Bhabani charan Mishra

Comedy

3  

Bhabani charan Mishra

Comedy

ଚକ୍ଲେଟ୍ ଟାବ୍ଲେଟ୍

ଚକ୍ଲେଟ୍ ଟାବ୍ଲେଟ୍

4 mins
7.4K


ହା..ହା..ହା..

ପଚାରନ୍ତୁ କାହିଁକି..ହସିଲି..

ନା..ଆପଣ ଯାହା ଭାବୁଛନ୍ତି ସେଇୟା ନୁହଁ..ଆରେ ମୁଁ କଣ କବି ନା ଭାବୁକ..ଯେ ଭାବନାରେ ହସିବି କି କାନ୍ଦିବି..

ମୁଣ୍ତ ବି ଠିକ୍ ଥିଲା ଆଜି ବି ଅଛି ଭାଇ ସେ କଥା ପୁଣି ଆପଣଙ୍କୁ କହିବାକୁ ହବ କି..

ବିନା କାରଣରେ ହସିଲା ଭଳିଆ ପିଲା ଦିନଟା ମୋର କେବେଠୁ ଗଲାଣି ଭୁଲି ଗଲିଣି କୋଉ କାଳୁ..କାହା ସଜ ସ୍ମୃତିକୁ ନେଇ ହସିବି ସେ ବୟସରେ ବି ମୁଁ ନାହିଁ..।

ଆରେ କହିଲିଣି ଯେତେ ବେଳେ ସବୁ କହିବି ନା ନ ହେଲେ ଆପଣ ବି କୋଉ ସହଜରେ ଛାଡିଦେବା ଲୋକ..?

ଭାଇ ଟିକେ ଧୌର୍ଯ୍ୟ ତ ଧର..

ଏତେ ଟେନସନରେ କାହିଁକି..ଆରେ ଏଇ ହସ କଥାରେ ଇଛା ନଥିଲେ ବି ଟିକେ ହସ ନା..ହୁଁ ଆହୁରି ରାଗ..କହିବ ତ ଏତେ ଚନ୍ଦ୍ର ସୂର୍ଯ୍ୟ କାଇଁ ଦେଖଉଛି ନୁହଁ..?

ହୁଁ କଥାଟା ଟିକେ ମନକୁ ପାଇଲା ବୋଧେ ଓଠ ଫାଙ୍କରୁ ଦାନ୍ତ କେତେଟା ଦିଶିଲାଣି..

ତୁମ ହସ କୁ କେତେ ଚାପି ରଖିବ ମୁଁ ଦେଖିବିନି..! ଏଇ ହୋ ହୋ ହସିବ ମୋ କଥାରେ..

ହୁଁ..ଶୁଣନ୍ତୁ ତା ହେଲେ ମୋ କଥା..

କାଲି ସଞ୍ଜ ବେଳେ ଗୁଳୁଗୁଳି ଲାଗଲା ବୋଲି ଘରୁ ବାହାରି ଘେରାଏ ବୁଲି ଆସିବାକୁ ବାହାରକୁ ବାହାରିଲି

ଯାଉ ଯାଉ କୋଉ ଯାଏଁ ଯିବି ବଡ ହେଲେ ଛକ ପାଖ ଆମ ରବିର ଚାହା ଦୋକାନ ସେଠି କାହା ନା କାହା ସହିତ କଥା ଚାଲିଯିବ ବ୍ୟସ୍ତ ବହୁଳ ଦିଲ୍ଲୀଠୁ ଭଙ୍ଗା ଗ୍ୟାସ୍ ଚୁଲି ପର୍ଯ୍ୟନ୍ତ ଗୋଟେ ଭାଲୁ ଗଫ ମାନେ ଆବୁରୁ ଜାବୁରୁ ରାମ୍ପୁଡା କଥା.. ଗୁଡାଏ ଚାହା ଦୋକାନ ପୁରା ଫାଙ୍କା ଚାହା ଗ୍ଲାସ ଧରି ବସିଲି ଟଳ ମଳ କଣ୍ଟା ହୁଗୁଳା ଟେମ୍ପେରାରି କାଠ ପଟାର ବେଞ୍ଚ୍ ଉପରେ.. ହଠାତ୍ କାନକୁ କିଛି ପ୍ରବଚନ ଶୁଣାଗଲା..ବୋଧେ କବି ଦୁଇଜଣ ସେପାଖ ଖାଲି ବାରଣ୍ତାରେ ଚାହା ପିଆ ସାରି ହୃଦୟ ଖୋଲି ଦେଇଛନ୍ତି..ଯା..ଲୋ ଭାସି ଭାସି ଯା କହି କି ..

- ଭାଇ..ନାରୀର ଚତିତ୍ର ଆଉ ପୁରୁଷର ଭାଗ୍ୟ ବିଧାତାକୁ ବି ଅଜଣା ଏକଥା ମୁଁ ନୁହଁ .. ମୁଁ କିଏ ଏମିତି କଥା କହିବାକୁ ଏସବୁର ନାଆଁ ଗନ୍ଧ ହିଁ ମୁଁ ଜାଣିନି ନ ହେଲେ ଅଣ୍ଟେ ପଙ୍କରେ ପଶି ଏମତି ଘାଲି ଘୁଲି ହେଉ ନଥାନ୍ତି..ଏ କଥା ସ୍ଵୟଂ ଭଗବାନ୍ ନିଜେ ମାନେ ସ୍ଵଦେହରେ କହିଦେଇଛନ୍ତି. ବୋଧେ..

ଦେଖ ମଣିଷ ଯାହା କହେ.. ଜାଣେ ତାହା କରି ପାରେନା ନିଶା ଖରାପ କିଏ ଜାଣିନି ତଥାପି ଖୁବ୍ ବିକା କଣା ଚାଲିଛି..ନା..ନାଇଁ..ମୁଁ ସିଗ୍ରେଟ୍ 10 ଥର ତୁମେ ଭାଙ୍ଗ 20 ଥର ଛାଡିଲେ ବି ନିର୍ମୁଳ କରି ପାରିଲେ କି..? ସେମିତି ଏଠି ସ୍ଵୟଂ ଭଗବାନ୍ ରାଧେ ରାଧେ ହେଇ କାନ୍ଦି କାନ୍ଦି ମରୁଥିଲେ ନିଜେ..। ମାୟାଧରଙ୍କୁ ଯୋଉଠି ମାୟା ଧରି ଦେଉଛି ଆମେ ତ ଛାର.. ନଗନ୍ୟ ମାନବ ମାତ୍ର.. ଆମକୁ ଆଉ ଛାଡିବ ନା..?

ଦେଖ..ପୁରୁଷର ଭାଗ୍ୟ କିଏ ଜାଣି ପାରିବ..? ମୋର ଇନ୍ କମ୍ ନଥିଲା ବୋଲି ମୋ ଶଶୁର ମାନେ ଯିଏ ହେଇଥାନ୍ତେ..ବା ହଉ ହଉ ଆଉ ହେଲାନି..ତାଙ୍କରି କଥା..କହୁଛି..ତା ବୋଲି ମୁଁ କଣ ଇନ୍ କମ୍ କଲିନି ? ବଡ ସାହିରେ ଘର..ମାର୍କେଟର ଦୋକାନ ଘର..ଆଉ ବାଇପାସ୍ ପାଖରେ 60 କୁ 80ର ପ୍ଳଟ୍ କଣ ତା ବୋପା ମୋ ନାଁ ରେପଟ୍ଟା କରିଦେଲା..?

ସବୁ ମୁଁ କିଣିଲି..।

ଶଃ..ଏବେ ତାର ଛୁଆ କଲେଜରେ ପଢୁଛି..ଏକା ଏକା ଦେଖା ହେଇଗଲେ ଘଣ୍ଟେ ଦୁଃଖସୁଖ ହବ ସଁ ..ସଁ କାନ୍ଦିବ...ତା ସ୍ଵାମୀ ଗୁଣର ନୁହଁ .ମନ ବୁଝୁନି..ଭଲ ପାଉନି ଆଉ ଗୋଟେ କାହା ସାଙ୍ଗରେ..ଏଃ..ଦୁନିଆ କଥା ଆଉ କହି ପାରିବିନି..।

ବୁଝେଇବି ..ଲୁହ ପୋଛି ଛଳ ଛଳ ଆଖିରେ ହସିବ ଆମ ସମୟର ଅକୁହା କଥା ସବୁ କହି..ସେ ଦିନ ଭଳି ଛାତିଟା କୋରି ବିଦାରି ହେଇଯିବ ହେଲେ କଣ ହବ..? ନା ଆଉ ସେ ଦିନ ଅଛି ନା ବୟସ ..ନା ସେ ତୁଫାନୀ ମନ..ହାଣ୍ତି ଭଳି

ପେଟଟା ବେନିୟାନ୍ ଟିକୁ ଟେକି ରଖିଛି..ସତେ ଆସନ୍ନ ପ୍ରସବା....ଚୁଟି ଝଡି ଝଡି ଆଗପଟଟା ହେଲ୍ ମେଟ୍ ଭଳିଆ ଦେଖା ଗଲାଣି..ପାଟିରୁ ଚବିଶ ଘଣ୍ଟା ସିଗାରେଟ୍ ଗନ୍ଧ । ଏମିତିରେ ପଖା ପାଖି ବସି ପୁରୁଣା ସ୍ମୃତି ରୁ ମଜା ନେବାକୁ ବି ସରମ ଲାଗୁଛି..ତା ଛଡା ପୋଡା ତିଅଣ ରେ ...ସର୍କ ତେଲ ଲୁଣ ଛୁଙ୍କ ..ଏସବୁ ମର୍ଖ ମାନଙ୍କର କାମ..

ଏବେ ତ ମନକୁ ଗୋଟେ କଥା ଆସୁଛି ଶଃ ଏ ନାରୀ ହୃଦୟକୁ ବିଧାତା ଅନ୍ଧାର ରେ ନା ଆଲୁଅରେ ବସି ଗଢିଥିଲା.. କେଜାଣି..? ପରୁଷ ଗୁଡା ସ୍ନେହ ପ୍ରେମ ଶୁନ୍ୟ କାଠ ପଥର ହୃଦୟ ର ଆଉ ନାରୀ ପ୍ରେମ ପୂର୍ଣ୍ଣ ରସାଳ..ଲାଗୁଛି ଏଇ ପଦକ ଯୋଉ ମହାତ୍ମା ଲେଖିଥିଲେ ବୋଧେ ତାଙ୍କର ବି ତୁମ ଭଳି ଟିକେ ଭାଙ୍ଗ ଅଭ୍ୟାସ ଥିଲା..

ନୋହିଲେ ନାରୀ ଯିଏ ଜନ୍ମ ପରେ ବାପା ମାଁ ଭାଇ ଭଉଣୀଙ୍କୁ ଜୀବନ କରିଥାଏ ବିବାହ ପରେ ସ୍ଵାମୀକୁ.. ପୁଅ ଝିଅ ହେଲେ ସେମାନେ ଜୀବନଠୁ ବେଶି.. ନାତି ନାତୁଣୀ ତ ସ୍ଵର୍ଗରୁ ଗଳି ପଡିଛନ୍ତି ସତେ.. ଜୀବନରେ ଏମାନେ କୋଉ ସମ୍ପର୍କରେ ବାନ୍ଧି ହୁଅନ୍ତି ସତରେ..। ସତରେ କାହାକୁ ଜୀବନ ଦେଇ ଭଲ ପାଆନ୍ତି ଏମାନେ..??? ଆଃ..

- ଆଛା ଭାଇ ଆପଣ ମୋ ଆଗରେ ଏବେ ଯୋଉ ସୁନ୍ଦର କାହାଣୀର ଅବତାରଣା କଲେ କାହିଁ fbରେ ଆପଣଙ୍କର ଏତେ କାହାଣୀ ମାନଙ୍କ ଭିତରେ ଏମିତି କାହାଣୀ ଖଣ୍ତେ ତ ମୁଁ କାହୁଁ କେବେ ପଢିପାରିନି. ।

ମୋ କବିତା କଥା ଶୁଣିଲେ ଆପଣ ହସିବେ.. ମୁଁ ଅବେଳରେ କବିତା ପୋଷ୍ଟ୍ କରେ ବହୁତ ଲମ୍ବା କବିତା ଦିଏ ଏଣୁ ଲାଇକ୍ କମେଣ୍ଟ୍ କମ୍ ଆସେ..ଲାଇକ୍ କମେଣ୍ଟ୍ କମ୍ ଆସିବାର ଆଉ ଗୋଟେ ପ୍ରମୁଖ କାରଣ ମୁଁ କହଛି ଆପଣ ଶୁଣନ୍ତୁ ମନ ପାଇଲେ.ହଁ.କହିବେ..ନହେଲେ ନାହିଁ

ମୋର ସବୁ କବିତା ଆଉ କାହାଣୀ ପ୍ରେମ ନହେଲେ ବିରହ ର ବା ଫେଣ୍ଟା ଫେଣ୍ଟି.. ଏଣୁ..ଘର ଲୋକ ,ବନ୍ଧୁ ବାନ୍ଧବ,..ସ୍ତ୍ରୀ ଲୋକ,..ଅବିବାହିତ ଝିଅ , ଭଦ୍ର ଲୋକ ' ବୟସ୍କ ଲୋକ,କିଏ ଉଁ..ଚୁଁ କରନ୍ତିନି.. କଲେଜ ପଢା ପିଲା ଡରନ୍ତି ଲାଇକ୍ କମେଣ୍ଟ୍ ଦବାକୁ ତା ମାନେ ଆପଣ କଣ ଭାବୁଛନ୍ତି କେହି ପଢୁ ନାହାନ୍ତି ନା...।ମୋ କାହାଣୀ କବିତା ସମସ୍ତେ ପଢନ୍ତି .fb ଖୋଲି ପ୍ରଥମେ ମୋ ଲେଖା ଏକ ନିଶ୍ଵାସରେ ପଢିବେ ତା ପରେ ଆଉ କୋଉ ପୋଷ୍ଟ୍..ଜାଣିଛନ୍ତି..?କାହିଁକି ନା ମୋ ପୋଷ୍ଟ୍ ରେ ଯୋଉ ବର୍ଷା ବୈଶାଖ ବସନ୍ତ ପ୍ରେମ ସାତ ରଙ୍ଗର ପିଆଲା..ବିରହର ନଇ ଜୁଇ ଆଉ କୋଉଠି ଅଛି କହିଲେ..?

ହା..ହା..ହା..

ଜାଣିଛ ପ୍ରେମରେ ମାଡ ଖାଇଥିବା ସବୁ ଲୋକଙ୍କ ଭିଡ ଏବେ fbରେ..।

ନିଜ ନିଜ କବିତାର କମେଣ୍ଟ୍ ଲାଇକ୍ ଗଣିବାରେ ଆଜି କାଲି ଭାରି ବ୍ୟସ୍ତ ସେମାନେ..

ଆଉ କଣ ବା କରିବେ ବିଚରା ଗୁଡାକ..।

ମନକୁ ବୁଝିଇ ..ଭାବୁଛନ୍ତି..

ଅଃ..କି ଧୋକା ଦେଲୁ..ଲୋ

552..ଲାଇକ୍..487.କମେଣ୍ଟ୍ ଆସିଗଲା..

ଯା.

ଶଳା...

ହା..ହା..ହା..

ମୁଁ ବି ହସୁଥିଲି ସେମାନଙ୍କ ସହିତ..ହାଃ..ହାଃ..ହାଃ..

****************

॥ ଜୟ ଜଗନ୍ନାଥ ॥

bhabani charan mishra.

mohana ( gajapati )


Rate this content
Log in

Similar oriya story from Comedy