STORYMIRROR

Dr Jharana Satapathy

Inspirational

3  

Dr Jharana Satapathy

Inspirational

କରୋନା ସ୍ବେଛାସେବୀ

କରୋନା ସ୍ବେଛାସେବୀ

2 mins
134

କଳ୍ପନା ମେଡମ ଜଣେ ଭଲ ଡ୍ରେସ ଡିଜାୟନର ରୂପେ ପରିଚିତ । ତାଙ୍କର ଏକ ସିଲେଇ କେନ୍ଦ୍ର ଅଛି। ସେ ତାଙ୍କ ହାତରେ ସୁନ୍ଦର ସୁନ୍ଦର ଭଳିକି ଭଳି ଡିଜାଇନରେ ଡ୍ରେସ ସିଲେଇ କରନ୍ତି। ସେ ଖୁବ୍ ସୁନ୍ଦର ଭାବରେ ଠିକ୍ ସମୟରେ ସିଲେଇ କରି ଦେଇ ଦିଅନ୍ତି। ସିଲେଇ କରିଵାକୁ ମୋ ଡ୍ରେସ ସବୁ ସେ ମେଡମଙ୍କୁ ଦିଏ। କିଛିଦିନ ତଳେ ମୁଁ ମୋର ଏକ ଡ୍ରେସ ସିଲେଇ କରିବାକୁ ଦେଇଥିଲି। କିନ୍ତୁ କରୋନା ଲକ୍ ଡାଉନ ଯୋଗୁ ଵୁଟିକ ବନ୍ଦ ହୋଇଗଲା। ଫଳରେ ମୋ ଡ୍ରେସଟିକୁ ତାଙ୍କ ପାଖରୁ ଆଣି ପାରି ନଥିଲି। ଫୋନରେ କଥା ହେବା ସମୟରେ ସେ ମତେ କହନ୍ତି ତୁମ ଡ୍ରେସଟା ମୋ ପାଖରେ ରହିଗଲା ଲକ୍ ଡାଉନ ସରିଲା ପରେ ମୁଁ ତୁମକୁ ଦେଇଦେବି। ମୁଁ ତାଙ୍କୁ କୁହେ ମେଡମ ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି ମୋର ନୁହଁ ପ୍ରାୟ ସମସ୍ତଙ୍କର ଡ୍ରେସ ଆପଣଙ୍କର ପାଖେ ଥିବ। ଆଜି ସକାଳୁ ସକାଳୁ ମୋ ଫୋନଟି ବାଜି ଉଠିଲା। ଫୋନଟି ରିସିଭ୍ କରିବା ସଙ୍ଗେ ସଙ୍ଗେ କଳ୍ପନା ମେଡମ୍ ତାଙ୍କ ସୁମଧୁର କଣ୍ଠରୁ ଓଡିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଲେ। ଓଡିଆ ନବ ବର୍ଷରେ ସମସ୍ତେ ପରଷ୍ପରର ଶୁଭେଛା ବାର୍ତ୍ତା ଜଣାଇଥାନ୍ତି। ମୁଁ ବି ତାଙ୍କୁ ମୋ ତରଫରୁ ଅଭିନନ୍ଦନ ଜଣାଇଲି। ଥଟା ମଜାରେ ମତେ କହିଲେ ତୁମ ସହ ମୋର ଦେଖା ହୋଇ ପାରୁନାହିଁ। ମୁଁ ତୁମକୁ ଓ୍ବାଟସଅପ ମେସେଜ୍ ରେ ପଠାଇ ଥିଵା ପଣାର ଚିତ୍ର କୁ ସତସତିକା ଭାବି ପିଇନେବେ। ମୁଁ ବି ତାଙ୍କୁ ସେହି କଥା କହିଲି। ଏଭଳି କିଛି କଥାବାର୍ତ୍ତା ଭିତରେ ମତେ କହିଲେ ମେଡମ ମୁଁ ଲକ୍ ଡାଉନ ସର୍ତ୍ତେ ଏବେବି ଆହୁରି ବ୍ୟସ୍ତ ରହୁଛି। ତାଙ୍କର ବ୍ୟସ୍ତତା କଣ ତାଙ୍କ ମୁହଁରୁ ଶୁଣିଲାପରେ ଜଣାପଡିଲା ତାଙ୍କ ଘରେ ଯେଉଁ ଗୋଟିଏ ସିଲେଇ ମେସିନ୍ ଅଛି ସେ ଦିନରାତି ମାସ୍କ ତିଆରିରେ ବ୍ୟସ୍ତ ରହୁଛନ୍ତି। ଲକ୍ ଡାଉନର କଟକଣା ଲାଗିବା ପରେ ମାସ୍କ ପାଇଁ ଲୋକମାନେ ଏଣେତେଣେ ଦୌଡୁଛନ୍ତି। କିଏ ଔଷଧ ଦୋକାନ ଯାଉଛନ୍ତି ତ ଆଉ କିଏ ଅନ୍ୟ ଦୋକାନକୁ। ୧୦ ଟଙ୍କିଆ ମାସ୍କକୁ ୩୦ ଟଙ୍କାରେ ବିକ୍ରିକରୁଛନ୍ତି। ବଜାରରେ ମାସ୍କର ଅଭାବ ପରିଲକ୍ଷିତ ଯୋଗୁ ନିଜେ ସେ ହାତ ତିଆରି ମାସ୍କ କରି ଗରିବ ଲୋକମାନଙ୍କୁ ମାଗଣାରେ ବାଣ୍ଟି ଚାଲି ଛନ୍ତି। ବର୍ତ୍ତମାନ କରୋନା କଟକଣାରେ କାମଧାମ ସବୁ ବନ୍ଦ ହୋଇ ଯାଇଛି ତଥାପି ସଂଘମିତ୍ରା ଭାଙ୍ଗି ନ ପଡି ନିଜ ହାତରେ ପୋଷାକ ପାଇଁ ଆସିଥିବା ବଳକା କପଡା ସବୁକୁ କାଟି ମାସ୍କ ତିଆରି କରି ଗରିବ ଲୋକମାନଙ୍କ ସମେତ ସ୍ବାସ୍ଥ୍ୟକର୍ମୀ, ଆଶା,ଅଙ୍ଗନବାଡିକର୍ମୀ ଓ ସରକାରୀ କର୍ମଚାରୀଙ୍କୁ ମାଗଣାରେ ବାଣ୍ଟି ଚାଲିଛନ୍ତି। ମତେ ପରାମର୍ଶ ଦେଲେ ଆପଣ ଚାହିଁଲେ ନିଜେ ବି ମାସ୍କ ବନାଇ ପାରିବେ ତାକୁ ନିଜେ ବ୍ୟବହାର କରିବା ସହ ଅନ୍ୟମାନଙ୍କୁ ମଧ୍ୟ ବାଣ୍ଟିପାରିବେ। ଯାହାଦ୍ବାରା ଆପଣକ ବଳକା ସମୟକୁ ସଦୁପଯୋଗ କରିବା ସହିତ କରୋନା ଯୁଦ୍ଧରେ ଏକ ଯୋଦ୍ଧା ଭାବେ ନିଜକୁ ସାମିଲ କରିପାରିବେ। ଏହା କୌଣସି କଷ୍ଟସାଧ୍ୟ କାମନୁହଁ। ଏ କରୋନା ଯୁଦ୍ଧରେ ସେ ସାମିଲ ହେବା ଯୋଗୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲି ମୁଁ ତାଙ୍କ କଥାରେ ସହମତି ପ୍ରକାଶ କରିଥିଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational