Kamal Kumar Dash

Drama Others

3  

Kamal Kumar Dash

Drama Others

କରୋନା

କରୋନା

2 mins
344



ସହର ବଜାର ଓ ଅଫିସ ସବୁ ବନ୍ଦ ହେବାରେ ଲାଗିଥାଏ । ମୁଁ କଟକରୁ ଭୁବନେଶ୍ୱର ବାହାରୁଥାଏ ବସରେ ,ସନ୍ଧ୍ୟାରେ  । ଆକାଶରେ ବIଦଲ ଭର୍ତ୍ତି କେତେବେଳେ ବରସି ଯିବ କିଛି ଠିକଣା ନାହିଁ । ବସର ଶେଷ ସିଟରେ ମତେ ସିଟ ମିଳି ଗଲା । ବସ ଛାଡିବା ଆଗରୁ ଜଣେ ମହିଳା ବସରେ ଉଠିଲେ ଓ ମୋ ପାଖରେ ଆସି ବସିଲେ । ବସ ଛାଡିଲା । ସେ ମହିଳା ଜଣଙ୍କ ମୁଁ ହଁ ଟିକେ ଚିହ୍ନା ଚିହ୍ନା ଲାଗୁଥିଲା ହେଲେ କେଉଁଠି ଦେଖିଚି କିଛି ମନେ ପଡୁନଥିଲା । ଘରୁ ଫୋନ ଆସିଲା ମୁଁ ଫୋନ ଉଠାଇ କହିଲି କୁହ ଅରଚୁ ମୋ ଶ୍ରୀମତୀଙ୍କ ଡାକ ନାଁ । ସେ ମୋ ଆଡେ ଚାହିଁଲେ ଓ କହିଲେ ଆପଣ ମୋ ନାଁ କେମିତି ଜାଣିଲେ ,ମୁଁ ଫୋନ ଟା ଆର ହାତରେ ଧରିଥିବାରୁ ସେଅରଚୁ ବୋଧେ ଦେଖି ପାରିନଥିଲେ । ମୁଁ କହିଲି ମାଡାମ ମୁଁ ଘରକୁ କଥା ହେଉଥିଲି ଓ ମୋ ସ୍ତ୍ରୀଙ୍କର ନାମ ଅରଚୁ । ସେ କହିଲେ ଓହଃ । ଫୋନ ରଖି ମୁଁ କହିଲି ମାଡାମ ଆପଣ କେବେ ଖୋର୍ଦ୍ଧାରେ ପଢୁଥିଲେ କି ? ସେ ବୋଧେ ସେତେବେଳକୁ ମୋତେ ଚିହ୍ନି ସାରିଥିଲେ ଓ ଟିକେ ହସି କହିଲେ ହଁ ସାର ।ମୁଁ ବି ତାଙ୍କ ଆଡ଼କୁ ଚାହିଁ ଟିକେ ହସିଲି ଓ କହିଲି ଆରେ ଅର୍ଚ୍ଚନା । ସରି ତୁମକୁ ଚିହ୍ନି ପାରିନଥିବାରୁ । ତୁମେ ଚଷମା ପିନ୍ଧିଥିବାରୁ ଚିହ୍ନି ହେଲାନି । ତାଙ୍କ ମୁଁହରେ କିନ୍ତୁ ସେ ହସ ଟା ଲାଗିରହି ଥିଲା ।ସେ କହିଲେ ତୁମେ କିନ୍ତୁ କିଛି ବଦଳିନ । ଅନେକ ଦିନ ପରେ ଦେଖାହେଲା । ଅନେକ କଥା ବାର୍ତ୍ତା ପରେ ମୋର କଲେଜ ପରୀକ୍ଷାର ଶେଷ ଦିନ କଥା ମାନେ ପଡିଲା । 6 ଘଣ୍ଟା ପ୍ରାକ୍ଟିକାଲ ପରୀକ୍ଷା ସରିଲା ପରେ ଆମେ ଖାଲି 13 ଜଣ ଅନର୍ସ ପିଲା ହିଁ କଲେଜରେ ଥିଲୁ ,କଲେଜ ବାସ ଯାଇ ସାରିଥିଲା । ବର୍ଷା ଦିନ ଥିଲା ଓ ସେତେବେଳେ ଏତେ ଗାଡି ମଟର ଚାଲୁ ନଥିଲା । କିଛି ମIଟIଡୋର ଖୋର୍ଦ୍ଧା ଓ ଜଟଣୀ ଭିତରେ ଯିବା ଆସିବା କରୁଥିଲା । ସେଦିନ କିଛି ନଥିଲା ଆମେ ସମସ୍ତେ ଚାଲି ଚାଲି ମୁକୁନ୍ଦ ପ୍ରସାଦ ଯାଏଁ ଆସିଲୁ ଓ ସେଠାରେ ସମସ୍ତେ ଗୋଟେ ଫୋଟ ଉଠାଇଲୁ । ତା ପରେ ଟିକେ ବର୍ଷI ପଡିଲା ଓ ସନ୍ଧ୍ୟା ହୋଇ ଆସୁଥିଲା । ତାପରେ ଜଟଣୀ ପିଲା ମାନେ ମIଟIଡୋର ରେ ଚାଲି ଗଲେ ଓ ଭୁବନେଶ୍ୱର ପିଲା ମାନେ ବସ୍ ରେ ମୁଁ ଓ ଅର୍ଚ୍ଚନା ରହିଗଲୁ । ମୁଁ ସାଇକେଲ ଚଳାଇବା ଆଗରୁ ତାଙ୍କୁ କହିଲି କଣ ସାଇକେଲ୍ ରେ ଯିବ କି ? ନହେଲେ ମୁଁ ଚାଲିଲି । ସେ କିଛି ସମୟ ଭାବିଲା ପରେ ସାଇକେଲ ପଛରେ ବସି ମୋ ସହିତ ଖୋର୍ଦ୍ଧା ଆସିଲେ । ତାଙ୍କ ଘର ଆମ ଘର ବାଟରେ ପଡେ ,ତେଣୁ ତାଙ୍କୁ ତାଙ୍କ ଘରେ ଛାଡି  ଆସିଥିଲି । ସେଦିନର କଥା ମନେ ପକାଇ ଖୁବ ହସିଲୁ ।

 ପରୀକ୍ଷା ପରେ ଫଳ ବାହାରିଲା ମୁଁ ଖୋର୍ଦ୍ଧା ଛାଡି ବାହାରକୁ ଚାଲି ଗଲି ଓ ଏଇ କେତେ ବର୍ଷ ହେଲା ଫେରିଛି ଭୁବନେଶ୍ୱର । ଅର୍ଚ୍ଚନା ତାଙ୍କ ଘରକୁ ଡାକିଲେ ,କରୋନା ଗଲା ପରେ ସମୟ ସୁବିଧା ଦେଖି ଯିବି କହି ମୁଁ ଜୟଦେବ ବିହାରରେ ଓହ୍ଲାଇଗଲି । ସେ ବାୟ କହି ହସୁଥିଲେ ।



Rate this content
Log in

Similar oriya story from Drama