STORYMIRROR

SUDHANSU SEKHAR BEHERA

Comedy Drama Inspirational

3  

SUDHANSU SEKHAR BEHERA

Comedy Drama Inspirational

ଜୋଇଁ କିଣା

ଜୋଇଁ କିଣା

2 mins
155

ନୂଆ ବୋହୂ ବାହାଘର ପରଦିନ ସକାଳ ୭ଟା ବେଳେ ଉଠି ନିଜ ବେଡ଼ରୁମ ରୁ ବାହାରକୁ ଆସିଲା , ସେତିକିବେଳେ ତାକୁ ଡ୍ରଇଂରୁମ୍ ରେ ବସିଥିବା ନିଜ ଶାଶୁର ବିରକ୍ତି ଭରା ସ୍ୱର୍ ଶୁଭିଲା ।


" ଏବେ ଏଠି ଡେରିରେ ଶୋଇକି ଉଠିବା ଚଳିବ ନାହିଁ ।ବୋହୂ ଏହା ଶୁଣି ପୁଣି ନିଜ ଶୋଇବା ଘରକୁ ଯାଇ ଏକ ଡାଇରୀ ଆଉ ଗୋଟେ ଛୋଟ ଚମଡା ବ୍ୟାଗ୍ ସହ ଆସି ଶାଶୁ ପାଖରେ ବସି ଡାଇରୀ ପଢିବାକୁ ଲାଗିଲା ।


ମାରୁତି ଏର୍ଟିଗୋ - ୧୩ ଲକ୍ଷ

୪୨ ଇଞ୍ଚ ସ୍ମାର୍ଟ ଟିଭି - ୫୦ ହଜାର

ଫ୍ରିଜ୍ - ୧୩ ହଜାର

ୱାଶିଂ ମେସିନ - ୧୫ ହଜାର

ସୋଫା , ଡାଇନିଂ ଟେବୁଲ , ଖଟ - ୧.୧୦ ଲକ୍ଷ

ଓବନ୍ , ଗ୍ରାଏଣ୍ଡର ଆଉ ଅନ୍ୟ ସବୁ - ୧ ଲକ୍ଷ

ନଗଦ ଟଙ୍କା - ୧୫ ଲକ୍ଷ


ଡାଇରୀରେ ଏ ସବୁ ପଢ଼ି ବୋହୂ କହିଲା ହଁ ମାଆ ଏ ସେହି ଚିଠା ଯାହା ବାହାଘର ପୂର୍ବରୁ ଏହି ଘରୁ ମୋ ବାପାଙ୍କ ପାଖକୁ ପଠା ଯାଇଥିଲା , ଚିଠା ରେ ଲେଖା ଯାଇଥିବା ସବୁ ଜିନିଷ ମୋ ବାପା ମୋ ସହିତ ପଠେଇଥିଲେ , ସବୁ ଜିନିଷ କୁ ଆପଣ ଥରେ ଭଲସେ ଦେଖି ନିଅନ୍ତୁ , ଆଉ ତା ସହିତ ଏଇଟାବି ଦେଖି ନିଅନ୍ତୁ କେଉଁଠି ବି ଆପଣ ଏହି ଚିଠା ରେ ମୋ ବିଷୟରେ କୌଣସି ଦରକାରୀ ଗୁଣ ଲେଖିନଥିଲେ କି ବୋହୂ ଭଲ ପାଠ ପଢିଥିବ , ସଂସ୍କାର ଜାଣିଥିବ ଆଉ ସବୁ ଘର ବାହାର କାମ ଜାଣିଥିବ ,ଆପଣ କେବଳ ଆପଣଙ୍କ ପୁଅ ର ମୂଲ୍ୟ ମାଗିଥିଲେ ଯାହା ମୋ ବାପା ଆପଣଙ୍କ ପୁଅ ର ମୂଲ୍ୟ ଆପଣଙ୍କୁ ଦେଇ ଆପଣଙ୍କ ପୁଅକୁ ମୋ ପାଇଁ କିଣି ସାରିଛନ୍ତି ।


ଆଉ ମୁଁ ଆମ ଘରୁ ଆସିଲା ବେଳେ ମୋ ବାପା ଏ ବ୍ୟାଗ୍ କୁ ମୋତେ ଦେଇ କହିଥିଲେ 

"ଝିଅ ତୁ ଯେତେଦିନ ପର୍ଯ୍ୟନ୍ତ ମୋ ପାଖରେ ଥିଲୁ , ସୁରକ୍ଷିତ ଥିଲୁ ।କିନ୍ତୁ ଆଜି ଠାରୁ ତୋତେ ତୋର ନିଜର ସୁରକ୍ଷା ନିଜେ ରଖିବାକୁ ପଡିବ " ।


ଶାଶୁ ଉତ୍କଣ୍ଠା ର ସହିତ ପଚାରିଲେ , କଣ ଅଛି ଏହି ବ୍ୟାଗ୍ ରେ ?ବୋହୂ ଧୀରେ ସେ ବ୍ୟାଗ୍ ର ଚେନ କୁ ଖୋଲି ସେଥିରେ ଥିବା ରିଭରବଲ୍ କୁ ବାହାରକୁ ବାହାର କଲା ,ରିଭରବଲ୍ କୁ ଦେଖି ଶାଶୁ ନିଜର ନିଃଶ୍ୱାସ ପ୍ରଶ୍ୱାସ କୁ ନିୟନ୍ତ୍ରଣ କୁ ଆଣି କହିଲେ ବୋହୂ ତୁ ଏବେ ସୋଇକି ଉଠିଛୁ ରହ ମୁଁ ତୋ ପାଇଁ ଚାହା ବନେଇ ଆଣୁଛି , ତୁ ତ ମୋ ଝିଅ , ଯା ବିଶ୍ରାମ କର ।


Rate this content
Log in

Similar oriya story from Comedy