STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

କୋଳାହଳରେ

କୋଳାହଳରେ

2 mins
455

ଟ୍ରାଫିକ ଜାମ ।ଅଟକିଗଲା ଆମ ଟ୍ୟାକ୍ସି ।ଆଗରେ ଅସମ୍ଭବ କୋଳାହଳ ,ହେ ପ୍ରଭୁ କିଛି ଦୁର୍ଘଟଣା ହେଇନିତ,ଆଶଙ୍କାରେ ପଚାରି ବୁଝିବାକୁ କାହାକୁ ସମସ୍ତେ ନିରୁତ୍ତର ,ସମସ୍ତେ ବି ଜାଣିବାକୁ ଚାହୁଁଥିଲେ କଣ ,କାହିଁକି ହେଲେ କେବଳ ଟ୍ରାଫିକ ଜାମ ବୋଲି ବୁଝି ଅପେକ୍ଷା କରିବାକୁ ପଡିଲା ।କିଏ କୁଆଡେ ବାହାରି ଗଲେ ବାହାରକୁ ।ମୁଁ ଝରକା ଦେଇ ଚାହିଁଲି ବାହାରକୁ ,ଶୀତ ଛାଡି ଛାଡି ଆସୁଛି ଆଉ ଖରା ବି ହେଲାଣି ରାଜଧାନୀରେ ,ମାଆ କୁକୁର ସହ ଚାରି ପାଂଚୋଟି ଛୁଆ ଦେଖି ,ସେହିଆଡ଼କୁ ଚାହିଁ ଭାବନା ରାଜ୍ୟରେ ବୁଡ଼ିଗଲି ।

ଶୀତ ଦିନେ ହିଁ କୁକୁର ମାନେ ଛୁଆ କରନ୍ତି ।ନା ଖାଇବାକୁ ଅଛି ନା ଅଛି ଆଶ୍ରୟ ,ତଥାପି ମାଆଠୁ କ୍ଷୀର ପାନ କରି ଡଉଲ ଡାଉଲ ଦିଶୁଥିବା ଛୁଆ ଗୁଡା ଝଡିଯାଆନ୍ତି ସମୟ କ୍ରମେ ,ଖାଲି ସେତିକି ନୁହେଁ ମରିବି ଯାଆନ୍ତି ଅନେକ ଆଉ ଯିଏ ବଞ୍ଚେ ମାଆ ପଛେ ଗୋଡେଇ ଗୋଡେଇ ବଂଚିବାକୁ ସଂଘର୍ଷ କରୁ କରୁ ମଣିଷର ବିଶ୍ୱସ୍ତ ହୁଏ ।କେବେ ରୁଟି କି ବିସ୍କୁଟ ଖଣ୍ଡେ ପାଇଲେ ପାଏ ନଚେତ ନାହିଁ ,ତଥାପି ପ୍ରକୃତିରୁ କଣ କେମିତି ପାଏ ,କେମିତି ରହେ ,ସେ ସ୍ବର୍ଗୀୟ କଳା ସେ ଭଗବାନଙ୍କଠୁ ପାଇଛି ।ସେଠୁ ଆଖି ଫେରାଇ ଆଗକୁ ଚାହିଁଲି ,କୋଳାହଳ କମିନି ,ଆହୁରି କିଛି ସମୟ ଅତିବାହିତ କରିବାକୁ ପଡିବ ରାସ୍ତାରେ ।

ମନେ ପଡୁଥିଲା ଯୁଦ୍ଧ କଥା ,ୟୁକ୍ରେନରେ ମିଜାଇଲି ମାଡ଼ର ଭୟାବହତା ପୂର୍ଣ୍ଣ କୋଳାହଳ କଥା ।ଆଉ ଦେଖିଥିବା ଭିଡ଼ିଓ ରେ ଅନାଥ ପୁଅ ଝିଅଙ୍କ କରୁଣ ଓ ଶୋକସନ୍ତପ୍ତ ମୁଁହ କଥା ,ତ ଭିକାରୁଣୀ ଟିଏ ,ପିଲାଟିଏ କାଖେଇ ହାତ ପତେଇଛି ମୋ ଆଡକୁ ,ଦେଲି ଦଶ ଟଙ୍କା ,ତାକୁ ଦେବା ଦେଖି ଅନ୍ୟ ଭିକାରୀ ମାନେ କୋଳାହଳ କଲେଣି ,କାହାକୁ ଟଙ୍କାଏ ,ଦୁଇଟଙ୍କା ,ପାଂଚଟଙ୍କା ଦେଇ କି ପୂଣ୍ୟ ପାଇଲି କି ନାହିଁ କିନ୍ତୁ ସନ୍ତାପିତ ହେଲି ଅନେକ ।କୋଳାହଳ ଭାଙ୍ଗି ଟାକ୍ସି ବଢୁ ଥିଲା ଆଗକୁ ।

ଏଥର ରାସ୍ତା ନିରୋଳା ଥିଲା ।କୋଳାହଳ କାଟି ଗାଡି ଆଗକୁ ବଢ଼ୁଥିଲା ତ ଆଗରେ କିଛି ଗୋଟେ ଦୃଶ୍ୟରେ ଆଖି ଲାଖିଗଲା ,ମାଆ କୁକୁର ସହ ଅନ୍ୟ ଏକ କଙ୍କାଳସାର ଛୁଆ କୁକୁର ଠିଆ ହୋଇ ,ରାସ୍ତାରେ ,ଏଇ ଏଇ ମରିପଡିଥିବା ଅନ୍ୟ କୁକୁର ଛୁଆଟିକୁ ଉଠେଇବାକୁ ଚେଷ୍ଟା କରୁଥିଲେ ।କାଲି ଏତେବେଳକୁ ହୁଏତ ମାଆ ପଛରେ ଗୋଡେଇ ଗୋଡେଇ କ୍ଷୀର ପାନ ପାଇଁ ବା କିଛି ଖାଦ୍ୟ ପାଇଁ ଅନୁସରଣ କରୁଥିବା ଛୁଆଟା ମରିଗଲା ଆଉ ଉଠିବନି ବୋଲି ମାଆ କୁକୁର ବୁଝି ବି ବୁଝୁନଥିଲା ,ଆଉ ସେ ଦୃଶ୍ୟର କୋଳାହଳ କାଟି ଆମ ଗାଡି ଆଗେଇ ଯାଇଥିଲେ ବି ମୋ ହୃଦୟରୁ ସେ ଦୃଶ୍ୟ ଯାଉନଥିଲା ,ମୁଁ ଖାଲି ଏତିକି ଡାକୁଥିଲି ପ୍ରଭୁହେ କିଛି କର ,ଭାରତୀୟ ଛାତ୍ରର,ୟୁକ୍ରେନ ଯୁଦ୍ଧ ସମୟରେ ମୃତ୍ୟୁ ଖବରରେ ମୋ ନିଶ୍ୱାସ ବନ୍ଦ ହୋଇଗଲା ଭଳି ଲାଗୁଥିଲେ ବି ଯୁଦ୍ଧ ବନ୍ଦ ହେଇଯାଉ ପ୍ରଭୁ କହି ଆଖି ପୋଛୁଥିଲି ତ ଟ୍ୟାକ୍ସିରେ ବସିଥିବା ସମସ୍ତେ ନୀରବତା ଭାଙ୍ଗି ଯୁଦ୍ଧ ବିଷୟରେ କୋଳାହଳ କରିବାକୁ ଲାଗିଲେ ଆଉ ମୁଁ ନୀରବି ଯାଇଥିଲି ଏକଦମ ।



இந்த உள்ளடக்கத்தை மதிப்பிடவும்
உள்நுழை

Similar oriya story from Tragedy