ଲଟେରୀ ଟିକେଟ
ଲଟେରୀ ଟିକେଟ
ଅଗା, ବଗା, ଖଗା , ଓ ହଗରା ଲଟେରୀ ଟିକେଟ କାଟି
ଆଣି ଥିଲେ । କାହିଁକି ନା ବାଜି ଜିତିବେ ବୋଲି ।
ଏକାଥରେ ସେ ମାନେ ୫୦- ୧୦୦ ଟି ଟିକିଟି କାଟି ପକାଇ ଦେଇଥାନ୍ତି । ସେଇଥି ପାଇଁ ଘରେ ଥିବା ବଡ ବଡ ମସ୍ତ ମସ୍ତ ଖାସି ଛେଳି ଓ ଦୁଧିଆଳୀ ଗାଈ ଗୁଡ଼ିକୁ ବିକି ଦେଇ ଥିଲେ ।
କାହିଁକି ନା ଅଧିକ ଟଙ୍କା ଆୟ କରି ହେବ । ସେମାନଙ୍କ ମନ ସବୁ ବେଳେ ଛନ ଛନ ହେଉ ଥାଏ । କେଉଁ ଦିନ ଲଟlରୀ ହେବ । କିପରି ଭାବରେ ସେମାନେ ପ୍ରାଇ ଜି ପାଇ ପାରିବେ ,
ଏଇ ପରି କଥା ଭାବି ଭାବି ଚାଲି ଥାନ୍ତି । ଟିକିଟି କାଟି କି ଆଣିବା ପର ଠାରୁ ୧୦ ଦିନ ବିତି ଯାଇଛି । ଆଉ ୨୦ ଟି ଦିନ ବିତାଇ ବାକୁ ପଡିବ । ଏଥି ପାଇଁ ଦିନ ରାତି ସବୁ ସମୟରେ ଚିନ୍ତା କରି ଚାଲିଥାନ୍ତି । ଆଉ ୨୦ ଦିନ ପରେ ଖେଳ ହେବ । ହଜାର ହଜାର ଲୋକ ଟିକଟ କାଟିଛନ୍ତି । କିଏ ଟଙ୍କା ପାଇବ , କିଏ ସୁନା ରୂପା ପାଇବ , କିଏ କାର ପାଇବ ,କିଏ ଖାସି ପାଇବ , କିଏ କିଏ ଗାଡି ମଟର ପାଇବେ । ଶେଷକୁ ସାନ୍ତ୍ଵନା ମୂଳକ ପୁରସ୍କାର ଭାବ ରେ ୧୧୦ ଟି କୁକୁଡ଼ା ସଣ୍ଡା ରହିଛି । ଅଗା , ବଗା , ଖଗା , ହେରିକା ଢେର୍ ଢେର୍ ପରିଶ୍ରମ କରି ଗୁଣିଆ , ଯୌତିଷ , ଆଦି ବହୁ ଲୋକ ଙ୍କ ପାଖ ରେ , ଯାଇ
ଲଟେରୀ ର ଫଳାଫଳ ଓ ଭାଗ୍ୟ ବିଷୟ ରେ ଗଣନା କରାଇ
ଅଛନ୍ତି । ସଭିଏଁ ଢେର୍ ଢେର୍ ଆଶ୍ୱାସନା ଓ ଉତ୍ସାହ ଦେଇ ଛନ୍ତି ସମସ୍ତେ ହାତ କୁ ଖାଲି କରାଇ କହନ୍ତି , ଆବେ ବେଟେ ତୁମ ମାନଙ୍କ ଭାଗ୍ୟ ଖୁବ୍ ଟାଣ ଅଛି , ତୁମେ ମାନେ ନିଶ୍ଚୟ
ଜିତି ଯିବ , ବ୍ୟସ୍ତ ହୁଅନି ,। କେତେ କେତେ ଠାକୁର , ବାକୁର ଓ ଠାକୁରାଣୀ ସ୍ଥାନ ମାନଙ୍କରେ ମାଆ ମାନଙ୍କ ପାଖରେ , ମାନସିକ କରି ଦେହୁରୀ ମାନଙ୍କୁ ଓ ଗୁଣୀଆଁ ମାନଙ୍କୁ ବହୁତ ଟଙ୍କା ଦେଇ ପୂଜା ପଶା ବେଉସା କରାଇଛନ୍ତି । ଠାକୁରlଣୀ ମାଆ ମାନ ଙ୍କ ପାଖ ରେ ୧୦୦୮ ଲେଖାଏଁ କଞ୍ଚା ନଡ଼ିଆ
କେଞ୍ଚି କେଁଚି ପିଟିବେ ବୋଲି ରାଣ ପକାଇ ଦେଇ ଛନ୍ତି ।
ଶେଷରେ ଖେଳ ଦିନ ଆସି ପହଞ୍ଚି ଗଲା । ଖେଳ ହେଲା । ସଭିଏଁ ଜିତି ଗଲେ । ଅଗା ଟା ଗୋଟେ ସାଇକେଲ ପାଇଗଲା ଆଉ ମାନେ ସାନ୍ତ୍ଵନା ମୂଳକ ପୁରସ୍କାର ଭାବ ରେ କୁକୁଡ଼ା ସଣ୍ଡା ଗୋଟେ ଲେଖାଏଁ ପାଇଲେ । ସେମାନେ ସମସ୍ତେ ଆଶା କରୁ ଥିଲେ ଯେ , ଲକ୍ଷେ ଟଙ୍କା ପୁରସ୍କାର ,ନହେଲେ , ଗାଡି ମଟର ଇତ୍ୟାଦି ଉଠିବ ବୋଲି । ଅଗା ଟା ମାତ୍ର ଗୋଟାଏ ଟିକିତି କାଟି ସାଇକେଲ ପାଇ ଗଲା । ଆଉ ସମସ୍ତେ ଶହ ଶହ ଲେଖାଏଁ ତିକିଟି କାଟି ନିଜ ନିଜ ଦୁଧିଆଳୀ ଗାଈ , ଛେଳି ଓ ଖାସି ମାନଙ୍କୁ ବିକି ଦେଇ ଶେଷ କୁ ଖାଲି ଏଇ କୁକୁଡ଼ା ସଣ୍ଡାଟେ ପାଇଲେ । କଣ ଲାଭ ହେଲା ? କାହାର ଲାଭ ହେଲା ?
ଶେଷ କୁ ସଭିଏଁ ଖୁବ୍ ଖୁସି ହୋଇ ଧୁମ୍ ଧାମ ରେ ଗୋଟେ ଫିଷ୍ଟି
ଭୋଜି ଖାଇବା ପାଇଁ ଆୟୋଜନ କଲେ । ଜିତି ଛନ୍ତି ବୋଲି
ଛାତି ଫୁଲେଇ ଉଠିଲେ । ଖାଇ ସରିଲା ପରେ ଅଗl କହି ଦେଲା ଯେ , ମୁଁ ଜିତି ଗଲି । ବଗା , ଖଗା ଓ ହଗରା ହାରି ଯାଇଛନ୍ତି ।
