STORYMIRROR

Pradeep Kumar Panda

Inspirational

3  

Pradeep Kumar Panda

Inspirational

କର୍ମ

କର୍ମ

2 mins
196

ଜଣେ ଧନୀ ବ୍ୟକ୍ତି ଟ୍ରେନ ରେ ଯାଉଥିଲେ । ସେହି ଟ୍ରେନ ରେ ଭିକ ମାଗୁଥିବା ବ୍ୟକ୍ତି ଜଣକ, ଧନୀ ବ୍ୟକ୍ତିଙ୍କ ଭେସଭୁଷାକୁ ଦେଖି କହିଲା, "ବାବୁ କିଛି ମିଳିବ" ?


ଧନୀ ବ୍ୟକ୍ତି ଜଣକ ସଙ୍ଗେ ସଙ୍ଗେ କହିଲେ ତୁମେ କେବେ ଜୀବନରେ କାହାକୁ କିଛି ଦେଇଛ ? 


ଭିକାରୀ ଜଣକ କହିଲା ନା ବାବୁ ମୋ ପାଖରେ କଣ ବା ଅଛି ମୁ ଦେବି ! ଧନୀ ବ୍ୟକ୍ତି ଜଣକ କହିଲେ ତୁମେ ଯଦି କାହାକୁ କିଛି ଦେଇ ନାହଁ ତେବେ ମୁଁ କାହିଁକି ତୁମକୁ ଦେବି।


ଭିକାରୀ ଏ କଥା ଶୁଣି ଦୁଃଖୀ ହୋଇଗଲା । ସନ୍ଧ୍ୟା ବେଳକୁ ସେ ଷ୍ଟେସନ ନିକଟ ଝୁମ୍ପୁଡି ଘରକୁ ଫେରିଗଲା, ସେ ରାତିରେ ଶୋଇବାକୁ ଚେଷ୍ଟା କଲା କିନ୍ତୁ ରାତିରେ ନିଦ ହେଲାନାହିଁ। ସକାଳୁ ଉଠି ଷ୍ଟେସନ ବାହାରକୁ ଗଲା ଦେଖିଲା ବଗିଚାରେ ସୁନ୍ଦର ଫୁଲ ଫୁଟିଛି । କିଛି ଫୁଲ ତୋଳିଆଣିଲା ଏବଂ ଯାତ୍ରୀମାନଙ୍କୁ ଦେଲା । ଫୁଲ ବଦଳରେ ଯିଏ ଯାହା ଦିଏ ତାକୁ ଆଦରରେ ମୁଣି ରେ ରଖେ । ଯାତ୍ରୀ ମାନେ ବି ବହୁତ ଖୁସି ହୁଅନ୍ତି । ଅନ୍ୟ ଦିନ ଅପେକ୍ଷା ତାର ପଇସା ମଧ୍ୟ ବଢିବାକୁ ଲାଗିଲା । ମନେ ମନେ ସେ ଧନୀ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଲା ।


କିଛି ଦିନ ପରେ ସେ ଭିକାରୀଟି ଧନୀ ବ୍ୟକ୍ତିଙ୍କ ସହ ପୁଣି ଭେଟ ହୋଇଗଲା ଟ୍ରେନ ରେ । ସଙ୍ଗେ ସଙ୍ଗେ ଫୁଲଟି ବଢ଼ାଇ ଦେଲା, ବ୍ୟକ୍ତି ଜଣକ ପର୍ସରୁ ୧୦ଟଙ୍କା ତାକୁ ଦେଲେ ଏବଂ କହିଲେ

ଯେଉଁଠୁ ଏ ଫୁଲ ଆଣିଛ ତାର ଯତ୍ନ ନେଉଛ ନା ନାହିଁ? 


 ଭିକାରୀ ଜଣକ ଉତ୍ତର ଦେଲା "ମୁଁ ତ ସେ କଥା ଆଦୌ ଭାବିନି"। ଧନୀ ବ୍ୟକ୍ତି ଜଣକ କହିଲେ କର୍ମ କରିବା ଶିଖ।


ଭିକାରି ବିଚରା ଦ୍ଵନ୍ଦରେ ପଡିଗଲା ମନେ ମନେ ଭାବିଲା ଫୁଲ ଗଛ ତ ମୁଁ ଲଗେଇ ନାହିଁ କି କେବେ ପାଣି ମଧ୍ୟ ଦେଇ ନାହିଁ। ତା'ହିଁ କର୍ମ ବୋଧେ । ସକାଳୁ ଉଠି ବାହାରେ ବୁଲିବାକୁ ଲାଗିଲା ଯେଉଁଠି ଖାଲି ଜାଗା ଦେଖେ ସେଠି ଫୁଲ ଗଛ ଲଗାଏ, ଏମିତି ହଉ ହଉ ସାରା ଷ୍ଟେସନ ଆଖପାଖ ସୁନ୍ଦର ଦେଖା ଗଲା । ପରେ ଫୁଲ ସହ ଫୁଲ ତୋଡା ବିକ୍ରି କରିବାରେ ଲାଗିଗଲା । 


ଧନୀ ବ୍ୟକ୍ତି ଜଣକ ସେଇ ଟ୍ରେନ ଯାଉଥିଲେ ଏବଂ ତାଙ୍କ ସାମ୍ନାରେ ସୁଟବୁଟ ପିନ୍ଧି ଏକ ବ୍ୟକ୍ତି ବସିଥିଲେ, ସୁଟବୁଟ ବ୍ୟକ୍ତି ଜଣକ ସେ ଧନୀ ବ୍ୟକ୍ତି ପଚାରିଲେ ମୋତେ ଚିନ୍ହି ପାରିଲେ? ଧନୀ ବ୍ୟକ୍ତି କହିଲେ ନା, କିନ୍ତୁ ମୁଁ ଆପଣଙ୍କ ସହ ତିନି ଥର ସାକ୍ଷାତ କଲିଣି । ଧନୀ ବ୍ୟକ୍ତି କହିଲେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ମନେ ନାହିଁ। କୁହନ୍ତୁ କେମିତି ଜାଣିଲେ ମୋତେ, ସେ ସୂଟବୁଟ ଜଣକ ଉତ୍ତର ଦେଲେ ମୁଁ ହେଉଛି ସେଇ ଭିକାରି, ଯାହାକୁ ଆପଣ କହିଥିଲେ ଜୀବନରେ କେବେ କାହାକୁ କିଛି ଦେଇଛ.....।


ଆଛା ତେବେ ଏ ପରିବର୍ତ୍ତନ କିପରି !! ସେ ଉତ୍ତର ଦେଲା ଆପଣ ହିଁ ତା ମୂଳ କାରଣ! ଦୁଇ ଥର ଆପଣଙ୍କ ସହ ଭେଟ ହୋଇଛି ଆପଣ ଦୁଇ ଥର ଯାକ ବହୁ ମୂଲ୍ୟ କଥା କହିଛନ୍ତି । 


ପ୍ରଥମ ହେଲା ଅନ୍ୟକୁ ଦେବା ଶିଖ ତେବେ ଭଗବାନ ତୁମକୁ ଦେବେ । 

 

ଦୁତୀୟ ଟି ହେଲା କର୍ମ କର, ଫଳ ଭଗବାନ ଦେବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational