କରୋନା
କରୋନା
ସୋମେସ ମଜୁମଦାର ଚାଏନାର ଏକ କମ୍ପାନୀରେ କାମ କରୁଥିଲା ଦୀର୍ଘ ଦଶବରଷ ହେବ।କଲିକତାର ଏକ ପଲ୍ଲୀରେ ଛାଡି ଯାଇଥଲା ତା ଜନକ ଜନନୀ ଓ ସଦ୍ୟ ବିବାହିତ ସ୍ତ୍ରୀ ତୁଳସୀକୁ । ବୋଉର ପସନ୍ଦ ରେ ବଛା ଗୁଣବତୀ ଶ୍ୟାମଳୀ ତୁଳସୀ ତା ମନମୁତାବକ ହେଇନଥିଲା।ସେଥିପାଇଁ ସେ ଦେଶାନ୍ତରି ହୋଇ ଯାଇଥିଲା।ସେଠି ଏକ ଗୋରିଚିଠି ରୂପସୀ ଦେଖି ତା ସହ ଏକତ୍ର ଗୋଟଘରେ ରହୁଥିଲା। ବାହା ନ ହୋଇ ସ୍ବାମୀ ସ୍ତ୍ରୀର ସଂପର୍କ ର ସୁଖ ପାଉଥିଲେ ସେମାନେ।ଏକ କମ୍ପାନିରେ ଚାକିରି ଥିଲା ଦୁଇ ଜଣକର।କେହି କାହାରି ପସନ୍ଦରେ ହସ୍ତକ୍ଷେପ କରୁନ ଥିଲେ।ପବିନା ତା ପସନ୍ଦର କଞ୍ଚା ସିଝା ସାପ ବେଙ୍ଗ ଝିଟିପିଟି ଯାହାତାହା ଖାଉଥିବାବେଳେ ସେ ନିଜେ ତା ପସନ୍ଦରେ ଭାରକୀୟ ଖାଦ୍ୟ ରାନ୍ଧି ଖାଉଥିଲା।କେବଳ ଦେହସୁଖ ପାଇଁ ଏକତ୍ର ରହୁଥିଲେ ସେମାନେ।ଭାବନାତ୍ମକ କିଛି ସଂପର୍କନଥିଲା ସେମାନଙ୍କ ଭିତରେ।ସେଦିନ କାଶହେବାପରେ ପବିନା ପରୀକ୍ଷାପାଇଁ ହସ୍ପିଟାଲ ଯାଇଥିଲା।ତାର କରୋନା ପଜିଟିଭ ବାହାରିଲା।
ରାତିରେ ପବିନା ସୋମେସ କୁ କିସ୍ କରିବାକୁ ଉଦ୍ୟତ ହେଲାବେଳେ ସୋମେସ ପଛକୁ ଘୁଞ୍ଚିଯାଇ କହିଲା ନାଁ ନାଁ ତୁମଠୁ ତ ମୋର ଶ୍ୟାମଳୀ ତୁଳସୀ ଫାର୍ ବେଟର।ସେ ତୁମପରି ଅପବିତ୍ର ଅଶ୍ଲିଳ ତ ନୁହଁ।ନଥାଉ ପଛେ ରୂପର ମାଦକତା ହେଲେ ସମର୍ପଣ ଓ ପ୍ରେମ ବିଶ୍ବାସର ଦେବୀଟିଏ ସିଏ।ଆଜି ଯାଏ କେବଳ ମୋର ହେଇ ଅପେକ୍ଷା କରିଛି |ଘରେ ବାପା ବୋଉର ସେବା କରୁଛି ନିଦ କର୍ତ୍ତବ୍ୟ ଭାବି |ଏବେ ତୁଳସୀର ତପସ୍ୟା ସଫଳ ହେଇଛି। ଧନ୍ୟବାଦ କରୋନା ସମୟ ଥାଉ ତୁ ମୋତେ ମୋର କର୍ତ୍ତବ୍ୟ ପ୍ରତି ସତର୍କ କରିଦେଲୁ।ମୁଁ ଏବେ ଫେରିଯିବ ମୋର ଜନ୍ମମାଟି ଶୁଦ୍ଧ ପବିତ୍ର ଭାରତମାଟିକୁ।ବାଏ ବାଏ କରୋନା ଆଉ ଚାଏନ।
