STORYMIRROR

Rajib Kumar Patel

Drama

4  

Rajib Kumar Patel

Drama

ଲାଁଚୁଆ ଯୁଗ୍

ଲାଁଚୁଆ ଯୁଗ୍

1 min
397


ମକାରୁ ବବା ତାର୍ କୁରିଆ ଘରେ ଗୁମ୍‌ସୁମ୍ ହେଇକରି ବସିଥାଏ।ଚଏତୁ ଦେଖ୍‌ଲା ଆରୁ ପଚ୍‌ରାଲା ବବା କାଏଁହେଲା ମନ୍ ଉନାକରି ବସିଛୁ।ମକାରୁ କହେଲା ଦେଖୁଛୁ ତ ମୋର୍ ଅବସ୍ଥା।ତୋର୍ ବଡି ମତେ ଛାଡି ପଲେଇଗଲା ଦିନୁ କେଡେ ଦୁଖେ ଅଛେଁ।ପୁଓ ଗୁଟେ ଜନମ୍ କଲୁ ଯେ ସେ ଟୁକେଲ୍ ଗୁଟେ ଧରିକରି ଘର୍ ଛାଡି କେନ୍ ଆଡେ ପଲେଇ ଗଲା। ମୁଇଁ ଏକ୍‌ଲା ଇ ଫଟା କୁରିଆ ଥି ପଡି ରହିଛେଁ।ବେଲେ ଖାଏଲେ ଦୁଇ ଦିନ୍ ଉପାସେ ରହୁଛେଁ।ବବା ତତେ ତ ସତୁର୍ ବଛର୍ ହେବା ନ ସର୍‌କାର୍ ଠାନୁ ଭତା,ଚଉଲ୍ ଆରୁ ପକା ଘର୍ ବି ପାଏବାର୍ କଥା। ହଁ ରେ ବାବୁ ପାଏବାର୍ କଥା ହେଲେ କାଣା କର୍‌ବୁ ଭତା ପାଏବାର୍ ଲାଗି ପାଁଚ୍ ହଜାର୍ ଟଁକା ଲାଁଚ୍ ମାଗୁଛନ୍ ମୁଇଁ କେନୁ ପାଏମି।କାହାର୍‌ନୁ ମୁଇଁ କନ୍‌ତର୍ ଆନ୍‌ମି ଆରୁ ଦେମି ବେଲେ ମତେ ମାସକ୍ ପାଁଚ୍‌ଶ ଟଁକା ଭତା ମିଲ୍‌ବା।ସେ ଭତା ପଏସା ଆନି କରି ମୁଇଁ ମୋର୍ ପେଟ୍ ପୁଷ୍‌ମି କି ଲାଖ୍ କନ୍‌ତର୍ ସୁଜ୍‌ମି।ଜୀବନ୍ ପଛେ ପଲେଇ ଯିବା ପଏସା ସୁଝି ନାଇଁ ପାରେ।ଆରୁ ରହେଲା ପକ୍‌କା ଘର୍ କଥା।ଇ ଘର୍ ଲାଗି ମତେ ପଚାଶ‌ ହଜାର୍ ଟଁକା ମାଗୁଛନ୍।ମୋର୍ ପାଖେ ଯେ ପଚାଶ୍ ପଏସା ନାଇନ। ଏତେ ଟଁକା ମୋର୍‌ନୁ ଥିଲେ ପକ୍‌କା ଘର୍ କାଏଁଯେ ନୁର୍‌ତି ହେ ପଏସା ଥି ଇ ଘର୍‌କେ ମରାମତି କରି ସୁଖେ ରହେତିଁ। ହଁ ବବା ଯୁଗ ତ ଲାଁଚୁଆ ଯୁଗ୍ ହେଇ ଗଲା।ଆମେ ମନେ ବି ଭୋଟ୍ ସମିଆଁ କେ ମଦ୍ ଶିକାର୍ ଟିକେ ପାଇଗଲେ ଆଗ୍ ପଛ ନାଇଁ ଭାବି କରି ଭୋଟ୍ ଦେଇ ଦଉଛୁଁ।ଆରୁ ପଛେ ପସ୍ତଉଛୁଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama