STORYMIRROR

Madhabi Patel

Inspirational

4  

Madhabi Patel

Inspirational

କଫି କପ୍ ର ସ୍ମୃତି

କଫି କପ୍ ର ସ୍ମୃତି

2 mins
259


ସୌଦାମିନୀ ସକାଳୁ ନିତିଦିନିଆ କାମସାରି କଫିକପଟେ ତିଆାରି ସୋଫାରେ ଯାଇବସିଲା।ଗରମକଫିର ପୋଡା ମହମହ ବାସ୍ନାରେ ବିମୋହିତ ହେଇ ଅଜାଣତରେ କପରେ ଚୁସ୍କି ମାରୁମାରୁ ମୋବାଇଲରେ ଆଖି ଗଡାଇ ରଖିଥାଏ।ଓ୍ବାଡସପ୍ ର ଏକ ଗୃପ ଖୋଲିଲା ପରେ କେତେ ଜଣ କରୋନା ମୃତଙ୍କ ଖବର ବାହାରିଥିଲା।ସେ ନାଆଁ ଭିତରେ ମେରୀର ନାଆଁଦେଖି ତା ମନ ଦୁଃଖରେ ଭରିଗଲା।ମେରୀ ତା ପାଇଁ ଅଜଣା ହେଲେବି ପରେ ଅତି ନିଜର ପାଲଟି ଯାଇଥିଲା।ମେରୀ ସହ ତାର ପ୍ରଥମ ଦେଖା ହେଇଥିଲା ଏକସାହିତ୍ୟ ସଭାରେ।ସେ ଜଣେ ନର୍ସ ହେଲେବି ଲେଖାଲେଖିରେ ପସନ୍ଦ ଥିଲ ତାରା।ନିଜର କର୍ମବ୍ୟସ୍ତତା ଭିତରେବି ସେ ଲେଖାଲେଖିପାଇଁ ସମୟ ବାହାର କରିନେଉଥିଲା।ଏକ ଡେଙ୍ଗା ପତଳା ସାବ୍ନା ରଙ୍ଗର ଝିଅଥିଲା ମେରୀ।ମଧୁର କଥା ଓ ଆମାୟିକ ବ୍ୟବହାର ପାଇଁ ସେ ସମସ୍ତଙ୍କ ପ୍ରିୟଥିଲା।ସମସ୍ତଙ୍କୁ ନାନୀ ନାନୀ କହି ଡାକୁଥିଲା।ସଭାରେ ଫଟୋସବୁ ଉଠାଇବା ତାର ପସନ୍ଦ ଥିଲା।ସମସ୍ତଙ୍କର ବିଭିନ୍ନ ଫୋଟୋ ଉଠାଇ ନିଜ ନିଜର ଓ୍ବାଟସପ୍ରେ ଛାଡୁଥିଲା।ତାକୁ ସେମାନେ ବାଛି ନିଜର ଫେସବୁକରେ ଦେଉଥିଲେ।ମେରୀ ହିଁ ପ୍ରଥମେ ତାକୁ କଫି ପିଇବାରଅଭ୍ୟାସ ପକାଇଥିଲା।

ପ୍ରଥମେ ସେ କଫି ଚା ପିଉନଥିଲା।ଏମିତିକି ଦୁଧ ଓ ଦୁଧ ତିଆରି ଜିନିଷବି ଖାଉନଥିଲା।ହେଲେ ଥରେ ଥଣ୍ଡାଦିନରେ ଅଳ୍ପ ବର୍ଷା ହେଇ ପାଗଟା କୋହଲା ହେଇଯାଇଥାଏ।ବଡ ଶୀତ ଅନୁଭୁତ ହେଉଥାଏ।ଏମିତି ପାଗରେ ସାହିତ୍ୟ ସଭା ଚାଲିଥାଏ।ଜଣେ ପିଲା ଚା ଓ କଫି ଧରି ଆସିଲା।ସେ ଧାଡିଭିତରେ ପଶି ସମସ୍ତଙ୍କୁ ଚା ,କଫି ଅଫର୍ କରିବାକୁ ଲାଗିଲା।ତା ପାଖକୁ ବି ଆସି ଚା ଯଚେଇଲା।ହେଲେ ସେ ମୁଣ୍ଡ ହଲେଇ ମନା କରିଦେଲା।ସେତେବେଳେତା ପାଖରେ ବସିଥିବା ମେରୀ ଦବରଦସ୍ତି ତାପାଇଁ ଏକ କଫି କପ ଉଠାଇ ଆଣି ପିଇବାକୁ ଅନୁରୋଧ କରିଥିଲା।ସେ ମନାକଲା କେବେ ଦୁଧ ଜିନିଷ ପିଏନି ବୋଲି।ହେଲେ ସେ କହିଲା କଫିପଡିଗଲେ ଦୁଧ ବାସନା ରୁହେନି ଥରେ ପିଇବାକୁ ଚେଷ୍ଟାତ କରନ୍ତୁ।ସେ ତା ଅନୁଗ୍ରହ କାଟି ନପାରି ଚୁସ୍କି ଟିଏ ମାରିଥିଲା। ବହଳିଆ ମିଠା କଫିଥିଲା।ଭଲ ଲାଗିଲା।ଟିକେ ପୋଡାପୋଡା ଗନ୍ଧ ଆସୁଥିଲା ତାକୁ।ଦୁଇ ତିନି ଚୁସ୍କି ନେଲାପରେ ଭଲ ଲାଗିଥିଲା ତା ସ୍ବାଦ।ତାପରେ ଯେବେ ଭେଟହେଲେ ସେ ତାକୁ କଫି ପିଆଏ।ମେରୀତା ହସହସ ଚେହେରା ଭିତରେ ଏକ ଦୁଃଖର କାହାଣୀକୁ ଢାଙ୍କି ରଖିଥାଏ।ଥରେ ତାଠୁ ତା ଜୀବନୀ ଶୁଣିୁଥିଲା ।ମେରୀ ନିଜ ସୁନ୍ଦର ପରିବାର ନେଇ ନୈନିତାଲ ବୁଲିବାକୁ ଯାଇଥିଲା।ସେଠି ପାହାଡରୁ ତାଙ୍କ ଗାଡି ଖସି ଯାଇଥିଲା।ତାର ଦୁଇବର୍ଷର ପୁଅ ଓ ସ୍ବାମୀ ଙ୍କ ମୃତ୍ୟୁ ହେଇଯାଇଥିଲା ସେଠି।ସେ ଗାଡିରୁଛିଟିକି ଏକ ବୃକ୍ଷଶାଖାରେ ଲଟକି ରହିଥିଲା ବୋଲି ସେଠିକା ଲୋକେ ତାକୁ ବଞ୍ଚାଇନେଲେ।ତା ପରଠୁ ସେ ବଡ ଭାଙ୍ଗି ପଡିଥିଲା।ପରେ ନିଜ ମନକୁ ବୁଝାଇ ଲୋକସେବାରେ ନିଜକୁ ବିନିଯୋଗକଲା ଏକ ନର୍ସ ହିସାବରେ।ଏବେ ହସପିଟାଲର ରୋଗୀମାନେ ହିଁ ତା ପରିବାର ବନି ଯାଇଛନ୍ତି।ଡିଉଟି ପରେ ଘରେ ଆସିଲେ ତା ହଜିଲା ପରିବାର ମନେ ପଡିଲେ ସେ କାଗଜକଲମଧରି ବସିଯାଏ କିଛି ଲେଖିବାକୁ।ନିଜର ଦୁଃଖକୁ ସେ କାଗଜରେ ଉତାରିଦେଇ ହାଲୁକା ଅନୁଭବ କରେ ।ସାହିତ୍ୟ ତାପାଇଁ ଏକ ଔଷଧ ବା ଉପଚାର ଭାବେ କାମକରେ।ତଥାପି ଏତେ ଦୁଃଖ ଭିତରେବି ତା ଓଠରେ ହସ ଧାରେ ଫୁଟାଇ ସେ ଅନ୍ୟକୁ ତା ମଧୁବଚନରେ ଖୁସୀ କରିପାରେ।ବଡ ଧେର୍ଯ୍ୟବାନ ଝିଅଟିଏ ସିଏ।ହେଲେ ଏମିତି ଅନ୍ୟର ସେବାକରୁକରୁ

ନିଜେ କୋଭିଡର ଶିକାର ହେଇଗଲା।ଚାଲିଗଲା ତା ପରିବାର ପାଖକୁ।ଯାଉ ତା ଛୋଟସନ୍ତାନ ଓ ପ୍ରେମିକ ସ୍ବାମୀଙ୍କ ସାନିଧ୍ୟ ପାଇବ ଏତେଦିନ ପରେ।ତଥାପି ବଡ ଦୁଃଖ ଲାଗୁଥିଲା ତାପରି ଜଣେ ଆମାୟିକ ଭଲ ମଣିଷ ତାଙ୍କ ଗହଣରୁ ଚାଲି ଯାଇଥିବାରୁ।

ଭଗବାନ ତା ଆତ୍ମାକୁ ଶାନ୍ତିଦିଅନ୍ତୁ ବୋଲି ସେ ନିବେଦନ କଲା ଆଖିମୁଦି।

ସେ ଏବେ କଫି କପରେ ଚୁସ୍କିଟିଏ ମାରିବା ବେଳେ କଫିଭିତରେ ମେରୀର ମିଠାମିଠା ହସର ସାନ୍ନିଧ୍ୟ ଅନୁଭବ କରୁଥିଲା।ଏ କଫି ସବୁଦିନ ପାଇଁ ମେରୀକୁ ଅମର କରିରଖିବ ତା ହୃଦୟରେ।ଜଣକୁ ଆଉ କଣ ଦରକାରଯେ ମୃତ୍ୟୁ ପରେ ଅନ୍ୟ ଲୋକର ହୃଦୟରେ ଏକ ମିଠା ଅନୁଭବ ହେଇ ରହିପାରିଲେସେ ଜୀବନ ର ସାର୍ଥକତା ଅଛି।ମେରୀ ଆଜି ବଡ ମନେ ପଡୁଥିଲା ସେ କଫିକପ ଭିତରେ।



Rate this content
Log in

Similar oriya story from Inspirational