STORYMIRROR

Maitreyee Kamila

Tragedy

2  

Maitreyee Kamila

Tragedy

ଲକ୍ଷ୍ମଣ ରେଖା

ଲକ୍ଷ୍ମଣ ରେଖା

1 min
3.5K


ବାହାହୋଇ ଶାଶୁଘରେ ପାଦ ଦେଲା ପୂର୍ବରୁ ମାଆ କାନରେ କହିଥିଲା ଶାଶୁଘରେ ଜଗି ରଖି ଚାଲିବୁ। ବେଶି କଥା କହିବୁ ନାହିଁ। କାହକୁ ଅପମାନ ହେଲା ଭଳି କଥା କହିବୁନି। ପାଞ୍ଚି ସବୁ ଶୁଣି ପଚାରିଥିଲା ମୋତେ କେହି ଯଦି ଅପମାନ ଦେଇ କଥା କହିବତ ମୁଁ କଣ କରିବି। ନୀରବରେ ସବୁ ସହିଯିବୁ। ମାଆ କେଡେ ସରାଗରେ ବେଣୀ ବାନ୍ଧି ଦେଇ କହିଥିଲେ।

 ଆଜି ମାଆ କଥା ଭାରି ମନେ ପଡୁଛି ପାଞ୍ଚିର।ସବୁବେଳେ ସେ ହିଁ ମୁହଁ ଲୁଚେଇ କାନ୍ଦୁଥିବ କଣ। କାଲି ସଂଜ ବତୀ ଜାଳି ରୋଷେଇଘରକୁ ଯିବା ବେଳେ ଶାଶୁ କହିଲେ ତରକାରୀ ବେଶୀ ବନେଇବା ଦରକାର ନାହିଁ। ସକାଳୁ ଫୋପଡା ହେଉଛି। ଆଛା ସକାଳୁ ପଶୁପକ୍ଷୀ ତୋ ଖାଉଛନ୍ତି, ନଷ୍ଟ କୋଉଠି ହେଲା। ଗୋଟେ ଗିନାର ଅଧଗିନେ ରହିଲା ବୋଲି ବେଶି ହୋଇଗଲା। ଆଉ ଆଜି କହିଲେ ଗଣି ଗଣି ରୁଟି କରିବାକୁ। ଧଡ଼ କିନା ଯାଇ ଅଟା ଡବାକୁ ତାଙ୍କ ସାମ୍ନାରେ ଥୋଇ କହିଲା ମୁଁ ତ ମାପ ଠିକରେ ପାରୁନି।କାଢି ଦିଅନ୍ତୁ।ଆଉ ପରିବା ମଧ୍ୟ ଦେଖନ୍ତୁ କେତେ କାଟିବି। ଶାଶୁ ଟିକେ ମନ ଊଣା କଲେ ତାପରେ ନିଜେ ବୁଝିଗଲେ। 

  ରୋଷେଇ ସାରି ବାଢି ଦେଇଛି ସମସ୍ତଙ୍କୁ ନିଜେ ଖାଇନାହିଁ ଘର ସାମ୍ନାରେ ଗାଡିର ଶବ୍ଦ। ମାମୁଁ ଶ୍ୱଶୁର ଆସିଛନ୍ତି । ନିଜ ପାଇଁ ରଖିଥିବା ଥାଳିକୁ ସଯତ୍ନରେ ବଢ଼େଇ ଦେଲା ଖାଇବାକୁ ଅତିଥିଙ୍କୁ।

 ଶାଶୁ ତା ମୁହଁକୁ ଚାହିଁ ରହିଲେ,ନିଜ କହିଥିବା କଥାରେ ସଙ୍କୁଚିତ ହୋଇଗଲେ। ପାଞ୍ଚି ବୁଲିପଡ଼ି ଚୁପ କରି କାନରେ କହିଲା ମାଆ ପଖାଳ ଗଣ୍ଡେ ହାଣ୍ଡିରେ ଅଛି ମୋର ଚଳିଯିବ।

  ସଂଜରେ ଝରୁଥିବା ଆଖିର ଗରମ ଲୁହ ରାତିକୁ ଆନନ୍ଦରେ ଗଡି ଗଲା ପୋଛି ଦେଲା ପୂର୍ବରୁ ଓଠକୁ ଛୁଇଁ ସାରିଥିଲା......।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy