STORYMIRROR

Anuradha Nath

Tragedy

3  

Anuradha Nath

Tragedy

କୃତ୍ରିମ ନାୟିକା

କୃତ୍ରିମ ନାୟିକା

3 mins
431

ସେଦିନ ଅଫିସରୁ ଫେରିବା ଵେଳେ ବହୁତ ରାତି ହୋଇ ଯାଇଥିଲା। ଯେହେତୁ ପରଦିନ ଛୁଟି ନେଵି ମୋ ପ୍ରଥମ ଵିଵାହ ଵାର୍ଷିକୀ ପାଇଁ, ଏଣୁ ପର ଦିନର କାମ ମଧ୍ୟ କରିବାକୁ ପଡିଥିଲା। 

ସହରର ରାସ୍ତା ପୁରା ନିଃଶବ୍ଦ ଥିଲା। କୁକୁରମାନେ ମଧ୍ୟ ନ ଭୁକି ଶୋଇ ଯାଇଥିଲେ ।

ହଠାତ୍ ଗାଡିର ପେଟ୍ରୋଲ ସରିଗଲା। ଅଫିସ ପିଅନକୁ କହିଲି ପେଟ୍ରୋଲ ନେଇ ଆସିବା ପାଇଁ। ଆଉ ସେ ମତେ ଅପେକ୍ଷା କରିବାକୁ କହିଲା। ପାଖ ବସଷ୍ଟପରେ ବସି ପଡିଲି। ଏକୁଟିଆ ଲାଗୁଥିଲା, ଭାବିଲି ପତ୍ନୀକୁ କଲ୍ କରି କଥା ହେଵି। କିନ୍ତୁ ଯଦି ସେ ଜାଣିବ ମୁଁ ଅଫିସରୁ ଵାହାରି ନିର୍ଜନ ସଡକରେ ଏକୁଟିଆ ଵସିଛି, ହୁଏତ ସେ ଵ୍ୟସ୍ତ ହୋଇପାରେ। ଏତେ ରାତିରେ କୌଣସି ସାଙ୍ଗକୁ ଵି ଫୋନ୍ କରିବା ଠିକ୍ ମନେ କଲି ନାହିଁ।

କିଛି ସମୟ ପରେ ଗୋଟିଏ କାର୍ ଆସି ଜଣେ ନାରୀକୁ ରୋଡ୍ ପାଖରେ ଛାଡିଦେଲେ। ଵେଶଭୂଷାରୁ ଜଣା ପଡୁଥିଲା ସେ ଏକ କଲ୍ ଗାର୍ଲ୍। ଇଚ୍ଛା ହେଉ ନଥିଲା ଦେଖିବା ପାଇଁ। ତଥାପି ପୁରୁଷ ଆଖି କେତେ ଵି ଚୁପ୍ ରହିବ। କଣେଇ କଣେଇ ଚାହିଁଲି। ଚେହେରାଟି ଟିକିଏ ଦେଖିଲା ପରି ଲାଗୁଥିଲା,କିନ୍ତୁ ମନେ ପଡୁ ନଥିଲା କେଉଁଠି ଦେଖିଛି। ।

କିଛି ସମୟ ପରେ ସେ ମଧ୍ୟ ମତେ କଣେଇ ଚାହିଁଵା ଆରମ୍ଭ କରିଦେଲେ। ଆଉ ପଚାରିଲେ ସାର ଆପଣଙ୍କ ଵିଵାହ ହୋଇ ସାରିଥିଵ ଵୋଧହୁଏ। ଆଉ ନିକିତା ମ୍ୟାଡମ କେମିତି ଅଛନ୍ତି?

ତା ମୁହଁରୁ ମୋ ପତ୍ନୀଙ୍କ ନାମ ଶୁଣି ଵିଚିତ୍ର ଲାଗିଲା। ମୁଁ ସାଙ୍ଗେ ସାଙ୍ଗେ ପଚାରିଲି ତମେ ନିକିତାକୁ କେମିତି ଜାଣ? ସେ କହିଲା ଆପଣ ମତେ ଭୁଲି ଯାଇଥିଵେ ମତେ, ମୁଁ ରିୟା ଆପଣ ସେଦିନ ଟ୍ରେନରେ ମତେ ତାଙ୍କ ଫଟୋ ଦେଖେଇ ଥିଲେ।

ଆଉ ତା ପରେ ମୋର ସବୁ ମନେ ପଡିଗଲା। ମୋ ଵିଵାହ ପୂର୍ବର କଥା। ସେତେବେଳେ ମୁଁ ବାରିପଦାରେ ଚାକିରି କରୁଥାଏ। ସେଦିନ ମୁଁ ମୋ ନିର୍ବନ୍ଧ ପାଇଁ ଵାରିପଦାରୁ ଭୁବନେଶ୍ୱର ଆସୁଥାଏ। ମୋ ସମ୍ମୁଖରେ ବସିଥିଲେ ୟେ ଆଉ ତାଙ୍କ ଭାଵି ସ୍ୱାମୀ। କିଛି ସମୟ କଥାବାର୍ତ୍ତା ପରେ ଜାଣିଲି ଏମାନେ ଦୁହେଁ ଦୁହିଁଙ୍କୁ ଭଲ ପାଉଛନ୍ତି। ଘର ଲୋକ ଵିରୋଧ କରିବାରୁ ଘର ଛାଡ଼ି ପଳେଇ ଆସିଛନ୍ତି। ସେତେବେଳେ ଝିଅଟି ନାବାଳିକା ଥିଲେ , ଦୁଇ ମାସ ପରେ ତାଙ୍କୁ 18 ବର୍ଷ ପୁରିଵାର ଥିଲା। ବୟସ ହେଲା ପରେ ସେମାନେ ବିବାହ କରିବେ ଵୋଲି କହିଲେ । ସେତେବେଳେ ସେମାନଙ୍କ ଆଖିରେ ଗଭୀର ଭଲ ପାଇବା ଦେଖିଥିଲି । ଏଣୁ ମୁଁ ମଧ୍ୟ ମୋର ଆଉ ନିକିତାର ଵିଵାହ କଥା କହିଥିଲି। ତା ପରେ ଟ୍ରେନ ଆମ ଠିକଣା ଜାଗାରେ ଲାଗିଥିଲା। ଆଉ ଆମେ ନିଜ ନିଜ ରାସ୍ତା ଵାଛି ନେଇଥିଲୁ।

ତାଙ୍କର ଏ ଅବସ୍ଥା ଆଉ ଭାଵି ସ୍ୱାମୀଙ୍କ ଵିଷୟରେ ପଚାରିଲି। ଆଉ ସେତେବେଳେ ତାଙ୍କ ଆଖିରୁ ଲୁହ ଆସିଗଲା। ସେ କହିଲେ ସେ ପିଲା ଭରସାଯୋଗ୍ୟ ନଥିଲା।ମତେ ଵିଵାହର ପ୍ରତିଶୃତି ଦେଇ ମୋ ଶରୀର ଆଉ ମନ ସହ ଖେଳିଲା। କିଛି ଦିନ ପରେ ମତେ ଛାଡ଼ି ଦେଲା।ସେତେବେଳେ ଘରକୁ ଫେରିବାକୁ ଚାହିଁଥିଲି, କିନ୍ତୁ ଘରର ଦ୍ୱାର ବନ୍ଦ ହୋଇ ଯାଇଥିଲା। ଆଉ ମୁଁ ଅସହାୟ ଭୋକିଲା ହୋଇ ରାସ୍ତା କଡ଼ରେ ଵସିଥିଲି। ମତେ ଜଣେ ମହିଳା ତାଙ୍କ ସହ ନେଇ ଆସିଲେ। ତାଙ୍କ ସହିତ ମୋ ପରି କେତେଜଣ ଅସହାୟ ଝିଅ ଥିଲେ। ଧିରେ ଜାଣିବାକୁ ପାଇଲି ସେ ମତେ ମଧ୍ୟ ଅନ୍ୟ ଝିଅମାନଙ୍କ ପରି ଦେହ ଵ୍ୟଵସାୟରେ ଲଗାଇବାକୁ ଚାହୁଁଛନ୍ତି। ବୟସ କମ୍ କାରଣରୁ କେଉଁଟା ଠିକ୍ ଆଉ କେଉଁଟା ଭୁଲ୍ ଜାଣି ପାରିଲି ନାହିଁ। ତା ପରେ ଉପାୟଶୂନ୍ୟ ହୋଇ ଏହି ଲାଇନ ଵାଛିଥିଲେ । ଏଇଟା କହିଵିନି ଏମିତି କାମ ଭଲ ଲାଗୁଛି। କିନ୍ତୁ ଅଭ୍ୟସ୍ତ ହୋଇ ଗଲିଣି । ଏତିକି କହିଵା ପରେ ତାଙ୍କ ଆଖି ଲୁହରେ ଭିଜି ଯାଇଥିଲା। ଆଉ ତାଙ୍କ କାହାଣୀ ଶୁଣି ମୋ ଆଖି ବି ଭିଜି ଯାଇଥିଲା। ଆଉ ତା ପରେ ଗୋଟିଏ ଧନୀ ଲୋକର ଗାଡି ଆସି ତାଙ୍କ ପାଖରେ ଲାଗିଲା। ସେ ଲୁହ ପୋଛି ପୁଣି ନିଜ ଚେହେରାକୁ କୃତ୍ରିମ ରଙ୍ଗ ଵୋଲି ସଜାଇଲେ। ଆଉ ହସି ହସି ସେଇ କାରରେ ବସି ପଡିଲେ। ସେଦିନର ନିରୀହ ନାୟିକାର ଆଜିର କୃତ୍ରିମ ନାୟିକା ପାଲଟି ସାରିଥିଲେ। କେଵେ କଳ୍ପନା କରି ନଥିଲି ତାଙ୍କ ସହିତ ଆଉ ଗୋଟାଏ ଦିନ ଦେଖା ହେଵ ଏମିତି, ଯେଉଁଠି ମୁଁ କେବଳ ତାଙ୍କ ଦୁଃଖରେ ଦୁଃଖୀ ହେଵା ଛଡା କିଛି କରି ପାରିଵିନି।

ମୋ ପିଅନ ଵି ଆସି ସାରିଥିଲା। ମୁଁ ଗାଡିରେ ପେଟ୍ରୋଲ ପକାଇ ମୋ ଘରକୁ ଵାହାରିଲି। କିନ୍ତୁ ମୋ ଲୁହ ପୋଛିଵା ପାଇଁ ମୋ ପାଖରେ ତାଙ୍କ ପରି କୌଣସି କୃତ୍ରିମ ରଙ୍ଗ ନଥିଲା।ଲୁହ ସେମିତି ବହି ଚାଲୁଥିଲା,ଆଉ ପ୍ରଶ୍ନ କରୁଥିଲି ସଂସାରର ମାୟ କୁ। ତଥାପି ନିଜକୁ ପ୍ରସ୍ତୁତ କରୁଥିଲି ନିକିତା ପାଇଁ ....

କେତେବେଳେ ନିକିତା କବାଟ ଖୋଲି କହିଵେ ଏତେ ଡେରି କେମିତି ହେଲା, ଆଉ କହିଵି ଛାଡ ସେସବୁ ହାପି ଆନିଭର୍ସରି।....



Rate this content
Log in

Similar oriya story from Tragedy