Satyabati Swain

Tragedy

2  

Satyabati Swain

Tragedy

କୁଳ ବୋହୁ

କୁଳ ବୋହୁ

7 mins
416



ହୋସ୍ ଆସିଲା ପରେ ନିନି ନିଜକୁ ଗୋଟିଏ ଝରକା କବାଟ ଲାଗି ନଥିବା ଘର ଭିତରେ ଆବିଷ୍କାର କଲା। ତା ଚାରି ପାଖେ କେତୁଟା ମଦ ବୋତଲ,ମାଂସ ହାଡ଼ ଥିବା ପ୍ଲେଟ ଗଡୁଥିଲା। ସେ ସୁଦୁ ଲଙ୍ଗଳା ମଙ୍ଗଳା ହୋଇ ଶୋଇଥିଲା। ଅଳ୍ପ ଦୂରରେ ଲୋଚାକଚା ହୋଇ ତା ଲୁଗା ପଟା ଛାତରୁ ଝଡିଥିବା ଫଲସ୍ ଉପରେ ପଡ଼ିଥିଲେ ଝଡରେ ଉଡିବା ପରି।


ମୁଁ ପ୍ରଥମେ ନିଜକୁ ଚାହିଁ ଚମକି ପଡିଲି। ଅଦଭୁତ ଲଙ୍ଗଳା! ମୁଁ ଉଠିବାକୁ ଚେଷ୍ଟା କଲା। କିନ୍ତୁ ଏ କଣ? ମୋଠେଇ ସତେକି ଜୀବନ ନାହିଁ। କେତେ ଦିନ ହେବ ମୁଁ ଏଠି ପଡିଛି? ମନେ ପକାଇଲା। କେମିତି ଜାଣିବ ଆଜି କେଉଁ ବାର,ଏବେ କେତେ ସମୟ ଓ ମୁଁ କେଉଁଠି ଅଛି? ମୋ ଅବଇଛତର ହୋଇ ପଡିଥିବା ଶାଢ଼ୀକୁ ଅନେଇଁଲି। ହଁ ତ ମୁଁ ବୁଧବାର ଦିନ ଏଇ ଶାଢ଼ୀଟା ପିନ୍ଧିଥିଲି ଗୋଟେ ବାହାଘରିଆ ଭୋଜିକୁ ଯିବା ପାଇଁ। ତେବେ ଆଜି କେଉଁ ବାର? ମୋ ତଣ୍ଟି ଶୁଖି ଯାଉଥିଲା। ପାଣି ଖୋଜିଲି। ପାଣି କାହିଁ? ଘୁଷୁରି ଘୁଷୁରି ଶାଢ଼ୀ ଯାଏ ଗଲି। ଘର କଣ ରେ ପାଣି ବୋତଲ ଟିଏମୋ ଅସହାୟ ହୋଇ ଗଡୁଥିବାର ଦେଖିଲି। ଆଗ ପାଣି ଦରକାର। ହାତ ପେଟ ଘୋଷାରି ଖଣ୍ଡିଆ ହୋଇ ଗଲାଣି। ଯେନ ତେନ ପ୍ରକାରେ ବୋତଲ ପାଖେ ପହଞ୍ଚି ଦେଖିଲି କିଛି ପାଣି ଅଛି। ଢକ ଢକ କରି ଗୋଟେ ନିଃଶ୍ବାସରେ ସବୁତକ ପାଣି ପିଇଗଲି ଓହୋ ଟିକେ ବଳ ଆସିଲା ମୋ ଦେହରେ।


