Himalini Hota

Tragedy Inspirational

4  

Himalini Hota

Tragedy Inspirational

କ୍ଷୁଧା

କ୍ଷୁଧା

4 mins
412


ପରିବର୍ତ୍ତନ ଶିଳ ଏ ଦୁନିଆ ।କେତେବେଳେ କାହାକୁ ନେଇ କୋଉଠି ଠିଆ କରାଏ କେହି କହି ପାରିବେ ନାହିଁ। ଯେମିତି ଆମର ସୁନିତା ଦେବୀ ଙ୍କ ର ପରିବର୍ତ୍ତନ।ପରମ ନାସ୍ତିକ ରୁ ସେ ହୋଇଯାଇଥିଲେ ଅlସ୍ତିକ ।ଜଣେ ସ୍ତ୍ରୀ ଲୋକ ହୋଇ ମଧ୍ୟ ଦିନେ କେବେ ଠାକୁର ଘର ଦୁଆର ବନ୍ଧ ମାଡି ପୂଜା ଅର୍ଚ୍ଚନା କରିନଥିଲେ ସେ ,ଧର୍ମ ନାମରେ ଟଙ୍କା ଉଡେଇବା ତାଙ୍କ ମତରେ ତୁଛା ପ୍ରହସନ ମାତ୍ର। ଧନ ସମ୍ପଦ ର ପ୍ରାଚୁର୍ଯ୍ୟ ରେ ରହି ମଧ୍ୟ, ମିଛ ଅହମିକା ରେ ଭାସି ଅନ୍ୟ ମାନଙ୍କୁ ହୀନ ନୀଚ୍ଚ ଦୃଷ୍ଟିରେ ଦେଖୁଥିଲେ ସେ ।ଦିନେ ବି କେଉଁ ଗରିବ ଲୋକ ପାଇଁ ଟଙ୍କା ଟିଏ ବି ଖର୍ଚ୍ଚ କରିବା କେହି ଦେଖିନଥିଲେ ।କିନ୍ତୁ ତାଙ୍କର ଦିନେ ହଟାତ ଏ ପ୍ରକାର ପରିବର୍ତ୍ତନ ସ୍ୱାମୀ ରମାକାନ୍ତ ଙ୍କୁ ବିସ୍ମିତ କରିଦେଇଥିଲା । ଯିଏ ଦିନେ ଦୁଃଖୀ ରଙ୍କି କୁ ଦେଖିଲେ ଦୁଆର ମଡେଇ ଦିଅନ୍ତିନି ତାଙ୍କର ଦାମିକା ମାର୍ବଲ ଚଟାଣ ରେ ଧୂଳି ଲାଗିଯିବ ବୋଲି ,ଦୂରରୁ ଛେଡ ଛେଡ- ଦୂର ଦୂର -ମାର ମାର କରେ ,ସେ ଆଜି ଗରିବ ଦୁଃଖୀ ରଙ୍କି ପ୍ରତି ଆସକ୍ତ !କିଟି ପାର୍ଟି ଯାଇ ଆସି ଘର ସମ୍ଭାଳିବା ଯାହା ପକ୍ଷେ କଷ୍ଟ କର ବ୍ୟାପାର ଥିଲା ବୋଲି ପିଲା ଙ୍କୁ ମେଡ ସମ୍ଭାଳୁଥିଲା ସେ ଆଜି ଖାଦ୍ୟ ବାଣ୍ଟୁଛି ବସ୍ତି ରେ ଗରିବ ଛୁଆ ଙ୍କୁ ନିଜେ ହାତ ରେ ରୋଷେଇ କରି !।ସ୍ୱାମୀ ବୋଲି ଗୋଟେ ଜନ୍ତୁ କୁ ଯେ ମନ ଜାଣି ଖାଇବା ମୁଠାଏ ଦେଇନାହିଁ ସେ ଯାଇ ଖାଦ୍ୟ ଔଷଧ ପେନସିଲ,ରବର,ଖାତା ବହି ସବୁ ବାଣ୍ଟୁଛି ବସ୍ତିର ନିରୀହ ନିଷ୍ପପ ପିଲାଙ୍କୁ । ସ୍ତ୍ରୀ ଙ୍କ ର ଏହି ପରିବର୍ତ୍ତନ ରେ ଭାରି ଆଶ୍ଚର୍ଯ୍ୟ ଲାଗୁଥିଲା ରମାକାନ୍ତ ଙ୍କୁ। ସମ୍ରାଟ ଅଶୋକ ଯେପରି କଳିଙ୍ଗ ଯୁଦ୍ଧ ପରେ ନିଜ ସୈନ୍ୟ ବାହିନୀ ଙ୍କ ରକ୍ତ ରେ ନାଲି ପଡିଥିବା ଦୟା ନଦୀ ର ଜଳ କୁ ଦେଖି ଚଣ୍ଡାଶୋକ ରୁ ଧର୍ମାଶୋକ ରେ ପରିଣତ ହୋଇ ପାରିଥିଲେ ଠିକ ସେହିପରି ସୁନିତା ଦେବୀ ଙ୍କର ହୋଇଥିଲା ଏ  ଅଲୌକିକ ପରିବର୍ତ୍ତନ।

