Ajit Naik

Drama Tragedy


4.5  

Ajit Naik

Drama Tragedy


ଲୁହ:- ଜଳ ନା ଜ୍ୱାଳା

ଲୁହ:- ଜଳ ନା ଜ୍ୱାଳା

6 mins 11.8K 6 mins 11.8K

ଡାକ୍ତର ଖାନାର ମନବିଜ୍ଞାନ ବିଭାଗରେ ଜଣେ ରୋଗୀ ମୋତେ କ୍ଷମାକର ମୋତେ କ୍ଷମାକର କହି ଚିତ୍କାର କରୁଛି । ଆତ୍ମିୟ ସ୍ୱଜନଙ୍କ ବେଶଭୂଷା ପରିପାଟ୍ଟୀରୁ ଆଭିଜାତ୍ୟର ଝଲକ ଦେଖାଯାଉଛି । ରୋଗୀର ମାନସିକ ରୋଗର ଲକ୍ଷଣ ପ୍ରଥମ ସ୍ତରର ବୋଲି ଡାକ୍ତର କହୁଛନ୍ତି । ରୋଗୀର ଧୀରେ ଧୀରେ ଚେତନ ଶକ୍ତି ଫେରିବାରେ ଲାଗୁଛି ,ମୁଣ୍ଡକୁ ଏକ ବଡ ଲୁହାରଡରେ ବାଡଇଲା ପରି ଅନୁଭବ ହେଉଛି । ପରେ ତାଙ୍କର ପ୍ରତୀତ ହେଉଛି ସେ କିଏ ? ଓ ଏଠାକୁ ଆସିବାର କାରଣ ରେ ତାଙ୍କୁ ମନେପଡୁଛି.....ସେ ରତ୍ନାକର । ଧୀରେ ଧୀରେ ମନେ ପଡୁଛି ।


ତାହାର ଏକ ବିଶାଳ ପ୍ରକାଣ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ସଂପର୍ଣ୍ଣ ବଙ୍ଗଳାର ସମୂଖ ଭାଗରେ ସବୁଜ ଘାସ ଗାଲିଚା ପୂର୍ଣ୍ଣ ପଡିଆରେ ଏକାନ୍ତ ଭାବରେ ବସି ଗଡି ଗଡିକା କାନ୍ଦିବାର ଦୃଶ୍ୟ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବ । କିନ୍ତୁ କାହିଁକି ହସ ଯେପରି ଜୀବନର ଏକ ଅଂଶ ସେହିପରି କାନ୍ଦ ଅନ୍ୟ ଏକ ଅଂଶ ତେଣୁ ଆଶ୍ଚର୍ଯ୍ୟ ହେବାର ବା କଅଣ ରହିଛି । ଦ୍ୱିତୀୟରେ ଛୋଟ ପିଲାଙ୍କର କାନ୍ଦିବା ଏକ ସ୍ୱଭାବିକ ନହେଲେ ବି ଏକ ପ୍ରମୁଖ ଉପାଦାନ ନିଜର ଆକାଂକ୍ଷା ପୂରଣ କରିବାର ଆଧାରରେ । ତେବେ ଉପରୋକ୍ତିର ଆବଶ୍ୟକତା ନାହିଁ କହିଲେ ଚଳିବ ପରନ୍ତୁ ଯଦି ବୟସର ମଧ୍ୟ୍ୟାହ୍ନରେ ଏହି ଦୃଶ୍ୟର ପରି କଳ୍ପନା କରିବା ତେବେ ମନରେ ଏକ କାଳ୍ପନିକ ଚିତ୍ର ମାନସପଟରେ ଆସି ଉଭା ହୋଇଥାଏ, ଯଥା-ମାନସିକ ବିକୃତି, ବ୍ୟବସାୟିକ ଖଳନ,ଚାକିରିରୁ ବରଖାସ୍ତ,ପାରିବାରିକ କଳହ, ହାରିବାର ଭୟ ବା କିଛି ହରାଇବାର ଶଙ୍କା । ରତ୍ନାକରଙ୍କର କିନ୍ତୁ ଏପରି କୌଣସି ଅସୁବିଧାର ସମୁଖୀନ ହେବାର ନଜିର ଆସିନପାରେ କାରଣ ତାଙ୍କୁ ଏକ ଆଭିଜାତ୍ୟ ସଂପର୍ଣ୍ଣ ପ୍ରଶାସନିକ ଅଧିକାରୀ ଭାବରେ ତାଙ୍କର କାର୍ଯ୍ୟଦକ୍ଷତାରେ ସମସ୍ତେ ଶତମୁଖ । ବ୍ୟବସାୟରେ ତାଙ୍କର କୌଣସି ଅଂଶିଦାର ନ ଥିଲା ସୁନ୍ଦରୀ ଧର୍ମପତ୍ନୀ ଓ ଅପତ୍ୟଙ୍କୁ ନେଇ ତାଙ୍କର ସୁଖର ସଂସାର । ଚତୁର ବୁଦ୍ଧି ସଂପର୍ଣ୍ଣ ତେଣୁ ହାରିବା ବା ହରାଇବାର କୌଣସି ଦୁଃଖ ତାଙ୍କୁ କାନ୍ଦିବାକୁ ଖରାକ ଯୋଗାଇବାରେ ଅକ୍ଷମ । ବର୍ତ୍ତମାନ ପ୍ରଶ୍ନ ଉଙ୍କି ମାରିବ ନିଶ୍ଚିତ ଯେ ସେ କାନ୍ଦିବାର କାରଣ କଅଣ ?

ତେବେ ଜୀବନ ସହିତ ସଂଯୋଗରେ ରହୁଥିବା ପିତୃସ୍ଥାନୀୟ ଓ ମାତୃସ୍ଥାନୀୟ ପାରିବାରିକ ସମସ୍ୟାର କୌଣସି ବିପତ୍ତିର ଆଭାସ ମିଳି ନ ଥାଲା ତାଙ୍କୁ କାରଣ ତାଙ୍କର ବୃଦ୍ଧ ପାତାମାତାଙ୍କର ବର୍ତ୍ତମାନ ଜୀବନରର ଶେଷ ସମୟ ସ୍ମାଟ୍ ସହରରେ କାଟିବାର ସୁଯୋଗ ସୁନାପୁଣା ପୁଅର ଉତ୍ତର ଦାୟିତ୍ୱରୁ ସମ୍ଭବ ହୋଇପାରିଛି । ସେମାନଙ୍କର ସମସ୍ତ ଆନୁସାଙ୍ଗିକ କାର୍ଯ୍ୟ ପାଇଁ ସହାୟକ ଓ ସହାୟିକାଙ୍କର ବନ୍ଦୋବସ୍ତ ହୋଇଛି । ନନ୍ଦିନୀ ଦେବୀ(ରତ୍ନାକରଙ୍କର ପତ୍ନୀ)ଙ୍କର ପିତାମାତା ପ୍ରତିଷ୍ଠିତ ବ୍ୟବସାୟ ତେଣୁ ତାଙ୍କର ସଂସାରିକ ଦୁଃଖରେ ସହଭାଗିତା ଦୃଷ୍ଟିଗୋଚର ହୋଇନପାରେ ।


ଏବେ ବି ପ୍ରଥମ ପ୍ରଶ୍ନର ଉତ୍ତର ମିଳିପାରୁ ନାହିଁ । କିନ୍ତୁ ଯେକେହି ଯେତେ ଧନ ସମ୍ପଦ,ଆଭିଜାତ୍ୟ ଓ ସୁଖ ସମୃର୍ଦ୍ଧିରେ ପରିପୃର୍ଣ୍ଣ ହୋଇଥିଲେ ମଧ୍ୟ ଦୁଃଖ ବିଶ୍ୱସ୍ତ ସଖା ପରି ଦିନ ଅଦିନରେ ଆସି ବେଳ ଅବେଳରେ ଉଭା ହୋଇଯାଇଥାଏ ଏକଥାକୁ କେହି ଅକାଟ୍ୟ କରିପାରିବେ ନାହିଁ । କିନ୍ତୁ ପରିବାରର ହାବଭାବରୁ କିଛି ଏପରି କ୍ରନ୍ଦନର ଘଟଣାର କିଛି ସୁରାକ ମିଳିପାରୁ ନାହିଁ । ଯେପରି ଦେଖନ୍ତୁ ପୁଅ ଆରୟାନ୍ ମୋବାଇଲରେ କିଛି ଅଦ୍ଭୁତ କ୍ରୀଡାରେ ନିମଗ୍ନ କିନ୍ତୁ ବେଳେବେଳେ ସନିପାତ ରୋଗରେ ପଡି ବିଳିବିଳେଲା ପରି କହି ଉଠୁଛି "ସେପଟେ ଗୋଲା ଧର" "ମାର୍ ମାର୍ " "ପିଛ୍ଛାକର ମୋତେ" "ବ୍ୟାକଅପ ଦେ" ଆଉ ଝିଅ କଥା ନକହିବା ଭଲ ମୋବାଇଲ୍ ବିନା ଯେପରି ତାହାର ଖାଦ୍ୟ ହଜମ ହୁଏ ନାହିଁ । ନନ୍ଦିନୀ ଦେବୀଙ୍କର ଏ ଅଞ୍ଚଳରେ ଖୁବ୍ ପତିଆର ତେଣୁ ତାଙ୍କର ଅଧିକାଂଶ ସମୟ ସଭା ସମିତି କିମ୍ୱା ବିୟୁଟି ପାର୍ଲରରେ ସାଜସଜାରେ କଟିଥାଏ । ତେଣୁ ତାଙ୍କର ପାରିବାରିକ ଜଞ୍ଜାଳରେ ଟିକିଏ ଢିଲାପଣ ଦେଖିବାକୁ ମିଳିଥାଏ । କାହିଁକି ବା ନହେବ ସେ ପିଲାଟି ଦିନରୁ ଏହିପରି ସଭ୍ୟତାରେ ବଢି ଆସିଛନ୍ତି । ଯେତେହେଲେ ବି ସେ ସହରର ବିଶିଷ୍ଟ ଶିଳ୍ପପତିଙ୍କର ଏକମାତ୍ର ଝିଅ । ଏପଟେ ମୁଁ ମୁଖ୍ୟ ପ୍ରସଙ୍ଗ କାନ୍ଦିବାରୁ ଓହରି ଗଲିଣି । ରତ୍ନାକର ବାବୁ କିନ୍ତୁ ଏକ ଗରିବ ପରିବାରରୁ ମାଆବାପାଙ୍କର ଅକ୍ଳାନ୍ତ ପରିଶ୍ରମ ଓ ନିଜର ଅଧବ୍ୟସାୟ ବଳରେ ଆଜି ଆସି ନିପଟ ମଫସଲ ଗାଁରୁ ଆସି ଉପ-ଜିଲ୍ଲାପାଳ ପଦବୀରେ ଅଧିଷ୍ଠିତ । ତେଣୁ ସବୁବେଳେ ସେ ତାଙ୍କର ଉନ୍ନତିର ଶ୍ରେୟ ତାଙ୍କର ପିତାମାତାଙ୍କୁ ଦିଅନ୍ତି ତେଣୁ ଚିରାଚରିତ ଢଙ୍ଗରେ ସେ ପିତାମାତାଙ୍କର ଅବସନ୍ନ ବୟସରେ ତାଙ୍କର ଜୀବନରେ ସମସ୍ତ ଅପୂରଣୀୟ ଇଚ୍ଛାକୁ ପୂରଣ କରିବାର ଚେଷ୍ଟାରେ ଅନବରତ ଚେଷ୍ଚିତ ।

