shibaram dalai

Tragedy

3  

shibaram dalai

Tragedy

କୁଳାଙ୍ଗାର

କୁଳାଙ୍ଗାର

4 mins
619





ବୋଉ ବୋଉ ଆଜି ବାପା ମୋତେ ବହୁତ ଗାଳି ଦେବେ ।ବୋଉ ପଚାରିଲା ଆରେ କାହିଁକି, କଣ ପାଇଁ ? ମୋର ଆଜି ଇଣ୍ଟରବ୍ୟୁ ଥିଲା, ଆଉ ବାପା ସେ ଲୋକକୁ ନିଜ ଜୀବନର ସଞ୍ଚିତ ସବୁତକ ପୁଞ୍ଜି ଏବଂ ବିଲ ବନ୍ଧା ପକେଇ ଟଙ୍କା ଦେଇଥିଲେ ।ମୁଁ କିନ୍ତୁ ଭୁଲିଯାଇଛି ଆଜି ମୋର ଇଣ୍ଟରବ୍ୟୁ ଥିଲା ବୋଲି (ମୁଁ ମିଛ କହିଥିଲି କାରଣ ମୋ ସାର୍ଟିଫିକେଟ ଓ ପର୍ସ ଷ୍ଟେସନ ରୁ ଚୋରୀ ହେଇଯାଇଥିଲା )।ଏବେ କଣ ହେବ ବୋଉ? ସେତେବେଳକୁ ମୋ ଆଖିରୁ ଆଉ ବୋଉ ଆଖିରୁ ଲୁହ ଝରି ଆସିଥିଲା ।

ବାପା ବୋଉ ବହୁତ କଷ୍ଟ କରି ମୋତେ ଉଚ୍ଚ ଶିକ୍ଷିତ କରାଇଥିଲେ, ମାନିକୁ ମଧ୍ୟ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଇଲେ ।ଦୁହେଁ ଚାଁହୁ ନ ଥିଲେ ମୁଁ ତାଙ୍କ ପରି ମୂର୍ଖ ହେଇ ଅନ୍ୟର ଜମି ଚାଷ କରେ । ଏତିକି ବେଳେ ବାପା ବିଲରୁ ଆସିଲେ,ମାନି ବୋଉ ଟୋପେ ପାଣି ଦେଲ ପ୍ରବଳ ଶୋଷ ।ଆରେ ଶିବୁ ତୋର ଆଜି ପରା ଇଣ୍ଟରବ୍ୟୁ ଥିଲା ।ମୁଁ ଜାଣେ ଆଜିକାଲି ଲାଞ୍ଚ ନ ନେଇ ଚାକିରୀ ମିଳୁନି,ସେଥିପାଇଁ ମୁଁ ବନ୍ଦୋବସ୍ତ କରିସାରିଛି ।ତୁ ଏବେ ଚାକିରୀ କଲେ ମୋର ଦୁଃଖ ଚାଲିଯିବ ।ଆରେ ତୁମେ କିଛି କହୁନ ଯେ ଖାଲି ମୁଣ୍ଡ ତଳକୁ କରି ଠିଆ ହେଇଛ ।ବାପା ମୁଁହ ବୁଲେଇ ଦେଖନ୍ତି ତ ମୋର ବୋଉର ଆଖିରୁ ଦୁଇଧାର ଲୁହ ଲମ୍ବି ଯାଇଛି ଓଠ ଆଡକୁ ।ଆରେ କଣ ହେଇଛି କୁହ ।

ମାନି- ବାପା , ଭାଇ ......

କହ ମାନି ଭାଇ ର କଣ ହେଇଛି ?

ମାନି- ବାପା, ଭାଇ.........

କଣ ଭାଇ ଭାଇ ହଉଛୁ କହ ଭାଇର କଣ ହେଇଛି?

ମାନି - ଭାଇ ଇଣ୍ଟରବ୍ୟୁ ଦେବାକୁ ଯାଇନି ।

ଯାଇନି, ଆରେ କୁଳାଙ୍ଗାର କର୍ମଠ ମୋର ସବୁ ଆଶା ପାଣିରେ ମିଶେଇ ଦେଲୁ ,ମୋତେ ଭିକାରୀ କରିଦେଲୁ ।ମୁଁ ଏବେ କଣ କରିବି ?ମାନିର ବାହାଘର କେମିତି କରିବି ? ହତଲକ୍ଷ୍ମା,କୁଳାଙ୍ଗାର ଯା ମୋ ଆଗରୁ ପଳା,ତୋପରି ପୁଅ ମୋର ଦରକାର ନାହିଁ ।ଆଉ ମନେରଖ ବଞ୍ଚିଥିବା ଯାଏ ତୋ ପୋଡା ମୁଁହ ଯେମିତି ନ ଦେଖେ ।ଆଉ ମୁଁ ମରିଗଲେ ମୋ ଝିଅ ମୋ ମୁହଁ ରେ ନିଆଁ ଦବ, ତୁ ନିଆଁ ଦେଲେ ମୋ ଆତ୍ମା କୁ ଶାନ୍ତି ମିଳିବନି ।ଏମିତି ଗାଳି କରି ଚାଲିଗଲେ କ୍ଷେତକୁ ।

ସନ୍ଧ୍ୟାରେ ଫେରି ଦେଖନ୍ତି ତ ମୁଁ ଗୋଟେ ଘରେ କାଵଟ ଦେଇ ବସି କାନ୍ଦୁଛି ।ମୋର ଟିକିଏ ଭୁଲ ପାଇଁ ଘରେ ସେଦିନ ସମସ୍ତେ ଉପାସ ଶୋଇଲେ ।କାହାରିକୁ ଭୋକ ଲାଗିଲା ନାହିଁ।ମୋତେ ବି ନିଦ ଲାଗିଲା ନାହିଁ କଣ କରିବି କିଛି ବୁଦ୍ଧି ଜୁଟିଲା ନାହିଁ ।ଟିକେ କାନ୍ଥ ଘଣ୍ଟା କୁ ଆଖି ବୁଲେଇ ଦେଖେ ତ କେତେବେଳେ ୩:୦୫ ହେଇସାରିଥିଲା ମୁଁ ଜାଣେନା। ମନଟା ବିଚଳିତ ହେଉଥାଏ ।ଚତୁର୍ଦିଗ ଅନ୍ଧକାର ଦେଖାଯାଉଥାଏ,ଶେଷରେ ମନସ୍ଥ କଲି ଘର ଛାଡିବାକୁ, ତାହା ବି କଲି ।ପାଖରେ ପଇସା ତ ନାହିଁ ଯିବି କୁଆଡେ, ସକାଳ ପର୍ଯ୍ୟନ୍ତ ଚାଲିଲି ।ତା ପରେ ବାଇକ ରେ ଲିପଟ ମାଗି ଷ୍ଟେସନ ଆଡେ ଚାଲିଲି ।ତା ପରେ ଟ୍ରେନ ର ଲାଟିନ ଘରେ ବସି ବସି ଯାଇ ପହଁଞ୍ଚୀଲି ଚେନ୍ନାଇ ରେ । ଟ୍ରେନ ରୁ ଓହ୍ଲାଇ ବସ ଷ୍ଟାଣ୍ଡ ଯିବା ରାସ୍ତାରେ ମୋତେ ଗୋଟେ କାର ଆସି ଧକ୍କା ଦେଲା।ତାପରେ ମୋର ଚେତା ଆସେ ତ ମୁଁ ଗୋଟେ ହସ୍ପିଟାଲର ବେଡ଼ ଉପରେ ।ମୋ ପାଖରେ ୩- ୪ଜଣ ଅଚିହ୍ନା ଲୋକ ।

ବାବୁ ବାବୁ ପିଲାଟାର ଚେତା ଫେରିଛି ।ତାପରେ କିଏ କେତେ କଣ ପ୍ରଶ୍ନ ପଚାରି ଚାଲିଲେ ।ମୁଁ କିନ୍ତୁ ମୁଁହ ଖୋଲୁ ନଥାଏ, କାଳେ ସତକଥା ଜାଣିଲେ ମୋତେ ଛାଡି ଚାଲିଯିବେ, ତେଣୁ ମୁଁ ମୁକ ଅଭିନୟ କଲି ।ପରିଶେଷରେ ଜାଣିଲି କିଛି ବର୍ଷ ତଳେ ସେ ବାବୁର ଗୋଟିଏ ବୋଲି ପୁଅ ଅକ୍ସିଡେଣ୍ଟ ରେ ପ୍ରାଣ ହରାଇଛି ।ଜାଣିବା ପରେ ମନସ୍ଥ କଲି ସବୁ ସତ କଥା କହିଦେବି ।ତାହା ହିଁ କଲି ,ବାବୁ ସତ କଥା ଶୁଣି ମୋତେ ତାଙ୍କ ଘରକୁ ନେଇଗଲେ ।ତାଙ୍କ କମ୍ପାନୀ ର ସବୁ ବୁଝିବାର ଦାୟିତ୍ୱ କିଛି ମାସ ପରେ ମିଳିଗଲା ।ବହୁତ ଖୁସି ହେଲି ସେଦିନ କାହିଁ ଗାଁ କଥା,ବାପା ବୋଉ ମାନି କଥା ମନେ ପଡ଼ିଲା ।ଫୋନ କଲି ଗାଁକୁ ବୋଉ ଫୋନ ଉଠେଇ hello କହିବା କ୍ଷଣି ମନେ ପଡ଼ିଲା ବାପାଙ୍କର ସେଦିନ କଥା, କିଛି କହିବା ଆଗରୁ ତତଲା ଅଶ୍ରୁ ନିଗିଡି ପାଟିରେ ମିଶି ସାରିଥିଲା।ସେପଟୁ ଫୋନ ମଧ୍ୟ କଟି ସାରିଥିଲା ।କିଛି ସମୟ ପରେ ପୁଣି ଫୋନ କଲି, ମାନି ଉଠେଇଲା ହେଲୋ କହିବା କ୍ଷଣି ଭାଇ କହି ଜୋର ରେ କାନ୍ଦିବାକୁ ଲାଗିଲା ଆଉ କହିଲା ବାପା ଗୋଟେ ଆଜଣା ରୋଗରେ ପୀଡିତ ,ସେ ଆଉ ଉଠିବସି ପାରୁନାହାନ୍ତି।ସଦାବେଳେ ତୋ କଥା ପଚାରୁଛନ୍ତି ।ସେ ଆଉ କିଛି କହିବା ଆଗରୁ ମୁଁ ଯିବି ନିଶ୍ଚୟ ଯିବି କହିଲି ।ସେଦିନ ତରତର ହେଇ ଟ୍ରେନ ରେ ଚଢ଼ିବାକୁ ଯାଇ ତଳକୁ ଖସି ଯାଇ ମୋ ଗୋଡଟା କଟିଗଲା ।ଘରକୁ ଫେରିବା ବଦଳରେ ମେଡିକାଲ ରେ ଭର୍ତ୍ତି କରି ଭଲକରାଇଲେ ମୋ ବାବୁ।ଭଲ ହେବା ପରେ ଗାଁ କୁ ଯେବେ ଫେରିଲି ସେଦିନ ମୋ ମୁଣ୍ଡ ଉପରେ ଆକାଶ ଟା ନଥିଲା, ସତେ ଯେମିତି ମୋ ପାଦତଳୁ ମାଟି ଗୁଡିକ କୁଆଡେ ଚାଲିଗଲା ଭଳି ଲାଗିଲା ।

ଗାଁର ପ୍ରଥମ ମୁଣ୍ଡରୁ ସମସ୍ତଙ୍କ ଗାଳି ଶୁଣି ଶୁଣି ଯେପରି ବୋକା ପାଲଟି ଯାଇଥିଲି ।ସମସ୍ତେ ଶେଷରେ କହୁଥିଲେ ତୁ ବହୁତ ଡେରି କରିଦେଲୁ ରେ ।ଅଟୋ ଘର ପାଖରେ ପହଞ୍ଚିଲା ,ମାଆ ଦୌଡ଼ିଆସି କାଵଟ ବନ୍ଦ କରିଦେଲା ।ମୁଁ ବୋଉ ପାଖକୁ ଦୌଡ଼ିବାକୁ ଚେଷ୍ଟା କରେତ କଚାଡି ହେଇ ପଡ଼ିଗଲି ।ମାନି କବାଟ ଖୋଲି ଦୌଡ଼ିଆସିଲା ମୋ ପାଖକୁ।ଆଉ ତାରି କାନ୍ଧରେ ସାହାରା ହେଇ ଘର ପାଖକୁ ଗଲି ।ମାନି କୁ ଗୋଟିଗୋଟି କରି ସବୁକଥା କହିଲି ,ମାନି ଭୋ ଭୋ ହେଇ କାନ୍ଦୁଥିଲା ।ବୋଉ ବି କବାଟ ପାଖରେ ସବୁକଥା ଶୁଣି ଶୁଣି ନିଜର ସବୁତକ ଅଶ୍ରୁ ନିଗାଡି ସାରିଥିଲା ।ଦୌଡ଼ି ଆସି କୋଳକୁ ଟାଣିନେଲା ବୋଉ।ମୁଁ କିନ୍ତୁ ବୋଉର କୋଳରେ ମଥା ରଖି ମନେପକୋଉଥିଲି ବାପାଙ୍କର ସେହି କଥାକୁ "ହତଭାଗା,କୁଳାଙ୍ଗାର ମୋ ମୁଁହ ରେ ତୁ ନିଆଁ ଦେଲେ ମୋ ଆତ୍ମା ଶାନ୍ତି ପାଇବ ନାହିଁ" .



ଶିବରାମ ଦଳେଇ

ଲେଖନପୁର ସାଲେପୁର.


Rate this content
Log in

Similar oriya story from Tragedy