କରବା ଚୌଥ 🌝
କରବା ଚୌଥ 🌝
ସଞ୍ଜବେଳେ ଯେତେବେଳେ ନିଜ ନିଜ ଘରେ ପହଞ୍ଚିବ , ଟିକେ ନଜର କରିବ ସଜ ବାଜ ହୋଇ ବସିଥିବା ଉଜ୍ଜ୍ୱଳ ଚେହେରାକୁ ଧ୍ୟାନରେ ଦେଖିବ ସେଇ ଚେହେରା ରେ ଲୁଚିଥିବା ସ୍ନେହ ଆଉ ସମ୍ମାନ କୁ । ନଜର ପକେଇବ ସେ ପିନ୍ଧିଥିବା ଗହଣା ଉପରେ ଯାହାର ଚମକ ଆଜି ତୁମକୁ ଦୁଇ ଗୁଣା ଅଧିକ ଲାଗିବ , ଆଉ ନଜର କରିବ ସେ ଚେହେରାରେ ତୁମ ପ୍ରତି ଲୁଚିଥିବା ପ୍ରେମକୁ । କରବା ଚୌଥ କୋଉଠି ପାଳନ ହୁଏ ତ ଆଉ କୋଉଠି ପାଳନ ହୁଏନି , ପାଳନ ହେବା ନହେବା ବଡ଼ କଥା ନୁହେଁ , ଏଠି ଧ୍ୟାନଦେଲା ଭଳି କଥା ହେଉଛି ସ୍ତ୍ରୀର ସମର୍ପଣ । ଆଜିର ଦିନରେ ଯେତେବେଳେ ଗୋଟେ ସ୍ତ୍ରୀ ନିର୍ଜଳା ଉପବାସ ରହିଥାଏ , ଉପବାସରେ କେବଳ ସେ ନଥାଏ , ଉପବାସରେ ରହିଥାଏ ତାର ଅନ୍ତର ଆତ୍ମା କେବଳ ତାର ସୁହାଗ ର ଦୀର୍ଘାୟୁ କାମନା କରି ।
ଆଜିର ଦିନରେ ଯେତେବେଳେ ଗୋଟେ ସ୍ତ୍ରୀ ସଜେଇ ହେଇଥାଏ , କେବଳ ତାର ଶରୀର ସଜେଇ ହୋଇନଥାଏ , ସଜେଇ ହେଇଥାଏ ତାର ଆତ୍ମା , ଆତ୍ମା ର ପ୍ରତେକ ଅଂଶ , ପ୍ରତିକ୍ଷଣ ରେ ସେ ପ୍ରାର୍ଥନା କରିଥାଏ ତୁମକୁ ସାତ ଜନ୍ମ ପାଇଁ ସାଥୀ ରୂପରେ ପାଇବା ପାଇଁ । ଯେତେବେଳେ ଶଙ୍ଖା ସିନ୍ଦୂର ପିନ୍ଧି ଆଇନା କୁ ବାରମ୍ବାର ଦେଖୁଥାଏ , ସେ ନିଜକୁ ନୁହେଁ ନିଜ ଭିତରେ ତୁମକୁ ଦେଖୁଥାଏ । ଯେତେବେଳେ ସେ ହସୁଥାଏ , କେବଳ ସେ ହସୁନଥାଏ , ତା ଆଖ ପାଖର ସମଗ୍ର ସୃଷ୍ଟି ହସୁଥାଏ । ହସିବେନି ବା କାହିଁକି , ସ୍ତ୍ରୀ ପରା ସଂସାର ଉଦ୍ଧାରକାରିଣୀ । ଯେତେବେଳେ ପୂର୍ଣ୍ଣ ସଜ ବାଜ ହୋଇ ସଖି ମାନଙ୍କ ସହ ଛାତ ଉପରେ ଚାନ୍ଦର ଆଗମନକୁ ମଙ୍ଗଳ ଗୀତ ସହ ଅପେକ୍ଷା କରିଥାଏ , ସେ ଅପେକ୍ଷା କେବଳ ଅପେକ୍ଷା ନୁହେଁ , ସେହି ଅପେକ୍ଷାରେ ସେ ତାର ସବୁ ପ୍ରେମ ତୁମ ଉପରେ ସମର୍ପିତ କରିବାକୁ ଚାହିଁଥାଏ । ଯେତେବେଳେ ସେ ଚାନ୍ଦର ଅପେକ୍ଷାରେ ସଖି ସହ ଧାଡ଼ିରେ ଠିଆ ହୋଇଥାଏ , ସେତେବେଳେ ଲାଗୁଥାଏ ଯେମିତି ଚାନ୍ଦର କିଛି ଅଂଶ ତା ସହ ମିଶିବାକୁ ଧାଡ଼ି କରି ଛିଡ଼ା ହୋଇଛନ୍ତି । ଆଜିର ଦିନଟି ଆପଣ ମାନଙ୍କର , ଦେବୀ ମାନଙ୍କର , ଯିଏ ଆମକୁ ଜନ୍ମ ଦେଇଥାଏ , ପାଳିଥାଏ , ବଞ୍ଚିବା ଶିଖାଇଥାଏ ଆଉ ଆମର ଦୀର୍ଘାୟୁ କାମନା କରିଥାଏ , କେତେବେଳେ ମା ରୂପରେ , କେତେବେଳେ ଭଉଣୀ ରୂପରେ ଆଉ କେତେବେଳେ ସ୍ତ୍ରୀ ରୂପରେ ।