ପୁଣି ଭୁଲିଗଲି କାନ୍ଦିବାର ପ୍ରସଙ୍ଗ ଆଲୋଚନା କରିବାକୁ । ତେବେ କଣ ନନ୍ଦିନୀ ଦେବୀଙ୍କର ରତ୍ନାକରଙ୍କର ପିତାମାତାଙ୍କର ପ୍ରତି ବ୍ୟବହାରରେ ଅତିଷ୍ଠ ତାଙ୍କର କ୍ରନ୍ଦନର ମୁଖ୍ୟ ଉପାଦାନ । କିନ୍ତୁ ଆଶ୍ଚର୍ଯ୍ୟ ବିଡମ୍ୱନା ଏପରି କିଛି ବି ଘଟଣାର ଆଭାସ ରତ୍ନାକର ପାଇନାହାଁନ୍ତି ଯାହାକି ଶାଶୁ ବୋହୂଙ୍କର ସମ୍ପର୍କରେ ଭଟ୍ଟା ଆଣିବାରେ ସହାୟକ ହୋଇଥାଏ ବଂର ସେ ତାଙ୍କ ଧର୍ମପତ୍ନୀଙ୍କର ଶାଶୁଶଶୁରଙ୍କର ସେବା ଶୁଶ୍ରୂର୍ଷାର ପ୍ରସଂଶା ଅନ୍ୟ ମୁଁହରୁ ଶୁଣିଛନ୍ତି । ଯାହା ତାଙ୍କୁ ତାଙ୍କ ଧର୍ମପତ୍ନୀଙ୍କ ପ୍ରତି ସ୍ନମାନ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଆଉ ଏପଟେ ସେପଟେ ନହୋଇ ସେଦିନର ଘଟଣା କ୍ରମକୁ ଆସିଲେ । ହୁଏତ କ୍ରନ୍ଦନର ପ୍ରତିଭାତ ସମସ୍ତଙ୍କୁ ହୋଇପାରିବ । ସେଦିନ ରବିବାର ଥିବାରୁ ବାବୁ ରତ୍ନାକର ତାଙ୍କର ମାତୃପିତୃ ଦାୟିତ୍ୱ ନିର୍ବାହନ ସ୍ୱରୂପ ସେ ତାଙ୍କ ପିତାମାତାଙ୍କର କୋଠରୀ ଆଡକୁ ଆଗେଇ ଚାଲିଛନ୍ତି । କୋଠରୀ ସମୀପ ଉପରାନ୍ତେ କିଛି ଶବ୍ଦ ତାଙ୍କ ଆଖିରୁ ଲୁହର ଧାରକୁ ଅଟକାଇ ପାରିଲାନାହିଁ । ମାଆ କହୁଛନ୍ତି," ରତନାଟା ସବୁବେଳେ କାମ କରିକରି ଥକି ପଡିଲାଣି ଦଣ୍ଡେ ଫୁରୁସତ ନାହିଁ " ବାପାଙ୍କର ପ୍ରତିତ୍ତର, "ଏଡେବଡ ଦାଇତ ମୁଣ୍ଡାଇଛି ରାଇଜଗୁଟାର ଜାହା ଦରକାର ଚାକର ବାକର ବୁଝୁଛନ୍ତି, ବୋହୂ ତ ସେବା କରୁଛି ଆଉ କଣ ଦରକାର ଯେ ମନ ଊଣା କର ନାହିଁ, ତାର କାମରେ ମନ ଲାଗିବ ନାହିଁ ।" "ଯାହା ହେଲେ ମୁଇଁ ମାଆ, ପୁଅର ଦୁଃଖ ଦେଖିନେ ,ମନ କସଟ ହୁଅଇ " ମାଆର ଅନାବିଳ ସ୍ନେହର ପସରା କେବେଊଣା ହୁଏନା ମାଆର ଉତ୍ତରରୁ ରତ୍ନାକର ବାବୁଙ୍କୁ ଅଧିର କରିପକାଇଲା । ସେ ଅତି ନିକଟକୁ ଗଲାରୁ ଝରକାରୁ ଦେଖୁଛନ୍ତି, ମାଆ ପାଖରେ ବସି ଶାଢି କାନିରେ ପବନ ବିଞ୍ଚି ଦେଉଛନ୍ତି ପାଖରେ ତାଙ୍କର ବାପା ଆନନ୍ଦରେ କଣ ଗୋଟଏ ଖାଦ୍ୟକୁ ଗ୍ରହଣ କରୁଛନ୍ତି । ପିଲାବେଳେ ଆମର ସଂସଦ , ବିଧାନସଭା ଏପରି ବସୁଥିଲା ବୋଉ ଖାଇବାକୁ ବାଢି ଏପରି ବିଭିନ୍ନ ପ୍ରସଙ୍ଗ ମେଲି ଦେଉଥିଲେ,ଅନ୍ୟମାନେ ଆମେ ସମସ୍ତେ ଭାଇଭଉଣୀ ମତାମତ ଦେଇଥାଉ । ଆଜି ଦେଖି ଲାଗେ ସଂସଦ ସଂଖ୍ୟାଗରିଷ୍ଠତା ହରାଇ ବସିଛି । ବାପାମାଆଙ୍କ ଠାରୁ ପ୍ରଶଂସା ଶୁଣିବାକୁ କିଏ ନ ଚାହିଁବ ତେଣୁ ସେ ଝରକା ପାଖରେ ଛିଡା ହୋଇ ତାଙ୍କରି କଥା ଶୁଣିବାକୁ ଲାଗିଲେ । " କେଉଁ ଜନ୍ମରେ କି ପୁଣ୍ୟ କରିଥିଲେ ରତନା ମାଆ ଆଜି ସୁଖ ଭୋଗ କରୁଛେ । ସେଦିନ ନାତିକୁ କଲେଜ ଗଲାବେଳେ ଥଟ୍ଟାମଜାରେ କହିଦେଲି , ଯେ ତୁମ ସବୁ କଣ କଣ ଯେ ଖାଅ ଆମକୁ ଦିନେଦିନେ ଖୁଆନ୍ତୁନି ।" ମାଆ କଥାଟିକୁ ଛଡାଇ ନେଇ କହିଲେ ,"ରତନାର ପୁଅଟା ତା ଭଳିଆ ହେବ ନା ଆଉ କାହାଭଳିଆ ହେବ।" ତାପରେ ବାପା ପୁଣି ଆରମ୍ଭ କଲେ ,"ବିରିୟାନି ଖାଲି ଶୁଣିଥିଲେ ଆଜି ନାତି ପାଇଁ ଖାଇଲେ ।" ରତ୍ନାକର ବାବୁଙ୍କର ଆଖିରୁ ଆନନ୍ଦର୍ ଲୁହର ଧାର ବୋହିବାକୁ ଲାଗିଲା ତାଙ୍କର ପୁତ୍ର କନ୍ୟାର ଉତ୍ତମ ଶିକ୍ଷାର ଝଲକ ଦେଖି ସେ ଆତ୍ମହରା ହୋଇପଡୁଛନ୍ତି ।


ତାହାଲେ କଣ ଏଥିପାଇଁ ରତ୍ନାକର ବାବୁ ଛୋଟ ପିଲାଙ୍କ ପରି କାନ୍ଦୁଥିଲେ । ତେବେ ଯେକେହି କାନ୍ଦକୁ ଦେଖି କହିବା ମୁସ୍କିଲ୍ ଯେ ସେ ଲୁହ ସୁଖର ନା ଦୁଃଖର । ପୁଣି ଲୁହକୁ ଯିଏ ନପିଇଛି ସେ ତାହାର ମାହାତ୍ମ ବୁଝିବା ଏକ କାଠିକର ପାଠ । ମନରେ ଏକ ଆନନ୍ଦ ଓ ଉଦ୍ଦୀପନାର ଆକୁଳ ଅଭିବାଦନ ଜଣାଇବାକୁ ପୁଅ ଆରୟାନ୍ ଓ ଝିଅ ଲିଲିସ୍ମିତାଙ୍କ କୋଠରୀ ଆଡକୁ ଆଗଇଲେ ବାବୁ ରତ୍ନାକର କିନ୍ତୁ ଆଜି ସେ ଦୂରରୁ ଦେଖିଲେ ସେ ଦୁହେଁ ଗୋଟିଏ କୋଠରୀରେ କଥାବାର୍ତ୍ତାରେ ମସଗୁଲ ତତସହିତ ହସର ଗୁଞ୍ଜରଣ ଧିରେ ଧିରେ ବଢିବାରେ ଲାଗିଛି । ଝିଅ ଭାଇ ପାଖରେ ଅଳି କରିବାର ଆଭାସ ପାଇ ରତ୍ନାକର ଟିକିଏ ଅଟକି ଗଲେ । ହୁଏତ ଭଲ ହୋଇଥାନ୍ତା ସେ ଫେରିଆସିଥାନ୍ତେ ନତୁବା ହଠାତ୍ ପହଁଚି ସମ୍ଭାଷଣରେ ବ୍ୟତିକ୍ରମ ପହଁଚାଇ ଦେଇଥାନ୍ତେ କିନ୍ତୁ ବିଧିର ବିଧାନରେ ଏ କଣ ଅନର୍ଥ ଘଟଣା ରତ୍ନାକରଙ୍କୁ ଶୁଣାଇବାର ଥିଲା । ଯାହା ଶୁଣି ତାଙ୍କର ପାଦତଳର ମାଟି ଖସିଗଲା ଖୁସିର ଲୁହ ବନ୍ୟାର ସୁଦୂର ପ୍ରସାରୀ ପଟୁମାଟି ପୂର୍ଣ୍ଣ ଧାନ କିଆରୀରେ ଯେପରି ଦୁଃଖର ଲୁହ ବାଲୁକା ପ୍ଲାବିତ କରି ସମସ୍ତ ଶଙ୍କା ଆଶଙ୍କାର ଏକ ଅଦୃଶ୍ୟ ପାଚେରୀ ଠିଆ କରାଇଲା ।

ଘଟଣାଟିକୁ ଏପରି ଥିଲା, ରତ୍ନାକର ଆନନ୍ଦରେ ପୁଅଙ୍କ କୋଠରୀର ପାଖରେ ପହଁଚିଲେ ଓ ଶୁଣିଲେ " ତୁମର ରୁବି ସହିତ ସମ୍ପର୍କ ମୁଁ ଆଜି ମମି ଓ ଡାଡିଙ୍କୁ କହିଦେବି ।"

ଭଉଣୀର କଥା ଶୁଣି ଭାଇ ଉତ୍ତର ଦେଉଛି "ପିଲ୍ଜି କହିବୁନି ମୋତେ ବାପା ମାରିଦେବେ ।"

" ତାହେଲେ ମୋର ଫୋରମାଇସ୍ ତୁ ପୂରଣ କଲୁନାହିଁ ,କାହିଁକି ।"

ଭଉଣୀର ଉତ୍ତର ଶୁଣି ଭାଇ କୁହନ୍ତି ," ଦେଖ ଲିଲି ମୁଁ ତୋପାଇଁ ଓ ତୋର ରୁବି ଦିଦି ପାଇଁ ଆଜି ମଟନ ବିରିୟାନି ଆଣିଥିଲି ହେଲେ । "

"ହେଲେ କଣ ହେଲା" ଲିଲିର ବୋକ୍ରକ୍ତିର ଉତ୍ତର

"ବିରିୟାନି କାହିଁ ?"

"କହିବାକୁ ଦେଲେ ସିନା ମୁଁ କହିବି ,ହେଉ ଶୁଣ ତୋର ଯେଉଁ ମ୍ୟାକ୍ ନାମ୍ନୀ ପୋଷା କୁକୁରର ତାହାକୁ ଖାଇବା ସୁଭାରମ୍ଭ କରିଦେଲା "

"ମିଛୁଆ ତୁ ସବୁତକ ସେଇ ରୁବିକୁ ଦେଇଆସି ଏଠି ପାଲା ଲଗେଇଛୁ ଗୋଟେ ଆଉ......"

"ଆରେ ମିଛ କହି ମୁଁ କଣ ରାଜନୀତି କରିବି । ପ୍ୟାକେଟ୍ ଟିକୁ ରଖି ଜାମା ବଦଳିବାକୁ ଯାଇଛି ଏପଟେ ମ୍ୟାକ୍ ଖାଇବା ଶୁଂଘି ଖାଇଲାଣି,ତୋତେ କଣ କୁକୁର ଅଇଁଠା ଦେଇଥାନ୍ତି ।"

"ମିଛର ଗୋଟେ ଲିମିଟ୍ ଥାଏ ମୋତେ କଣ ବକି ଭାବିଛୁ ।"

"ବିଶ୍ୱାସ ହେଉନି ଯା ସେ ଜଙ୍ଗଲି ମଫ ଦୁଇଟିଙ୍କୁ ଦେଇଛି ସେମାନେ କେମିତି ଖାଉଛନ୍ତି ଦେଖିବୁ ।"

"ଆ....ଛି ସେମାନଙ୍କ ପାଖକୁ ଯିବାକୁ ମୋତେ ଘୃଣା ଲାଗେ । ଦୁର୍ଗନ୍ଧ, କଥା କହିଜାଣନ୍ତି ନି ମମିଡାଡିଙ୍କୁ ଦେଖାଇବାକୁ ଯାଇଯାହା କରିବାକୁ ପଡେ ଡିସ୍କଗାଟିଙ୍ଗି ।"

"ସେମାନେ କେଉଁଦିନ ଏଠାରୁ ଯିବେ ତାକୁ ଅପେକ୍ଷା କେଉଁ ସାଙ୍ଗଙ୍କୁ ଘରକୁ ଡାକି ହେଉନି । ଯେମିତି ଦିଅଁ ସେମିତି ପୂଜା...ବୁଝିଲୁ..ତାଙ୍କୁ ସେଇ କୁକୁର ଅଇଁଠା ବିରିୟାନିଗୁଡିକ ଦେଇଦେଇଛି ।"

"ଠିକ୍ କରିଛୁ, ସେମାନେ ଏହା ଡିଜର୍ଭ କରନ୍ତି ।"

ରତ୍ନାକର ଆଉ ଧର୍ଯ୍ୟଧରି ସେଠାରେ ରହି ନିଜ ଚଳନ୍ତି ପ୍ରତିମା ଦେବତାଙ୍କର ଅପମାନ ସହିପାରିଲେ ନାହିଁ । ଆଖିରେ ଲୁହର ବନ୍ୟା ଅନବରତ ବୋହିବାକୁ ଲାଗିଲା । ଯେଉଁଠି କିଛି ସମୟ ପୂର୍ବରୁ ଆନନ୍ଦର ଲୁହ ବୋହୁଥିଲା ଏବେ ସେଠାରେ ବିଷାଦର ଲୁହ ଘର କରି ନେଲାଣି । ଆତ୍ମହରା ହୋଇ ଏକ ନିକାଞ୍ଚନ ଜାଗାରେ ଯାଇ ବସି ପଡିଲେ । କ୍ରନ୍ଦନର ଶବ୍ଦ ଯେପରି ଆଉ କାହାରିକୁ ନ ଶୁଭେ ସେଥିପାଇଁ ତାଙ୍କର ଆଉ ନିଘା ନାହିଁ । ଛୋଟ ଶିଶୁ ପରି କ୍ରନ୍ଦନର ବାରି ଝରି ପଡୁଥାଏ । ଆଖିର ଲୁହ ମନର ଲୁହକୁ ଶାନ୍ତ କରିବାରେ ଅସଫଳ ହେବାରୁ ସେ ଘାସ ଗାଲିଚାରେ ଗଡି ଗଡିକା ଲୁହକୁ ଓ ଯନ୍ତ୍ରଣାକୁ ଶାନ୍ତ କରିବାକୁ ପ୍ରଚେଷ୍ଟା । ତାଙ୍କର ମନେ ନାହିଁ କେତେ ସମୟ ସେ କାନ୍ଦିଛନ୍ତି । ହେତୁ ଆସିଲା ବେଳକୁ ଆତ୍ମୀୟ ଗହଣରେ ଏକ ଡାକ୍ତରଖାନାର ବେଡ୍ ଉପରେ ସେ ନିଜକୁ ପଆନ୍ତି ।


Rate this content
Log in

More oriya story from Ajit Naik

Similar oriya story from Drama