STORYMIRROR

SUDHANSU SEKHAR BEHERA

Comedy Inspirational

3  

SUDHANSU SEKHAR BEHERA

Comedy Inspirational

ଜୋଇଁ କିଣା

ଜୋଇଁ କିଣା

2 mins
199

ନୂଆ ବୋହୂ ବାହାଘର ପରଦିନ ସକାଳ ୭ଟା ବେଳେ ଉଠି ନିଜ ବେଡ଼ରୁମ ରୁ ବାହାରକୁ ଆସିଲା, ସେତିକିବେଳେ ତାକୁ ଡ୍ରଇଂରୁମ୍ ରେ ବସିଥିବା ନିଜ ଶାଶୁର ବିରକ୍ତି ଭରା ସ୍ୱର ଶୁଭିଲା .


"ଏବେ ଏଠି ଡେରିରେ ଶୋଇକି ଉଠିବା ଚଲିବ ନାହିଁ " 


ବୋହୂ ଏହା ଶୁଣି ପୁଣି ନିଜ ଶୋଇବା ଘରକୁ ଯାଇ ଏକ ଡାଇରୀ ଆଉ ଗୋଟେ ଛୋଟ ଚମଡା ବ୍ୟାଗ୍ ସହ ଆସି ଶାଶୁର ପାଖରେ ବସି ଡାଇରୀ ପଢିବାକୁ ଲାଗିଲା .


ମାରୁତି ଏର୍ଟିଗୋ - ୧୩ ଲକ୍ଷ

୪୨ ଇଞ୍ଚ ସ୍ମାର୍ଟ ଟିଭି - ୫୦ ହଜାର

ଫ୍ରିଜ୍ - ୧୩ ହଜାର

ୱାଶିଂ ମେସିନ - ୧୫ ହଜାର

ସୋଫା, ଡାଇନିଂ ଟେବୁଲ, ଖଟ - ୧.୧୦ ଲକ୍ଷ

ଓବନ୍, ଗ୍ରାଏଣ୍ଡର ଆଉ ଅନ୍ୟ ସବୁ - ୧ ଲକ୍ଷ

ନଗଦ ଟଙ୍କା - ୧୫ ଲକ୍ଷ


ଡାଇରୀରେ ଏ ସବୁ ପଢ଼ି ବୋହୂ କହିଲା ହଁ ମାଆ ଏ ସେହି ଚିଠା ଯାହା ବାହାଘର ପୂର୍ବରୁ ଏହି ଘରୁ ମୋ ବାପାଙ୍କ ପାଖକୁ ପଠା ଯାଇଥିଲା, ଚିଠାରେ ଲେଖା ଯାଇଥିବା ସବୁ ଜିନିଷ ମୋ ବାପା ମୋ ସହିତ ପଠେଇଥିଲେ, ସବୁ ଜିନିଷ କି ଆପଣ ଥରେ ଦେଖି ନିଅନ୍ତୁ ଠିକ୍ ଅଛି କି ନାହିଁ, ଆଉ ତା ସହିତ ଏଇଟା ବି ଦେଖି ନିଅନ୍ତୁ ଆପଣ ଏହି ଚିଠା ରେ ମୋ ବିଷୟରେ କୌଣସି ଦରକାରୀ ଗୁଣ ଲେଖିନଥିଲେ କି ବୋହୂ ଭଲ ପାଠ ପଢିଥିବ, ସଂସ୍କାର ଜାଣିଥିବା ଆଉ ସବୁ ଘର ବାହାର କାମ ଜାଣିଥିବ, ଆପଣ କେବଳ ଆପଣଙ୍କ ପୁଅର ମୂଲ୍ୟ ମାଗିଥିଲେ ଯାହା ମୋ ବାପା ଦେଇ ଆପଣଙ୍କ ପୁଅକୁ ମୋ ପାଇଁ କିଣି ସାରିଛନ୍ତି .


ଆଉ, ମୁଁ ବିଦା ହେଲା ବେଳେ ମୋ ବାପା ଏ ବ୍ୟାଗକୁ ମୋତେ ଦେଇ କହିଥିଲେ "ଝିଅ ତୁ ଯେତେଦିନ ପର୍ଯ୍ୟନ୍ତ ମୋ ପାଖରେ ଥିଲୁ, ସୁରକ୍ଷିତ ଥିଲୁ . କିନ୍ତୁ ଆଜି ଠାରୁ ତୋତେ ତୋର ନିଜର ସୁରକ୍ଷା ନିଜେ ରଖିବାକୁ ପଡିବ " .


ଶାଶୁ ଉତ୍କଣ୍ଠାର ସହିତ ପଚାରିଲେ, କଣ ଅଛି ଏହି ବ୍ୟାଗରେ ? ବୋହୂ ଧୀରେ ସେ ବ୍ୟାଗର ଚେନକୁ ଖୋଲି ସେଥିରେ ଥିବା ରିଭରବଲକୁ ବାହାରକୁ ବାହାର କଲା ରିଭରବଲକୁ ଦେଖି ଶାଶୁ ନିଜର ନିଃଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣକୁ ଆଣି କହିଲେ ବୋହୂ ତୁ ଏବେ ସୋଇକି ଉଠିଛୁ ରହ ମୁଁ ତୋ ପାଇଁ ଚାହା ବନେଇ ଆଣୁଛି ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy