନ୍ କଟିଦେଲି..।

ଦେହରୁ ଗମ୍ ଗମ୍ ଝାଳ..'ମୁହଁ ଦେହ ରାଗରେ ଲାଲ୍..

ବିପି ହାଇ ହେଇ ଯାଇ ଥିଲା ସେତେ ବେଳକୁ ମୋର..।

ଅଳ୍ପ ସମୟ ବ୍ୟବଧାନ ରେ ନିଜ ଆଡୁ ଫୋନ୍ ଲଗେଇଲି

ହେଲୋ..ଡରି ଡରି କହୁଥିଲା ହେଲୋ..

ମୋ କଲେଜ ବେଳର ଅତି ଅନ୍ତରଙ୍ଗ ବନ୍ଧୁ ହରି..

ରାଗରେ ଦିନେ ଘରୁ ଚାଲିଗଲା ଯେ ଦୀର୍ଘ 22 ବର୍ଷ ପରେ..ଆଜି ପ୍ରଥମେ କଥା ହେଉଥିଲା । ଆଜିଯାଏଁ ର ଅଭିମାନ୍ କୁ ନେଇ ପ୍ରଥମେ ବହେ ଶୋଧିଲି ତାକୁ..।

ସିଏ ଖାଲି ହସି ହସି ଶଣୁଥିଲା..। ତାପରେ ଅତୀତର ଅନେକ ଘଟଣାକୁ ନେଇ ହସୁଥିଲୁ ଦୁହେଁ..।

ମଝିରେ ବୋଧେ ଫୋନ୍ କଟିଗଲା..। ପୁଣି ବାଜି ଉଠିଲା ଫୋନ୍.. ସେପଟୁ ହରି କହୁଥିଲା ହେ..ଲୋ...।॥।॥

*****************

ହା..ହା..ହା..

॥ ଜୟ ଜଗନ୍ନାଥ ॥

bhabani charan mishra

mohana ( gajapati )

9438187739


Rate this content
Log in

Similar oriya story from Comedy