Satyabati Swain

Tragedy

3  

Satyabati Swain

Tragedy

ମା ଛେଉଣ୍ଡ

ମା ଛେଉଣ୍ଡ

2 mins
214



କି ବୋହୁ କରିକି ଆଣିଛୁ କି ଲୋ ଶଶୀ ! କାହାକୁ କଥା ପଦେ କହୁନି।ଭାରି ଗଉଁ ତୋ ବୋହୂର।


ନାଇଁ ମ ଖୁଡି ଭାରି ଭଲ ବୋହୁଟିଏ।ନୂଆ ନୂଆ ଆସିଛି ତ ଜାଣିନି କାହାକୁ।ବଳେ ଚିହ୍ନି ଗଲେ ନିଜେ ତୁମ ହାତ ଧରି ପାଖରେ ବସେଇ କହିବ ,ଆଈ ଗୋଟେ ହସ କଥା କହିଲ।ତୁମର ତ ଖୁଡି ସବୁ କଥାରେ ଢଗ ଢମାଳି।ତୁମ କଥା ଶୁଣିଲେ ପେଟ ପୂରିଯାଏ।ଯେତେ ମନ ଦୁଃଖ ହୋଇଥାଉ ତୁମ କଥା ଶୁଣିଲେ  ସବୁ ଉଭେଇ ଯାଏ।


ସତେ କି ଶଶୀ ! ହେଲେ ତୋ ବୋହୂକୁ କହିଦେ ଉଷୁନା ହାଣ୍ଡି ମୁହଁ ମୋତେ ଜମା ଭଲ ଲାଗେନି। କିଏ ଯେମିତି ହଜାରେ ବାର ଶହ ଖାଇ ଯାଇଛି, ସେମିତି ମୁହଁଟି କରି ବସିଛି।ବାହାଘର ପନ୍ଦର କୋଡିଏ ଦିନରୁ ଉର୍ଦ୍ଧ ହେଲାଣି।ଆଉ କେଉଁ ଦିନ କାହାକୁ ଚିହ୍ନିବ!


ଚିହ୍ନିବ ଚିହ୍ନିବ ଖୁଡି ବ୍ୟସ୍ତ ହୁଏନି। ତୁମେ ଦିନେ ମୋତେ କହିବ, ଶଶୀ ତୁ ସତରେ ବୋହୁ ନୁହେଁ ହୀରା ଖଣ୍ଡେ ପାଇଛୁ।


ସେଇଆ ହେଉ ଲୋ ଶଶୀ। ବୋହୁ ନ ହୋଇ ସେ ତୋ ବୋଉ ହଉ।


ଆଈ ପାନ ନିଅନ୍ତୁ କହିଲା ଇଭା।


ଆ ଆ ବ ମା। ବୁଝିଲୁ ମା ମୁଁ ଟିକେ ହସ ମିଜାସିଆ ଲୋକ।ଶଶୀର ଖୁଡିଶାଶୁ ହେବି।ସତ କହିଲୁ ମା ତୁ ମୁହଁଟି ସବୁବେଳେ ଶୁଖାଇଛୁ କାହିଁକି? ଏ ବାହାଘରରେ ତୁ କଣ ଖୁସି ନୋହୁଁ। ସମ୍ରାଟ କଣ ତୋର ପସନ୍ଦ ନୁହେଁ? ଆଲୋ ମା ଯେଉଁ ଶାଶୁ ପାଇଛୁ କୋଟି ତପସ୍ୟା ବଳେ ଏମିତି ଶାଶୁ ମିଳନ୍ତି। ଜାଣି ଯିବୁଣି ନିଶ୍ଚେ।କେଡେ ସ୍ନେହୀ, ମେଳାପୀ ତୋ ଶାଶୁଟି କହିଲୁ? ଏ ଗାଁ ଟା ଯାକର ସେ ସାଙ୍ଗ।ବାପାର ସାଙ୍ଗ ପୁଅ ପୁଣି ନାତିର ବି ସାଙ୍ଗ। ତୁ ତାରି ବୋହୁ। ସବୁବେଳେ ମନ ମାରି ବସିଲେ ଲୋକେ କଣ କହିବେ ! ସାଙ୍ଗ ବୋହୁଟା ଏକାଶିଙ୍ଗା ?


ଇଭା ସାମାନ୍ୟ ହସିଲା। 


ତୋ ମା କଣ ହସ ଶିଖେଇନି କି ତୋତେ !


ମୋ ମା ନାହିଁ କହି କୋଳିମିଛି ହୋଇ ଲୁହ ଝାରି ପକେଇଲା ଇଭା।


ହଠାତ୍ ଶୋଭା ଖୁଡୀ ଥପ୍ ହୋଇଗଲେ।


ଆହା "ମା ଛେଉଣ୍ଡ "ଛୁଆ ଟା କହି କୋଳକୁ ନେଇ ଆଉଁସି ଦେଲେ।ସେଇଥିପାଇଁ ତୋର ଏ ଶୁଖିଲା ମୁହଁ।ମୁଁ ଚାଣ୍ଡାଳୁଣୀ ନଜାଣି ନ ଶୁଣି କେତେ କଣ ଭାବୁଥିଲି !


ହେଉ ମା ମନ ଦୁଖ କରନା। ତୋ ମା ନାହିଁ ବୋଲି ଈଶ୍ଵର ତୋତେ ଶଶୀ ପରି ଶାଶୁ ଦେଇଛନ୍ତି।ତୁ ତା ବୋହୁ ନୋହୁଁ, ବୋଉ, ଝିଅ।


ଶଶୀ ! ତୁ କେବେ ତୋ ବୋହୁକୁ ବୋହୁ ଭାବୁବୁ ନାହିଁ।ତାକୁ ଝିଅର ସ୍ନେହ ଦେବୁ। ମା ଛେଉଣ୍ଡ ଛୁଆ ଟା।ମୁଁ ନ ଜାଣି କେତେ କଥା କହିଗଲି। ମା ନଥିବା ଝିଅ ମନୋଦଶା ମୋଠାରୁ କିଏ ଅଧିକ ଜାଣିବ ଲୋ ଶଶୀ।

ମୁଁ ବି ଗୋଟେ ମା ଛେଉଣ୍ଡ ଝିଅ ଥିଲି ଦିନେ।


ମୋଠୁ ଅଧିକ କିଏ କହିପାରିବ ମା ଛେଉଣ୍ଡ ଝିଅ ଦୁଃଖ ! କେମିତି ଜୀବନର ପ୍ରତିଟି ନୂଆ ପାହାଚରେ କେତେ ଏକା ଥାଏ ମା ନଥିବା ଝିଅ।ନିଜ ଭିତର ବିସ୍ମୟ ଭର୍ତ୍ତୀ ପରିବର୍ତ୍ତନ ସେ ବାଣ୍ଟି ପାରେ ନାହିଁ ଲଜ୍ବାରେ କାହା ପାଖେ।ଦେଖେଇ ପାରେନି ମନର ବ୍ୟଥା। କେତେ କେତେ କୋମଳ ଜିଜ୍ଞାସା ଭିତରେ ମୋଡି ମାଡି ହୋଇ ଭାଙ୍ଗି ଭୁଙ୍ଗି ଯାଉଥାଏ ।କେହି କେବେ ହିସାବ ରଖେନା ଝିଅଟିଏ କେତେ କେତେ ଜାଗରେ ଝୁଂଟେ ମା ଟିଏ ବିନା ! ସମୟ ଦୌଡେ ବୟସ ବଢ଼େ ମା ଛାତି କୋଳ ଛାଡି ଝିଅଟିଏ ମା ସହ ବନ୍ଧୁତା ଚାହେଁ।ମନର ଅପ୍ରକାଶ୍ୟ କଥା କେମିତି ସହଭାଗିତା କରିବାକୁ ନିଃଶବ୍ଦେ କାନ୍ଦେ ।

ରଜ , କୁମାର ପୁନିଅଁ ହେଉ କି ଅନ୍ୟ କେଉଁ ପର୍ବ ପର୍ବାଣୀ ସବୁଥିରେ ଝିଅଟି ଆକୁଳ ହୋଇ ମା କୁ ଖୋଜେ।

ଶଶୀ ଲୋ ତୋ ବୋହୂକୁ ମାର ସ୍ନେହ ଦେବାରେ କେବେ ଉଣା କରିବୁ ନାହିଁ,ତୋତେ ମୋ ରାଣ।



Rate this content
Log in

Similar oriya story from Tragedy