Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

kamal kumar dash

Drama Romance


3  

kamal kumar dash

Drama Romance


ଲିନା

ଲିନା

2 mins 235 2 mins 235

  

  ରୋସନ ବାହାରିଲା ସାଙ୍ଗ ନିତିନର ଘର ଆଡେ । ଆଜି ନିତିନର ଝିଅ ନିଲା ର ମେହେନ୍ଦି । ବହୁତ କମ ଲୋକ ଆସି ଥାନ୍ତି ତା ଘର କୁ । ରୋସନ ଆସୁ ନଥିଲା ହେଲେ ,ନିତିନ କହିଲା ତୋ ପାଇଁ ଗୋଟେ ସରପ୍ରାଇଜ ଅଛି ଜଲ୍ଦି ଆ । ରୋଶନର ଏକାକି ଜୀବନରେ କିଛି ନୂଆ ନଥିଲା । ରୋସନ ସରକାରୀ ରିସର୍ଚ୍ଚ ଲାବରେ ରିସର୍ଚ୍ଚ କରେ ,ଭଲ ଦରମା ହେଲେ ସେ ବାହା ହୋଇନଥିଲା ।


କଲେଜର ପରେ ତାକୁ ଚାକିରୀ ମିଳିବାକୁ ଅନେକ ଦିନ ଲାଗିଥିଲା । ଚାକିରୀ ନଥିବାରୁ ତାର ଝିଅ ସାଙ୍ଗ ଲିନା ଆଉ କାହାକୁ ବାହା ହୋଇ ଚାଲିଯାଇଥିଲା । ରୋସନ ର ଆଖି ଘୁରି ବୁଲୁଥିଲା ନିତିନ ଘରେ ଓ ଖୋଜି ବୁଲୁଥିଲା ଚିହ୍ନl ଲୋକଙ୍କୁ । ରୋସନ ଦୂରରୁ ତାକୁ ଦେଖିନେଲା ଓ ପାଖକୁ ଡାକିଲା । ନିତିନ ତାକୁ କୁଣ୍ଢାଇ  ପକାଇଲା ଓ କହିଲା ଚାଲ ତତେ ସମସ୍ତ ଖୋଜୁଛନ୍ତି । ରୋସନ ପଚାରିଲା କିଏ କିଏ ଆସିଛନ୍ତି କହତ ? ନିତିନ ତାକୁ ସାଙ୍ଗ ମାନଙ୍କ ପାଖକୁ ନେଇଗଲା । ରମେଶ ,ହେମନ୍ତ , ଶିଖା ଓ ତା ପାଖରେ ବସିଥିଲା ଲୀନ। । ହାଏ ରୋସନ କହି ସମସ୍ତେ ହସି ପକାଇଲେ । ରୋସନ ସମସ୍ତଙ୍କ ସାଙ୍ଗରେ ହାତ ମିଳାଇଲା ଓ ଲିନା ପାଖରେ ବସିପଡିଲା । କଥା ବାର୍ତାରୁ ଜାଣିଲା ଯେ ଲିନା ତା ପତିକୁ ଡିଭର୍ସ କରିଦେଇଛି ଓ ପିଲାଙ୍କ ସାଥିରେ ବାପାଙ୍କ ଘରେ ରହୁଛି ଓ ଗୋଟେ କଂପାନୀରେ ଜବ କରୁଛି । ଲୀନ। ତା ପାଇଁ ରୋସନ ବାହା ହୋଇନି ଶୁଣି ମୁଣ୍ଡ ରେ ହାତ ଦେଲା ଓ ତାର ଫୋନ ନମ୍ବର ନେଲା । ସେଦିନ ରାତିରେ ଘରକୁ ଫେରିଲା ପରେ ଲିନା ତାକୁ ଫୋନ କଲା ଓ ସାରା ରାତି ଗପିଲା ,କେତେ ବେଳେ ଲିନl  କାନ୍ଦୁଥିଲl ତ କେତେବେଳେ ରୋସନ । ନିତିନର ଝିଅ ନିଲା ବାହାଘରରେ ଲିନା  ଓ ରୋଶନ ପୁଣିଦେଖା ହେଲେ ଓ ଅନେକ ଗପିଲେ । ଲିନା ତା ଘରକୁ ରୋଶନ କୁ ଡାକିଲା । 

           ଗୋଟେ ରବିବାର ରୋସନ ପହଁଚିଗଲା ଲୀନl ଘରେ । ଲୀନl ର ବୋଉ ରୋସନ କୁ ଚିହ୍ନି ପାରିଲେ ଓ ବହୁତ ଖୁସି ହେଲେ । ଲିନାର ପୁଅ ଆଇଟି କମ୍ପାନୀ ରେ ଘରୁ କାମ କରୁଥିଲା ଓ ଝିଅ ବିଏସି ପଢୁଥିଲା । ବହୁତ ଦିନ ପରେ ରୋସନ ମୁଁହରେ ହସ ଥିଲା । ରୋସନ ଓ ଲିନା କିଛି ଦିନ ଏକଠି ବୁଲିବl ପରେ ଏକାଠି ରହିବl ପାଇଁ ଭାବିଲେ । ଲୀନl ତା ବୋଉଙ୍କୁ ଏକଥl କହିଲା ସେ ବହୁତ ଖୁସି ହେଲେ କିନ୍ତୁ ପିଲା ମlନେ ରାଜି ହେଲେନି । ଲିନାରବୋଉ ପିଲା ମାନଂକୁ ବୁଝାଇଲେ । 


          ଦିନେ ନିତିନ ଓ ତା ସ୍ତ୍ରୀ ଲିନା ଘର କୁ ଆସିଲେ । ନିତିନ ର ପୁଅ ଓ ଲିନାର ପୁଅ ସାଙ୍ଗ ଥିଲେ l ସେମାନେ ଲିନାର ପୁଅ କୁ ବୁଝାଇଲେ ,ବାପରେ ତୁମେ ମାନେ ଚାକିରୀ କରିବାକୁ ଚାଲିଗଲା ପରେ ବୋଉ ପାଖରେ କିଏ ରହିବ , ଦିନ କୁ ଦିନ ତାର ବି ବୟଷ ବଢ଼ୁଚି । ପୁଅ ଝିଅ ବୁଝିଲା ପରେ ରୋସନ ଓ ଲୀନ। କୋର୍ଟ ମ୍ୟାରେଜ କଲେ । ରୋସନ ର ତପସ୍ୟା ସଫଳ ହେଲା । 


Rate this content
Log in

More oriya story from kamal kumar dash

Similar oriya story from Drama