STORYMIRROR

Samar Ballav Bhoi

Tragedy Inspirational Children

3  

Samar Ballav Bhoi

Tragedy Inspirational Children

ଲୁହ

ଲୁହ

2 mins
274


ଜେଜେ ବଡ଼ ପାଟିରେ, ଆରେ ନାତିଆ ଟୋକା କୁଆଡେ଼ ଗଲୁ ଆରେ ସନା କୁଆଡେ଼ ଗଲୁ, ମୋ ଡାକ ତତେ ଶୁଭୁଛି ନା ଶୁଭୁ ନି, ସନା ଆମ୍ବ ଗଛରେ ଚଢି ଗାଁ ପାଖ ଚାଷ ଜମିର ସବୁଜିମା କୁ ଲକ୍ଷ୍ୟ କରୁଥାଏ । ଜେଜେବାପାଙ୍କ ଡାକ ଶୁଣି ସନା ଆମ୍ବ ଗଛରୁ ଓହ୍ଲାଇ ଆସି ପାଖରେ ପହଞ୍ଚିଲା। ଧଅଁସି ଧଅଁସି କହିଲା, ଜେଜେ କ'ଣ ଏତେ ଜୋରରେ ଚିଲେଇ ଡାକୁଥିଲେ କ'ଣ କିଛି ଦରକାର ଥିଲା

କି? ନାହିଁ ରେ ସନା ସେମିତି କିଛି ବିଶେଷ ନୁହେଁ। ମୁଁ ଗୋଟିଏ କଥା କହିବାକୁ ଚାହୁଁଛି, ତୁ ଖାଲି ପାଠ ପଢ଼ୁଛୁ ବାହାର କଥା କିଛି ଜାଣିପରୁନଥିବୁ ସେହି ବିଷୟରେ କିଛି ଜଣାଇବାକୁ ମୋର ଇଛାଅଛି ଏମିତି ତ ଅନେକ କିଛି ମୋ ପାଖରୁ ଶୁଣୁଛୁ ସେହି ବିଷୟରେ ତୁ ଏ ପର୍ଯ୍ୟନ୍ତ କିଛି ଜାଣି ନାହୁଁ।ହଉ ଜେଜେ କୁହ! ମୁଁ ଶୁଣିବି, ଯଦି ମୋତେ ଭଲ ଲାଗେ ତେବେ ମୋ ସାଙ୍ଗ ମାନଙ୍କୁ ମଧ୍ୟ ଜଣାଇବି।  ଜେଜେ ଆରମ୍ଭ କଲେ, ବୁଝିଲୁ ସନା ମଣିଷର ଜନମ ସାଥେ ସାଥେ ମରଣ ଲିଖିତ, ମରଣ ସୁନିଶ୍ଚିତ ମଣିଷ ମରଣ ଅଛି ଜାଣି ସୁଧା ଭୁଲ୍ କରିବାକୁ କେବେ ପଛାଇ ନଥାଏ। ଶୁଣ ସନା, ତୁ ଯେତେବେଳେ କାନ୍ଦୁ ତୋ ଆଖିରେ ଲୁହ ଆସେ ନା? ହଁ ମୋ ଆଖିରେ ଲୁହ ଆସେ, କାହିଁକି ଆସେ କହିଲୁ, କାହିଁକି ନା ମୁଁ ବଦମାସ କଲେ ମା ମୋତେ ରାଗରେ ମାରନ୍ତି ସେଥିପାଇଁ ମୁଁ ଯୋର ଧରି କାନ୍ଦେ ଠିକ୍ ସେହିପରି ଜଣେ ଦୁଃଖିନୀ ମା ଯେତେବେଳେ ତା ପୁଅ ବୋହୁଙ୍କ ଠାରୁ ଆଶାତୀତ ସେବା ନପାଏ ତେବେ ସେ ମା ମନରେ ଦୁଃଖ ଆସିବ କି ନାହିଁ? ସନା ହଁ ମାରୁଥାଏ,ଏମଝିରେ ମଝିରେ ପ୍ରଶ୍ନ ବି କରୁଥାଏ ଜେଜେ ମୋତେ ଆପଣ କୁହନ୍ତୁ ମଣିଷଟି ବାପା ମାଙ୍କ ଠାରୁ ଜନ୍ମ ଗ୍ରହଣ କରି ଶେଷରେ ସେ ତାଙ୍କୁ ହିଁ ହଇରାଣ କରିବାକୁ ପଛାଇ ନଥାଏ ।କାହିଁକି ? ଆରେ ବାବୁ ସନା ମୁଁ ସେହି କଥା ତୋତେ ବୁଝେଇବାକୁ ଚେଷ୍ଟା କରୁଛି ଯେ ମଣିଷ ଜନ୍ମ ହୋଇ ବଡ଼ ହୋଇଗଲା ପରେ ସେ ସବୁକିଛି ଭୁଲିଯାଏ କିମ୍ବା କର୍ତ୍ତବ୍ୟବୋଧ କୁ ବୋଝ ବୋଲି ଭାବେ, ଯାହା ଦ୍ଵାରା ଜନ୍ମିତ ବାପା ମା ଦୁଃଖକଷ୍ଟ ଭୋଗ କରିଥାନ୍ତି, ଶେଷ ମୁହୁର୍ତ୍ତ ରେ ତାଙ୍କ ଆଖିରୁ ଅନବରତ ଲୁହର ଶ୍ରାବଣୀ ଧାର ବୋହି ଚାଲେ ସେ କେବେ ସୁଖେ ନାହିଁ ବୁଝିଗଲି ଜେଜେ , ତେବେ ଆପଣଙ୍କ ଆଖିରେ କେବେ ଲୁହ ଆସେନି? ଆସେ ସେତେବେଳେ ମୁଁ ତୋ ଖୁସି ଭିତରେ ମୋ ଲୁହକୁ ପିଇଯାଏ। ଜେଜେ ମୁଁ ଆଉକିଛି ଶୁଣି ବି ନାହିଁ ଏତିକି ଥାଉ। ପୁଣି ଯଦି ଆଖିରେ ଲୁହ ଆସେ ମୋତେ କହିବ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy