Jyotiranjan barik

Romance

3  

Jyotiranjan barik

Romance

କମ୍ପ୍ଲେନ୍

କମ୍ପ୍ଲେନ୍

2 mins
302



ପ୍ରତ୍ୟକ ଦିନ ସକାଳୁ ତାଙ୍କ ଅଗଣାରେ ସୂର୍ଯ୍ୟକିରଣ ପଡିବା ପୂର୍ବରୁ ମୋର କମ୍ପ୍ଲେନ୍ ପହଞ୍ଚି ସରିଥାଏ ଆଣ୍ଟିଙ୍କ ପାଖରେ "ତା ନାଁରେ" । ତାର କିଛି ଭୁଲ ଥାଉ କି ନଥାଉ କିନ୍ତୁ କମ୍ପ୍ଲେନ୍ ଯିବା କଥା ଯିବ । କାରଣ ତାକୁ ଚିଡ଼େଇବା ଥିଲା ମୋର ବଦଭ୍ୟାସ୍ । ଆଉ ତା ନାରେ କମ୍ପ୍ଲେନ୍ ଲେଖିବା ଥିଲା ମୋର ପ୍ରତ୍ୟକ ଦିନର ହସ୍ତାକ୍ଷର ଭଳି । ମୁଁ କମ୍ପ୍ଲେନ୍ ଦେଇକି ଆସିଲା ପରେ ସେ ଅନେକ ମାଡ ଓ ଗାଳିର ଶିକାର ହୁଏ । କିନ୍ତୁ ମତେ କିଛି ଫରକ୍ ପଡେନି , କାରଣ ମୁଁ ଜାଣିନଥାଏ ଯେ ମୋ ପାଇଁ ତାକୁ ଏତେ ମାଡ ଗାଳି ସହିବାକୁ ପଡେ । ସେ ବି କିଛି କୁହେନା , ଏତେ ମାଡ ଗାଳିର ଶିକାର ହେଲା ପରେ ବି ସେଇ ହସ ହସ ମୁହଁ ନେଇ ଆସେ ସବୁଦିନ ମୋ ସହ ଖେଳିବା ପାଇଁ । ସତେ ଯେମିତି ସେ ମୋ ସହ ନ ଖେଳିଲେ ତା ଦିନ ଜମା ଭଲରେ ଯାଏନି । ଖେଳେ ତ ଖେଳେ ପୁଣି ନାନା ପ୍ରକାରର ପାଗଳାମି ବି ଆରମ୍ଭ କରିଦିଏ । ଯାହାକୁ ମୁଁ କମ୍ପ୍ଲେନ୍ ଆକାରରେ ଲେଖେ "ତା ନାରେ" । 


       ସବୁଦିନ ପରି ସେଦିନ ବି ଆଣ୍ଟିଙ୍କ ପାଖରେ କମ୍ପ୍ଲେନ୍ ଦେଇ ଆସିଥିଲି "ତା ନାରେ" । ସେ ବି ସବୁଦିନ ପରି ସେମିତି ଆସିଥିଲା ମୋ ସହ ଖେଳିବା ପାଇଁ । କିନ୍ତୁ ସେଦିନ ମୁଁ ତା ଭିତରେ ତାକୁ ଦେଖିପାରୁନଥିଲି ଜମା । କାରଣ ସେ ବହୁତ ଉଦାସ ଲାଗୁଥିଲା । ତା ଓଠରେ ହସ ନଥିଲା , ଥିଲା ତା ନିରବ ଓଠ ତଳେ ଚାପିହେଇଥିବା କିଛି କୋହ । ତା ଆଖିରେ ମୁଁ ମାପିପାରୁଥିଲି ସାଗରର ଗଭୀରତାକୁ । ସେ ପାଖରେ ଥାଇ ବି ମୁଁ ନିଜକୁ ନିସଙ୍ଗ ମାନେକରୁଥିଲି । କାରଣ ସେ ଥିଲା ପୁରା ଚୁପ୍ ଚାପ୍ । 

ତା ନିରାବତାକୁ ସହି ନପାରି ତାକୁ ପ୍ରଶ୍ନ ଟିଏ କଲି । ଏ ଆଜି ତୋର କଣ ହେଇଛି ? ଭାରି ଉଦାସ ଲାଗୁଚୁ ଯେ ? । ମନ ଭିତରେ ଚାପି ରଖିଥିବା କୋହକୁ ସମ୍ଭାଳି ନପାରି ଛୋଟ ଛୁଆଙ୍କ ପରି ଭୋ ଭୋ ହେଇ କାନ୍ଦି ଉଠିଲା, ଆଉ ତା ନିରବ ଓଠରେ ଲୁହକୁ ପିଇ ପିଇ କହଁଥାଏ ।


ଆଜି ତୁ କମ୍ପ୍ଲେନ୍ ଦେଇକି ଆସିଲା ପରେ ମାମା ମତେ ଅନେକ ମାଡ ଦେଲେ , ଦୃଷ୍ଟ ଫାଯିଲ କହି ବହୁତ ଗାଳିଦେଲେ । ଆଉ ବାବାଙ୍କୁ କହିଲେ ମୋ ଦୃଷ୍ଟାମୀ କଥା । ସେଇଥିପାଇଁ ପାଇଁ ବାବା ଟ୍ରାନ୍ସଫର ନେଇଯାଇଛନ୍ତି ରାଉଲକେଲା । ଆମେ କାଲି ସକାଳୁ ରାଉଲକେଲା ଚାଲିଯିବୁ । ଆଉ କାଲିଠୁ ମୋର ସୂର୍ଯ୍ୟଦୟ ସେଇଠି ହବ । ଆଉ ହଁ ' ତୋ କଥା ବହୁତ ମନେ ପଡିବ । 

 

ସେତେବେଳକୁ ମୋ ଓଠ ନିରବ ହେଇଯାଇଥାଏ , ମୋ ଆଖି ତାକୁ ଆବାକ୍ କରି ଚାହିଁଥାଏ । ତଥାପି ସେ ତା ଲୁହ ଭିଜା ଓଠରେ କହିଚାଲିଥାଏ  । ଏମିତି କେତେ କଣ କହିଗଲା । ତା କହିବାର ଶେଷ ଧାଡିଟି ଥିଲା , .." ତୁ ମୋ ନାଁରେ କମ୍ପ୍ଲେନ୍ ଲେଖି ଖୁସି ହଉ ବୋଲି ମୁଁ ସବୁ ମାଡ ଗାଳିକୁ ଫୁଲ ପରି ସହି ନିଏ । କାରଣ ତୋ ଖୁସିରେ ମୁଁ ଖୁସି ହୁଏ " କିନ୍ତୁ ଆଜି ପରେ ତୋ ଖୁସି ଆଉ ମୋ ଖୁସି ଦୁହେଁ ଭାଗ ହେଇଯିବେ । ତାହାକୁ ମୁଁ ସହି ପରିବିନି । 

ତାର ସବୁ କଥା ଶୁଣି ସାରି ତାକୁ ପଦଟିଏ ପଚାରିଲି । 

ତୁ ମୋ ପାଇଁ ଏତେ ମାଡ଼ ଗାଳି ଖାଇଲା ପରେ ବି ତୋର ମୋ ପାଇଁ ଏତେ ତ୍ୟାଗ କଣ ପାଇଁ ? 

ଆଖିରେ ଆଖିରେ ଲୁହ ଜାକି ତା ଅର୍ଧଗୋଲାପି ଓଠରେ ଅଳ୍ପ ହସି ଶେଷ ଉତ୍ତର ଦେଲା .…..

.…..... Because i love you .. ..........

      

         


Rate this content
Log in

Similar oriya story from Romance