ଲଷ୍ମୀ
ଲଷ୍ମୀ
କୁବେର ର ଗୋଟିଏ କଥା, ଦୂତୀୟ ବିବାହ କରିବ । ତାର ମା ମଧ୍ୟ ତାକୁ ସମର୍ଥନ କରୁଛି । ତେବେ କାହିଁକି ବିବାହ ଆଉଥରେ କରିବ? ସାମାଜିକ ପ୍ରଥା ଅନୁସାରେ ଜଣେ ପୁରୁଷ ଦୂତୀୟ ବିବାହ କରିବାକୁ ସମାଜ ସ୍ୱୀକୃତି ଦିଏ,ଯଦି ତାର ପତ୍ନୀ ସନ୍ତାନ ଜନ୍ମଦେବରେ ଅକ୍ଷମ ହୁଏ । କିନ୍ତୁ ତାର ପତ୍ନୀ ରାଧା ତ ତିନୋଟି ସନ୍ତାନର ମା । କାରଣ ହେଲା ତିନିଟିଜାଙ୍କ ଝିଅ ,କୁବେର ର ମା ରୁକ୍ମଣୀ ଦେବୀ ଏଥିପାଇଁ ପୁଅକୁ ପୁନର୍ବାର ବିବାହ କରିବାପାଇଁ ପ୍ରବତାଉଛନ୍ତି । ପୁଅ କୁବେର ମଧ୍ୟ ପୁନବିବାହ କରିବାପାଇଁ ନିଜ ପତ୍ନୀ କୁ ସଫାସଫା କହିଛନ୍ତି । ପନ୍ଦର ବର୍ଷ ବୟିବାହିକ ସମ୍ପର୍କ ପରେବି ଏକଜିଦ ,ନିଜ ପତ୍ନୀ କୁ ଭରଣପୋଷଣ ଦେଇ ବାପଘରକୁ ଚାଲିଯିବା ପାଈଁ ବାଧ୍ୟ କରୁଛନ୍ତି । ପତ୍ନୀ ଅନ୍ୟକୌଣସି ଉପାୟ ନ ପାଇ ହତାଶ ହୋଇ ଶେଷ ସିଦ୍ଧାନ୍ତ ବାପଘରକୁ ଫେରିଯିବାପାଈଁ ଚିନ୍ତାଛନ୍ତି।
କୁବେର ସହରର ସୁନାଗହଣା ବ୍ୟବସାୟୀ । ପୈତୃକ ଅମଳରୁ ବ୍ୟବସାୟ ରୁ ଧନୀ । ପ୍ରଚୁର ସମ୍ପତିର ମାଳିକ। ଗାଡିଘୋଡା ,ରାଜକୀୟ ପ୍ରାସାଦ ଠାରୁ ମୂଲ୍ୟବାନ ଜମିର ମାଳିକ । ସବୁଥିରେ ପରିପୂର୍ଣ ।କିନ୍ତୁ ଗୋଟିଏ ପାଇଁ ସୁନାସଂସାର ଚୁନା ହେଇଯାଇଛି । ପତ୍ନୀ ରାଧା ସୁନ୍ଦରୀ,ଉଚ୍ଚଶିକ୍ଷିତା, ଓ ଧର୍ମପ୍ରାଣ ମହିଳା । ସମାଜ ସେବୀ ମଧ୍ୟ । ନିଜ ବୁଦ୍ଧି ମୁତାବକ ନିଜ ଘର କଥାକୁ ପଦାରେ ପ୍ରକାଶ କରିବାକୁ ଇଚ୍ଛା କରୁନାହାନ୍ତି । କୋଟ କଚେରୀ ବା ଥାନା ରେ ଯାଇ ଅଭିଯୋଗ କରିବାକୁ ଚାଉନାହାଁନ୍ତି,ଏଇଥିପାଇଁ ଯେ ନିଜ ପରିବାର ର ଆଭିଜାତ୍ୟ ଉପରେ କଳଙ୍କ ଲାଗିବ ହେଲେ ନିଜର ସମସ୍ତ ଚେଷ୍ଟା ସତ୍ୱ ପରିସ୍ଥିତି ଅଣାୟତ ହେବାରୁ ବାଧ୍ୟ ହୋଇ ନିଜ ଗୁରୁ ପଥ ପ୍ରଦଶକକଂ ନିକଟକୁ ଯାଇ ସମସ୍ତକଥା କହିଛନ୍ତି । ନିଜ ଦୁଃଖ ଜୀବନ କାନ୍ଦିକାନ୍ଦି ଶୁଣାଇଛନ୍ତି । ଏହାମଧ୍ୟ କହିଛନ୍ତି ଧନସଂପଦ ଠାରୁ ପ୍ରେମ କଣ ମୂଲ୍ୟ ହୀନ ?
ମନୁଷ୍ୟ ଏମିତି
ମୋଡ଼ରେ ପହଞ୍ଚେ ଯେଉଁଠି ନିଜକୁ ଅସହାୟ ମାନେକରେ । ଗୁରୁଦେବ ରାଧାର ସମସ୍ତ କଥା ବିବେକ ଦେଇ ଶୁଣିଲେ । ତତ୍କ୍ଷଣାତ ରାଧା ସହିତ କୁବେର କୁଁ ଭେଟିଲେ । କୁବେର ମଧ୍ୟ ଗୁରୁଦେବକଂ ବିଚାରକୁ ସମର୍ଥନ କରନ୍ତି । ଗୁରୁଙ୍କ ନିକଟରେ ନିଜ କଥାକୁ ଦୋହରାଇ କହିଲେ ,ମୋର ପୁତ୍ର ସନ୍ତାନ ଆବଶ୍ୟକ ତେଣୁ ଦୂତୀୟ ବିବାହ କରିବାକୁ ଚାହୁଁଛି । ଏଥିପାଇଁ ଏହି ତିନୋଟି କନ୍ୟାକଂର ଓ ରାଧାର ଭରଣପୋଷଣ ପାଇଁ ଆବଶ୍ୟକ ସମସ୍ତ ଅର୍ଥ ଦେବାପାଇଁ ମୁଁ ପ୍ରସ୍ତୁତ ଅଛି ।
ଗୁରୁ ସମସ୍ତ ଶୁଣି ରାଧାକୁ ନିଜ ପିତାଗୃହରେ ଯାଇ ଅବଶିଷ୍ଟ ଜୀବନ ବଞ୍ଚିବାକୁ ପ୍ରେରଣା ଦେଲେ । ତେବେ ଗୁରୁ ସର୍ତ୍ତରଖିଲେ ଯେ ଏହି ସାନଝିଅ ଯେକି ତିନି ମାସର କନ୍ୟା ତାହାରି ଓଜନ ମୁତାବକ ଅର୍ଥ ତୁମକୁ ଦେବାକୁ ପଡିବ । ଏଥିରେ କୁବେର ରାଜି ହୋଇ ଏକ ଓଜନ ଯନ୍ତ୍ର ଯାହାକୁ ନିକିତି କୁହନ୍ତି ତାହାଉପରେ ଗୋଟିଏ ପଟେ ନିଜ ସାନ ଝିଅ କୁ ରଖି ଅନ୍ୟ ପଟରେ ଅର୍ଥ ଥୋଇ ଓଜନ କଲେ । ଶିଶୁଟି ନିଜ ପିତାଙ୍କୁ କରୁଣା ଦୃଷ୍ଟିରେ ଦେଖୁଥାଏ ।ଏପଟେ ଅର୍ଥ ଥୋଇ ବି ଓଜନ ହୋଇପାରିନି ଶିଶୁ । ଶିଶୁ ଓଜନ ରହୁଛି । କୁବେର ଦେଖଛି ପଦ୍ମଫୁଲ ଉପରେ ଶୋଭା ପାଉଛି କନ୍ୟାରତ୍ନ । କୁବେର ର ମା ଦେଖୁଛି ସ୍ୱୟ ମା ଲଷ୍ମୀ ନିକିତି ଉପରେ ଶୋଇରହିଛନ୍ତି ।କୁବେର ସମସ୍ତ ଧନ ନିକିଟିର ଗୋଟିଏ ପାର୍ସରେ ଅଜାଡୁଥିଲେବି ଓଜନ ହୋଇପାରିନି ଶିଶୁକନ୍ୟା । ଶେଷରେ କୁବେର ଓ ତାର ମା ହାତଯୋଡି ନିଜ ଭୂଲ ପାଇଁ ଗୁରୁଦେବକୁଁ କ୍ଷମାପ୍ରାର୍ଥନାକରୁଛି । ଗୁରୁ ସ୍ମିତହାସ୍ୟ ଦେଇ କହିଲେ' ମନୁଷ୍ୟ ବାହାରେ ଯାଇ ଦେବୀଙ୍କୁ ପୂଜା କରେ,ଅଥଚ ଘର ଦେବୀକୁ ଘରୁ ତଡିଦିଏ । କୁବେର ବୁଝିପାରିଲା ନିଜର ଭୂଲ ବିଚାରକୁ । ନିଜ ପତ୍ନୀ ରାଧାକୁଁ କ୍ଷମାପ୍ରାର୍ଥନା କରିଥିଲେ । ତିନି କନ୍ୟାକୁ ଲଷ୍ମୀକଂ ରୂପରେ ବିଚାରକରି ଆଦର କରିଥିଲେ । ଭାଙ୍ଗିଯାଉଥିବା ସଂସାର ଗଢିଉଠିଥିଲା ।