STORYMIRROR

Dr Jharana Satapathy

Inspirational

3  

Dr Jharana Satapathy

Inspirational

ଲେଖୁ ଲେଖୁ ଲେଖିଦେଲି

ଲେଖୁ ଲେଖୁ ଲେଖିଦେଲି

1 min
365


କିଛି ଶବ୍ଦ ଏବଂ ଭାଷାମାନ କାହିଁକି ମନରେ ଚାଲି ଆସେ ଲେଖିବାକୁ ଏମିତି ଦିନେ ଦୁଇଦିନ ହୋଇ ମାସ ମାସ ଚାଲିଯାଇ ଏ ବର୍ଷ ୨୦୧୯ ସରିବାକୁ ଯାଉଛି। କ'ଣ ଆଉ ଶବ୍ଦରେ ଲେଖିବି ଭାଷା ବି ନାହିଁ ବର୍ଣ୍ଣନା କରିବାକୁ ଏମିତି ଦୁଃଖଦ ଏବଂ ସୁଖଦ ଘଟଣାବଳୀଗୁଡିକୁ । ଦୁଇଧାଡି ଏତିକି ଲେଖୁ ଲେଖୁ ଲେଖିଦେଲି ଷ୍ଟୋରିମିରର ସହ ମୋର ଘନିଷ୍ଠ ବନ୍ଧୁତାକୁ।ଷ୍ଟୋରିମିରର ସହ ଏବର୍ଷ ଏତେ ମିତ୍ରତା ସ୍ଥାପନ ହୋଇଗଲା ମୁହୂର୍ତ୍ତ ବି ହାତଛଡା କରିବାକୁ ଇଛା ହେଉନାହିଁ।ମନରେ ଯାହାକିଛି ଥାଏ ଷ୍ଟୋରିମିରରରେ ଗପ କିମ୍ବା କବିତା ଆକାରରେ ପଠାଇଦିଏ।ପାଠକ ପାଠିକାକୁ ଭଲ ଲାଗି ଥାଇ ପାରେ କିମ୍ବା ନ ଲାଗି ଥାଇ ପାରେ।କିନ୍ତୁ ସେମାନଙ୍କର ସୁଚିନ୍ତିତ ମତାମତ ସବୁ ମତେ ଲେଖିବାକୁ ଆହୁରି ଆଗ୍ରହ ପ୍ରକାଶ କରେ।


ଷ୍ଟୋରିମିରର ସହ ମୋର ଏତେ ବନ୍ଧୁତା ବାନ୍ଧି ହୋଇଗଲା ଯେ ପ୍ରତି ସହସ୍ୟଙ୍କ ବିଷୟରେ କିଛି ନା କିଛି ଜାଣିବାକୁ ଜିଜ୍ଞସା ପ୍ରକାଶ ହେଲା ।ଏତେ ସୁନ୍ଦର ଲେଖକ ଏବଂ ଲେଖିକାମାନେ ଅଛନ୍ତି ସେମାନଙ୍କର ଲେଖନୀ ଶୈଳୀ ବହୁତ ଉଚ୍ଚକୋଟିର।ସେମାନେ ସୃଜନଶୀଳ ପ୍ରତିଭାର ଅଧିକାରି ଅଟନ୍ତି।


ଷ୍ଟୋରିମିରର ଏତେବଡ ଲେଖକ ଏବଂ ଲେଖିକା ମାନଙ୍କ ଭିତରେ ମୁଁ ସାମାନ୍ୟ ଗୁଣ୍ଡୁଚି ମୂଷା ସଦୃଶ।ଏ ବର୍ଷ ସମାପ୍ତ ହେବାକୁ ଆଉ ଗୋଟିଏ ଦିନ ବାକି ଅଛି ମୋ ଶବ୍ଦରେ ଏତିକି କହୁଛି ଏ ଷ୍ଟୋରିମିରର ଆହୁରି ଅଗ୍ରସର ହୋଇ ଏମିତି ସମସ୍ତଙ୍କ ସହ ବନ୍ଧୁତା ସ୍ଥାପନ କରି ଏକତାର ବନ୍ଧନରେ ବାନ୍ଧି ହୋଇ ବଡ ପରିବାରରେ ପରିଣତ ହେଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational