Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Satyabati Swain

Tragedy

3  

Satyabati Swain

Tragedy

କଣ୍ଢେଇ

କଣ୍ଢେଇ

3 mins
524


ସେ ଚାଲିଗଲା.....

କିଏ? ....

ସେଇ ଅଶୋକ।

ଅ...ଶୋ... କ!!!ସେଇ ଗୁଣ୍ଡାଟା।ଭଲ ହୋଇଛି।ଏ ଆଖ ପାଖ ଗାଁର ଗୋଟେ କାଳ ଗଲା.କି ହିନିମାନ କରୁଥିଲା ଲୋକଙ୍କୁ।ସବୁ ସୁନ୍ଦରୀ ଝିଅ ବୋହୁଙ୍କ ଉପରେକୁ ଦୃଷ୍ଟି ପକାଉଥିଲା।ଯିଏ ତାକୁ ଭଲ ଲାଗିଲା ତାକୁ ନ ଖାଇ ଛାଡୁ ନଥିଲା।କାଳ ଗଲା ଭାଇ।ଶ୍ୱସ୍ତିରେ ନିଃଶ୍ବାସ ମାରିବେ ଲୋକେ।

ହେଲେ ସେ କେମିତି ମଲା ?

ପୋଲିସ ଏନକାଉଁଣ୍ଟରରେ।

ଖୁବ୍ ଭଲ ହେଲା ଭାଇ।ମଲା ନାଇଁ ଯେ ଜୀଅନ୍ତା ଯମଟା ଗଲା।ଶଳା ନାକେଦମ୍ କରି ରଖିଥିଲା।ଏପରି ଲୋକ ମରିବା ଉଚିତ।

ଜାଣିଛ ସେ ଚାଲି ଗଲା!

କାହା କଥା କହୁଛ ଭାଇ?

କର୍ଣ୍ଣ ଦଳେଇ।

ଚମକି ପଡି... ଆରେ ଭାଇ କଣ ହୋଇଥିଲା ତାର!

ଭାରି ଭଲ ପିଲାଟା ଥିଲା।ପରୋପକାରୀ।ବେଳ ଅବେଳରେ ସମସ୍ତଙ୍କୁ ସାହାଯ୍ୟ କରୁଥିଲା।ଯମ ଟା ଅନ୍ଧ ହେ।ଭଲ ଲୋକଙ୍କୁ ଆଗ ନେଇ ଯାଆନ୍ତି।ଆହା କି ସୁଧାର,ଗୁଣର।ସୁନା ମୁଣ୍ଡା ପରି।କାହିଁକି ଏପରି କଲ ଭଗବାନ।ଆହା ଚୁ ଚୁ ସମସ୍ତେ ଅଧୀର।ଗଛ ପତର ବି କାନ୍ଦୁଥିଲେ କର୍ଣ୍ଣର ଅବର୍ତ୍ତମାନରେ।

   ମୁଁ ସିଦ୍ଧାନ୍ତ ଲେଙ୍କା।ଗାଁକୁ ଫେରିଥିଲି ଅନେକ ବର୍ଷ ପରେ।ଅଶୋକ ଓ କର୍ଣ୍ଣ ମୋରି ଗାଁର ମୋରି ବୟସର ପିଲା।ଜଣେ ଅସାମାଜିକ,ଅମଣିଷ,ପଶୁ।ସେ ମରି ଯାଇଛି ବୋଲି ଲୋକେ ଖୁସିରେ ହେକୁଡି ମାରୁଛନ୍ତି।ଭଗବାନଙ୍କୁ ଧନ୍ୟବାଦ ଦେଉଛନ୍ତି।କିନ୍ତୁ କର୍ଣ୍ଣ ବିୟୋଗରେ ସଭିଏଁ ଦୁଃଖରେ ବିକଳ।ସମସ୍ତଙ୍କ ଆଖିରେ ଦୁଃଖର ଗଙ୍ଗା।

   ଦୁଇଟି ମଣିଷ;ଦୁଇଟି ଚରିତ୍ର।ହେଲେ ଦୁଇଧାରା।ଜଣେ ବିଷର,ଜଣେ ଅମୃତର।କାହାପାଇଁ ସେମାନେ ଏମିତି।ସମାଜ,ପରିବେଶ,ବାପାମା,ସାଙ୍ଗ ସାଥି ନା ନିୟତି।କିଏ ଦାୟୀ ଏ "ବିଚିତ୍ର" ଚରିତ୍ର ପାଇଁ।

   ବୁଲିଗଲି ଅଶୋକ ଘର ଆଡେ।ଦୁଇ ବର୍ଷର ଝିଅଟିଏ କୋଳରେ ଜାକି ବାୟାଣୀ ପରି ହେଉଛି ତା ସ୍ତ୍ରୀ ରମା।ମା ତାର ଧୂଳି ଦରାଣ୍ଡୁଛି।ବାପା କାଠ।ମୋତେ ଦେଖି ସମସ୍ତେ ଭୋ ଭୋ ହୋଇ ଉଠିଲେ।ଅଶୋକ ଆଉ ନାହିଁରେ ସିଦ୍ଧାନ୍ତ।ତୋତେ ଆଉ ଢେଲା ଫିଙ୍ଗି ତୋ ମୁଣ୍ଡ କଣା କରିବ।ଆପଣା ଛାଏଁ ମୁଣ୍ଡକୁ ହାତ ଚାଲିଗଲା ଓ କଣା ହୋଇଥିବା ସ୍ଥାନଟିରେ ହାତ ଦେଇ ଦେଖାଗଲା ସେଦିନ ଯେଉଁଦିନ ଅଶୋକ ଢେଲା ଫିଙ୍ଗି ମୋ ମୁଣ୍ଡ କଣା କରିଦେଇଥିଲା।ଏଇ ମଉସା ଅଶୋକକୁ ବୁଝାଇବା ପରିବର୍ତ୍ତେ ମୋତେ କହିଲେ ତୋର କଣ ଦୋଷ ଥିବା ନା।ଅଶୋକ କଣ ଖାଲି ଟାରେ ତୋତେ ଢେଲା ଫିଙ୍ଗିଲା?

   ହଁ ଦୋଷଟା ଥିଲା ମୋର ଏହିଯେ ଅଶୋକ ବିନା କାରଣରେ ଜଗନ୍ ଭାଇଙ୍କୁ ନଦୁଥିଲା।ସେ କାନ୍ଦିବାରୁ ଅଶୋକ ହସୁଥିଲା ଠୋ ଠୋ।ମୁଁ ଏଇଟା ସହି ପାରିଲି ନାହିଁ।କାହିଁକି ମାରିଲୁ ବୋଲି ପଚାରିଲାରୁ ସେ ଖଣ୍ଡେ ଦୂର ଦଉଡ଼ି ଯାଇ ଗୋଟେ ଚିପସ୍ ଫିଙ୍ଗି କହିଲା ଭାରି ଓକିଲାତି କରୁଛୁ ତ।ପା ପାନେ।ଗୋଡିଟି ମୋ ମୁଣ୍ଡ କଣା କରି ରକ୍ତ ଧାର ଧାର ହୋଇ ବୋହିପଡୁଥିଲା।ମୋ ବାପା ଏ କଥା ତା ବାପାଙ୍କୁ କହିବାକୁ ଗଲାରୁ ସେ କହିଲେ ସିଦ୍ଧାନ୍ତ କଣ କରିଥିବ ନା ଅଶୋକ ତାକୁ ମିଛରେ କାହିଁକି ମାରିବ??

   ସେଇଦିନ ଅଶୋକ ବାପା ଅଶୋକ କାନ ମୋଡି ଦିଟା ଚାପଡ଼ ଦେଇଥିଲେ ହୁଏତ ଆଜି ଏଇଦିନ ଦେଖିବାକୁ ପଡି ନଥାନ୍ତା।କିନ୍ତୁ ନା ସେତେବେଳେ ପୁଅ ପ୍ରେମରେ ଅନ୍ଧ ଥିଲେ ସେମାନେ।ଆଜି କାନ୍ଦିଲେ କଣ ହେବ??ମୁଁ ଚୁପ୍ ଚାପ୍ ସେଠୁ ହୃଦୟରେ ଗୋଟେ ବୋଝ ନେଇ ଫେରିଲି।

   ଗଲି କର୍ଣ୍ଣ ଘରକୁ।ସେଇ ସମଦଶା ।ଅଦିନ ଅବେଳେ ଝଡରେ ଭାଙ୍ଗି ଚୁରମାର କର୍ଣ୍ଣର ସଂସାର।ତଫାତ୍ ଏତିକି ଅଶୋକ ଘରେ ଗୋଟିଏ ଲୋକ ନଥିଲା ବେଳେ କର୍ଣ୍ଣ ଘରେ ଗାଁ ଗୋଟାକ ଯାକ ରୁଣ୍ଡ।ଆଶ୍ୱାସନା ଦେଉଥିଲେ ସଭିଏଁ।

   ଏସବୁ ପରେ ବି ଭଲ ହେଉ କି ଭେଲ ମୁଁ କିନ୍ତୁ ହରାଇଥିଲି ମୋର ଦୁଇଜଣ ବନ୍ଧୁ।ଦୀର୍ଘଶ୍ଵାସଟିଏ ମୋତେ ଦୋହଲେଇ ମୋ ଭିତରେ ସୃଷ୍ଟି କରୁଥିଲା ମହାବାତ୍ୟା।ଘର ଫେରନ୍ତା ମନ ମୋର ଦୁଃଖରେ ଛାଇ ହୋଇଗଲା।ମଣିଷ ଜୀବନ ପାଣି ଫୋଟକା ଏହା ସତ।ସବୁ ଜାଣି ବି ଆମ ଭିତରେ ଏତେ ବଡେଇ କାହିଁକି? କାହିଁକି ଏ ମାୟା,ବନ୍ଧନ!!!ଏ ପ୍ରଶ୍ନ ମୋତେ ବିଚଳିତ କରୁଥିଲା।

   ମା ଡାକିଲା ସିଂଧୁ ଆ ଖାଇବୁ।ହଁ ମା ମୁଁ ମୋ ଭାବନା ରାଜ୍ୟରୁ ଫେରି ଆସି ଖାଇବା ପାଖକୁ ଗଲି।ମା ମୋ ମନ ପସନ୍ଦର ସବୁ ଖାଇବା କରିଥିଲା।କିନ୍ତୁ ଅନ୍ୟଦିନ ପରି ଗଲି ଗଲାନି ସବୁ।ମୋ ଖାଇବା ଥାଳିରେ ଅଶୋକ ଓ କର୍ଣ୍ଣ ଦେଖାଗଲେ।ମା ଭଲ ଲାଗୁନି,ଖାଇବାକୁ ଇଚ୍ଛା ହେଉନି।ମା କହିଲା ଅଶୋକ ଓ କର୍ଣ୍ଣ କଥା ଭାବୁଛୁ ବୋଧେ।ସାଙ୍ଗ ଛାଡ଼ିଗଲେ ସବୁ ଦିନ ଏମିତି ଲାଗେ ପୁଅ।ଆମେ ତ କଣ୍ଢେଇ କଣ ଅଛି ଆମ ହାତରେ......କିଏ ଜାଣେ ଆର ଥର ଆସିଲା ବେଳକୁ ହୁଏତ ମୁଁ ନଥିବି......

   ମା ଆ....ସେମିତି କହନା।ମୁଁ ଯେତେ ଥର ଆସୁଥିବି ତୁ ମୋ ରାହା ଦେଖୁଥିବୁ।ମା ତୋ ଯିବା କଥା କହିବୁନି ତ...

   ପାଗଳାଟା ଜୀବନ ସତ୍ୟ ସହ ପରିଚିତି ହଅ ଧନ।ଯାହା ନିରାଟ ସତ୍ୟ ତାକୁ ଗ୍ରହଣ କରିବାକୁ ଆମେ ବାଧ୍ୟ।ଆମେ ବା "ତା" ହାତର "କଣ୍ଢେଇ" ରେ ଧନ।ଅପ୍ରିୟ ହେଲେ ବି ଆମେ ସମସ୍ତେ ସେଇ ଇପ୍ସିତ ଦିନର ଅପେକ୍ଷାରେ।ସେ ଆମର ସମସ୍ତଙ୍କ ଶେଷ ଠିକଣା ର ନାଁ ରେ ବାବୁ।ସମୟ ଆସିଗଲେ ସେଠିକୁ ଯିବା ନିଶ୍ଚିନ୍ତ।ତେବେ ଯିବା ଆଗରୁ କିଛି ଭଲ କାମ କରିଯିବା ଉଚିତ,ଯେମିତି ତୋ ସାଙ୍ଗ କର୍ଣ୍ଣ।ସେ କଣ ମରିଛି !!!ସେ ପରା ବଞ୍ଚିଛି ଆମ ସଭିଙ୍କ ହୃଦୟରେ....

ମା!ଜାଣେ ତେବେ ବି ଭୟ ମା ସେଇ ସତ୍ୟ ଅନ୍ଧାରକୁ।



Rate this content
Log in

More oriya story from Satyabati Swain

Similar oriya story from Tragedy