ମା ଓ ମମତା
ମା ଓ ମମତା
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
ମା
ମା ଠାରୁ ବେଶି ସ୍ନେହ ବେଶି ତ୍ୟାଗ ବେଶି ତପସ୍ୟା ଏ ସଂସାର ରେ ଆଉ କେହି କରି ପାରିବେ ନାହିଁ।
ଗୋଟେ ଛୁଆ ତା ମା ଗର୍ଭରେ ଆଠ ମାସ ରହିବା ପରେ ହଠାତ୍ ଦିନେ ଭଗବାନ ଙ୍କୁ ପ୍ରଶ୍ନ କଲା ପ୍ରଭୁ ମୁଁ ତ ବହୁତ ଛୋଟ ନିଜ କାମ ନିଜେ କରି ପାରୁନି ମୁଁ ପୁଣି ସଂସାରକୁ ଯାଇ କରିବି କ'ଣ ?
ଦୟାକରି ଆପଣ ମତେ ଆପଣଙ୍କ ନିକଟରେ ରହିବାକୁ ଦିଅନ୍ତୁ ମୁଁ ସଂସାରକୁ ଯିବା ପାଇଁ ଚାହୁଁନାହିଁ।
ଛୁଆ ଟିି କଥା ଶୁଣିି ଭଗବାନ କହିଲେ ବ୍ୟସ୍ତ ହୁଅନି ମୋ ପାଖରେ ଅନେକ ଫରିସ୍ତା ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ମୁଁ ତୁମ ପାଇଁ ଜଣଙ୍କୁ ବାଛିଚି। ଯିଏ ତୁମର ଧ୍ୟାନ ରଖିବ।
ସେ
ତୁମପାଇଁ ନାଚିବ,ସେ ତୁମ ପାଇଁ ଗାଇବ ସେ ତୁମ ପାଇଁ ହସିବ ଯାହା ଭଲ ପାଇବା କୁ ତୁମେ ଅତି ସହଜରେ ଅନୁଭବ କରି ପାରିବ।
ସେ ତୁମକୁ ଅତି ମଧୁର ମଧୁର କଥା କହିବ ତା ସ୍ନେହ ଡୋରିରେ ଏମିତି ବାନ୍ଧି ଦେବ ଯେ ତୁମେ ମତେ ମଧ୍ୟ ଭୁଲି ଯିବ।
ସେ ତୁମକୁ କଥା କହିବା ଶିଖାଇବ ଭଗବାନ ଙ୍କୁ ଭକ୍ତି କରିବା ଶିଖାଇବ। ସେ ତୁମକୁ ସବୁ ବିପଦରୁ ରକ୍ଷା କରିବ।
ତା ନିଜର ଜୀବନ ଚାଲି ଯାଉ ପଛେ କିନ୍ତୁ ତୁମ ଦେହରେ ଧୂଳି ପକାଇବାକୁ ସୁଯୋଗ ଦେବନି। ମୋଠାରୁ ଅଧିକ ଧ୍ୟାନ ସେ ତୁମର ରଖିବ।
ଯାହାର ନାଁ ମୁଁ ରଖିଛି ମା ଯେଉଁ ଶବ୍ଦ ଉଚ୍ଚାରଣ କଲା ପରେ ଅପୁର୍ବ ଶାନ୍ତି ଅନୁଭବ ହେବ।