କିନ୍ତୁ ଏମିତି କେଉଁ ଘଟଣା ଯାହା କି ସୁନିତା ଦେବୀ ଙ୍କ କୋଠର ହୃଦୟ କୁ ତରଳେଇବାରେ ସକ୍ଷମ ହୋଇଥିଲା ଚାଲନ୍ତୁ ଦେଖିବା ଦଶହରା ସମୟ ନବରାତ୍ର ଚାଲିଥାଏ ଧାର୍ମିକ ଦୃଷ୍ଟି କୋଣ ରୁ ନ ହେଲେ ବି ସାହି ପଡ଼ିଶା ରେ ନିଜର ବଡ଼ ଲୋକି କୁ ଦେଖେଇବା ପାଇଁ ନୂଆ ଲୁଗା ପଟା ସହ ନିତ୍ୟ ଆବଶ୍ୟକ ଜିନିଷ କିଣିବା କୁ ଯାଇଥିଲେ ପାଖ ସପିଙ୍ଗ ମଲ କୁ ସୁନିତା ଦେବୀ ନିଜେ କାର ଡ୍ରାଇଭିଙ୍ଗ କରି।ବିଶେଷ କରି ସପିଙ୍ଗ ପାଇଁ ଗଲା ବେଳେ ସେ ପତି ଦେବ ଙ୍କୁ ସାଙ୍ଗରେ ନେଇ ଯିବାକୁ ପସନ୍ଦ କରନ୍ତି ନାହିଁ ସୁନିତା ଦେବୀ , ନିଜର ମନ ମାନି ଭାଙ୍ଗିଯିବା ଭୟ ରେ।ନିଜ ପସନ୍ଦର ଦାମିକା ଜିନିଷ ସବୁ ଆଣିବା ପରେ କାର ପାଖକୁ ଫେରୁଥାନ୍ତି ଆଖି ରେ ପଡିଲା ଏକ ଅଜୀବ ଦୃଶ୍ୟ । ଇସ କି କଦର୍ଯ୍ୟ ଦୃଶ୍ୟ ଘୃଣାରେ ନାସିକା କୁଞ୍ଚନ ହୋଇଗଲା ତାଙ୍କର। ସାତ କି ଆଠ ବର୍ଷର ପିଲା ଟି ଏ ନେଞ୍ଜରା ଆଖି ,ପେଟ ଟା ବାହାରିଛି ଠିକ ସାତ ମାସିଆ ପେଟ ପରି ଗୋଡ଼ ଦୁଇଟି ବଙ୍କା ବଙ୍କା ଆମ ବିଜ୍ଞାନ ଭାଷାରେ ରିକେଟସ ଅପପୁଷ୍ଟି ଜନିତ ରୋଗରେ ଆକ୍ରାନ୍ତ ହେଲା ପରି ଲାଗୁଥାଏ ,ଦେହ ରେ ଏତେ ମସିଆ ପେଣ୍ଟ, ଘର ପୋଛା ମଇଳା କପଡା ମଧ୍ୟ ଫେଲ ମାରିଯିବ ତା ଅଗରେ।ମାଡି ବସିଥାଏ ଗୋଟିଏ କୁକୁର ର ତଣ୍ଟି ଉପରେ।ବାହାର କରେ ବାହାର କରେ କହୁଥାଏ ବାରମ୍ବାର କୁକୁରଟା କୁ। ।କୁକୁରଟା ମଧ୍ୟ ଅଣନିଶ୍ୱାସୀ ହୋଇଯାଇଥାଏ, କଣ ଗୋଟିଏ ଖାଇବା ପାଟିରେ ଧରିଥାଏ ବୋଧେ ।ପିଲାଟିର ମାଡି ବସିବାରୁ ଅଣନିଶ୍ୱାସୀ ହୋଇ ରୁଟି ଟି କୁ ଅଧା ଚୋବା ଅବସ୍ଥାରେ ବାହାର କଲା କୁକୁର ଟି ।ସେହି ଉଦ୍ଗାରିତ ରୁଟି ଖଣ୍ଡ କୁ ଗୋଟେଇ ଶାନ୍ତି ରେ ନିଶ୍ୱାସ ମାରି ଦଉଡି ଗଲା ପିଲାଟି ପାଖ ପଲିଥିନ ଘେରା ତାର ବଖରା ଭିତରକୁ। କେତେ କଷ୍ଟ ରେ ହୋଟେଲ ଆଗରେ ମୁଣ୍ଡ ଫଟା ଖରା ରେ ଠିଆ ହୋଇ ଅଇଁଠା ରୁଟି ଦି ଗଡି ଗୋଟେଇ ଆଣିଥିଲା, ଭୋକ ରେ ଆଉଟୁ ପାଉଟୁ ହେଉଥିବା ଭାଇ ଦୁଇଟି ର ମୁହଁରେ ଦେବା ପାଇଁ , କେଉଁ ଏକ ଗରାଖ ଛାଡିଥିବା ପ୍ଲେଟ ରୁ ।ତାର ଏ ପରିଶ୍ରମ କଣ ବୃଥା ଯିବ, କେବେ ନୁହେଁ ।ଘୃଣା ରେ ଦେହ ମୁଣ୍ଡ କଣ ହେଇଯାଉଥାଏ ସୁନିତା ଦେବୀ ଙ୍କର ଏ ଦୃଶ୍ୟ ଦେଖି ।ପିଲାଟି ସେଇଟା ନେଇ କଣ କରିବ। ଉତ୍କଣ୍ଠା ହେଉ କି ଘୃଣା ରେ ହେଉ ତା ପଛେ ପଛେ ଚାଲିଲେ ସୁନିତା ଦେବୀ , ଦେଖିଲେ ଜରି ବଖରା ଭିତରେ ଦୁଇଟି ଛୋଟ ଛୋଟ ନିଷ୍ପାପ ପିଲା ,ବୟସରେ ପ୍ରଥମ ପିଲା ଠାରୁ ଟିକେ ଛୋଟ ଶୋଇଥାନ୍ତି। ଦୁଇଟି ଯାକ ପିଲା ରୋଗଗ୍ରସ୍ତ । ପ୍ରବଳ ଭୋକ ଯୋଗୁଁ ଉଠି ପାରୁନଥାନ୍ତି ସେଜ ରୁ ସେଜ ମାନେ ଗୋଟିଏ ମସିଆ ଚିରା ଲୁଗା ତଳେ ଧୂଳି ଉପରେ ପଡିଥାଏ ,କେବଳ ଶଯ୍ୟା ର ନାମ ନେଇ।ସେଥିରୁ ଗୋଟେ ପିଲା କୁ ପିଲାଟି ଉଠେଇ ସେ କୁକୁର ମୁହଁ ରୁ ଛଡେଇ ଆଣିଥିବା ଲାଳ ମିଶ୍ରିତ ରୁଟି ଖଣ୍ଡ କୁ ଦେବା ପାଇଁ ଉଦ୍ୟତ ହେଉଥିବା ସମୟରେ ଘୃଣା ରେ ଚିତ୍କାର କରି ଉଠିଲେ ସୁନିତା ଦେବୀ।ସାଙ୍ଗେ ସାଙ୍ଗେ ନିଜ ପିଲାଙ୍କ ପାଇଁ  ଆଣିଥିବା ବିସ୍କୁଟ, କାଜୁ , ବ୍ରେଡ଼ ସବୁ ସେଠି ରଖିଦେଲେ ସେହି ନିଷ୍ପାପ ପିଲାଙ୍କ ଆଗରେ ଖାଇବା ପାଇଁ। ବହୁ ଦିନରୁ କ୍ଷୁଧାର୍ତ୍ତ ପିଲା ତିନିଜଣ ମନ ଖୁସୀ ରେ ଖାଇ ବାକୁ ଲାଗିଲେ ସେ  ସବୁ ଖାଦ୍ୟ ଦ୍ରଵ୍ୟ କୁ ।ଆଗରୁ ଏମିତି ମୂଲ୍ୟବାନ ବିସ୍କୁଟ ଚକଲେଟ ଓ ପାଉଁରୁଟି ସେମାନେ କେବେ ଖାଇନଥିଲେ। ଦିନ ମଜୁରିଆ ବାପା ମା ଏ ସବୁ ଦାମିକା ଖାଦ୍ୟ ଆଣିବେ କୁଆଡୁ ଯେ ଦେବେ। ଯାହା ସେମାନଙ୍କ ର ଦିନିକିଆ ଅର୍ଜନ ତ ଚାଉଳ କିଣା ଆଉ ହାଣ୍ଡିଆ ପିଆ ରେ ସାରିଯାଏ। ।ସଡ଼କ ଦୁର୍ଘଟଣା ରେ ବାପା ମା ଆରପlରିକି ଯିବା ପରେ ସାଧାରଣ ଭାତ ମୁଠେ ଯେତେବେଳେ ତାଙ୍କ ପାଇଁ ସାତ ସ୍ୱପ୍ନ ସେତେବେଳେ ଏପରି ଦୁର୍ଲଭ ଖାଦ୍ୟ ହୋଟେଲ ଆଗରେ ଠିଆ ହୋଇ ବଳି ପଡିଥିବା ଅଇଁଠା ଖାଦ୍ୟ କୁ ସାଉଁଟି ଖାଇ ଜୀବନ ବଞ୍ଚାଇ ରଖିଥିଲେ ଯାହା । ଜୀବନର ପ୍ରଥମ ଥର ପାଇଁ ସେମାନେ ଦାମିକା ଖାଦ୍ୟ ଖାଇ ପାରିଥିଲେ ମନ ଆନନ୍ଦରେ ।ଜଣେ ଖାଲି ପେଟ ରେ ଥିବା ଭୋକିଲା କୁ ଖାଦ୍ୟ ଖୁଆଇ ଲେ କେତେ ଯେ ଆତ୍ମ ସନ୍ତୋଷ ଓ ତୃପ୍ତି ମିଳେ ତାହା ଜଣେ ଅନୁଭବୀ ହି ଜାଣି ପାରେ। କେଡେ ଭୟଙ୍କର ସେ ପେଟ ଭୋକ ର ଜ୍ୱାଳା ,ଯାହା ପାଇଁ କୁକୁରର ପାଟି ରୁ ଉଦ୍ଗାରିତ ଖାଦ୍ୟ ବା ବାନ୍ତି ମଧ୍ୟ ଖାଇବାକୁ ଓ ଖୁଆଇବାକୁ ପସ୍ତେଇ ନଥିଲା ପିଲା ଟି ।

।ସୁନିତା ଦେବୀ ଙ୍କ ଘରେ ପ୍ରାୟ ପ୍ରତିଦିନ ଏମିତି କେତେ ରନ୍ଧା ବାସି ଖାଦ୍ୟ ଡ଼ଷ୍ଟେବିନ କୁ ଯାଏ। ଯେତିକି ଖାଦ୍ୟ ସେ ଫୋଫୋଡା ଫିଙ୍ଗା କରୁଥିଲେ ସେତିକି ରେ ଚାରିଟା ଗରିବ ନିରୀହ ପିଲା ଆରାମ ସେ ବଂଚିପlରିବେ ।ସେ ଦିନର ସେ ଦୃଶ୍ୟ ଦୋହଲାଇ ଦେଇଥିଲା ତାଙ୍କ ଜୀବନ ଧାରାକୁ ଏବଂ ସେ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଯାଇଥିଲେ।



Rate this content
Log in

Similar oriya story from Tragedy