Dr Jharana Satapathy

Inspirational

4.3  

Dr Jharana Satapathy

Inspirational

କର୍ତ୍ତବ୍ୟରତ ପୋଲିସ୍ କର୍ମଚାରୀ

କର୍ତ୍ତବ୍ୟରତ ପୋଲିସ୍ କର୍ମଚାରୀ

1 min
164


ଟ୍ରିଂ ଟ୍ରିଂ ହାଲୋ ବାବା କେତେବେଳେ ତୁମେ ଘରକୁ ଆସିବ? ଆଜି ମାମା ନା ମତେ ଗାଳି ଦେଲା । ମୋ ପାଇଁ ଚକଲେଟ୍ ଆଣିଦେଉନି ଆଣିବାକୁ କହିଲେ କହୁଛି ବାହାରକୁ ଯିବା ଉଚିତ ନୁହଁ ଲକ୍ ଡାଉନ ଅବସ୍ଥାରେ। ତୁମେ ଆସିଲା ବେଳେ ମୋ ପାଇଁ ଚକଲେଟ୍ ଆଣିଦେବ ନା। ଆଜି ଆସିବ କାଲି ଆସିବ କହୁଛ ତୁମେ ଯମା ଘରକୁ ଆସୁନାହଁ। ଆଜକୁ ପ୍ରାୟ ତେର ଚଉଦ ଦିନ ହୋଇଗଲାଣି। କଣ ହୋଇଛି ତୁମର? ତୁମେ ମୋ ଉପରେ ରାଗିଛ କି? ମୁଁ ଆଦୌ ଦୁଷ୍ଟ ହେବିନି ପାପା। ମାମା ମତେ ବାହାରକୁ ଖେଳିବାକୁ ଛାଡୁନି। ପାପା ତୁମେ ଏମତି ଦିନରାତି କେତେ ଜଣକୁ କନଟ୍ରୋଲ କରିବ ଲୋକ ମାନଙ୍କର କଣ ବିବେକ ନାହିଁ। ସଚେତନତା କରାଇବା ସର୍ତ୍ତେ ଏତେ ଅମାନିଆ ହେଉଛନ୍ତି । ଆମ ଡକ୍ଟର ଅଙ୍କଲକୁ ଦେଖୁନ ସିଏ ବି ଦିନ ରାତି ବ୍ୟସ୍ତ। ତୁମକୁ ଯେମିତି ଘରକୁ ଆସିବା ପାଇଁ ତୁମ ପାଖରେ ସମୟ ନାହିଁ ମିତୁଲ ଅଙ୍କଲଙ୍କ ଵି ସେଭଳି ପରିସ୍ଥିତି। ମୁଁ ବି ଘର ଲକ୍ଷ୍ମଣ ରେଖା ଡେଇଁ ପାରିବି ନାହିଁ । ମୁଁ ମଧ୍ୟ ସପଥ କରିଛି। ଯେହେତୁ ଜଣେ ନିଷ୍ଠାପର ପୋଲିସ୍ କର୍ମଚାରୀଙ୍କ ଝିଅ। ଦିନଯାକ ଡ୍ୟୁଟି ଅଭିଜିତ ବାଵୁଙ୍କର କରୋନା ମୁକାବିଲା ପାଇଁ। ସାରା ବିଶ୍ୱରେ ମାତିଛି କରୋନା ଆତଙ୍କ । ଦେଶର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କାର୍ଯ୍ୟର ଵ୍ୟସ୍ତତା ଭିତରେ ରହି ଘରକୁ ଯିବାକୁ ଆଦୌ ସମୟ ନାହିଁ। ନିଜ ପରିବାର ଲୋକ ସବୁ ଗାଁ ରେ। ଏଭଳି ପରିସ୍ଥିତିରେ ଘରକୁ ଯିବେ ଅବା କିପରି ? ନିଜ କର୍ତ୍ତବ୍ୟ ଆଗରେ ପରା ସବୁକିଛି ତୁଛ।ଘରକଥା ଭାବିବା ପାଈଁ ମଧ୍ୟ ପାଖରେ ସମୟ ନାହିଁ। ନିଜେ କର୍ତ୍ତବ୍ୟ କରି ଚାଲିଛନ୍ତି କରୋନା ମହାମାରୀରୁ ଲୋକଙ୍କୁ ସଚେତନ ଏବଂ ରକ୍ଷା କରିବା ପାଇଁ । ଫୋନରେ ଝିଅର ମୁହଁରୁ ଏତିକି କଥା ଶୁଣି ଥପ୍ ଥପ୍ ହୋଇ ଲୁହ ଵାହାରି ପଡିଲା ଅଭିଜିତ ବାବୁଙ୍କର।


Rate this content
Log in

Similar oriya story from Inspirational