ଏଥରକ ମୁଁ ଉଠିବାକୁ ଚେଷ୍ଟା କଲି। ଶାଢ଼ୀ ସାୟା ବ୍ଲାଉଜ କୁ ଗୋଟେଇ ନିଜ ଉପରେ ଘୋଡାଇ ଚିତ୍ ହୋଇ ଶୋଇ ପଢିଲି କ୍ଷଣେ। ତାପରେ ଝରକା ଧରି ଉଠି ଠିଆ ହେବାକୁ ଚେଷ୍ଟା କଲି। ଅନେଇଁ ପାରୁ ନ ଥିଲି ନିଜ ଉଲଗ୍ନ ଶରୀରଟାକୁ। ବହୁ ଜାଗାରେ ଖଣ୍ଡିଆ ଖାବରା। ରକ୍ତ ଶୁଖି ଯାଇଛି। ବୋଧେ ଦୁଇ ଦିନ ହୋଇ ପାରେ କ୍ଷତ ସ୍ଥାନକୁ ଦେଖି ଅନୁମାନ ଲଗାଇଲି। କାନ୍ଥକୁ ଭରା ଦେଇ ସାୟା ବ୍ଲାଉଜ ଓ ଶାଢ଼ୀ ପିନ୍ଧି ଝରକା ଦେଇ ଅନେଇଁଲି ବାହାରକୁ। ଓଃ ବୋଧେ ମୁଁ ତିନି କି ଚାରି ମହଲା ଉପରେ ଅଛି। କିନ୍ତୁ ବାହାର ଟା ମୋତେ ଅଚିହ୍ନା ଲାଗିଲା।


ତାହେଲେ ଏବେ ମୁଁ କେଉଁଠି? ନିଜକୁ ପଚାରିଲି।

ମନେ ପଡିଲା ମୋର....ମୁଁ ମୋ ସ୍ୱାମୀ ,ଶାଶୁ ଶଶୁର ଓ ଦିଅରଙ୍କ ସହ ବାହା ଘର ଭୋଜିରୁ ଫେରୁଥିଲୁ। ସମୟ ରାତି ଏଗାର। ରାସ୍ତା ମଝିରେ ଶୋଇଥିଲା ଜଣେ ଲୋକ ଧୁମ ପିଇ ଦେଇଥିଲା ବୋଧେ। ଗାଡିରୁ ଓହ୍ଲାଇ ସମସ୍ତେ ଘଟଣା କଣ ଜାଣିବାକୁ ଲୋକଟି ପାଖକୁ ଗଲେ। ଲୋକ ଟିକୁ ଯେତେ ଡାକିଲେ,ହଲେଇଲେ ଶୁଣୁ ନ ଥିଲା ସେ। ବାଧ୍ୟ ହୋଇ ତାକୁ ଗୋଡ଼ ପାଖରୁ ଓ ମୁଣ୍ଡ ପାଖରୁ ଧରି ରାସ୍ତା ଦାଢ଼କୁ ନେବାକୁ ଚେଷ୍ଟା କଲେ ମୋ ସ୍ୱାମୀ ଓ ଦିଅର। ନଚେତ ଗାଡି ଯାଇ ହେବନି ଆଗକୁ। ଠିକ୍ ଏଇ ସମୟରେ ଚାରି ପାଞ୍ଚ ଜଣ ଆସି ଗାଡି ଭିତରୁ ମୋତେ ଟାଣି ବାହାର କରିନେଲେ।


ମୁଁ ଚିତ୍କାର କଲି ନୀଳ୍ ନୀଳ୍....।


ନୀଳ୍ ମୋ ସ୍ୱାମୀ ଓ ଶଶୁର ଦିଅର ମୋ ପାଖକୁ ଆସିବା ପୂର୍ବରୁ ସେମାନେ ମୋତେ ତାଙ୍କ ଗାଡ଼ିରେ ବସାଇ ନେଇ ଆସିଲେ। ମୁଁ ପଛକୁ ମୁହଁ କରି ଡାକୁଥାଏ ନୀଳ୍..ବାବା...ମାମା ....ସୁବୁ......ସମସ୍ତେ ବୋକାପରି ଚାହିଁଥାନ୍ତି। ମୁଁ ଦେଖୁଥାଏ ସେମାନେ ମୁଁ ବସିଥିବା ଗାଡି ପିଛା କରିବା ପରିବର୍ତ୍ତେ ବିପରୀତ ଦିଗରେ ଦ୍ରୁତ ଗତିରେ ଆଖି ଉହାଡ଼ ହୋଇ ଗଲେ। ମୁଁ ଭାବିଲି ବୋଧେ ପୋଲିସ୍ ର ସାହାଯ୍ୟ ନେଇ ମୋତେ ଉଦ୍ଧାରିବେ।


କିନ୍ତୁ......


ହୁଏତ ସେମାନେ ଚେଷ୍ଟା କରିଥିବେ। ହୁଏତ ଖୋଜି ଖୋଜି ନୟାନ୍ତ ହେବେଣି। ଅନେକ ହୁଏତ ମୋତେ ଦ୍ଵନ୍ଦରେ ପକାଇଲେ। ସେମାନେ ତିନି ଜଣ ଚାହିଁ ଥିଲେ ହୁଏତ କିଛି କରି ପାରିଥାନ୍ତେ। ରକ୍ଷା କରିବାକୁ ଚେଷ୍ଟା କରି ହାରିବା ଆଉ ଆଦୌ ଚେଷ୍ଟା ନ କରି ନିଜ ପ୍ରାଣ ଧରି ଦଉଡ଼ି ପଳାଇବା କେଉଁ ମାନସିକତା? ଅନ୍ୟ ମାନଙ୍କ କଥା ନିଆରା। ମାତ୍ର ନୀଳ୍....


ନୀଳ୍ ଙ୍କୁ ସେ ଲଭ୍ ମ୍ୟାରେଜ କରିଛି। କେତେ କଣ ପ୍ରମିଜ୍ ସେ କରୁଥିଲେ। ମୁଁ କାଳେ ତାଙ୍କ ହାର୍ଟ ର ଧକ୍ ଧକ୍ ଶବ୍ଦ। ମୋ ବିନା କୁଆଡେ ସେ କ୍ଷଣେ ବଞ୍ଚି ପାରିବେ ନାହିଁ। ମୁଁ ତାଙ୍କ ଆତ୍ମା,ଦୁନିଆଁ ବଗେରା ବଗେରାହେଲେ ମୋତେ କେହି ଉଠାଇ ନେଉଛି ଆଖି ଆଗରେ ଦେଖି ବି ଡରି ପଳାଇଲେ? କି ଡରୁଆ ମଣିଷ ଟା..। ମୋ ପଛରେ ହଜାର ଲାଇନ୍ ଥିଲା। ମୁଁ କିନ୍ତୁ ସମସ୍ତଙ୍କୁ ନା ପସନ୍ଦ କରି ନୀଳ୍ ଙ୍କୁ ଚୟନ କରିଥିଲି ଜୀବନ ସାଥୀ ଭାବେ। ସବୁଠାରୁ ଲାଇନ୍ ରେ ଆଗରେ ଥିଲା ଅର୍ଣ୍ଣବ। ତା ଭଲ ପାଇବାକୁ ଗୋଡ଼ରେ ଆଡେଇ ମୁଁ ଯେତେ ବେଳେ ନୀଳ୍ କୁ ମ୍ୟାରେଜ କଲି;ବିଚରା ଭାଙ୍ଗି ପଡି ଦୁଃଖରେ ଏତେ ପିଇ ଦେଲା ଯେ ଜୀବନ ଯାଉ ଯାଉ ବଂଚିଗଲା। କେବେ କେବେ ନୀଳ୍ ଥଟ୍ଟାରେ ମଜା କରି କୁହନ୍ତି ଅର୍ଣ୍ଣବ ଏବେ ବି ଅନେଇଁ ବସିଛି ତୁମକୁ ନିନି। ଯାଅ ଥରେ ପ୍ରେଜେଣ୍ଟ ପକାଇ ଦେଇ ଆସିବ। ଶିଶୁପାଳ ଓ ଦେବଦାସ ହୋଇ ବୁଲୁଛି। ନିନି ତୁମେ କଣ କି? ଏତେ ପୁଅ ତୁମ ପାଇଁ ପାଗଳ??


ତୁମେ କାଇଁ ପାଗଳ ହେଉଥିଲ କୁହତ


ପଏଣ୍ଟ.....ତୁମେ ସେତିକି ସୁନ୍ଦର,ସ୍ମାର୍ଟ ଓ ମେଧାବୀ ଥିଲ। କଲେଜ ଡ୍ରାମାରେ ତୁମେ ହିରୋଇନ୍ ଆଉ ମୁଁ ହିରୋ। ଭୂମିକା ନିଭାଉ ନିଭାଉ ସତରେ ତୁମ ହିରୋ ଭାବେ ନିଜକୁ ଭାବି ନେଲି। ଆରେ ବାବା ଖାସ୍ ତୁମ ପାଇଁ ମୋ ବେଷ୍ଟ ଫ୍ରେଣ୍ଡ ଅର୍ଣ୍ଣବ ସାଙ୍ଗେ ହାତାହାତି ହୋଇ ସବୁଦିନ ଶତ୍ରୁ ହୋଇଗଲୁ। କମ୍ ପାମ୍ପଡ଼ ବେଲିଛି କି ତୁମକୁ ପାଇବା ପାଇଁ। କେତେ କଥା କି ପ୍ରତିଜ୍ଞା। କୁଆଡେ ଗଲା ନୀଳ୍। ଦୁଇ ଦିନ ହେବ ଟିକେ ବି ଖୋଜୁନ....


ଓଃ ପ୍ରବଳ ଭୋକ। ଆଗକୁ ଭାବି ପାରୁନି କିଛି। ମୋର ଖାଦ୍ୟ ନିହାତି ଦରକାର। କଣ କରିବି କିଏ ଦେବ ମୋତେ ଏ ଅଚିହ୍ନା ସହରରେ ଖାଦ୍ୟ। ମୋ ପାଖେ ତ ପଇସା ନାହିଁ। ଦରାଣ୍ଡି ପକାଇଲା ଦେହ ମୁଣ୍ଡ। କେଉଁଠି କିଛି ଅଳଙ୍କାର ଥିଲେ ହୁଏତ.....


ନା କେଉଁଠି କିଛି ଛାଡି ଯାଇ ନାହାନ୍ତି ପଶୁଗୁଡା। ହାତରେ ମୁହଁ ଲୁଚାଇ କାନ୍ଦି ପକାଇଲି ମୁଁ। ଖାଇବା ପାଇଁ ମା କେତେ ଲାଗୁଥିଲେ ମୋ ପଛେ। ନା ଏଇଟା ଖାଇବିନି,ସେଇଟା ଖାଇବିନି। କେତେ ନଖରାମି। ବାବା ଗିନା ଧରିଥିବେ ମା ଚାମଚ। ମୁଁ ଦୌଡିଥିବୀ ଆଗେ ଆଗେ। ଥୁ ଥୁ କାଢି ଦେଉଥିବି ଭୁଲେଇ ଖାଦ୍ୟ ଦେଇ ଦେଲେ ପାଟିରେ। ଆହା ବାବା ..ମା। ଦେଖ ତୁମ ନିନି,ନିର୍ଳିପ୍ତା ଆଜି ମୁଠେ ଖାଇବା ପାଇଁ କି ଆକୁଳ ହେଉଛି।


ଆରେ ହାତରେ ଏ କଣ ବାଜିଲା! ହୀରାର ଦିଟା କାନ ଫୁଲ!! ଉପର କାନରେ ପିନ୍ଧିବା ପାଇଁ ବାବା ତାର ଏକୋଇଶିତମ ଜନ୍ମ ଦିନରେ ଗିଫ୍ଟ ଦେଇଥିଲେ। ଇମ୍ପୋଟେଡ଼। ଯା ହେଉ ଏ ଦିଟା କେମିତି ନେଇ ନାହାନ୍ତି ନର ରାକ୍ଷସ ଗୁଡାକ। ନିନି ଆସ୍ତେ ବାଟ ଖୋଜି ଖୋଜି ଆସିଲା ବାହାରକୁ। ଏଇଟି ଭୁବନେଶ୍ୱର ବୋଲି ଜାଣିଲା। ତାଙ୍କ ଘର ତ କଳାହାଣ୍ଡି ଭବାନୀ ପାଟଣା। ଏତେ ଦୂରକୁ ନେଇ ଆସିଛନ୍ତି ବଦମାସ୍ ଗୁଡା। ହୀରା କାନ ଫୁଲ ଦିଟା ବିକି ଦେଲା। ଅଠର ହଜାର ଟଙ୍କା...ଓ ମାଇଁ ଗଡ୍। ବାବା ତୁମେ ପାଖରେ ନ ଥାଇ ବି ବଞ୍ଚେଇ ଦେଲ ତୁମ ଆଦରର ନିନି କୁ।


ଖାଇବା ଅପେକ୍ଷା ପ୍ରଥମେ ନୀଳ୍ କୁ ସେ ଫୋନ୍ କରି ଜଣାଇଁ ଦେବାକୁ ଚାହିଁଲା ଯେ ସେ ଭୁବନେଶ୍ୱରରେ ଅଛି। ନୀଳ୍ ଶୁଣି ଖୁବ୍ ଖୁସି ହୋଇଯିବେ ଓ ଦଉଡ଼ି ଆସିବେ ମୋତେ ନେବାକୁ। ଫୋନ୍ ବୁଥ୍କୁ ଗଲା। ନୀଳ୍ ଙ୍କ ମନୋଭାବ କୁ ପଢିବା ପାଇଁ ଟୋନ୍ ବଦଳାଇ ସାଙ୍ଗ ଏରୋମା ହୋଇ ଫୋନ୍ କଲା।


ଅନ୍ୟ ଟୋନ୍ ନକଲ କରିବାରେ ମାହିର୍ ମୁଁ। କଲେଜରେ ସେଇଥିପାଇଁ ତ ନକଲ ସ୍ୱର ପାଇଁ ଟ୍ରଫି ଜିତେ ଫି ବର୍ଢ଼। ଆଜି ଏଇ ନକଲ ଟୋନ୍ ମୋର କାମରେ ଆସିବ। ଜଣା ଯିବ ନୀଳ୍ ଙ୍କ କଥା ଓ କାମରେ କେତେ ସତ୍ୟତା। ସେ ଯେମିତି କୁହନ୍ତି"ତୁମେ ମୋ ଜାନ୍ ,ତୁମ ପାଇଁ ବି ମରିବାକୁ ପ୍ରସ୍ତୁତ ଅଛି,ଯିଏ ଯେତେ ଯାହା କହିଲେ ବି ତୁମକୁ ମୋଠାରୁ କେବେ ଅଲଗା କରିବି ନାହିଁ ବ୍ଳା ବ୍ଳା"।

ଏଣୁ ଏରୋମା ହୋଇ ଫୋନ୍ କରିବାରେ ଏତେ ଟିକେ ଅସୁବିଧା ହେବନି ମୋତେ। ମୁଁ ଫୋନ୍ କଲି ପ୍ରଥମେ ନୀଳ୍ ଙ୍କୁ।


ହାଲୋ......


ସେ ପଟୁ ଶୁଭିଲା ହାଲୋ


କିଏ ନୀଳ୍ କହୁଛନ୍ତି?


ହଁ....ଆପଣ..


ମୁଁ ଏରୋମା,ନିନି ବାନ୍ଧବୀ,ଜାଣିଛ ନା?


ହଁ ହଁ କୁହ...


ନିନି ସହ ଟିକେ କଥା ହୋଇ ଥାନ୍ତି।


ନି...ନି ସେ ଭୟାଳୁ ସ୍ୱରରେ କହିଲେ।


ହଁ ନିନିକୁ ଟିକେ ଫୋନ୍ ଦିଅ । ତା ଫୋନ୍ ସ୍ୱିଚ ଅପ୍ ଆସୁଛି।


କିନ୍ତୁ ନି ନି ତ...


ଶୋଇଛି?


ନା.....ହଁ.....ନା ସେ ନାହିଁ?


ମାନେ?


ତାଙ୍କ ଘରକୁ ଯାଇଛି। ଦୁଇ ଦିନ ହେବ।


କିନ୍ତୁ ସେ ତ ତୁମକୁ ସାଙ୍ଗରେ ନ ନେଲେ କୁଆଡେ ଯାଏନି।


କୁଣ୍ଠିତ ହସ ଟିଏ ହସି ନୀଳ୍ କହିଲେ ସେ କଣ ଆଉ ଆଗର ନିନି ହୋଇ ରହିଛି? ମ୍ୟାରେଜ ପରେ ତୁମେ ଝିଅ ଗୁଡା ଖୁବ୍ ବଦଳି ଯାଅ।


କେଡେ ମିଛୁଆ ନୀଳ୍ ମୁଁ ଭାବିଲି। ଓହୋ। ସେ ଆସିଲେ କହିବେ ମୋତେ ଟିକେ ଫୋନ୍ କରିବ।


ହଁ ହଁ ନିଶ୍ଚିନ୍ତ କହି ଫୋନ୍ କାଟିଦେଲେ ନୀଳ୍। ନୀଳ୍ କାହିଁକି ମିଛ କହିଲେ?


ଶଶୁରଙ୍କୁ ଫୋନ୍ ଲଗାଇଲି। ସେ କହିଲେ ବୋହୁ ତା ମନ ଇଚ୍ଛାରେ ଚାଲି ଯାଇଛି କୁଆଡେ। ନୀଳ୍ କହୁଛି ତା ବାପଘରକୁ କିବା ତା ପୁରୁଣା ପ୍ରେମିକ ଅର୍ଣ୍ଣବ ପାଖକୁ ଯାଇଛି ବୋଲି। ନିନି ମୋ "କୁଳ ବୋହୁ" ହେବାର ସମସ୍ତ ଯୋଗ୍ୟତା ହରାଇଛି। ସେ ଗୋଟେ ବାଜେ ଝିଅ। ମୋ ପୁଅକୁ ଫସାଇ ନଷ୍ଟ କରିଦେଇଛି।


ଶାଶୁ କହିଲେ ନିନି ମରିଛି କି ବଞ୍ଚିଛି ଆମେ ଜାଣିନୁ। ବୋହୁ ଟି ମୋର ସୁନା ପ୍ରତିମାଟିଏ। କିଏ ଲୋଭେଇ ନେଇଗଲା।


ପୋଲିସ୍ ରେ ଖବର ଦେଇନ? ଖୋଜିବାକୁ ଚେଷ୍ଟା କରିନ


ନୀଳ୍ ମୋତେ କହୁଛି ଚୁପ୍ ରୁହ ମା। ସେ କହୁଛି ଯଦି ବା ନିନି ମିଳି ଯାଏ ସେ ତାକୁ ଆଉ ଗ୍ରହଣ କରିବ ନାହିଁ। ଗୋଟେ ବଳତ୍କାକାରୀକୁ ସେ ନିଜ ସ୍ତ୍ରୀ କରି ପାରିବ ନାହିଁ। ତା ବାବା ବି ଏକମତ ପୁଅ କଥାରେ। ବୋହୂର ଇଜ୍ଜତ ଯାଇଛି ସେ ଆଉ "କୁଳବୋହୁ" ହେବାକୁ ଯୋଗ୍ୟ ନୁହେଁ। ନୀଳ୍ ଟି ଗୋଟେ ବିଶ୍ୱସ୍ତ ସ୍ୱାମୀ ହେବାକୁ ଅଯୋଗ୍ୟ ମା। ଭାରି ରକ୍ଷଣଶୀଳ ମନୋବୃତ୍ତି ତାର ଏ ଯୁଗର ପିଲା ହୋଇ। କିଏ ତାକୁ ଏତେ ବଡ଼ ଅଫିସର କରୁଥିଲା କେଜାଣି। ଝିଅ ମାନଙ୍କ ସ୍ୱାଭିମାନ ଯେ ଅଛି ସେ କଥା ସେ କେବେ ଭାବେନି।


ଏଥିରେ ନିନି ର କଣ ଦୋଷ ମାଉସୀ? ଯଦି ନୀଳ୍ ଙ୍କ ସହ ଏପରି ହୋଇଥାନ୍ତା କିଛି ନାରୀ ତାଙ୍କ ସହ ଯୌନ ସମ୍ପର୍କ ରଖି ଛାଡି ଦେଇଥାନ୍ତେ,ନିନି କଣ ସ୍ୱାମୀ ବୋଲି ଗ୍ରହଣ କରି ନଥାନ୍ତା?


