kamal kumar dash

Drama Tragedy Thriller

3  

kamal kumar dash

Drama Tragedy Thriller

ଲିଟୁ ଓ ଲିପି

ଲିଟୁ ଓ ଲିପି

1 min
150



   ଲିଟୁ ଓ ଲିପି ପିଲା ଦିନୁ ଏକାଠି ପଢ଼ନ୍ତି | ଏକାଠି ସ୍କୁଲ କଲେଜ ଓ ଇଂଜିନିୟରିଂ ପାସ କରିବା ପରେ ଚାକିରୀ ବି ଏକାଠି କଲେ ବାଙ୍ଗାଲୋରରେ ହେଲେ ଅଲଗା ଅଲଗା କମ୍ପାନୀରେ | ଲିଟୁର ବାପା ଅଫିସର ଥିଲେ ତାଙ୍କର ଲିଟୁକୁ ଛାଡିବାକୁ ଯିବାକୁ ସମୟ ନଥିଲା | ଲିପିର ବାପା ସ୍କୁଲ ଟିଚର ଥିଲେ ସେମାନେ ତାକୁ ଛାଡିବାକୁ ବାଙ୍ଗାଲୋର ଗଲେ ଓ ଲିଟୁ ବି ତାଙ୍କ ସାଙ୍ଗରେ ଗଲା | ଲିଟୁ ରହିଲା ବଏଜ ହଷ୍ଟେଲ ରେ ଓ ଲିପି ରହିଲା ଗାର୍ଲ୍ସ୍ ହଷ୍ଟେଲରେ | ଲିଟିଲ ଛୁଟି ଦିନରେ ଲିପି ପାଖକୁ ଯାଉଥିଲା ଓ ଦି ଜଣ ସାଙ୍ଗ ହୋଇ ବୁଲୁଥିଲେ | ଦିନେ ଲିପି କହିଲା ଚାଲ ମିଶିକି ରହିବା | ୨ ବର୍ଷ ପରେ ଲିଟୁ କହିଲା କଣ ଲିଭ ଇନ ରେ ? ସେ କହିଲା ହଁ | ଲିଟୁ ତା ମାମା ଙ୍କୁ ପଚାରିଲା ,ମାମା ତାକୁ ମନl କଲେ ଓ କହିଲେ ବାହା ଘର ପରେ ଏକାଠି ରହିବ | ସେ ପୁଣି କହିଲେ ଲିପିର ବାପାଙ୍କୁ କହ ବାହା ଘର କଥା କଥା ହେବାକୁ | ଲିପିର ବାପା ଆସି ଲିଟୁର ମାମା ଓ ବାପାଙ୍କ ସଂଗେ କଥା ହେଲେ ଓ ବାହାଘର ଡେଟ ଫିକ୍ସ କଲେ | ଗୋଟେ ମାସ ଭିତରେ ବାହା ଘର ହୋଇଗଲା | ବାଙ୍ଗାଲୋରରେ ଦି ଜଣ ମିଶିକି ରହିଲେ | କିଛି ଜିନିଷ ଲିଟୁ କିଣିଲା ଓ କିଛି ଜିନିଷ ଲିପି କିଣିଲା ନିଜ ନିଜ ଦରମାରୁ | ଦିନ ଗଡି ଚାଲିଲା ୪ ବର୍ଷ ପରେ ଲିଟୁର ମାମା ତାଙ୍କୁ କହିଲେ ଛୁଆ ପିଲା ପାଇଁ | ଲିପି କିନ୍ତୁ ସିଧା ମନl କରିଦେଲl | ଧୀରେ ଧୀରେ ଦି ଜଣଙ୍କ ମଝିରେ ଝଗଡା ହେଲା | ଲିପି ଭାରତ ବାହାରକୁ ଯିବାକୁ ବାହାରିଲା | ଲିଟୁ ର ମାମା ତାକୁ ମନl କଲେ | ସେ ଜିଦିରେ ଲିଟୁର ଘର ଛାଡି ଚାଲିଗଲା ଓ ନିଜେ କିଣି ଥିବା ସବୁ ଜିନିଷ ନେଇ ଚାଲିଗଲା ଓ ଲିଟୁକୁ କହିଗଲା ମୁଁ ଏତେ ଅଶାନ୍ତିରେ ଆଉ ତୋ ସାଥିରେ ରହିବାକୁ ଚାହୁଁନି |


Rate this content
Log in

Similar oriya story from Drama