The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyabati Swain

Tragedy

3  

Satyabati Swain

Tragedy

କୋକୁଆ ଭୟ

କୋକୁଆ ଭୟ

5 mins
189


ମୁଁ ଉପର ମହଲା ଭଡା ଘରେ ରୁହେ।ତଳକୁ ପ୍ରାୟତଃ କାମ ନଥିଲେ ଯାଏ ନାହିଁ।କିନ୍ତୁ ଛୁଟି ଦିନ ମାନଙ୍କରେ ଯାଏ।ଏଠି ଆମେ ଉପର ତଳ ଆଜ୍ ବେଷ୍ଟ୍ ଘର ହୋଇ ପନ୍ଦର ଟି ପରିବାର ରହୁ।ଗୋଟିଏ ମାଲିକର ଏ ସମସ୍ତ ଘର।ଉପର ଓ ତଳ କୋଠାଘରେ ସମସ୍ତେ ଚାକିରିଆ ରୁହନ୍ତି।ମୁଁ ସେଇ ଚାକିରିଆଙ୍କ ମଧ୍ୟରୁ ଜଣେ ଭଡା

ଟିଆ ।ଛଅଟି ଆଜବେଷ୍ଟ୍ ଫେମିଲି କ୍ବାଟର୍। ପ୍ରତି କ୍ବାଟରରେ ଛଟି ରାସ୍ତା କଡେ ବିଭିନ୍ନ ବେପାର କରି ଚଳୁଥିବା ଲୋକେ ରୁହନ୍ତି। ତେଲ ଭାଜି ଠେଲା ଗାଡି ବାଲା; ବାଦାମ,ବୁଟ,ମଟର ବିକାଳୀ; ଗୁପ୍ଚୁପ ଵାଲା; ଆଇସିକ୍ରିମ ଛକ ଉପରେ ଠିଆ ହୋଇ ବିକାଳୀ;ଜଣେ ଚା ଦୋକାନୀ ଜାର୍ ରେ ବିସ୍କୁଟ୍ ରଖି ବିକୁଥିବା ଲୋକ;ଓ ଅନ୍ୟ ଜଣକ କଟ୍ ପିସ୍ କପଡା ରାସ୍ତା କଡରେ ରଖି ବିକୁଥିବା ଲୋକ।ସମସ୍ତେ ରାସ୍ତା କଡ଼ର ବିକାଳୀ।


କାର୍ଯ୍ୟ ଦିବସରେ ତଳକୁ ଯିବାକୁ ତର ନଥାଏ।ଛୁଟି ଦିନ ମାନଙ୍କରେ ଚାରିଟା ବେଳେ ତଳକୁ ଯାଏ।ପିଲାମାନେ ଖେଳୁଥିବା ଦେଖେ।ପନ୍ଦର ଘରୁ ପାଖାପାଖି ତେର ଜଣ ମହିଳା କ୍ବାଟର ଭିତରେ ଗୋଟେ ବଡ଼ ଆମ୍ବଗଛ ମୂଳେ ଥିବା ଚାନ୍ଦିନୀ ଉପରେ ବସି ଟିକେ ଗପସପ କରୁ।ଆଉ ଦୁଇ ପରିବାରରୁ ଦୁଇ ଜଣ ମହିଳା ଆସନ୍ତି ନାହିଁ।ସେମାନେ ଦୁଇ ଜଣ ବଡ଼ ଅଫିସରଙ୍କ ମିସେସ୍।ସ୍ତ୍ରୀ କହିବେ ନାହିଁ;ନଲେ ସେମାନଙ୍କ କୋଷର ଶିକାର ହେବେ।ଏ ମଳି ମୁଣ୍ଡିଆ ଖଟି ଖିଆଙ୍କ ସଂଗେ ଗପିଲେ ତାଙ୍କ ଓଜନ କୁଆଡେ କମି ଯାଏ।ଛୋଟ ଲୋକଙ୍କ ସଂଗେ ମିଶିଵ କଣ?ସମାସ୍କନ୍ଦ ଲୋକଙ୍କ ସଂଗେ ଗପାଯାଏ ସିନା ନଲେ ପ୍ରେଷ୍ଟିଜ୍ ଚାଲିଯିବ ବୋଲି ସେମାନେ ଆମ ଖଟିକୁ ଆସନ୍ତି ନାହିଁ।ମୋର ଟିକେ ଲୋକଙ୍କ ସଙ୍ଗେ ମିଶିବା ଅଭ୍ୟାସ।ମୁଁ ବ୍ୟାଙ୍କର ଜଣେ କର୍ମଚାରୀ।ଏବେ କରୋନା ପାଇଁ ଡିୟୁଟି ବଣ୍ଟା ଯାଇଛି।ମୋର ସପ୍ତାହକୁ ଦୁଇ ଦିନ ବ୍ୟାଙ୍କ୍ ଯିବା ପାଳି।


