Akshayakumar Dash

Drama Action Inspirational

4  

Akshayakumar Dash

Drama Action Inspirational

ଲାଂଛନା

ଲାଂଛନା

2 mins
166


କାହାପାଇଁ କିମିତି ଜୀବନ । କିଏ କିଛି ନକରି ନାମ କମାଏ ତ କିଏ ଅଧିକ ପରିଶ୍ରମ କରି ନିନ୍ଦା ପାଏ ।ସମାଜରେ କୃଷକ ବିଚରା ଦିନରାତି ଖଟି ପେଟକୁ ଦିମୁଠା ପାଇବା କଷ୍ଟ ହୁଏ ତ ସରକାରୀ କର୍ମଚାରୀ ଛୁଟିରେ ବି ଦରମା ପାଏ ,ଦରମା ସହିତ ଓପୁରୀ ତତଃ ଅଧିକ । ସତେଯେମିତି କର ଆଦାୟ କରିବାକୁ ଠିକା ନେଇଛି ।ନିରୀହ ଲୋକମାନେ ସରକାରୀ କର ସହିତ ହାତଗୁଞ୍ଜ। ଦେଇ ଆସନ୍ତି । ଯେଉଁଦିନଠାରୁ ବିନୟ ଜାଣିଲେଣି ଏଠି ଯେମିତି କାରନାମା ଚାଲିଛି ତାହାକୁ ପ୍ରତିବାଦ କରି ଲାଭ କିଛି ହେଉନି ବରଂ କେତେ ଲୋକଙ୍କର ଅପ୍ରିୟ ହେବାକୁ ପଡୁଛି । ସବୁ ବିଚାରକୁ ନେଇ ନିଜର ପ୍ରତିକାର୍ଯ୍ୟା ସତର୍କତା ଅବଲମ୍ବନ ସହ ଚାଲିବାକୁ ହେଉଛି । ଦିନଥିଲା ଅନ୍ୟାୟ ଦୃନୀତିକୁ ସହିପାରୁ ନଥିବା ମଣିଷ ସଂଖ୍ୟା ଅଧିକ ଥିଲା, ଏବେ ପ୍ରସୟ ଦେଉଥିବା ଲୋକଙ୍କ ସଂଖ୍ୟା ଅଧିକ । ଏମିତିବି କେତେକ ଭଦ୍ରମୁଖା ପିନ୍ଧା ଲୋକ ଏଥିରେ ସମ୍ପୁର୍କ୍ତ । ବିନୟ ଜଣେ ସାହିତ୍ୟକୁ ଆଦର କରୁଥିବା ଲେଖକ ବି କବି । ତାଙ୍କର ଜୀବନର ଅର୍ଦ୍ଧେକ ସମୟ ଏଥିରେ ରୁଚି ରଖି ବିନିଯୋଗ କରିଛନ୍ତି । ପ୍ରାୟ ପନ୍ଦର ଖଣ୍ଡ ହେବ ପୁସ୍ତକର ଲେଖକ । କବିତା, ଗଳ୍ପ, ପ୍ରବନ୍ଧ, ଉପନ୍ୟାସ ଆଦି ସାହିତ୍ୟର ଯାହାସବୁ ଧାରା ଅଛି ତାକୁ ଛୁଇଁଛନ୍ତି । କେତେକ ପତ୍ର ପତ୍ରିକା ସମ୍ବାଦ ପତ୍ର ରେବି ବିନୟକଂ ଲେଖା ମାନ ପ୍ରକାଶ ହୋଇଛି । କିନ୍ତୁ କ୍ଷୁଦ୍ର ମାନସିକତାର ଚକ୍ରାନ୍ତରେ ପଡି ତାଙ୍କର ସୃଷ୍ଟିକୁ ପଣ୍ଡ କରିବା ଉଦ୍ଦେଶ୍ୟ ନେଇ ଜଣେ ଚକ୍ରାନ୍ତକାରୀ ହାତ ପ୍ରଚ୍ଛନ ଅଛି । ବିନୟ ଜାଣିପାରି ନିଜ ମନୋବଳକୁ ଦୃଢ଼ କରି ଚାଲିଛନ୍ତି ।ଜଣେ ବ୍ୟକ୍ତି ର ସୃଷ୍ଟିକୁ ଆଉଜଣେ ସ୍ରଷ୍ଟା କିପରି ଅପମାନନା କରେ ତାହାର ଜ୍ୱଳନ୍ତ ପ୍ରମାଣ ଏବେ ଗୋଟିଏ ଅଂଚଳ ର ସଂସ୍କୃତି ଉପରେ ଆଧାରିତ ସାହିତ୍ୟ ପୁସ୍ତକଟିଏ ପ୍ରକାଶ ଲାଭ କରିଛି । ସେଥିରେ ଧର୍ମଶାଳାର ଲେଖକ ଓ କବିଙ୍କୁ ନେଇ ଜଣେ ପୁରୁଣା ଶିକ୍ଷକ ଓ ଲେଖକ ପ୍ରବନ୍ଧ ଟଏ ଲେଖି ଛନ୍ତି । ପ୍ରବନ୍ଧ ଟିରେ ଧର୍ମଶାଳାର କବି ଲେଖକଙ୍କ ପ୍ରକାଶିତ ପୁସ୍ତକ ଓ ସାହିତ୍ୟ ପୁରସ୍କାର ବିଷୟରେ ଧାରଣା ଦେଇଛନ୍ତି । ଏପରିକି କେତେକଙ୍କ ପୁସ୍ତକ ପ୍ରକାଶିତ ହେବାକୁ ଥିବା ଆଦି ଉପସ୍ଥାପନ କରିଛନ୍ତି । କିନ୍ତୁ ଯେଉଁମାନେ ଲେଖନୀ ଚାଳନା କରିଆସୁଛନ୍ତି ଓ ପୁସ୍ତକ ମଧ୍ୟ ପ୍ରକାଶ କରି ଆସୁଛନ୍ତି ତାଙ୍କର ନାମ ସେଥିରେ ଉଲଖ ନାହିଁ । ଏହି ଶିକାର ହୋଇଛନ୍ତି ବିନୟ । ଛଳନା କି କପଟ ଆଚରଣ ସେଇଟି ଶୋଭା ପାଏ ଯେଉଁଠି ମିଥ୍ୟାର ଗଂଧ ଥାଏ । ସତ୍ୟକୁ ପ୍ରକାଶ ନକରି ମିଥ୍ୟାରୂପେ ପ୍ରମାଣିତ କରୁଥିବା ବ୍ୟକ୍ତିଟି କେତେ ଠିକ ପାଠକ ବିଚାର କରିବେ ସମୟ ତାର ଉତ୍ତର ଦେବ ।


Rate this content
Log in

Similar oriya story from Drama