ମା ରେ ନୀଳ୍ ପରା ପୁଅ? ପୁଅ ପିଲାର ଇଜ୍ଜତ କଣ ଯାଏ? ଆମ ଭଳି ନାରୀ ମାନଙ୍କର କେବଳ ଇଜ୍ଜତ ହାନି ହେବାକୁ ବାଧ୍ୟ ଏଇ ପୁରୁଷ ପ୍ରଧାନ ସମାଜରେ। ମୁଁ ବି ମୋ ବୋହୁ ପାଇଁ ଖୁବ୍ ଦୁଃଖିତ। କିନ୍ତୁ କଣ କରିବି ମୋତେ ଡରେଇ କି ଚୁପ୍ ରହିବାକୁ କହିଛନ୍ତି। ଖୋଜିବ ଝିଅ ମୋ ବୋହୁକୁ। ନୀଳ୍ କହୁଛି କି ବୋହୁ ମୋର କୁଆ ଡେ "କୁଳ ବୋହୁ "ହେବାର ସମସ୍ତ ଯୋଗ୍ୟତା ହରାଇଛି। ମରିଥିବ ଯଦି ନିନି ତ ଭଲ ବଞ୍ଚିଥିଲେ ବି ସେ ଆଉ ତାକୁ ଗ୍ରହଣ କରିବ ନାହିଁ ବୋଲି କହୁଛି। ନୀଳ୍ ମୋ ପୁଅ ହେଲେ କଣ ହେବ; ଖୁବ୍ ସଂକୀର୍ଣ୍ଣମନା ରେ ଝିଅ। ମୋ ବୋହୁ ବଞ୍ଚିଛି କି ମରିଛି ମୁଁ ଜାଣି ପାରୁନି। ବିଚାରି ଝିଅଟି...


ମୋର ଆଉ କିଛି ବୁଝିବାକୁ ବାକି ରହିଲା ନାହିଁ। ଗଡି ପଡୁଥିବା ଲୁହକୁ ପୋଛି ନେଇ ଆଗ ଖାଇବାକୁ ଗଲି। ମୋତେ ମୋ ନିଜ ପାଇଁ ବଞ୍ଚିବାକୁ ପଡିବ। ଖାଇଲି ପେଟେ। ଆବଶ୍ୟକୀୟ ବ୍ୟବହୃତ ଜିନିଷ କିଣିଲି।


ଖୋଜିଲି ଗୋଟେ ଭଡା ଘର।


ଫୋନ୍ କରି ବୁଝିଲି ଯେ ମୋ ବାବା ମା ଙ୍କୁ ଖବର ଦିଆ ଯାଇଛି ଯକି ନିନି ଘର ଛାଡି ଚାଲି ଯାଇଛି ତା ପୁରୁଣା ପ୍ରେମିକ ସଙ୍ଗେ। ଯେଉଁଥି ପାଇଁ ବାବା ମା ବି ଖପ୍ପା ମୋ ଉପରେ।


ସବୁ ରାସ୍ତା ବନ୍ଦ.....କଣ କରିବି? ପାଖରେ ମାତ୍ର ଷୋଳ ହଜାର ଟଙ୍କା। ଏଇଆକୁ ପୁଞ୍ଜି କରି ନୂଆ ଗୋଟେ ପରିଚୟ ଏବଂ ଜୀବନ ଆରମ୍ଭ କରିବି। ଦେହରେ ଦେହ ଭର୍ତ୍ତୀ ଯନ୍ତ୍ରଣା। ମନରେ ବିତୃଷ୍ଣା ର ନିଆଁ। ନୀଳ୍ ଛିଃ..। ଏମିତି ଗୋଟେ କାପୁରୁଷ ପାଇଁ ବାବା ମା ଙ୍କ ମନରେ ଦୁଃଖ ଦେଇ କାହିଁକି ବିବାହ କଲି? ନାରୀର ସୌନ୍ଦର୍ଯ୍ୟ ଦେହ ଉପରେ ଯାହାର କେବଳ ଆଖି। ଝିଅ ମାନଙ୍କ ମନ ଅଛି,ଜୀବନ ଅଛି ସେ କଥା ସେ ବୁଝନ୍ତି ନାହିଁ। କେମିତି ଭୁଲ୍ ହେଲା ମୋର ନୀଳ୍ କୁ ଜୀବନ ସାଥୀ ରୂପେ ବାଛି!


ମୁଁ "କୁଳବୋହୁ" ହେବାକୁ ଅଯୋଗ୍ୟ କିନ୍ତୁ କାହିଁକି ମୋତେ ଯେଉଁ ମାନେ ଉଠାଇ ଆଣିଥିଲେ ବଳତ୍କାର ନିଶ୍ଚୟ କରିଥିବେ ଏ ଦୃଢ଼ ବିଶ୍ୱାସ କେମିତି ହେଲା ସେମାନଙ୍କର। କୌଣସି ସତ୍ୟାସତ୍ୟ ନ ବୁଝି କେମିତି ପହଞ୍ଚିଗଲେ ଗୋଟେ ସିଦ୍ଧାନ୍ତରେ?


ଠିକ୍ ଅଛି। ମୁଁ ପ୍ରମାଣ କରିଦେବି ମୁଁ ନୁହେଁ ନୀଳ୍ ହିଁ ମୋର ସ୍ୱାମୀ ହେବାକୁ ଅଯୋଗ୍ୟ। କେବଳ କାଲି ସକାଳକୁ ଅପେକ୍ଷା। ଅପେକ୍ଷା ମୁଁ ବଞ୍ଚିବି ନିଜ ପାଇଁ। ବଞ୍ଚିବି ଆଉ କେତୁଟା ନିନି ଙ୍କ ପାଇଁ।


ଆଉ ତାପରେ ସକାଳ ସୂର୍ଯ୍ୟ କିରଣ ରେ ରାତିର ଯନ୍ତ୍ରଣା ଓ ଅନ୍ଧକାର ଧୀରେ ଧୀରେ ଅସ୍ପଷ୍ଟ ହୋଇ ଆସୁଥିଲା। ମୁଁ ଚାଲୁଥିଲି ଏକ ମୁହାଁ ହୋଇ ସେହି ରାସ୍ତାରେ ଯେଉଁ ରାସ୍ତାରେ ଆଉ ମୋ ଘର ଦେଇ ଫେରିବନି। ଛାଡ଼ ହୋ..ସେ ସଂସ୍କୃତି ଓ ପରମ୍ପରା କଥା,ଯାହା ନିଜ ଝିଅବୋହୁଙ୍କୁ ସୁରକ୍ଷା ଦେଇ ପାରେନି। ମୁଁ ଭୁଲି ଗଲି ସିନ୍ଦୂର ମାହାତ୍ମ୍ୟ,ଲକ୍ଷ୍ମୀ ପୁରାଣ ଗାଥା,ଆଈ ମାର ରାଜା ରାଣୀ କଥା। ମୋ ପାଖରେ ଏବେ ଦୁଇଟି କାମ ବାକି ଥିଲା। ପ୍ରଥମଟି ଲଣ୍ଡା ହେବା ସ୍ୱାମୀ ମରିଛି ଭାବି ଓ ଦ୍ଵିତୀୟଟି କରାଟୋ ଶିଖିବା ଏ କାମାନ୍ଧପୁରୁଷଙ୍କୁ ପାନେ ଦେବାକୁ।


ଲିଭାଇ ଦେଲି ମଥାର ସିନ୍ଦୁର। ଛିଡାଇ ଦେଲି ମଙ୍ଗଳ ସୂତ୍ର। ଉତ୍ତାରି ଦେଲି ଚୁଡି। ଏବେ ମୁଁ ସମ୍ପୂର୍ଣ୍ଣ ମୁକ୍ତ।


ହେ ସମସ୍ତ ନିନି ତୁମେ ମୋ ସହ ଅଛ ତ


Rate this content
Log in

Similar oriya story from Tragedy