Jyotiranjan barik

Tragedy

3  

Jyotiranjan barik

Tragedy

ପ୍ରୀତିର ଜନ୍ମଦିନ

ପ୍ରୀତିର ଜନ୍ମଦିନ

7 mins
641


        

ଠିକ୍ ବାରଟା ବାଜିବ, କ୍ୟାଣ୍ଡେଲ ଜଳିବ , ଠୋ ଠୋ ହେଇ ବେଲୁନ୍ ଫୁଟିବ,  ହାପି ବାର୍ଥଡେ କହି ଜହ୍ନ ଦେଖାଉଥିବ ରାଜୀବ୍ ଆଉ ପ୍ରୀତି ଥ୍ୟାଙ୍କୟୁକହି ରାଜୀବ୍ କୁ ଚାହିଁଥିବ ତା ଲାଜୁଆ ଆଖି ହଳକରେ । ଖାସ୍ ସେଇଥି ପାଇଁ ମାସକ ଆଗରୁ ରାଜୀବ୍ ତାରିଖ ପରେ ତାରିଖ ଛକି ପକେଇ ଚାଲେ ପ୍ରୀତି ର ଜନ୍ମ ଦିନ ଯାଏ , ( 20 nov 1995) ପ୍ରୀତିର ବାର୍ଥଡେ ।

କେବେ ଉପହାର ଆଶା କରିନଥିଲା ପ୍ରୀତି । ସବୁବେଳେ ଏତିକି କହୁଥିଲା , ରାଜୀବ୍ କୁଆଡେ ତା ପାଇଁ ଶ୍ରେଷ୍ଠ ଉପହାର , ଆଉ ରାଜୀବ୍ ତାକୁ ମିଳିଗଲେ ସେ କୁଆଡେ ପୃଥିବୀର ସବୁଠୁ ଦାମୀ ଉପହାର ପାଇଯିବ ।

ହେଲେ ,

ସବୁ ସ୍ୱପ୍ନ ଯେ ସତ ହୁଏନି , ଏକଥା ସମ୍ପୂର୍ଣ୍ଣ ଭାବେ ଭୁଲିଯାଇଥିଲେ ଉଭୟ ରାଜୀବ୍ ଓ ପ୍ରୀତି ।

କାରଣ , ପ୍ରୀତିର ଅଜାଣତରେ ପ୍ରୀତିକୁ ସ୍ପର୍ଶ କରିଥିଲା ବ୍ଲଡ଼ କ୍ୟାନ୍ସର , ଯଦିଓ ନିଜ ଅସୁସ୍ଥତା ପାଇଁ ଥରେ ଦୁଇଥର ଡାକ୍ତର ଙ୍କ ସହ ପରାମର୍ଶ କରିଛି , ହେଲେ ତାକୁ ଗୁରୁତ୍ୱ ଦେଇନି , ଯାହାପାଇଁ ଆଜି ମୃତ୍ୟୁର ଦ୍ୱାର ଦେଶରେ ଛିଡା ହବାପାଇଁ ବାଧ୍ୟ ହେଇଛି ପ୍ରୀତି ନିଜ ଅଜାଣତରେ ,

ସେଇ କିଛି ଦିନ ଭିତରେ ମଧ୍ୟ ରାଜୀବ୍ ର ହାଇଦ୍ରାବାଦର ଏକ ନାମିଦାମୀ କମ୍ପାନୀ ରେ ଚାକିରୀ ହେଇଗଲା , ଆଉ ରାଜୀବ୍ ହାଇଦ୍ରାବାଦ ଚାଲିଗଲା ,

ପ୍ରୀତିକୁ ବ୍ଲଡ଼ କ୍ୟାନ୍ସର ବୋଲି ଜାଣିଥିଲେ ହୁଏତ ରାଜୀବ୍ ନିଶ୍ଚୟ ରହିଥାନ୍ତା , ହେଲେ ସେ ଜାଣିନଥିଲା , କେମିତିବା ଜାଣିବ ?

ପ୍ରୀତି ତ ନିଜେ ଜାଣିନି ତାକୁ ବ୍ଲଡ଼ କ୍ୟାନ୍ସର ବୋଲି ,ରାଜୀବ୍ କେମିତି ଜାଣିବ ।

ରାଜୀବ୍ ହାଇଦ୍ରାବାଦ ଗଲାବେଳେ ପ୍ରୀତିକୁ କହି ଯାଇଥିଲା ,

ନୂଆ ନୂଆ ଚାକିରୀ , ଜାଣିନି କେତେଦିନ ରହିବାକୁ ପଡିବ , ହେଲେ ତୁମେ ଜମା ବ୍ୟସ୍ତ ହବନି , ମୁଁ ମ୍ୟାନେଜର ଙ୍କୁ କହି ମଝିରେ ମଝିରେ ତୁମକୁ ଦେଖା କରିବାକୁ ନିଶ୍ଚୟ ଓଡିଶା ଆସିବି , ପ୍ରୀତି ସେତବେଳକୁ ମୁହଁ ସୁଖେଇ ସାରିଥିଲା , ତା ଆଖିର ଲୁହ ସବୁ ବନ୍ୟାର ରୂପ ନେଉଥାନ୍ତି । ପ୍ରୀତି କାନ୍ଦି କାନ୍ଦି କହୁଥିଲା ( ବେଷ୍ଟ ଅଫ୍ ଲକ୍ ) ।

ରାଜୀବ୍ ହାଇଦ୍ରାବାଦ ଆସିବା ପରେ କଲ୍ , ଭିଡିଓ କଲ୍ ,ଚାଟିଂ ସବୁଦିନ କରେ .. ଢ଼େରସାରା କଥା ହୁଏ ପ୍ରୀତି ସହ .. ପ୍ରୀତିର ମିଠା ମିଠା ଅଭିମାନ ସବୁକୁ ନିଜର ଡାଏରି ରେ ସାଇତି ରଖେ .. ଆଉ ରାଜୀବ୍ ର ପ୍ରତିଶୃତି ଗୁଡାକ ପାଇବା ପାଇଁ ପ୍ରୀତି ଅପେକ୍ଷା କରିଥାଏ .

ଆ ଭିତରେ ରାଜୀବ୍ ହାଇଦ୍ରାବାଦ ଆସିବା ଛ ମାସ ହେଇଗଲାଣି ,

କିନ୍ତୁ ଏଇ କିଛିଦିନ ହେଲା , ପ୍ରୀତିର କଲ କି ମେସେଜ୍ କିଛି ଆସୁନି ରାଜୀବ୍ ପାଖକୁ , ରାଜୀବ୍ ତା ଚାକିରୀ କୁ ନେଇ ବେଶ ଖୁସିରେ ଥିଲେ ମଧ୍ୟ ପ୍ରୀତିର କଲ କି ମେସେଜ୍ ନ ଆସିବାରୁ ସେ ଏବେ ବହୁତ୍ ଡିଷ୍ଟର୍ବ ରହୁଛି ।

ପ୍ରାୟ ପନ୍ଦର ଦିନ ହବ ରାଜୀବ୍ କୁ ମେସେଜ୍ କି କଲ କରିନି ପ୍ରୀତି,

କାରଣ ପ୍ରୀତି ଜାଣି ସାରିଥିଲା ତାକୁ ବ୍ଲଡ଼ କ୍ୟାନ୍ସର ବୋଲି । ଆଉ ସେଇଦିନ ଠାରୁ ରାଜୀବ୍ ଠୁ ଦୂରରେ ରହିବା ପାଇଁ ଚେଷ୍ଟା କଲା ।

ରାଜୀବ୍ ଜାଣିଥିଲେ ହୁଏତ ପ୍ରୀତି ମରିବା ଆଗରୁ ରାଜୀବ୍ ନିଜେ ମରିଯାଇଥାନ୍ତା। ହେଲେ ପ୍ରୀତି ଜାଣିନଥିଲା ତା କଲ କି ମେସେଜ୍ ନପାଇ ଏମିତିରେ ବି ରାଜୀବ୍ ଦରମଲା ହେଇଗଲାଣି ,

ଆଉ ଅଳ୍ପଦିନ ଦିନ ରହିଲା ପ୍ରୀତିର ବାର୍ଥଡେ , ଖାସ୍ ସେଇଥିପାଇଁ ତାରିଖ ପରେ ତାରିଖ ଛକି ପକେଇ ଚାଲିଛି ରାଜୀବ୍ , ପ୍ରୀତିର ବାର୍ଥଡେ ସେଲିବ୍ରେସନ କରିବ , ମାସର ଫାଷ୍ଟ ଦରମାରେ କିଣିଥିବା ତା ପସନ୍ଦ ର ମେରୁନ କଲର ର ଶାଢ଼ୀ ଟା ତାକୁ ଉପହାର ଦବ .. ଆହୁରି ମଧ୍ୟ ଏମିତି କେତେ ଦାମୀ ଉପହାର ସବୁ ପ୍ରୀତିପାଇଁ ସାଇତି ରଖିଛି ରାଜୀବ୍ ।

ପ୍ରୀତିର ଦେହ ଦିନକୁ ଦିନ ବହୁତ ଅସୁସ୍ଥ ହେଉଥାଏ । ଗୋଟେ ପଟେ ନିଜର ରୋଗକୁ ନେଇ ଚିନ୍ତାକରୁଥିବା ବେଳେ ଅନ୍ୟପଟେ ରାଜୀବ୍ କୁ ନ ଭୁଲି ମଧ୍ୟ ଭୁଲି ଯିବାର ଅଭିନୟ କରୁଥିବାରୁ । ପ୍ରୀତି ସବୁବେଳେ ଚାହୁଁଥିଲା ରାଜୀବ୍ ସହ ହସ ଖୁସିର ସଂସାର କରିବା ପାଇଁ । କିନ୍ତୁ ରାଜୀବ୍ କୁ ନେଇ କଟେଇ ଥିବା ମୁହୂର୍ତ୍ତ ଗୁଡାକ ମନେ ପକେଇ ଖୁବ୍ କାନ୍ଦୁଛି ଏବେ ପ୍ରୀତି , 

ଖାସ୍ କରି ସେଇ ମୁହୂର୍ତ୍ତ ଗୁଡାକ ତାକୁ ଅସ୍ତବ୍ୟସ୍ତ କରିଦଉଛି ! ଠିକ୍ ବାରଟା ବାଜିବ , କ୍ୟାଣ୍ଡେଲ ଜଳିବ , ଠୋ ଠୋ କରି ବେଲୁନ ଫାଟିବ , ଆଉ ରାଜୀବ୍ ହାପି ବାର୍ଥଡେ କହି ଜହ୍ନ ଦେଖାଉଥିବ, ଆଉ ପ୍ରୀତି ଥ୍ୟାଙ୍କୟୁ କହି ରାଜୀବ୍ କୁ ଚାହିଁଥିବ ତା ଲାଜୁଆ ଆଖି ହଳକରେ ।

ଖାଲି ସେତିକି ନୁହେଁ ,

ରାଜୀବ୍ ସହ କଟେଇଥିବା କଲେଜ୍ ବେଳର ପ୍ରତିଟି ମୁହୂର୍ତ୍ତ ଥିଲା ପ୍ରୀତି ପାଇଁ ନୂଆ , ଯେବେଠୁ ରାଜୀବ୍ ଓ ପ୍ରୀତି ମଧ୍ୟରେ ପ୍ରେମର ସୂରୁଜ ଟା ଉଇଁଥିଲା , ସେବେଠୁ ପ୍ରୀତି ପାଇଁ ସବୁଦିନ ଗୋଟେ ଗୋଟେ ନୂଆ ସକାଳ ଜନ୍ମ ନେଉଥିଲା । କଲେଜ୍ ଲନ୍ ଠୁ ନେଇ ଲାଇବ୍ରେରୀ ଯାଏ ସବୁଠି ଥିଲା ରାଜୀବ୍ ଓ ପ୍ରୀତି ଙ୍କ ପ୍ରେମର ଚିହ୍ନ ।

ତାଙ୍କ ସ୍ମୃତିର ଚିହ୍ନ ,

ଏସବୁକୁ ଭାବି ଭାବି ପ୍ରୀତିର ଆଖିରୁ ଲୁହ ଶୁଖିଯାଇଥିଲା , ବେଳେ ବେଳେ ଲହୁ ବି ଲୁହ ହେଇ ଝରୁଥିଲା ।

ହେଲେ କଣ ହେବ ! ସେ କଣ ଜାଣିଥିଲା, ରାଜୀବ୍ କୁ ନେଇ ଦେଖିଥିବା ସ୍ୱପ୍ନ ଭର୍ତି ଆଖି ହଳକରେ ତାର କେହିଜଣେ କଳା ପଟି ବାନ୍ଧିଦେବ ବୋଲି , ନା ଜାଣିଥିଲା ଯୋଉ ସମୟରେ ରାଜୀବ୍ କୁ ନିଜର କରି ସୁଖ ସଂସାର କରିବା କଥା ସେଇ ସମୟରେ ମୃତ୍ୟୁ ତାର ଅତି ଆପଣାର ହେଇଯିବ ବୋଲି ।

ଇଛା ଥାଇ ବି ଆଉ ସ୍ୱପ୍ନ ଦେଖିପାରୁନଥିଲା ପ୍ରୀତି । କାରଣ ପ୍ରୀତି ତା ନିଜ ମୄତ୍ୟୁକୁ ଅତି ନିକଟରୁ ଦେଖିପାରୁଥିଲା । ପ୍ରୀତି ଚାହୁଁଥିଲା ଯେତିକି ଆଉ ଦିନ ବଞ୍ଚିବ ସେତିକି ଦିନ ରାଜୀବ୍ ତା ପାଖେ ରୁହନ୍ତା କି ?

କିନ୍ତୁ ରାଜୀବ ଜାଣିଲେ ବହୁତ କଷ୍ଟ ପାଇବ ବୋଲି ପ୍ରୀତି ରାଜୀବ୍ କୁ କିଛି କହୁନଥିଲା ।

ପ୍ରାୟ ୬ମାସ ହେଇଗଲାଣି ପ୍ରୀତି ରାଜୀବ୍ କୁ ଫୋନ କରିନି , ଥରଟିଏ ବି ଭାବିନି ଯେ ଏଇ ୬ମାସ ଭିତରେ ରାଜୀବ୍ କେମିତି ଅଛି , ପ୍ରୀତି ଜାଣିନି ଯେ ତା ଶୂନ୍ୟତା ରାଜୀବ୍ କୁ ଦରମଲା କରି ସାରିଲାଣି ,

ପ୍ରୀତିର ଶୂନ୍ୟତାକୁ ନେଇ ରାଜୀବ୍ ପ୍ରାୟ ଦୁଇମାସ ହେଲାଣି ଠିକ୍ ରେ ଖିଆ ପିଆ ବି କରୁନି .. ଦିନେ ଡିଉଟି ଗଲେ ଦୁଇଦିନ ବନ୍ଦ , ପୁଣି ଦିନେ ଡିଉଟି ଗଲେ ଚାରିଦିନ ବନ୍ଦ କରୁଛି । ସେଇଥିପାଇଁ ଆଉ ଏମିତି ଇରେଗୁଲାର ହେଲେ ଚାକିରିରୁ ବହିଷ୍କାର କରିଦିଆଯିବ ବୋଲି ୱାଣିଙ୍ଗ ଲେଟର ଦେଇସାରିଲେଣି କମ୍ପାନୀ ର ଏ ମ୍ ଡି ,

ହୁଁ ,

ୱାଣିଙ୍ଗ ଲେଟର କୁ କିଏ ପଚାରେ !

ସେତେବେଳେ ସମ୍ପୂର୍ଣ୍ଣ ଭୁଲିଯାଇଥିଲା ୱାଣିଙ୍ଗ ଲେଟରକୁ , ଟିକେ ହେଲେ ଭାବୁନଥିଲା ନିଜ କ୍ୟାରିଅର କଥା , ତା ଆଖି ଆଗରେ ଖାଲି ପ୍ରୀତିର ଚେହେରା ଥିଲା  । ଡେଲି ଡେଲି କ୍ୟାଲେଣ୍ଡର ଦେଖୁଥାଏ , ସବୁ ଦିନ ଛକି ପକାଉଥାଏ ତାରିଖ ପରେ ତାରିଖ , ଆଉ ମାତ୍ର ଚଉଦ ଦିନ ଥାଏ ପ୍ରୀତିର ବାର୍ଥଡେ , ପ୍ରୀତି ଫୋନ କରୁନି କି ମେସେଜ୍ କରୁନି ଏଥର ବାର୍ଥଡେ ରେ ଦେଖା ହବ କି ନହବ ସେଥିଲାଗି ଦୋନ୍ଦରେ ରହୁଛି ରାଜୀବ୍ ।

ଆଉ ସେଇଥିପାଇଁ କମ୍ପାନୀ ରୁ ଛୁଟିନେଇ ଚଉଦ ଦିନ ପୂର୍ବରୁ ଓଡିଶା ଚାଲିଆସିଲା ରାଜୀବ୍ । ରାଜୀବ୍ ଘରେ ପହଞ୍ଚିଲା ପରେ ସିଧା ଚାଲିଗଲା ପ୍ରୀତି ଘରକୁ , ପ୍ରୀତିକୁ ନିଜେ ଆସିଥିବାର ସପ୍ରାଇଜ୍ ଦବ ଆଉ କାହିଁକି ଫୋନ କି ମେସେଜ କରୁନି ବୋଲି ଟିକେ ମିଛରେ ମିଛରେ ଗାଳି ଦବ ବୋଲି ।

ରାଜୀବ୍ ଯେତେବେଳେ ଯାଇ ପ୍ରୀତିର ଘରେ ପହଁଚିଲା , ସେତବେଳକୁ ସବୁ ଓଲଟ ପାଲଟ ହେଇଯାଇଥିଲା , ରାଜୀବ୍ ପାଦତଳୁ ମାଟି ଖସିଯାଉଥିଲା , ତା ମୁଣ୍ଡ ବୁଲେଇ ଦଉଥିଲା , କାରଣ ପ୍ରୀତିର ମା ରାଜୀବ୍ ଏକ ଚିଠି ଧରେଇ ଦେଲେ ,

ଯୋଉ ଚିଠିରେ ଶେଷ କେଇଧାଡ଼ି ଲେଖା ଥିଲା ,

ରାଜୀବ୍ ,

ମୁଁ ଜାଣେ ତୁମେ ନିଶ୍ଚୟ ଆସିବ , ହେଲେ ମୁଁ ଆଉ ଫେରିବିକି ନାହିଁ ମୁଁ ଜାଣିନି , ତୁମେ ଭାବୁଥିବ ମୁଁ ଫୋନ କି ମେସେଜ୍ କରୁନଥିଲି ବୋଲି ମୁଁ ତୁମକୁ ଭୁଲିଯାଇଥିବୀ , ହେଲେ ନା ' ମୁଁ ତୁମକୁ ଭୁଲିନି ।

କାରଣ ମୁଁ ମୋ ଠୁ ବେସି ଭଲ ପାଏ ତୁମକୁ । ତୁମେ ମୋ ହୃଦୟରେ ଥିଲ ଆଉ ରହିବ ମଧ୍ୟ । ତୁମକୁ ନେଇ ଦେଖିଥିବା ସ୍ୱପ୍ନ ସବୁ ହୁଏତ ଏ ଜନ୍ମରେ ପୁରା ହବନି , କିନ୍ତୁ ଏ ସ୍ୱପ୍ନ ଦିନେ ନା ଦିନେ ପୁରା ହବ . ହେଇପାରେ ସିଏ ଆର ଜନ୍ମରେ ନହେଲେ ୭ଜନ୍ମ ପରେ .. କିନ୍ତୁ ହବ ନିଶ୍ଚୟ , ଏ ବିଶ୍ୱାସ ମୋର ଅଛି ..

ଆଜି ମୁଁ ହସ୍ପିଟାଲ ଯାଉଛି ( ସମ୍ ହସ୍ପିଟାଲ ) , ଯଦି ତୁମେ ଆସିବା ଯାଏ ମୁଁ ବଞ୍ଚିଥାଏ ତାହେଲେ ଭାବିବି ମୋ ପ୍ରେମ ସତ୍ୟ ଥିଲା ।

                                    ଇତି ,

                                      ତୁମ ପ୍ରୀତି

ଚିଠି ଟି ପଢି ସାରିଲା ବେଳକୁ ଛୋଟ ଛୁଆଙ୍କ ପରି ରାଜୀବ୍ ଭୋ ଭୋ ହେଇ କାନ୍ଦୁଥିଲା , ପ୍ରୀତିକୁ ଦେଖା କରିବା କରିବା ପାଇଁ ସିଧା ଚାଲିଗଲା ସମ୍ ହସ୍ପିଟାଲ କୁ । ସମ୍ ହସ୍ପିଟାଲ ରେ ପହଂଚି ରିସେପ୍ସନ ରୁ ପ୍ରୀତିର ୱାର୍ଡ ଠିକଣା ନେଇ ୱାର୍ଡ ରେ ପହଂଚିଗଲା ରାଜୀବ୍ .. ୱାର୍ଡ ଭିତରେ ରାଜୀବ୍ ପ୍ରୀତିକୁ ଦେଖି ରାଜୀବ୍ ନିଜକୁ ସମ୍ଭାଳି ପାରିଲାନି , କାରଣ ପ୍ରୀତିର ଚେହେରା ବିକୃତ ହେଇଯାଇଥିଲା , ତା କେଶ ସବୁ ଝଡିଯାଇଥିଲା , ଆଖି ଦୁଇଟା ପସିଯାଇଥିଲା ,ବାଉଁଶ ନଳୀ ପରିହାତ ଗୋଡ ସବୁ ସରୁ ହେଇଯାଇଥିଲା  , ତଥାପି ପ୍ରୀତି ରାଜୀବ୍ କୁ ଦେଖି ହସୁଥିଲା ।

ଆଉ କହିଲା , 

ରାଜୀବ୍ ତମେ ଆସିଛ ?

ମୁଁ ତ ବିଶ୍ୱାସ କରିପାରୁନି ?

ଏଇ .... ମୋ ପ୍ରେମ ସତ୍ୟ ଥିଲା ନା !!

ରାଜୀବ୍ , ଉଁ ଉଁ ଉଁ ହେଇ ହଁ ଟେ ମାରି ଭୋ ଭୋ ହେଇ କାନ୍ଦି ଉଠିଲା,

ସେତେବେଳକୁ ପ୍ରୀତିର ଅବସ୍ଥା ଆହୁରି ସାଙ୍ଘାତିକ ହେଇଯାଇଥିଲା , ଡାକ୍ତର ମାନେ ପ୍ରୀତିକୁ I.C.U ଭିତରକୁ ନେଇଗଲେ  । ପ୍ରୀତି I.C.U ଭିତରକୁ ଗଲା ପରେ ରାଜୀବ୍ ର ଦିନ ରାତି ସବୁ ଏକ ହେଇଗଲା , ପ୍ରୀତିର ଫେରିବା ବାଟକୁ ଅନେଇ ବସିରହିଲା ହସ୍ପିଟାଲ ର ଚେୟାର ଉପରେ ,

ଆ ଭିତରେ ଦଶଦିନ ହେଇଗଲାଣି ପ୍ରୀତି I.C.U ଭିତରେ ଅଛି ,

ସେମିତି ଚେୟାର ଉପରେ ବସିରହିଥିଲା ରାଜୀବ୍ । ଆଜିର ପେରର ଦେଖୁ ଦେଖୁ ହଠାତ ରାଜୀବ୍ ର ମନେ ପଡ଼ିଲା ଆଜି ପ୍ରୀତିର ଜନ୍ମ ଦିନ , କାରଣ ପେପର ଉପରେ ଡେଟ୍ ଲେଖାଥିଲା 20 nov 2019 ।

ଚେୟାର ଉପରୁ ଉଠି ରାଜୀବ୍ ଚାଲିଗଲା ପ୍ରୀତି ପାଇଁ ହାଇଦ୍ରାବାଦ ରୁ ତା ପ୍ରଥମ ମାସର ଦରମାରେ ଆଣିଥିବା ମେରୁନ କଲର ଶାଢ଼ୀ , ଆଉ ଅନ୍ୟାନ୍ୟ ଉପହାର ସବୁ ଆଣିବା ପାଇଁ , ଯେମିତି ବି ହଉ ଡାକ୍ତରଙ୍କ ଗୋଡ ହାତ ଧରି ପ୍ରୀତିକୁ ତା ଉପହାର ଦବ ।

ପ୍ରୀତି ପାଇଁ କେକ୍ , କ୍ୟାଣ୍ଡେଲ ,ବେଲୁନ ,ତା ପସନ୍ଦର ମେରୁନ କଲର ଶାଢ଼ୀ ଓ ଅନ୍ୟାନ୍ୟ ଉପହାର ସବୁ ଆଣି ହସ୍ପିଟାଲ ରେ ପହଁଚିଲା ରାଜୀବ୍ ... ଡାକ୍ତର ଙ୍କ ଗୋଡ ହାତ ଧରି ଅନୁରୋଧ କଲା ପ୍ରୀତିକୁ ଦେଖା କରି ତାକୁ ଉପହାର ଦବାକୁ , ଅଳ୍ପ କିଛି ସମୟ ପାଇଁ ହଉ ପଛେ ତା ଜନ୍ମ ଦିନ ସେଲିବ୍ରେସନ କରିବା ପାଇଁ , 

ସେତବେଳକୁ ଡାକ୍ତର ଙ୍କ ଆଖିରେ ଲୁହ ଆସିସରିଥିଲା , ପ୍ରୀତି ପ୍ରତି ରାଜୀବ୍ ର ଭଲପାଇବା ଦେଖି । ତଥାପି ଜୋର ରେ ଡାକ୍ତରଙ୍କ ଗୋଡ଼କୁ ଜାବୁଡି ଧରି ନେହୁରା ହେଉଥାଏ ରାଜୀବ୍ ,

ଆଉ କାନ୍ଦି କାନ୍ଦି ଡାକ୍ତର କହୁଥାନ୍ତି ... She is no more

ଏଇ କିଛି ସମୟ ଆଗରୁ ସେ ମରିଗଲେ ,

ଆଉ ତାଙ୍କ ଘରଲୋକ ତାଙ୍କୁ ନେଇଗଲେଣି ,,

ରାଜୀବ୍ ..ସେତବେଳକୁ ସ୍ତବ୍ଧ ହେଇଯାଇଥିଲା ,, ଡାକ୍ତରଙ୍କୁ ଆବାକ୍ ହେଇ ଚାହିଁ ରହିଲା , ଆଉ ତାପରେ ...

ଆଉ ତା ପରେ ଠୋ ଠୋ ହେଇ ହସିବାକୁ ଲାଗିଲା , ଭୋ ଭୋ ହେଇ କାନ୍ଧିବାକୁ ଲାଗିଲା , ହାପି ବାର୍ଥଡେ କହି ଚିଲେଇବାକୁ ଲାଗିଲା , ମୋ ପ୍ରୀତି ମରିନି , ମୋ ପ୍ରୀତି ବଞ୍ଚିଛି .. ତମେ ସବୁ ମିଛ କହୁଛ ..

ହୁଁ ,

ବିଶ୍ୱାସ କରିପାରିନଥିଲା ରାଜୀବ୍ ତା ପ୍ରୀତି ଆଉ ନାହିଁ ବୋଲି ,,

ହସ୍ପିଟାଲ ର ସିକୁରୀଟି ମାନେ ରାଜୀବ୍ କୁ ଆଣି ବାହାରେ ଛାଡିଦେଇ ଗଲେ ...

ଆଉ ରାଜୀବ୍ ସେବେଠୁ ହସ୍ପିଟାଲ ଗେଟ୍ ବାହାରେ ପଡିରହିଛି ,

କେକ୍, କ୍ୟାଣ୍ଡେଲ ,ବେଲୁନ , ମେରୁନ କଲର ଶାଢ଼ୀ ଆଉ ଅନ୍ୟାନ୍ୟ ଉପହାର ସବୁକୁ ସାଇତି ରଖିଛି ତା ପ୍ରୀତି ପାଇଁ ,,

ପ୍ରୀତି ଫେରିବ , ଆଉ ସେଲିବ୍ରେସନ କରିବ ତା ଜନ୍ମ ଦିନକୁ ,,

ଆଉ ହଁ ,

ସେଇ ବାଟ ଦେଇ ଯାଉଥିବା ଲୋକ ମାନେ ତାକୁ ପାଗଳ ବୋଲି କହି ଆଡେଇ ଚାଲିଯାଉଛନ୍ତି ।।

                   


Rate this content
Log in

Similar oriya story from Tragedy