Sanuja Meghamala

Tragedy

3  

Sanuja Meghamala

Tragedy

କଥା ଓ ବ୍ୟଥା

କଥା ଓ ବ୍ୟଥା

6 mins
11.5K



ଲୋକ ମାନ ଙ୍କ ଭିତରେ ତୁଛାକୁ ସମ୍ପର୍କ କମି.. କମି ଯାଉଥିଲା ବେଳେ... କଉଠୁ ଆସିଲା ଏ କରୋନା କେଜାଣି..ସବୁ ସମ୍ପର୍କ ର ଜଡ କୁ ମାଟିରେ ମିଶେଇ ଦେଵ ଯେମିତି .. ଲାଗି ପଡିଚି ଫୁଲ ଦମ୍ ରେ।।ଘର ଭିତରେ ବନ୍ଦୀ...ନିଜ ପରିବାର ଛଡ଼ା ଆଉ କାହା ସହିତ ସମ୍ପର୍କ ନାହିଁ...। ଲକ୍ ଡାଉନ୍  ... ଘରୁ ବାହାରି ହଉନି... ଚାରି ଆଡେ଼ ଖାଁ ଖାଁ ...ଅଜବ ପ୍ରକାର ର ନୀରବତା... ମନେ ମନେ ହସିଦିଏ ମାନସୀ.... ଅହଂକାରୀ ମଣିଷ ଏବେ ହାତ ଟେକି ଦେଇଛି ଉପରକୁ... ଚାରା ନାହିଁ. .ଧନୀ କହ କି ଗରିବ ସମସ୍ତ ଙ୍କ ପାଇଁ ସମାନ ନିୟମ..ଧନ୍ୟ କହିବ ଇଶ୍ଵର ଙ୍କୁ..ତାଙ୍କ ଲୀଳା କୁ.... କିଏ ବୁଝିଚି ନା ବୁଝିବ.. । ବିଶ୍ୱାସ ଭକ୍ତି ଥାଉ ବା ନ ଥାଉ  ଗୋଟେ ଅଜଣା ଭୟ" କଣ ହେବ" ଆବୋରି ବସିଚି ସମସ୍ତଙ୍କୁ..।୨୧ ଦିନ କିଛି କମ୍ ସମୟ ନୁହେଁ... ଏତେ ସବୁ କଟକଣା ବ୍ୟବସ୍ଥା ଦେଖି ସାଧାରଣ ମଣିଷ ଟେ ଆଖିବୁଜି କହିଦେବ ମହାମାରୀ ର କରାଳ ରୂପ ଟା କେଡ଼େ ଭୟଙ୍କର .ଟିକିଏ ଅସାବଧାନତା ବଡ଼ ବିପଦ କୁ ଭିଡ଼ି ଆଣିବ....ନିଜେ ସାବଧାନ ହୋଇ ଘରେ ରହିଲେ ସୁରକ୍ଷିତ ରହିବ...।..କିଛି ଲୋକ ମହାମାରୀ କରୋନା. ଭୟ ରେ ଗାଆଁ କୁ ଚାଲି ଯାଉଛନ୍ତି.. . ଧାରଣା.... .ସହରୀ ରୋଗ !...ବିଦେଶ ରୁ ଆସିଚି...ଗାଆଁ ମାଟି ମାଡିବନି.... ମାନସୀ ଘର ପାଖ ଏବେ ଶୁନଶାନ୍.. ଦିନ ରାତି ଚଢ଼େଇ ପରି କିଚିରି ମିଚିରି...ହେଉଥିବା....ଖଟିଖିଆ ଦିନ ମଜୁରିଆ ଗୁଡାକ ଗାଆଁ ମୁହାଁ.....।ନିଜ କାମ ରେ ବ୍ୟସ୍ତ ସହରୀ ମଣିଷ.... ସବୁଦିନ କଉ ଦେଖା ମିଳେ ଯେ...ଏବେ ତ ଜାଣି ସମସ୍ତେ...ଘରେ ଏକରକମ ..ବନ୍ଦୀ...। 

         ସକାଳୁ ସକାଳୁ ବାଡି ରୁ ଫୁଲ ତୋଳିଲା ବେଳେ କେଦାର( ବୁଢ଼ା) ମଉସା ଙ୍କୁ ଦେଖି ମାନସୀ ପାଟିରୁ ବାହାରି ପଡ଼ିଲା..ମଉସା  ଘର କୁ ଯାଇ ନ କି? ପାଖା ପାଖି ୪ ଫୁଟ ୫ଇଞ୍ଚ ଉଚ୍ଚତା ବିଶିଷ୍ଟ ଛୋଟ ମଣିଷ ଟି ଗାମୁଛା ଟାକୁ କାନ୍ଧରୁ ବାହାର କରି ହଲେଇ ଦେଇ ତାଳି ମାରି ହସି କି କହିଲେ...ମା ଠାକୁରାଣୀ...( ସବୁ ମଧ୍ୟ ବୟସ୍କ ମହିଳା ଙ୍କୁ ଏମିତି ଡାକ) ଏ ବେମାରୀ ଡର ରେ ତମ ମୁଣ୍ଡ କାମ କରୁନି କି? ଗାଆଁ କୁ ଯିବି .. କଣ ପାଇଁ... କିହୋ...ସେଠି ମୋତେ କିଏ ଅପେକ୍ଷା କରିଛି କହିଲ... ବୁଢ଼ୀ ଅଛି ଯେ ଖୋଜିବ ...କାହାକୁ ପଚାରିବ .ବୁଝିବ... ତା ମିଣିପ (ସ୍ବାମୀ) ଟାର ଭଲ ମନ୍ଦ...।

ମାନସୀ ପଚାରି ପକେଇଲା କାଇଁ ତମ ପୁଅ ବୋହୁ...ନାତି ନାତୁଣୀ ମାନେ ଡ଼ାକି ନାହାନ୍ତି ଘରକୁ ଯିବାକୁ...।  ପ୍ରତି ମାସ ଆରମ୍ଭ ରେ ଦରମା କି ପେନସନ ପାଇଲା ପରି ଚୌଧୁରୀ ଦୋକାନ ରୁ ପୁଡା ପୁଡ଼ା ଜିନିଷ .. କିଣି ଘରକୁ ନେଇ ଯାଉଥିଲ...।ଏବେ କାମ ଧନ୍ଦା ବନ୍ଦ.... ଏଠି ରହି ହାତରେ ରାନ୍ଧି ଖାଇବ ...କାହିଁକି? ବୁଢ଼ା ମଉସା ଆଖିକୁ ଗାମୁଛା ରେ ପୋଛି କହିଲେ... ଗାଆଁ ରେ ହାତ ରେ ରାନ୍ଧି ଖାଇବା ପଡ଼ିବ ବୋଲି ଲୋକ ଲଜ୍ୟା କୁ ଡରି ବାହାରେ ବୁଲୁଚି..ଆ ଓଳି ... ତା ଓଳି... ହଉଚି .ଆଉ ଏ ବେଳେ ଗାଆଁ କୁ ଯିବି.....ତେମେ କେମିତି ବୁଝିବ..ଠାକୁରାଣୀ...।

ବୁଢ଼ା ମଉସା କଥାରେ ଅନ୍ୟ ମନସ୍କ ହୋଇ ଗଲା ମାନସୀ.. ସବୁ ଜାଣି ବି ଆଜି ..ଟିକିଏ..ଅଣ ହୁସିଆରି ରେ ବୁଢା ଟିର ପୁରୁଣା ଘାଆ କୁ ଆମ୍ପୁଡି ଦେଲା ଯେମିତି...ସକାଳ ଟା ରୁ ରକ୍ତ ବହୁ ନ ଥିବା ଏ ଖଣ୍ଡିଆ ଟା ଲୁହ ହେଇ ଆଖିରୁ ଝରି ଗଲା.. ଦୋଷୀ ଦୋଷୀ ଲାଗିଲା ତାକୁ.. ସାରା ଦିନ ଲୋକ ଟାକୁ କଷ୍ଟ ଦେବ ଏକ ଅକୁହା ବେଦନା ରେ...। ମଉସା ଙ୍କୁ ବୟସ ପଚାରିଲେ କହିବେ ତିନି କୋଡି ଦୁଇ(୬୨),କିନ୍ତୁ ଦେଖିଲେ ଆଉ ଦଶ ବର୍ଷ ଅଧିକା.ଲାଗନ୍ତି.. କାମ କଲା ବେଳେ ଫୁର୍ତ୍ତି କୁ ଚାହିଁଲେ  ଦଶ ବର୍ଷ କମ୍ ଲାଗନ୍ତି..ସାଧା ସିଧା ଖୁସି ବାସିଆ ଲୋକ... ଆପଣା ...ଆପଣା .. ଭାବ...।ଗାଆଁ ଛାଡ଼ି ଆସିବା ଦିନୁ ପ୍ରାୟ ଦୁଇବର୍ଷ ଉପରେ ହବ.. ସାହି ଭିତର ସେଇ ପରିବା ଦୋକାନ ରେ ରୁହନ୍ତି....ବିନା ଭଡ଼ା ରେ ...ରାତିରେ ଦୋକାନ ଜଗି ଶୋଇବେ..ଆଉ ହାଟରୁ ପରିବା ଆସିଲା ବେଳେ ଟ୍ରଲି ରୁ କାଢି ପାଣି ପକେଇ .ସଜେଇ ରଖିବେ, ..।.. ରାତି ଘଡ଼ିଏ ଥିବ ନିତ୍ୟ କର୍ମ ସାରି ଗାଧୋଇ ଦୋକାନ ପୂଜା ସହିତ ଭାତ ଗଣ୍ଡେ ଫୁଟେଇ ଦେଇ ମଉସା. ସକାଳୁ ବାସି ପରିବା ଧୋଇ ବା ପାଣି ଛିଞ୍ଚି ଦୋକନ ଖୋଲି  ବସିଯିବେ ...  ମାଲିକ ଆସି ଦୋକାନ ରେ ପହଞ୍ଚି ଗଲେ ସେଇ ତତଲା ଭାତ ରୁ ପୁଞ୍ଜାଏ ଖାଇ ଦେଇ ବାହାରି ଯିବେ ନିଜ କାମ ଧନ୍ଦା ରେ..।କାମ କହିଲେ ବାବୁ ଘର ମାନଙ୍କରେ ବଗିଚା ସଫା , ଘର ଝଡା ..ପଙ୍ଖା ପୋଛା, ଛାତ ସଫା ଏମିତି କାମ... ପ୍ରାୟ ସବୁଦିନ କାମ ଥାଏ..ଚାହା ପାଣି ଟୋପେ ନିହାତି ଦରକାର କାମ ଭିତରେ... ଇଚ୍ଛା ହେଲା ତ ଖରାବେଳେ ଗଣ୍ଡେ ଖାଇବେ ...ଘର ଦେଖିକି.ବଡ଼ କଥା ପଇସା ପାଇଁ ଜମା ଜିଦି ନାହିଁ.. ଦଶ ତିରିଶି କମ୍ ହେଲେ ଚଳିବ...।ସ୍ନେହ ରଙ୍କୁଣା... ଭଲରେ ପଦେ ମିଠା କଥା କହିଲେ..ଖୁସି ରେ ସବୁ କାମ କରିବେ...

ମାନସୀ ଘର ବାଡି ରେ ଘାସ ଓପାଡିଲା ବେଳେ ଛାତ କାନ୍ଥ ସବୁ ଝାଡୁ ମାରି ସଫା କଲା ଦିନ ଚାହା ମୁଢ଼ି ଖାଇଲା ବେଳେ କି ଖରା ବେଳେ ଭାତ ଗଣ୍ଡେ ଖାଇଲା ବେଳେ କେତେ ଥର ନ କହିଛନ୍ତି  ବୁଢା ମଉସା ତାଙ୍କ ନିଜ ବିଷୟ ରେ .। କିଛି ନାହିଁ ବୋଲି ନୁହେଁ ...ବରଂ ଜମି ଦୁଇ ମାଣ... ସହିତ ଘର ଢ଼ିଅ ବି ଦଶ ଗୁଣ୍ଠ ଅଛି...  ଚଳି ଯାଉଥିଲେ ... ମାମୁଁ ମାଇଁ ଛୁଆ ୩ ଟା ଙ୍କୁ ଧରି..। ବାଡି ରେ ବାର ମାସି ପରିବା ଚାଷ...ବିଲରେ ଧାନ ଚାଷ ମୁଗ ବିରି ବାଦାମ .ଚାଷ ସହିତ .ଭାଗ ବଖରା କରି ଚଳୁଥିଲା ପରିବାର....ପର ଘରେ ମୂଲ ଲାଗିବା ପଡି ନ ଥିଲା.. ... ଛାଡ଼ ହେ ଠାକୁରାଣୀ ଭଲ ହେଇଚି ବୁଢୀ ଟା ଚାଲିଯାଇଛି.. ନ ହେଲେ  ଏ ବୁଢ଼ା କାଳେ ପରଘର କାମ କରିବା ସହି ପାରନ୍ତା କି..କଥାର ମୋଡ଼ ପୁଣି ବଦଳି ଯାଏ..। ବଡ଼ ପୁଅ କି ମନ ରାଜି ରେ ବାହା ହେଲା.. ଯେ ସେଇ ଦିନ ଠୁ ତାଙ୍କ ଘରୁ ଲକ୍ଷ୍ମୀ ଛାଡ଼ିଗଲା...ମାସ କେଇଟା ବିତିଚି କି ନାହିଁ ନିତି  ଅଶାନ୍ତି..। ସେଇ ଅଶାନ୍ତି ଭିତରେ ଦିଅଣା ...କରଜ କରି ଝୁଅ ଟାକୁ ପର ଘରି କରିଦେଲେ...।ଝିଅ ଟା ବି ମା ପରି ଭାରି.. ପରିଶ୍ରମୀ...ଯେତେ କଷ୍ଟ ସହିଲେ ବି ମୁହଁ ଖୋଲିବନି...ଦିନ କେଇଟା ରେ ଶାଶୁ ଶଶୁରଙ୍କ ମନ କିଣି ନେଲା... ତା ବିନା ଯେମିତି ସେମାନେ ଦିନ ଟେ ଚଳି ପାରିବେନି...ଘରକୁ ବର୍ଷ ଛମାସ ରେ ଥରେ ଆସିବ...କାହିଁକି ଏଠି କି ଆସିବ ଯେ କି.. ଖୁସି..ଭାଉଜ ଭାତ ତୁଣ ରାନ୍ଧି ପରଷି ଦେବ...ଯାହା କରିବ.. ତା .. ମାଆ..। ଯେଉଁଠି ଅଛି ଭଲ ରେ ଥାଉ..ଶେଷ ରେ  କେତେ ଆଶା ନେଇ ସାନ ପୁଅ କୁ ବିଭା କଲୁ ଯେ ସେଇ ଏକା କଥା . .ମାଆ...ଠାକୁରାଣୀ....କଥାରେ କହନ୍ତିନି କି ବଡ଼ ଡଙ୍ଗା ଯୁଆଡେ ଯିବ ସାନ ଡଙ୍ଗା ବି ସିଆଡେ...।ବୁଢ଼ା ମଉସା କାନ୍ଦି ପକାଏ ଭାଗ୍ୟ ଖରାପ....ବୁଢ଼ୀ ର ଦୁଃଖ ବଢ଼ି ଚାଲିଲା.. ସବୁବେଳେ ପାଟି ତୁଣ୍ଡ ଘର ଟା ଭିତରେ ..ଦି ବୋହୂ ଙ୍କ ମୁହଁ ଉତ୍ତର କୁ ଦକ୍ଷିଣ କୁ..... ବୁଢ଼ା ବିଗିଡି ଗଲେ ତାକୁ ବୋଧ କରି ବୁଢ଼ୀ ବୁଝେଇ ଦିଏ ..। ଘରେ ସେମାନେ ବଞ୍ଚି ଥାଉ ଥାଉ ଦି/ତିନି ଟା ଚୁଲି ଜଳିବନି ବୋଲି ବୁଢ଼ୀ ସବୁ ପାଇଟି କରି ପୁଅ ବୋହୁ ନାତି ନାତୁଣୀ କୁ ରାନ୍ଧି ବାଢ଼ି ପରଷି ଦେଉଥିଲା..ପେଟ ର ପୋକ......ତାଙ୍କ ସହିତ କି ବାଦ ହେ ହାତ ଗୋଡ଼ ଚଳୁଛି..।ଘରେ ଅଶାନ୍ତି ନ ହଉ .....ଘରେ ତିନି ଟା ଚୁଲି ଜଳିବ.. ଛି.. ଛି..ବଞ୍ଚିବା ମରିବା ଠୁ ହୀନ ହୋଇ ଯିବ..।ଆଉ ଦିଟା ଚୁଲି ଜଳିଲେ ...ଆମକୁ ବି ଭାଗ କରିଦେବେ..ଜଣେ ତମକୁ ଖାଇବାକୁ ଦେଲେ ଆଉ ଜଣେ.. ମେତେ... ତେମେ ଗୋଟେ ତିଅଣ ଖାଇ ମେତେ ଚାହୁଁ ଥିବ...ମୁଁ ଗୋଟେ ଖାଇ ତମିକି .....ଆମେ ମରିବା..ପୂର୍ବ ରୁ ଅଲଗା ହୋଇଯିବା .. ତା ଠୁ ବରଂ ଭଲ ମୁଁ ଯେତେ ପାରିବି....କରୁଥିବି.।.ଅଭିମାନ ରେ ଦିହ  ଖରାପ ହେଲେ ବି କାହାକୁ କହିଲାନି ...ଭିତରେ ମାରି ସବୁ ସହିଲା..ସେମିତି କାମ କରିଚାଲିଲା ...ଶେଷକୁ ଦିନେ ବିଛଣା ରୁ ଉଠି ପାରିଲା ନାହିଁ.....ବୋହୂ ସିନା ପର ଝିଅ... ପୁଅ ଦିଟା କୁ ତା ଅନ୍ତ ଫାଡ଼ି ଜନମ ଦେଇଥିଲା.. ପଚ।ରିଲେନି ବୋଉ ର କଣ ହେଲା ବୋଲି...।ଖବର ପାଇ ବିକଳ ହୋଇ ଜୋଇଁ ଆସି ମେଡିକାଲ୍ ନେଲା ବେଳେ ବୁଦ୍ଧି ପଶିଲା କି କଣ ଦିହେଁ ବାହାରି ପଡିଲେ....... ମେଡିକାଲ ରେ ପରୀକ୍ଷା ରୁ ନିମୋନିଆ ଜଣା ପଡିଲା..ଔଷଧ .. ଇଞ୍ଜେକସନ ସବୁ ଚାଲିଲା ଶେଷକୁ. .ମଉସା ଗଡ଼ି ଆସୁଥିବା ଲୁହ କୁ ପୋଛି ଦେଇ ସବୁ ମାନ ଅଭିମାନ ଭୁଲି ବୁଢ଼ୀ ଦିନ ଦି ଟା ରେ ସେଇ ମେଡ଼ିକାଲରେ ଚାଲିଗଲା..। ବୁଢ଼ୀ ର ଶୁଦ୍ଧି ଘର ସରିଲା ପରେ..ଗାଆଁ ରୁ ମୁଖିଆ ..,ଭଦ୍ର ଲୋକମାନ ଙ୍କୁ ଡ଼ାକି ଦି ପୁଅଙ୍କ ଭିତରେ ଜମିବାଡ଼ି ଭାଗ ବଣ୍ଟା କରିଦେଲି ...ମୋ ନିଜ ପାଇଁ ଗୋଟେ ଭାଗ ରଖିଚି...ଦିହ ପା.. ମଲେ .ଶୁଦ୍ଧି କାମ କରିବେ ଅଧା ବିକି ଆଉ ଅଧକୁ ଝିଅ ନବ ମୋ ଅନ୍ତେ... ବିକିବ.. ତା ଇଚ୍ଛା.. ।କାଗଜ ପତ୍ର କରି ଘରୁ ଗୋଡ଼ ବାହାର କଲି...ସେ ଘରେ କାହା ପାଇଁ ମୁହଁ ମାଡ଼ି ପଡି ଥାଆନ୍ତି. ଦେଖୁଚ ତ ଏବେ.. ଗୋଟେ ପେଟ ଆଜି ଯାଏଁ ଅପୋଷା ରହିନି...ହାତ ଗୋଡ ଚାଲୁଛି..ଆଗକୁ ମହାପୁରୁ ଙ୍କ ର ଯାହା ଇଚ୍ଛା ଥିବ....।ଏତେ ପରେ ବି ନାତି ନାତୁଣୀ ଙ୍କ ପ୍ରତି ଗୋଟେ ଅଜବ ମାୟା ଲାଗିଚି .. .ସେମାନଙ୍କର କଣ ଦୋଷ.. ..ଯାହା ହେଲେ ନାତି ନାତୁଣୀ ମୋ ରକତ ନା..ଜେଜେ ଡାକ ରେ ମନ ପୁରିଯାଏ...ସବୁ ଦୁଃଖ ଭୁଲି ଯାଏ...।ମାନସୀ ଭାବନା ରେ ବାଧା ଦେଇ ମଉସା ଡାକ ଦେଲେ ..କୁଆଡେ ହଜିଗଲ କି ମାଆ ଠାକୁରାଣୀ....ମୁଁ କଣ କହୁଥିଲି କି ଛୋଟ ବିସ୍କୁଟୁ ପକେଟ୍ ଟେ ଅଛି ଯଦି ଦଉନ...ମାନସୀ କହିଲା ମଉସା ଆସୁନ .. ଚା ଟିକେ ପି ଦେଇ ଯିବ...।

ଆଜି ନୁହେଁ ଆଉ ଦିନେ ଆସି ଚା ପିଇ.. ଯିବି..ମୋ ପାଇଁ ବିସ୍କୁଟ ମାଗିନି ବା ଅକ୍ରୁର ଅଟୋ ବାଲା ର ଝିଅ ଟା ସକାଳୁ ବିସ୍କୁଟ ପାଇଁ କାନ୍ଦୁଥିଲା.. ତାକୁ ମୁଢ଼ି ପୁଞ୍ଜେ ଧରେଇ ଆସିଚି...ଅଟୋ ଚାଲୁନି ତା ପାଖ ରେ ପଇସା କାଇଁ..ଏବେ ହଇରାଣ...ଚୌଧୁରୀ ଦୋକାନ ଖୋଲିଲେ ଯାହା ଧାର ଉଧାର କରି ଆଣିବ..।ଛୁଆ ଟା କଣ ବୁଝୁଛି । ଅକ୍ରୁର ମାଆ  ଆଠଦିନ ତଳେ କେତେ ଡାକିଲା ..ଝିଅ ର ସ୍କୁଲ ଛୁଟି .....ଚାରିଆଡ଼େ କଣ ରୋଗ ମାଡିଲାଣି ...ଘରକୁ ପଳେଇ ଆସ... ଘରେ . ଯାହା ଅଛି ଶାଗ ପଖାଳ ଖାଇବ...ଆମର ବେଶୀ ପଇସା ଦରକାର ନାହିଁ ଆଗ ଦିହ ଭଲ ରହୁ.... ବୋହୂ ଟା ର କଣ  କମ ଗୁମାନ ..କହିଲା କଣ୍ ନା ଏ ଖରା ଗରମ ରେ କିଏ ଯାଇ ରାତିଦିନ ପଞ୍ଝାଏ ଙ୍କ ପାଇଁ ରୋଷେଇ କରି ଖାଇବାକୁ ତିନି ଥର ବାଢ଼ିବ.ପୁଣି ବାସନ ମାଜିବ .. ତୁମେ ଯାଅ ମୁଁ ଯିବିନି...ଏଠି ଶାନ୍ତି ରେ ରହିବି .।ସ୍ୱାର୍ଥପର...ଏବେ ମଜା ପାଉଥା...ଖାଲି ଛୁଆ ଟା ପାଇଁ ମନ ଖରାପ ଲାଗୁଚି..ବାପା ମାଆ ଭୁଲ କରିବେ..ଭୋଗିବେ ଏଇ ନିରି ମାୟା ଛୁଆ ଗୁଡା....ମାନସୀ ବୁଝିଗଲା..ମଉସା ତାଙ୍କ ନାତି ନାତୁଣୀ ଙ୍କ କଥା ମନେ ପକାଉ ଚନ୍ତି..।ତର ତର ହୋଇ ଘର ଭିତରୁ ବିସ୍କୁଟ ପ୍ୟାକେଟ ଦି ଟା ଆଣି ପାଚେରୀ କାନ୍ଥ ରେ ... ଥୋଇଦେଲା ବିସ୍କୁଟ ପ୍ୟାକେଟ ଉଠାଇ ନେଉ ନେଉ ମଉସା କହି ଚାଲୁ ଥାଆନ୍ତି....ମାଆ ଠାକୁରାଣୀ ଭଲ ରେ ଥାଇ ଗରିବ ଗୁରୁବା ଙ୍କୁ ଏମିତି ଚାହିଁ ଥିବ.. ତା ପରେ ଉପରକୁ ହାତ ଟେକି ନମସ୍କାର ଟିଏ କରି ଛୁଆ ଟିକୁ ବିସ୍କୁଟ ଦେବା ପାଇଁ. ତର ବର ରେ..ଚାଲି  ଯାଉ ଯାଉ ଆମ୍ବ ଗଛ ପାଖ ମୋଡ଼ ଭିତରେ ଲୁଚିଗଲେ । ..ମାନସୀ ଭାବୁ ଥାଏ... ଏମିତି ସହୃଦୟ ମଣିଷ ଅଛନ୍ତି...ଯିଏ ପର ଙ୍କୁ ବି ଏତେ ଆପଣା ର ଭାବନ୍ତି..... ପ୍ରକାଶ ନ କଲେ ବି ଆପଣାର ପିଲା ମାନଙ୍କୁ  ମନେ ମନେ କେତେ ଖୋଜି ହଉଥିବେ .... ଝୁରୁ ଥିବେ.. ..ଆଖି ଟା ଓଦା  ହେଇଗଲା.....ମାନସୀ ର..।


Rate this content
Log in

Similar oriya story from Tragedy