ଲକ୍ ଡାଉନ୍ ସମୟ।ସମସ୍ତେ ଘରେ।ମୋ ମିଷ୍ଟର୍ ହାଇସ୍କୁଲର ପ୍ରଧାନ ଶିକ୍ଷକ।ସେ ଓ ପଢୁଥିବା ପିଲା ମାନେ ବି ଏବେ ଘରେ।ମୋ ହାତକୁ ଫୁରସତ ନାହିଁ।ସକାଳ ଟିଫିନ୍ ସରି ନ ଥିବ ଲଞ୍ଚ ପାଇଁ ଲାଗ।ଲଞ୍ଚ ଖାଇ ମୁହଁ ବହି ଟିକେ ଦେଖି ନଥିବ ପୁଣି ସନ୍ଧ୍ୟା ବେଳେ ଟିକେ କଣ ହାଲକା ଖାଦ୍ୟ କର।ପୁଣି ଟିକେ ଯାଇ ନଥିବ ରାତ୍ରୀ ଭୋଜନ ପାଇଁ ଲାଗିପଡ଼।ସେଥିରେ ପୁଣି ମେନୁ ମିଷ୍ଟର୍ ଓ ପିଲାଙ୍କ ବରାଦ ମୁତାବକ ହେବା ଆବଶ୍ୟକ।ଏଣୁ ଲକ୍ ଡାଉନ୍ ରେ ଅଧିକ ଲୋଡ଼ ପଡିଛି ମୋ ପରି ମହିଳା ମାନଙ୍କ ଉପରେ।କାମ ନଥାଇ ଘରେ ବସି ଲାରୁ ପାଟି ଟକ୍ ଟକ୍ ହେଉଛି। ସନ୍ଧ୍ୟା ବେଳକୁ ଚା ସହ ପକୁଡି ଖାଇବାକୁ ମିଷ୍ଟର୍ ଓ ପିଲାଙ୍କ ମନ ହେଲା।ମିଷ୍ଟର୍ କହିଲେ ପକୁଡି ଦିଟା କଲ;ରସୁଣ,ଆମ୍ବକଷିଆ ଅଦା,କଞ୍ଚା ଲଙ୍କା ଓ ଭ୍ରୁସଙ୍ଗ ପତ୍ର ଦିଟା ପକାଇ।କେତେ ଦିନ ହେବ ମୁଁ ଲକ୍ ଡାଉନ୍ ପାଇଁ ତଳକୁ ଯାଇ ନଥିଲି ସାମାଜିକତା ଦୂରତା ବଜାଇବା ରକ୍ଷା କରି।ଭ୍ରୁସଙ୍ଗ ଗଛଟିଏ ତଳେ ଅଛି।ସବୁ ପରିବାରଙ୍କର ଏ ଗଛଟି ଦରକାର ବେଳେ କାମ ତୁଲାଏ।ମୋର ବେଶୀ।କାରଣ ଡାଲି ଛୁଙ୍କ ଠାରୁ ଆରମ୍ଭ କରି ମଟର ତରକାରୀ ପର୍ଯ୍ୟନ୍ତ ଭ୍ରୁସଙ୍ଗ ପତ୍ର ବ୍ୟବହାର କରେ ମୁଁ।ମାସ୍କ ପିନ୍ଧି ତଳକୁ ଯାଇ ଦେଖିଲି ଆଜ୍ ବେଷ୍ଟ୍ କ୍ଵାଟର୍ ଯାକ ସବୁ ତାଲା ପଡିଛି।ଲକ୍ ଡାଉନ୍ ରେ ଏମାନେ ଘର ବାହାରୁ ବି ତାଲା ପକାଇଛନ୍ତି ନା କଣ?ମୁଁ କେତେ ଜଣଙ୍କ ନା ଧରି ଯେମିତି କି ସୌମ୍ୟ ମା,କଣ୍ଢେଇ ମାମା,ପ୍ରିୟା ମା ଡାକିଲି।କେହି କିଛି ଜବାବ ଦେଲେ ନାହିଁ।


ଆମେ ରହୁଥିବା ତଳ ମହଲାରୁ ଏଇ ମାର୍ଚ୍ଚ ଏଗାର ରେ ପୁଅ ବିବାହ କରିଥିବା ମୀରା ମାଉସୀ ଘର ଭିତରୁ ଝରକା ରେଲିଂ ଦେଇ କହିଲେ ସେମାନେ କେହି ନାହାନ୍ତି ମ ଲଗ୍ନା।ସେମାନଙ୍କ ବେପାର ବନ୍ଦ।ଖାଇବାକୁ ପାଇଲେ ନାହିଁ।ଗାଁ କୁ ପଳେଇ ଛନ୍ତି।ତୁମେ ବି ଲକ୍ ଡାଉନ୍ ହୋଇ ରହିଛ।ଆଉ ମୋ ପୁଅଟି ବି ଭାରି ହଇରାଣ ହେଉଛି।ଲକ୍ ଡାଉନ୍ ପାଇଁ ରିସେପସନ୍ ହୋଇ ପାରିଲା ନାହିଁ ତୁମେ ତ ଜାଣିଛ।ଯେଉଁ ଝିଅଟିକୁ ବାହା ହୋଇ ଘରକୁ ଆଣିଛି ତାକୁ ଶର୍ଦ୍ଦି ଓ କାଶ।ପୁଅ ପରା ତାକୁ ଗୋଟିଏ ଘରେ ତାଲା ପକେଇ ରଖିଛି।ଖାଲି ଖାଇବା ପିଇବା ବେଳେ ଖୋଲୁଛି।ସେଇ ଘର ଭିତରେ ୱାସ୍ ରୁମ ଆଟାଚ୍।ବିଚାରି ଝିଅଟିର ଉଁ ଉଁ ହୋଇ କାନ୍ଦୁଥିବାର ଶୁଭୁଛି।ପୁଅ କହୁଛି ସେଇଟାକୁ ଥଣ୍ଡା,କାଶ।କାଳେ କରୋନା ହୋଇଥିବ।କେହି ତା ସଂଗେ ମିଶନି।ଶୁଣୁଛୁ କୋଭିଡ୍ ଡାକ୍ତର ଖାନା ଖୋଲିଛି କୁଆଡେ ଏଇ ପାଖରେ।ଚଉଦ ଦିନ ଯାଉ ଝିଅଟିର କୋଭିଡ୍ ପରୀକ୍ଷା ସରିଲେ ତା ସଂଗେ ଯାଇ କିଏ ମିଶିଵ ନଚେତ ନାହିଁ।


ଆଲୋ ଲଗ୍ନା!ତୁମେ ଅନେକ କଥା ଜାଣିଛ।କହିଲ ଏଇଟା କି ରୋଗ ଯାହା ଲୋକଙ୍କ ରୋଜ୍ ରୁଟି ଛଡେଇ ନେଲା।ବାହା ହୋଇ ବି ମୋ ପୁଅ ବୋହୁଙ୍କ ରିସେପସନ୍ ଟା ହୋଇ ପାରିଲା ନାହିଁ।ମିଶିବା ଆଗରୁ ହିଁ ଅଲଗା ହୋଇ ରହିଛନ୍ତି।ଛୁଙ୍କ କରି କାଶିଲେ କି ଛିଙ୍କିଲେ ବି ମୋ ପୁଅ ଆଉ ତୁମ ମଉସା କହୁଛନ୍ତି ହେଁ ହେଁ ମୁହଁରେ ରୁମାଲ ଦେଇ କାଶ ହୋ।କରୋନା କରି ସମସ୍ତଙ୍କୁ ମାରିବ ନା କଣ?


ମାଉସୀ ଙ୍କ ପ୍ରଶ୍ନ ଉତ୍ତର ମୋ ପାଖେ କଣ ସତରେ ଥିଲା ?ଏତିକି କହିଲି ଖୁବ୍ ମାରାତ୍ମକ ରୋଗ ଏ ମାଉସୀ।ହୁସିଆର ଥିବ।କାହାକୁ ଘରୁ ବାହାରକୁ ଛାଡିବ ନାହିଁ।ପୁଅ ତୁମର ବୁଦ୍ଧିଆ।ଠିକ୍ କରିଛି।ଝିଅଟିକୁ କିନ୍ତୁ ଟିଭି ଟିଏ ସେ ଘରେ ଦେବ।କେତେ ଏକା ରହିବ ପୁଣି ନୂଆ ହୋଇ ଆସିଛି।


ଆସିଲା ବେଳକୁ ମାଉସୀଙ୍କର ଅନ୍ୟ ଏକ ଘର ଝରକା ସେପାଖେ ଉଦାସ ଆଖିରେ ଏକା ଲୟରେ ବାହାରକୁ ଅନେଇଥିବା ଝିଅଟିକୁ ଦେଖିଲି;ଯାହା ହାତରୁ ବିବାହ ଦିନର ବନ୍ଧା ଯାଇଥିବା ଦୁବ ବି ଛିଣ୍ଡା ଯାଇ ନଥିଲା।


ଭ୍ରୁସଙ୍ଗ ପତ୍ର ଆଣି ଆସିଲି ସତ।କିନ୍ତୁ ପକୁଡି ଛାଣିବାକୁ ମନ ହେଲା ନାହି ।ଭାରି ବ୍ୟସ୍ତ ଲାଗିଲା।ମୁଣ୍ଡକୁ ଚାପି ଧରି ଭାବିଲି ଆଜି ନ ହେଲେ କାଲି ମାଉସୀଙ୍କ ପୁଅ ବୋହୁ ମିଶିବେ।କିନ୍ତୁ ସେ ରାସ୍ତା କଡ଼ ବେପାରୀ ଯେଉଁମାନେ ଗାଁ କୁ ପଳେଇ ଛନ୍ତି କଣ କରୁଥିବେ?କେମିତି ଚଳୁଥିବେ?ସେମାନେ କୁହନ୍ତି ଜମିବାଡ଼ି କିଛି ନାହିଁ ସେମାନଙ୍କର ଗାଁରେ।ବଖୁରିଏ ଲେଖାଏଁ ଇନ୍ଦିରା ଆବାସ ଘର ଖାଲି ଛାତ ପଡି ରହିଛି। କଣ ଖାଉଥିବେ?ଏ ଗରମ ଟାରେ କେମିତି ରହୁଥିବେ?


ମୋ ମିଷ୍ଟର୍ ମୋର ମୁଣ୍ଡ ଚିପି ଧରି ଥିବା ଦେଖି କହିଲେ ତୁମକୁ କରୋନା ହେଲାଣି ନା କଣ?ଆଉ ପିଲା କି ମୋ ସଂଗେ ମିଶନି।ଥାଉ ଆମ ପକୁଡି ଖାଇବା।


ଆଶ୍ଚର୍ଯ୍ୟ ହୋଇ ମୁଁ କହିଲି ଆଁ......


ଫୋନ୍ ବାଜି ଉଠିଲା ଏହି ସମୟରେ।ଆମ ଗାଁ ରବି ଦାଦା କାନ୍ଦି କାନ୍ଦି କହୁଥିଲେ ଲଗ୍ନା ଟିକେ ଫୋନ୍ କରି ସରକାରଙ୍କୁ ଜଣା ମୋର ଗୋଟିଏ ମାତ୍ର ପୁଅ ବାବୁ ମୁମ୍ବଇର ଏକ ହୋଟେଲରେ କାମ କରେ।ତାକୁ କୁଆଡେ କରୋନା ହୋଇଛି।ସେ କେମିତି ଅଛି,ଭଲ ହେଲା ପରେ କେମିତି ଘରକୁ ଆସିବ,ଟିକେ ବୁଝା ବୁଝି କର ମା।ମୁଁ ଦୀର୍ଘଶ୍ଵାସ ଛାଡ଼ିଲି କେବଳ।କେମିତି କହିବି ଦାଦା ଏ ରୋଗ ଏମିତି ସେମିତି ନୁହେଁ।ଯାହାକୁ ହେବ ରାମଙ୍କ ପରି ଚଉଦ ଦିନ ସମାଜରୁ ସମ୍ପର୍କରୁ ବାସନ୍ଦ ହୋଇ ରହିବ। କିଏ ଜାଣେ ବାବୁ ଅବସ୍ଥା କଣ ହେବ।ଦାଦାଙ୍କୁ କହିଲି ବ୍ୟସ୍ତ ହୁଅନି ମୁଁ ଯୋଗା ଯୋଗ କରିବି।


ମମତା ମୋ ସାଙ୍ଗ ତା ପୁଅ ଆମେରିକାରେ ସଫ୍ଟୱେର ଇଞ୍ଜିନିୟର।ଏଇ ପାଞ୍ଚ ମାସ ହେବ ଚାକିରୀରେ ଯୋଗଦାନ କରିଛି।ଗୋଟିଏ ଘରେ କରୋନା ଯୋଗୁଁ ଭୋକ ଉପାସରେ ପଡିଛି।


ରିମା ଆମ ମାମ୍ ଙ୍କ ଝିଅ ଟିକେଟ କରିଥିଲା ଏପ୍ରିଲ ସାତରେ ଅନିରୁଦ୍ଧ ପାଖକୁ କାଲିପର୍ଣ୍ଣିଆ ଯାଇଥାନ୍ତା।ଜାନୁଆରୀ ବାଇଶିରେ ରିମା ଓ ଅନିରୁଦ୍ଧ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ଭିସାପାସ୍ ପୋର୍ଟ ବାହାର କରି ରିମା ଅନିରୁଦ୍ଧ ପାଖକୁ ଯାଇଥାନ୍ତା।ରିମା ଓ ତା ପରିବାର ଅନିରୁଦ୍ଧ ପାଇଁ ଅତି ବ୍ୟସ୍ତ।ଆମେରିକାରେ କରୋନା ଚାଟି ଦେଇ ଯାଉଛି ମଣିଷ ମାନଙ୍କୁ।ନବ ବିବାହିତ ଦମ୍ପତି ରିମା ଓଡ଼ିଶାରେ ଅନିରୁଦ୍ଧ ନିୟୁର୍କରେ କେବଳ ଡହଳ ବିକଳ ହେଉଛନ୍ତି।


ଭଦ୍ରକ ଚୋରା ବାଟ ଦେଇ ପଳେଇ ଆସିଛନ୍ତି ଚାଲି ଚାଲି ନିଜ ଘରକୁ କଲିକତାରୁ କିଛି ଶ୍ରମିକ।ପ୍ରାୟତଃ ଅଧିକାଂଶ କରୋନା ପଜିଟିଭ।ଭୁବନେଶ୍ୱରରେ କ୍ବାରେଣ୍ଟାଇନ୍ ରେ ଅଛନ୍ତି ସେମାନେ।ଏପାଖେ ମାସ୍ତ୍ରୀ ଛଟ୍ ପଟ୍ ହେଉଛନ୍ତି ଏ ଖବର ପାଇ।


ମେଡିକାଲ୍ ରେ ପଡିଛି ରାମ ମଉସା।ରୋଗ କଣ କେଜାଣି ଭଲ ହେବା ନାଁ ଧରୁନି।କରୋନା ପାଇଁ ଲକ୍ ଡାଉନ୍ । ଦୋକାନ ବଜାର ସବୁ ବନ୍ଦ।ରାମ ମଉସାଙ୍କ ସ୍ତ୍ରୀ ବୁଲି ମାଉସୀ ଖାଇବା ବିନା ଶୁଖୁଆ ହେଉଛି ବିନା ଖାଦ୍ୟରେ।


କରୋନା ପାଇଁ ଲକ୍ ଡାଉନ୍।ନହେଲେ ଧ୍ୱଂସ ହୋଇଯିବ ମଣିଷ ସମାଜ।ଓଃ ଅତିଷ୍ଠ ସାରା ବିଶ୍ୱ ଆଜି କ ରୋନା ମହାମାରୀ ପାଇଁ ଭୟଭୀତ।କେବେ ଥମିବ ଏ କରୋନା ଭୟ।କେବେ ସ୍ୱାଭାବିକ ହେବ ବିଶ୍ୱ ଜୀବନ ଯାତ୍ରା!

ବିଶ୍ୱ ଆଜି ବଂଛୁଛି ନିଃସଙ୍ଗ ଜୀବନ । ନିଃଶବ୍ଦ ସହର ବଜାର କରୋନା"କୋକୁଆ ଭୟ "ରେ ଜାକି ଜୁକି ବଞ୍ଚିବା ପ୍ରୟାସ କରୁଛି।ମୁଁ ଟିଭି ଖୋଲିଲି ।ଓଃ ମୃତ୍ୟୁ ସଂଖ୍ୟା ଏତେ.....



Rate this content
Log in

Similar oriya story from Tragedy