STORYMIRROR

Aravinda Das

Comedy

4  

Aravinda Das

Comedy

କଟାସ

କଟାସ

1 min
841



କୁନିବୋଉ ତାରଜାଲି ଦିଆ କୁକୁଡ଼ା ଘରକୁ ଅନେଇ ଥିଲେ।ଦେଶୀ ଗଞ୍ଜା ଓ ଦେଶୀ କୁକୁଡ଼ା କିଛି ଥିଲେ ତା ଭିତରେ।

      ପଡିଶା ଘର ଜିତୁବୋଉ ପାଖକୁ ଆସି କହିଲା,"ତମ ଭାଗ୍ୟଟା ବହୁତ ଭଲ କୁନି ବୋଉ।ଫନି ବାତ୍ୟାରେ କୁକୁଡ଼ା ଫାର୍ମ ବାଲାଙ୍କ ସବୁ କୁକୁଡ଼ା ନିପାତ ହୋଇଯାଇଛନ୍ତି।ତମେ ସେଦିନ ସବୁ କୁକୁଡ଼ାଙ୍କୁ ନିଜ ରୁମ ଭିତରକୁ ନେଇଗଲ ବୋଲି ରକ୍ଷା ପାଇଗଲେ।ତେବେ କଟାସ ଙ୍କୁ ଡର।ଆମର ତିନିଟା କୁକୁଡ଼ା ମାରି ଖାଇସାରିଲାଣି।ତମ ଭଳି ତାର ଜାଲିଦିଆ କୁକୁଡ଼ା ଘର କରିଦେଲେ କଟାସ ଙ୍କୁ ଆଉ ଡର ରହିବନି।"

ଦୀର୍ଘ ନିଶ୍ବାସ ଛାଡି କୁନିବୋଉ କହିଲେ,"ତାର ଜାଲି ଭିତରେ ଥିଲେ କଣ କୁକୁଡ଼ା ମରିବେନି ?ଗଞ୍ଜା,ପେଣ୍ଠି ମିଶି ଆଠଟା ଦେଶୀ କୁକୁଡ଼ା ଥିଲା।ଏବେ ତିନିଟା ମାତ୍ର ଅଛନ୍ତି।"

-ଏତେ ମୋଟା ତାର ଜାଲି ଭିତର ବି କଟାସ ପଶି କୁକୁଡ଼ା ମାରି ଖାଇଦେଉଛନ୍ତି ?"

   କୁନି ବୋଉ କିଛି କହିବା ପୂର୍ବରୁ ଘରେ କାମ କରୁଥିବା ସରସ୍ବତୀ କହିଲା," କ୍ୟାପିଟାଲ କଟାସ।"

- ଏ ନୂଆ ଜୀବ ପୁଣି କେଉଁଠୁ ଆସିଲା ଆମ ଗାଁ କୁ ?"

- ଭୁବନେଶ୍ବରରେ ବାତ୍ୟା ଯୋଗୁଁ କରେଣ୍ଟ ନାହିଁ ବୋଲି ଦେଇଙ୍କ ସହ ଜୋଇଁ ବି ଆସିଛନ୍ତି।ଦେଶୀକୁକୁଡ଼ା ଭାରି ପସନ୍ଦ ଜୋଇଁଙ୍କୁ।ତିନିଦିନରେ ପାଞ୍ଚଟା ତରକାରୀ ହେଲାଣି।ଏଇ ତିନିଟାଙ୍କ ଆୟୁଷ ଭୁବନେଶ୍ୱରରେ କରେଣ୍ଟ ଆସିବା ଉପରେ ନିର୍ଭର କରୁଛି।"


(କିଛି ଜାଗାରେ ଅଣ୍ଡିରା ବିଳେଇକୁ କଟାସ ବୋଲି କୁହନ୍ତି)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy