Dr Jharana Satapathy

Inspirational

4.0  

Dr Jharana Satapathy

Inspirational

ଲକଡାଉନରେ ପଶୁପକ୍ଷୀଙ୍କ ଅବସ୍ଥା

ଲକଡାଉନରେ ପଶୁପକ୍ଷୀଙ୍କ ଅବସ୍ଥା

2 mins
23.5K



ମୁଁ ପ୍ରତିଦିନ ଓ୍ବାକିଙ୍ଗ୍ ଯିବା ସମୟରେ କିମ୍ବା ଅନ୍ୟ କାମରେ ହେଉ ଘର ବାହାରକୁ ଗଲା ମାତ୍ରେ  ବୁଲା କୁୁକୁର ମାନଙ୍କୁ କିଛି ବିସ୍କୁଟ ଇତ୍ୟାଦି ଦିଏ।ବର୍ତ୍ତମାନ କରୋନା ଲାଗି ଘରୁ ବାହାରିବାଟା ମୁସ୍କିଲ ହୋଇଯାଇଛି।


ମନେ ମନେ ଭାବେ ବିଚାରା କୁକୁର ଗୁଡାକ ଖାଦ୍ୟ ନ ପାଇ ଭୋକିଲା ହୋଇ ନିଶ୍ଚୟ ଥିବେ। ଏ ଲକ୍ ଡାଉନ ସମୟରେ ଵାହାର ହୋଟେଲ ରେଷ୍ଟୁରାଣ୍ଟ ସବୁତ ବନ୍ଦ। ସମସ୍ତଙ୍କର ଘରେ ତ ନିଶ୍ଚୟ ରୋଷେଇ ହେଉଥିବ । ଯଦି ଯେତିକି ରୋଷେଇ ହେଉଛି ତାଠାରୁ ଅଧିକ ଟିକେ କରି ଭୋକିଲାକୁ ଖାଇବାକୁ ଦେଲେ କେମିତି ହୁଅନ୍ତା! କିନ୍ତୁ ହଁ ଆଜିକାଲି ଦୁଇ ତିନିଜଣଙ୍କ ପାଇଁ ରୋଷେଇ କରିବାରେ କଷ୍ଟ ହେଉଛି ପୁଣି ପଶୁପକ୍ଷୀ, ଗାଇ,ଗୋରୁ,କୁକୁର ଆଉ ନିଃସହାୟ ମାନଙ୍କୁ ରୋଷେଇ କରି ଦେବ କିଏ ?


ଠିକ୍ ସନ୍ଧ୍ୟା ସମୟରେ ଆମ ଆପାର୍ଟମେନ୍ଟର ଛାତ ଉପରେ ମୁଁ ବୁଲିଲା ବେଳେ ମୋ ନଜର ପଡିଗଲା ଗୋଟିଏ ମାଙ୍କଡ ଛୁଆଟି ଉପରେ ।ବୋଧେ ସେହି ଖଣ୍ଡଗିରି ପାହାଡ ପାଖରୁ ଚାଲିଆସିଛି କିଛି ଖାଦ୍ୟ ଅନ୍ବେଷଣରେ ।ଏବେ ଯେଉଁ କରୋନା ଚାଲିଛି ସମସ୍ତଙ୍କୁ ବାହାରକୁ ଯିବାକୁ ମନା।ସବୁ ଲକ୍ ଡାଉନ।


ଏଥିପାଇଁ ପର୍ଯ୍ୟଟକ ମାନେ ପର୍ଯ୍ୟଟନ ସ୍ଥଳକୁ ଯାଇ ପାରୁ ନାହାନ୍ତି।ଫଳରେ ପର୍ଯଟକମାନଙ୍କ ଠାରୁ ଖାଦ୍ୟ ଖାଇବା ଠାରୁ ବଞ୍ଚିତ ହୋଇ କୁନି ମାଙ୍କଡ ଛୁଆଟି ଖାଦ୍ୟର ଆସାରେ ଆସି ବସି ପଡିଲା ମୋ ଵଗିଚା ପାଖରେ।


ମୋ ବଗିଚାରେ ଲଗାଇ ଥିବା ଫୁଲ ଗଛ ଭିତରେ ଆପେ ଆପେ ଉଠିଥିବା ଟମାଟ ଗଛରେ ଫଳି ଥିବା ତିନି ଚାରୋଟି ଟମାଟ ଖାଇ ପାଣି ଅନ୍ବେଷଣରେ ଏଣେତେଣେ ବୁଲୁଥିଲା।ଛାତ ଉପରୁ ତଳକୁ ଡିଆଁ ମାରି ଗେଟ୍ ବାହାରେ ବୁଲୁଥିବା କୁକୁର ମାନଙ୍କୁ ମୁଁ ଦେଇଥିବା ପାଣି ତକକୁ ସେ ମାଙ୍କଡ,କୁକୁର ମିଶି ପିଇବାକୁ ଆରମ୍ଭ କରିଥିଲେ।ମୁଁ ସବୁ ଦୂରରୁ ଲକ୍ଷ କରୁଥାଏ। 


ଲକ୍ ଡାଉନର ପ୍ରଭାବ ମଣିଷ ଉପରେ ପଡିଛି ତାହା ନୁହଁ ପଶୁପକ୍ଷୀ ଉପରେ ବି ପଡିଛି।ହୋଟେଲ,ରେଷ୍ଟୁରେଣ୍ଟ ସବୁ ବଳକା ଫୋପଡା ଖାଦ୍ୟ ଉପରେ ନିର୍ଭର କରିଥାନ୍ତି କିନ୍ତୁ ଏ ଲକ୍ ଡାଉନର ପ୍ରଭାବରେ ବନ୍ଦବାନ୍ଦ ହେବା ଯୋଗୁ ସେମାନେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି।


ପଶୁପକ୍ଷୀ ଲକ୍ ଡାଉନ କଥା କଣ ବୁଝିବେ ? ଖାଦ୍ୟ ଅନ୍ବେଷଣରେ ସବୁ ଇତଃସ୍ତତଃ।ମଣିଷମାନଙ୍କର ସ୍ନେହ ଶ୍ରଦ୍ଧାରୁ ବାହାରେ ବୁଲୁଥିବା ପଶୁପକ୍ଷୀ ଟିକେ ଯେଉଁ ଖାଦ୍ୟ ପାଇ ପାରୁଥିଲେ ସେ ମଣିଷ ଆଜି ଲକ୍ ଡାଉନ ଅବସ୍ଥାରେ।ଲକ୍ ଡାଉନ ପାଇଁ ସବୁ ଦୋକାନ ବଜାର ବନ୍ଦ ଥିବା ହେବା ସମୟରେ ଗାଇ,ଗୋରୁ ଭଳି ଗୃହପାଳିତ ପଶୁମାନେ ନାହିଁ ନ ଥିବାର ସମ୍ମୁଖୀନ ହେଉଛନ୍ତି।ଗୋ ଖାଦ୍ୟ ମିଳୁ ନଥିବା ସମୟରେ ବାହାରୁ ମଧ୍ୟ ନଡାକୁଟା ଇତ୍ୟାଦି ଆସିପାରୁନଥିବାରୁ ଗାଇଗୋରୁଙ୍କୁ ଖାଇବାକୁ ମିଳୁନି।


ଲକ୍ଷ୍ମଣ ରେଖା ଟଣାଯାଇଛି ଆମମାନଙ୍କ ପାଇଁ।କରୋନା ଭୟରେ ଘରୁ ବାହାରିଵାକୁ ଭୟ ଲାଗୁଛି।ସମଗ୍ର ବିଶ୍ବରେ ଵହୁଜଣକର ଜୀବନ ଚାଲିଗଲାଣି।


ଏଥିପାଇଁ କିଛି ସମାଜ ସେବୀଙ୍କୁ ଆମେ ଯଦି ସହାୟତାର ହାତ ବଢାଇଲେ ସେମାନେ ସେହି ନିରିହ ପଶୁପକ୍ଷୀ ମାନଙ୍କ ମୁହଁରେ କିଛି ଆହାର ଦେଇପାରିଥାନ୍ତେ।


ଆମେ ପରଷ୍ପର ମଧ୍ୟରେ କିଛି ଚାନ୍ଦା ଆଦାୟ କରି ଏହି ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କୁ ଦେଇଥିଲେ ସେମାନେ ନିରାଶ୍ରୟ,ଅକର୍ମଣ୍ୟ,ଗୋରୁ ଗାଇ, କୁକୁର, ପଶୁ ପକ୍ଷୀ ଭୋକିଲା ମାନଙ୍କୁ ଖାଦ୍ୟ ଦେଇ ପାରିଥାନ୍ତେ।




Rate this content
Log in

Similar oriya story from Inspirational