ଲାବ୍ରାଡର ର ଅନ୍ତର ବେଦନା
ଲାବ୍ରାଡର ର ଅନ୍ତର ବେଦନା
କାର ପାଖରେ ବନ୍ଧା ହେଇଥିବା ଲାବ୍ରାଡର ବ୍ରିଡ଼ ର କୁକୁର ଟିଏ ଅନେଇ ରହିଥିଲା ପାଖ ରାସ୍ତା କଡ଼କୁ l କିଛି ଦେଶୀ ବୁଲା କୁକୁର ଖେଳୁଥିଲେ ମନ ଖୁସିରେ l ତା ଭିତରେ ମା କୁକୁର ଟେ ଛୁଆ କୁକୁର କୁ ଖୁଆଉଥାଏ l ଆଉ କିଛି ଗୋଟେ ରୁଟି କୁ ଟଣା ଓଟରା କରି ଖାଉଥାଆନ୍ତି l ଆଉ କିଛି କୁକୁର ଗଡା ଗଡି ହେଇ ପ୍ରେମର ଆଦାନ ପ୍ରଦାନ କରୁଥାନ୍ତି l କି ଉତ୍ସାହ କି ଆନନ୍ଦ ତାଙ୍କ ଭିତରେ l
ନା କାହାକୁ ଭୟ ଥିଲା ତାଙ୍କ ପାଖରେ, ନା କିଛି ହଜେଇଦେବାର ଦୁଃଖ ଥିଲା ତାଙ୍କ ପାଖରେ l ଖାଲି ଖୁସି ଆନନ୍ଦରେ କୁରୁଳି ଉଠୁଥିଲେ l ହଟାତ କେହିଜଣେ ବାବୁ ଆସି କିଛି ପାଉଁରୁଟି ଆଉ କିଛି ବିସ୍କୁଟ ଫିଙ୍ଗିଦେଇ ଗଲା l କୁକୁର ଗୁଡିକ ପ୍ରତିଯୋଗିତା କଲା ଭଳି ମହା ଆନନ୍ଦରେ ଖାଇଚାଲିଲେ l
ଲାବ୍ରାଡର କୁକୁର ଟି ଏସବୁ ଦେଖୁଥିଲା l ସତରେ କେତେ ଆନନ୍ଦ ମଜା ନେଉଛନ୍ତି l ଆନନ୍ଦ ତ ନୁହଁ ମହାଆନନ୍ଦ l ମୋ ଜୀବନ ରେ କେବେ ଏସବୁ ଆସିନି l ବହୁତ ଇଛା ହେଉଛି ସେମାନଙ୍କ ଖୁସିରେ ସାମିଲ ହେବାପାଇଁ, ସେମାନଙ୍କ ସହ ଝୁମିବା ପାଇଁ , ହେଲେ କେମିତି ଯିବି ପାଦରେ ଜଞ୍ଜିର ଆଉ ମନରେ ଶିକୁଳି l ଆଗରୁ ମର୍ନିଙ୍ଗ ୱାକ ବେଳେ କେତେ ଥର ଏମାନଙ୍କ ନିକଟ ହେବାକୁ ଚେଷ୍ଟା କରିଛି, ହେଲେ ମାଲିକ ଙ୍କ ନାଲି ଆଖି ମୋ ପାଦ କୁ ପଛେଇ ଆଣିଛି l ଥରେ ଗୋଟେ ବୁଲା କୁକୁର କୁ ଛୁଇଁ ଦେଇଥିଲି ବୋଲି ମାଲିକ ମୋତେ ମାରିଥିଲେ
" ଇଡିଏଟ, ସେଗୁଡା ଷ୍ଟ୍ରିକ୍ଟ ଡଗ୍, ଅସନା ଅପରିଷ୍କାର ଦୁନିଆ ରୋଗ ର ବାହକ, ନୀଚ ନିକୃଷ୍ଟ ଗୁଡା, ତୁ ସେଇମାନଙ୍କୁ ଟଚ୍ କରୁଛୁ ଏଁ l ତୋତେ ମୁଁ କୋଡିଏ ହଜାର ରେ କିଣିଛି, ତୋ ପଛରେ ଡେଲି ପାଞ୍ଚ ସହ ଖର୍ଚ୍ଚ ହେଉଛି, ୟୁସଲେସ ଆଉ କେବେ ଯଦି ଷ୍ଟ୍ରିକ୍ଟ ଡଗ୍ କୁ ଟଚ କରିବୁ ତଣ୍ଟିଆ ମାରି ଘରୁ ବିଦା କରିଦେବି l "
ଖାଇବାକୁ ଟିକେ ଦିଏ ବୋଲି ବହୁତ ରଙ୍ଗ ଦେଖାଏ ସେ ନାଲି ବୁଢା l ସେ ବାଇକ ଚଳେଇବ ମତେ କହିବ ମୋ ପଛରେ ଦୌଡ଼ l ସେ ବଲ ଫିଙ୍ଗିବ ଚେୟାର ରେ ବସି, ମୋତେ କହିବ ଯା ଜ୍ୟାକ୍ ବଲ ଗୋଟେଇ କି ଆଣ l ଇଛାତ ହୁଏ ଗୋଟେ ଦିଅନ୍ତି..... ଡାକ୍ତର କହିବ ହାଟ୍ ବେମାରୀ ଅଛି, ଟିକେ ଚଲା ବୁଲା କରିବ, ହେଲେ ଶଳା ନାଲିଆ ବୁଢା ନିଜେ ଚେୟାର ରେ ବସି ମୋତେ ଚଳେଇବ l ହୃଦୟ ର ଦୁଃଖର ବେଦନା ଖାଲି ସେଇ ହୃଦୟରେ ହିଁ ମାରିଦେବାକୁ ପଡେ l
ମାଲିକ ଏବେ ନାହିଁ, କଣ କାମରେ ଯାଇଛନ୍ତି, ଆସିବାକୁ ଲେଟ ହେବ କହୁଥିଲେ, ମୁଁ ସିନା ସେ ଦେଶୀ କୁକୁର ପାଖକୁ ଯାଇପାରୁନି, ସେମାନେ ତ ଅସିପାରିବେ ମୋ ପାଖକୁ l ଟିକେ ମଜା ତ ମିଳିଯିବ l
ହାତ ଠାରି ଗୋଟେ କୁକୁର କୁ ଡାକିଲି...
-" କଣ ଭାବୁଛନ୍ତି ଲାବ୍ରାଡାର ସାହେବ...ଡାକୁଛନ୍ତି...ତୁମ ପାଖକୁ ଯିବୁ......... ରାମ ରାମ ରାମ.... ତମ ପାଖକୁ ଯିବୁ କଣ ମରିବାକୁ
ଏକେ ତମେ ତ ଗୋଟେ ଟାଇଗର ପରି ହେଇଛ , ଆମକୁ ଚକୋଲେଟ କରିଦେବନି l "
-" ନାଇଁ ଭାଇ ଆସ ମୋ ପାଖକୁ... ଚେନ ବନ୍ଧା ହେଇଛି ବୋଲି ଯାଇପାରୁନି..... ତମେ ମାନେ ଟିକେ ଆସି ମୋ ସହ ଖେଳନ୍ତନି l
ଆଉ ତୁମକୁ ଚିକେନ ରୋଲ, କେକ୍, ଫିଡ଼ ବି ଖୁଏଇବି l "
-" ନାଇଁ ନାଇଁ ଲାବ୍ରାଡାର ବାବୁ l ଆମେ ଆମ ଜାଗାରେ ଠିକ ଅଛୁ
ଏକ ତ ତମକୁ ଦେଖି ଡର ଲାଗୁଛି ପୁଣି ତମ ମାଲିକ ଯଦି ଦେଖିବ.. ଆମକୁ ସଫା କରିଦେବ l ତାପରେ ତୁମର କଣ ଦୁଃଖ....ଏସି ରୁମ ରେ ରହୁଛ, ଡେଲି ସ୍ୱାଦିଷ୍ଟ ଖାଦ୍ୟ ଖାଉଛ, ଡେଲି ସାବୁନ ରେ ଗାଧୁଛ, ଗଦି ବିଛଣାରେ ଶୋଉଛ , ସୁନା ଥାଳିରେ ଖାଉଛ, ରୁପା ଗ୍ଲାସ ରେ ପିଉଛ, ଡାକ୍ତର ପାଖରେ ଡେଲି ହେଲଥ ଚେକ ଅପ ହଉଛ, ମାଲିକ ତମର ଡେଲି ମର୍ନିଙ୍ଗ ୱାକ ରେ ନେଇ ଯାଉଛନ୍ତି , କାର ରେ ବାଇକ ରେ ବୁଲୁଛ, ନୂଆ ନୂଆ ଜାଗା ଦେଖୁଛ........ ଆଉ କଣ ଦରକାର..... ଏଇସି ଜିନ୍ଦେଗି ଔର କାହଁl l"
-" ଠିକ କହିଲ ଭାଇ ମୁଁ ସବୁ ପାଉଛି l ହେଲେ କେବେ ବି ମୁଁ ପାଇନି ମତୁଆଲା ପବନ, କେବେ ମୁଁ ପାଇନି ନଈର ଜଳ, କେବେ ମୁଁ ପାଇନି ଜଙ୍ଗଲ ର ଫଳ, କେବେ ମୁଁ ପାଇନି ମିଶିକି ବୁଲିବାର ଆଉ ଖାଇବାର ଆନନ୍ଦ ଆଉ ଆନନ୍ଦର ମେଳ .... ନା କେବେ ମୁଁ ଦେଖିଛି ମୁକ୍ତିର ମଞ୍ଚ.... ନା କେବେ ଅନୁଭବ କରିଛି ମୁକ୍ତିର ଆନନ୍ଦ lll ମୁଁ ଲାବ୍ରାଡାର ମୋ ମାଲିକ ର ଭୃତ୍ୟ... ଆଉ ସବୁ ମୋ ପାଇଁ ଖାଲି ମରୀଚିକା ମୃଗତୃଷ୍ଣା l ମୁକ୍ତିର ଆନନ୍ଦ ମୋ ପାଇଁ ସ୍ବପ୍ନ l"
