Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Laxman Kumar Behera

Tragedy Others

5.0  

Laxman Kumar Behera

Tragedy Others

ଲଜ୍ଜ୍ଯା

ଲଜ୍ଜ୍ଯା

4 mins
469


ଅନୀତା ସକାଳୁ ସକାଳୁ ଗାଆଁ ପୋଖରୀରେ ଗାଧୋଇ ସାରି ଘରକୁ ଫେରି ଦେଖିଲା ତା'ର ସ୍ବାମୀ କନ୍ଦର୍ପ ଖଟ ଉପରେ ଶୋଇ ରହି ଚଳଚ୍ଚିତ୍ର ଦେଖିବାରେ ବ୍ଯସ୍ତ ଅଛି । ଏହା ଦେଖି ସେ ନିଜର କ୍ରୋଧ ସମ୍ଭାଳି ନପାରି ହାତରେ ଧରିଥିବା ଲୁଗା ବାଲ୍ଟି ଟିକୁ ଦୁଆର ସାମ୍ନାରେ ଫୋପାଡି ଦେଇ କହିଲା, ମୁଁ ତୁମକୁ ଯେତେବେଳେ ତ ଦେଖୁଛି ତୁମେ ସେଇ ଫୋନ୍ ଟାକୁ ଜାବୁଡି ଧରି ବସିଛ । ଖାଇବା, ଶୋଇବା ସବୁ ଭୁଲିଯାଇ ଚବିଶ୍ ଘଣ୍ଟା ଘସି ହେଉଛ । କ'ଣ ମିଳୁଛି ସେଇଠୁ ?


ବୋଧେ କଉ ଝିଅ କି ମାଇପି ତା' ଜାଲରେ ତମକୁ ପକାଇ ସାରିଲାଣି । ମୋତେ ତ ସନ୍ଦେହ ହେଲାଣି ତୁମ ଚରିତ୍ର ଉପରେ । 

- ( କନ୍ଦର୍ପ କହିଲା ) ଛି ! ଛି ! ମୁଇଁ ସେମିତି ନୁହେଁ । ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ତୁମେ ମୋ ଚରିତ୍ରକୁ କେମିତି ସନ୍ଦେହ କରି ପାରୁଛ ? 

- ( ଅନିତା କହିଲା ) ସନ୍ଦେହ କାହିଁକି କରିବିନି ? ତୁମେ ତ ସବୁବେଳେ ନଗ୍ନ ଛବି ଦେଖୁଛ, ଅଶ୍ଳୀଳ କଥା କହୁଛ, କଥା କଥାରେ ମୋତେ ରାଗୁଛ, ପିଟୁଛ, ମୋ ଭଉଣୀକୁ ରଖିବି ବୋଲି କହୁଛ ।


ଫେସବୁକ୍ ରେ ମୁଁ ତୁମକୁ ଅନେକ ଥର ତ ଦେଖିଛି ତୁମେ ସେଇଠି ଲାଇକ୍ ଆଉ କମେଂଟ୍ କରିଥାଅ ଯେଉଁଠାରେ ତରୁଣୀଟିଏ ସ୍ନୋ, ପାଉଡର ମୁହଁରେ ବୋଳି ନଗ୍ନ - ଅଶ୍ଳୀଳ ଛବିଟିଏ ଛାଡିଥାଏ । କୌଣସି ଭଲ ଲେଖା କି ନୀତିବାଣୀ ଉପରେ ନିଜର ମତ କେବେ ତ ବ୍ଯକ୍ତ କରିନ କି ଲାଇକ୍ ଟିଏ କରିନ ଆଜି ଯାଏଁ ? ଝିଅ ମାନଙ୍କ ଛବି ପଛରେ ପଡି ଫୋନ୍ ନମ୍ବର ମାଗି କଥା ହୁଅ । କେତେ ଦୁଷ୍ଟ ପ୍ରକୃତିର ତୁମେ ? ବାହାଘର ଛଅ ବର୍ଷ ହେଇଗଲା ପରେ ବି ତୁମେ ଜମା ବଦଳୁନ । ତୁମର ବାହାରଟା ଚିକ୍କଣ, ହେଲେ; ଭିତରଟା ପାପ-ପଙ୍କରେ ଭର୍ତ୍ତି । ମୁଁ କ'ଣ ତୁମକୁ ଚିହ୍ନିନି ?


ଚଳଚ୍ଚିତ୍ର ଅଭିନେତ୍ରୀ ହେଉ କି ସୁନ୍ଦରୀ ତରୁଣୀ, ସେମାନଙ୍କ ନଗ୍ନ ଛବି ଦେଖିଲେ ତୁମେ ପରା ନାଚି ଉଠ । ସେସବୁରୁ ତୁମେ କ'ଣ ପାଅ, କେଜାଣି ? ବିଧାତା ଜାଣୁଥିବେ ।

ମୋ ସହ ପଦେ କଥା ହେଲେ ତୁମକୁ ରାଗ ଲାଗେ । ଆଉ କଉ ଝିଅ ପିଲା ଯଦି ତୁମକୁ ରାତି ଅଧରେ ଫୋନ୍ କଲା, ତା' ସହ ଘଣ୍ଟା ଘଣ୍ଟା ଧରି - ହସି ହସି କଥା ହୁଅ । ତୁମେ କେତେ ରସିକିଆ ମୁଁ କ'ଣ ଜାଣିନି ? 

ଯେତେବେଳେ ତ ଦେଖୁଛି ରାଘବର ଭେଣେଇ ମଦନ ସାଙ୍ଗରେ ସାହି ମଣ୍ଡପରେ ବସି ମଦ ପିଉଛ, ତାସ୍ - କାଠ୍ ପତି ଖେଳୁଛ । ମଦନ ତ ଗୋଟେ ବାଜେ ଚରିତ୍ରର ଲୋକ । ପର ଝିଅ ବୋହୂ ଉପରେ ସବୁବେଳେ ତା'ର ଖରାପ ନଜର । ସେମିତି କୁତ୍ସିତ ଚରିତ୍ର ଲୋକ ସହିତ ତୁମେ କେମିତି ସାଙ୍ଗ ହେଉଛ ? ତା' ସାଙ୍ଗରେ ମିଶି ତୁମେ ପୁରା ବର୍ବାଦ ହେଇ ସାରିଲଣି । ଜାଣି ପାରୁନ କି ? 


ପୋଖରୀରେ ଆଜି ଗାଧେଇଲା ବେଳେ ତମର ସେ ସାଙ୍ଗ ମଦନ ଆମ୍ବ ଗଛ ମୂଳେ ଲୁଚି ରହି ରତନାର ମାଆ, ମଧୁ ମାଉସୀ, ମମତା ଅପାଙ୍କୁ ଦେଖୁଥିଲା । ଯେତେବେଳେ ମୋତେ ଦେଖିଲା ସେ ଦୌଡିକି ପଳେଇଲା । ମମତା ଅପା କହିଲେ ତୋ ବର ବି ଗତ ମଙ୍ଗଳବାର ୟା ସାଙ୍ଗରେ ମିଶି ଆମକୁ ଲୁଚି ଲୁଚି ଦେଖୁଥିଲା । ନିଜ ବରକୁ ଆଗ ସମ୍ଭାଳ । ନହେଲେ ଦିନେ ପସ୍ତେଇବୁ ବୋଲି ସେମାନେ ମୋତେ କହିଲେ ।

ଏକଥା ଶୁଣି ଲଜ୍ଜ୍ଯାରେ ମୋ ମୁଣ୍ଡ ତଳକୁ ନଇଁଗଲା । ତୁମେ ଜାଣିନ କି ସେମାନେ ସମସ୍ତେ ବିଧବା ବୋଲି ? ସବୁ ଜାଣିଶୁଣି ତୁମ ଇଜ୍ଜତରେ କଳଙ୍କ କାହିଁକି ଲଗାଉଛ । ତୁମକୁ ନିଜର ବର ବୋଲି କହିବାକୁ ମୋତେ ଘୃଣା ଲାଗୁଛି । ସେଦିନ କନ୍ଦର୍ପ ସହିତ ଏମିତି କଳି ଝଗଡା ହୋଇ କାନ୍ଦୁଥାଏ ଅନୀତା ।


ଛଅ ବର୍ଷ ହେଇଗଲା ଛୁଆଟିଏ ଦେଇ ପାରୁନି ବୋଲି ତୁମ ଘର ଲୋକେ ଏଣୁ ତେଣୁ କଥା ମୋତେ ଶୁଣାଉଛନ୍ତି । ତୁମ ମାଆ ମୋତେ ଶୁଣେଇ କରି ଗତ କାଲି କହିଲେ ବାପ ଘରେ ଭଙ୍ଗେଇ ଥିବ, ହେତିଲାଗି ଛୁଆ ହେଉନି । ମାମୁଁ ଘର, ମାଉସୀ ଘର, ଅପା ଘର ବୁଲି ବୁଲି ନୂଆ ନୂଆ ତୁଣ ସବୁ ଖାଇଥିବ । ଯାହାକୁ ପାରି ତାହାକୁ ଖୁଆଇ ଥିବ, ନହେଲେ; ଛୁଆ ନାଇଁ ହେଇତା । 

ଶାଶୁ ମାଆଙ୍କ ଠାରୁ ଏମିତି ଅସଭ୍ଯ କଥା ଶୁଣି ମୋ ମୁହଁ ତଳକୁ ହେଇଗଲା । ଜଣେ ନାରୀ ଆଉଜଣେ ନାରୀକୁ ଏମିତି ବାଧିଲା ଭଳି କଥା କହିପାରେ ? ମୁଁ କେବେବି ଏମିତି ଶୁଣିବି ବୋଲି ଜୀବନରେ ଭାବି ନଥିଲି । ଆଜି ମୁଁ ବହୁତ ପୀଡା ଅନୁଭବ କରୁଛି । 


ଗାଆଁ ଲୋକଙ୍କ ଠାରୁ ଆଉ ଶାଶୁ ମାଆଙ୍କ ଠାରୁ ଏଭଳି କଥା ଶୁଣି ମୋତେ ଆଉ ଜମା ଭଲ ଲାଗୁନି । ଏ ପରିବାର ପ୍ରତି ମୋର ଯେଉଁ ଭଲପାଇବା ଅଛି, ସମ୍ମାନ ଅଛି ମୁଁ ତା'କୁ କେବେ ମଧ୍ୟ କ୍ଷୁର୍ଣ୍ଣ ହେବାକୁ ଦେଇନି କି ଦେବିନି । ମୁଁ ସରଳ ବିଶ୍ବାସୀ ବୋଲି ତୁମ ମାୟାଜାଲରେ ପଡି ତୁମକୁ ବିବାହ କଲି । ମୋ ସଂସ୍କାର ଏତେ ନିଚ୍ଚ ନୁହେଁ । ତୁମେ ଏତେ ତଳକୁ ଖସିଯିବ ମୁଁ କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲି । ତୁମ ପାଇଁ ଆଜି ମୁଁ ଲଜ୍ଜିତ ।


ତୁମେ ତ ଏତେ ପାଠଶାଠ ପଢିଛ, ତୁମ ବନ୍ଧୁ ରାଘବ ସହ ମିଶି ଚାକିରି ଟିଏ ପାଇଁ ଚେଷ୍ଟା କରୁନ । ତୁମେ ଚାକିରି କଲେ ଘରଟା ହେଲେ ଟିକିଏ ଭଲରେ ଚଳନ୍ତା ।

ଲଜ୍ଜ୍ଯାରେ ଆଉ ପଦେ ବି କଥା କନ୍ଦର୍ପ କହି ନପାରି ଏକ ମୁହାଁ ହୋଇ ରାଘବ ପାଖକୁ ଗଲା । କଥାବାର୍ତ୍ତା ହୋଇ ଦୁହେଁ ଚାକିରି ପାଇଁ ବାଙ୍ଗାଲୋର ଚାଲିଗଲେ । ବାଙ୍ଗାଲୋରରେ ରାଘବ ଓ କନ୍ଦର୍ପ ଏକ ନାମିଦାମି କୋମ୍ପାନୀରେ ଉଚ୍ଚ ପଦବୀରେ ଚାକିରି ପାଇଲେ । 


ମାତ୍ର ପନ୍ଦର ଦିନ କୋମ୍ପାନୀରେ କାମ କରି ନିଜ ଘରକୁ ଫେରି ଆସିଲା କନ୍ଦର୍ପ । ଘରକୁ ଫେରିଲା ବେଳେ ନିଜ ଫେସବୁକ୍ ବାନ୍ଧବୀ ଏଲୀନା ସାହୁକୁ ଧରି ପଳାଇ ଆସିଲା । ଗାଆଁରେ ସମସ୍ତେ କନ୍ଦର୍ପ, ଅନୀତା ଆଉ ଏଲୀନାର ହୀନ ଚର୍ଚ୍ଚା କଲେ, ନିନ୍ଦା ପାଞ୍ଚିଲେ, ଛଅକୁ ନଅ - ନଅକୁ ଛଅ କରି ମୁହଁରେ କହିଲେ ।

ଲୋକ ଲଜ୍ଜ୍ଯା ସହି ନପାରି ଅନୀତା ଶେଷରେ ଆତ୍ମହତ୍ୟା କଲା ।


Rate this content
Log in

More oriya story from Laxman Kumar Behera

Similar oriya story from Tragedy