Rasmi Rekha Tripathy

Inspirational Others Abstract

3  

Rasmi Rekha Tripathy

Inspirational Others Abstract

କ୍ରୋଧ

କ୍ରୋଧ

1 min
14K



ପୁଣି ଆଜି ଗୋଟିଏ ମୋବାଇଲ୍ l ଏହାକୁ ମିଶେଇ ଏ ମାସରେ ବାବୁ 3ଟା ମୋବାଇଲ୍ ଭାଙ୍ଗିଲେଣି l ବହୁତ୍ ଦାମିକିଆ ମୋବାଇଲ୍ ସବୁ l ପପୁ ବାବୁ କହୁଥିଲେ ଗୋଟେ ଗୋଟେ ମୋବାଇଲ୍ ଦାମ୍ ୨୦୦୦୦ ଟଙ୍କା l ମାନେ ୩ଟା ମୋବାଇଲ୍ ୬୦୦୦୦ ଟଙ୍କା l ୬୦୦୦୦ ଟଙ୍କାରେ ଆମର ପୁରା ପରିବାର ଗୋଟିଏ ବର୍ଷ ଆରାମରେ ଚଳିଯାଇପାରିବୁ l

ମାଆର ଔଷଧ, ବୋଉର ଲୁଗା, ଭାଇ ଭଉଣୀଙ୍କର ଜାମା ଓ ପଢାବହି ସବୁ କିଣି ପାରିବୁ l ମୋତେ ବାବୁ ଖାଇ ପିଇକି ହଜାରେ ଟଙ୍କା ଦେଉଛନ୍ତି ଯେ, କୁଆଡକୁ ବି ଅଣ୍ଟୁନି l ବାପାର ରୋଜଗାର ମିଶିଲେ ବି ପ୍ରତି ମାସରେ ଧାର ଉଧାର କରିବାକୁ ପଡୁଛି l ବାବୁ ରାଗିଗଲେ, ମୋବାଇଲ୍ ନ ଫୋପାଡି ତାକୁ ବରଂ ଦି ଚାରି ଥାପଡ ମାରନ୍ତେ ଓ ମୋବାଇଲ୍ ପଇସାଟା ତାକୁ ଦେଇ ଦିଅନ୍ତେ l ଭାବେ ସିନା କିଛି ବି କହିପାରେନା ସ୍ୱପ୍ନେଶ୍ୱର l


Rate this content
Log in

Similar oriya story from Inspirational