"ଆପଣାର କେହିଜଣେ"
"ଆପଣାର କେହିଜଣେ"


ସେଦିନ ନିମାପଡା ବସଷ୍ଟାଣ୍ଡ ପାଖ ମହାଲଷ୍ମୀ ଲସି ସେଣ୍ଟରରେ ଲସି ପିଇଲା ବେଳେ ମତେ ଚାହିଁ ରହିଥିଲା ମଇଳା ଲୋଚା କୋଚା ଜାମା ପିନ୍ଦିଥିବା ନିରୀହ ଶିଶୁଟିଏ , ନା ତାର "ବଣ୍ଟି" । କାହିଁ କେତେଦିନୁ ବୋଧେ ସିଏ ମୁଣ୍ଡରେ ତେଲ ଟୋପେ ମାରିନଥିଲା , ଚୁଟି ତାର ନିଖୁରା ନିଖୁରା ଲାଗୁଥିଲା , ଜାମା ପଟା ବି ବହୁତ ମଇଳା ଥିଲା , ଆଉ ସେଦିନ ସେ ଭୋକିଲା ବି ଥିଲା । ଲସି ପିଇ ଉଠି ଆସୁଥିବା ବାବୁମାନଙ୍କୁ ହାତ ହଲେଇ ସିଏ ପଇସା ମାଗୁଥିଲା , କିଏ ପାଞ୍ଚ ଟଙ୍କା କିଏ ଦଶ ଟଙ୍କା ଆଉ କିଏ ଜମା ଦେଉନଥାନ୍ତି ତାକୁ .. ହାତରେ ତା ପିଠିକୁ ଆଡେଇ ଚାଲି ଯାଉଥାନ୍ତି । ଶେଷରେ ମୋ ପାଳି , ସେ ମତେ ବି ମାଗିଲା , ତାକୁ କଣ ଦେବି ଜାଣି ପାରୁନଥିଲି ,ତା ଆଖିକୁ ଦେଖି ମୋ ଆଖିରୁ ବି ଗୋଟେ ଝରଣା ଜନ୍ମ ନେଉଥିଲା ସେଦିନ !
ଆଉ କିଛି ନ ଭାବି ଗୋଟେ ଲସି ଗ୍ଲାସ୍ ରେ ଅର୍ଡର କରି ତା ହାତରେ ଧରେଇ ଦେଇ ଚାଲି ଆସିଲି । ଅଳ୍ପ କିଛି ବାଟ ଆସିଛି କି ନାହିଁ ,ପଛରୁ କେହି ଜଣେ ମୋ ସାର୍ଟକୁ ଟାଣି ଧରିଲା , ପଛକୁ ବୁଲି ଚାହେଁ ତ "ବଣ୍ଟି" ! ଟେବୁଲ ଉପରେ ଅଧା ପିଆ ଲସି ଗ୍ଲାସକୁ ଛାଡି ବଣ୍ଟି ଧରିଥିଲା ମୋ ସାର୍ଟକୁ , ତାକୁ ଦେଖି ମୋ ଭିତରେ ଥିବା ଅସହାୟ ପଣଟେ ମନେ ମନେ ଖୁବ କାନ୍ଦୁଥିଲା ।
ତାକୁ ପଚାରିଲି - କଣ ହେଲା ପିଇଲୁନି ଯେ ?
ବଣ୍ଟି - ବାବୁ ସେଥିରେ ରାବିଡ଼ି ପଡିଛି ତ ସେଇଥି ପାଇଁ ଅଧା ପିଇଲି ଆଉ ପିଇ ପାରୁନି ମତେ ବାନ୍ତି ଲାଗୁଛି
ମୁଁ - ଆଉ ଗୋଟେ ପିଇବୁ କି ?ବିନା ରାବିଡ଼ି ଵାଲା !
ବଣ୍ଟି -ନାଇଁ ବାବୁ ମୋ ପେଟରେ ଆଉ ଜାଗା ନାହିଁ !!
ମୁଁ ଖାଲି ପଚାରିବାକୁ ଆସିଥିଲି ଆପଣ କଣ ଏଇ ନିମାପଡା ରେ ରୁହନ୍ତି ??
ମୁଁ - ନାଇଁ ମୁଁ ଏବେ ହସ୍ପିଟାଲରେ ଅଛି , ମୋର ଅପେରେସନ ହେଇଛି ଏଇ ଆନନ୍ଦ ନର୍ସିଂହୋମ୍ ରେ .. ସେଇଥିପାଇଁ ବେଳେ ବେଳେ ଜୁସ୍ କି ଲସି ପିଇବା ଏଇଠିକୁ ଚାଲିଆସେ !
ଏତିକି କହି ମୁଁ ହସ୍ପିଟାଲ ଚାଲି ଆସିଲି ,
ହସ୍ପିଟାଲ ପହଁଚିଲା ପରେ ବଣ୍ଟିର ନିରୀହ ମୁହଁ ଟି ମୋ ଆଖିରେ ନାଚି ଉଠୁଥିଲା , ମୋର ଖାଲି ସେଇ କଥା ମନେ ପଡୁଥିଲା, ବଣ୍ଟି ରାବିଡ଼ି ପଡିଥିବା ଲସି ପିଏନି । ସେ ବୋଧେ ବିନା ରାବିଡ଼ି ଵାଲା ଲସି ପିଇଥାନ୍ତା , ମୁଁ ନଜାଣି ତାକୁ ରାବିଡ଼ି ଵାଲା ଲସି ଦେଇଦେଲି । କିଛି ଭୁଲ କରିନି ତ ?
ଅମିତି ପ୍ରଶ୍ନ ମୋ ମନରେ ଗୋଳେଇ ଘାଣ୍ଟି ହେଇଥାଉଥାଏ !
ହଠାତ ବଣ୍ଟି ଆସି ମୋ ବେଡ଼ ପାଖରେ ଠିଆ ହେଇଗଲା , ତାକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଇଗଲି । ତୁ ଏଠି ? କେମିତି ଆସିଲୁ ? !
ସେ କହିଲା , ହସ୍ପିଟାଲର ଠିକଣା ପଚାରି ପଚାରି ଆସିଲି .. ତୁମକୁ ଟିକେ ଦେଖିବା ପାଇଁ । ବହୁତ ଖୁସି ଲାଗିଲା ତା କଥା ଶୁଣି । ଛୋଟ ଛୁଆଟିଏ ... ଏତେ ନିଜର ହ
େଇଗଲା ଅଧା ଗ୍ଲାସ୍ ଲସିରେ ଯେ .. ମତେ ହସ୍ପିଟାଲ ଆସିଛି ଦେଖିବା ପାଇଁ । ମନେ ମନେ ଖୁବ ଖୁସି ହେଉଥିଲି ! ହଠାତ ହସ୍ପିଟାଲର ଜଣେ ନର୍ସ ଦିଦି ଆସି ମତେ ଗାଳି କଲେ , ଆଉ କହିଲେ ତୋର କଣ୍ଡିସନ ଯାହା ତୋର ଏବେ କୁଆଡେ ଯିବା କଥା ନୁହେଁ କିନ୍ତୁ ତୁ କାହାକୁ କିଛି ନ କହି ବାହାରକୁ ଯାଉଛୁ କାହିଁକି ? ତୁ କଣ ଚାହୁଁନୁ ତୋ ଦେହ ସୁସ୍ଥ ନହେଉ ବୋଲି ?
ଆ ପରେ ତତେ ଆଉ ଯେମିତି ବାହାରକୁ ଯିବାର ନ ଦେଖେ , ନହେଲେ ତୁମ ଘରେ ଜଣେଇବା ପାଇଁ ବାଧ୍ୟ ହେବି ! ବହୁତ ମନ କଷ୍ଟ ହେଲା ଦିଦିଙ୍କ କଥା ଶୁଣି । ବଣ୍ଟି ବି ଚାଲିଗଲା , ଭାବିଲି ଛୋଟ ଛୁଆଟିଏ ତ ମତେ ଦିଦି ଗାଳି କଲେ ବୋଲି ସେ ଡରିକି ପଳେଇଲା।
କିଛି ଖୁସି କିଛି ଗାଳିରେ ସେ ଦିନଟି ସେମିତି ଚାଲିଗଲା । ତା ପରଦିନ ଠିକ୍ ୧୧ ଟା ବେଳେ ବଣ୍ଟି ପୁଣି ଆସିଲା , କିନ୍ତୁ ଏକା ଆସିନଥିଲା ସାଥିରେ ଲସି ଗ୍ଲାସ୍ ଟିଏ ଆଣିଥିଲା । ମୁଁ ତା ସହ ଲସି ଗ୍ଲାସକୁ ଦେଖି ଆଶ୍ଚର୍ଯ୍ୟ ହେଉଥାଏ ! କିନ୍ତୁ ସେ ମତେ ବୁଝେଇ ଦେଲା !
ବାବୁ !! ତୁମର ଦେହ ଏବେ ଖୁବ୍ ଅସୁସ୍ଥ ଅଛି , ତୁମର ଏବେ ବାହାରକୁ ଯିବା ଆଦୌ ଉଚିତ ନୁହେଁ , ସେଇଥିପାଇଁ ଆପଣଙ୍କ ପାଇଁ ଲସି ନେଇକି ଆସିଲି , ଆଉ ମୁଁ ଏମିତି ତୁମ ଡିସ୍ଚାର୍ଜ ହବା ଯାଏ ଲସି ନେଇକି ସବୁଦିନ ଆସିବି ! ଆଉ ଆପଣ ମତେ ପଇସା ଦେଇଦେବେ !!
ବଣ୍ଟି ସେମିତି ସବୁଦିନ ଡିସ୍ଚାର୍ଜ ହବା ଯାଏ ମୋ ପାଇଁ ଲସି ନେଇକି ଆସୁଥିଲା । ଯୋଉଦିନ ମୋର ଡିସ୍ଚାର୍ଜ ହବ ତା ପୂର୍ବ ଦିନ ବଣ୍ଟି କହୁଥିଲା , ବାବୁ !! ମୁଁ କାଲି ଆସି ପାରିବିନି , ଆଉ ଦିଦି କହୁଥିଲେ ତୁମେ କୁଆଡେ କାଲି ଡିସ୍ଚାର୍ଜ ହେଇଯିବ , ହେଲେ ବାବୁ ତୁମେ ଏଠୁ ପଳେଇଲେ ମୁଁ ତୁମକୁ ବହୁତ ମନେ ପକେଇବି ! ବଣ୍ଟି ର ଏହି କଥା ମତେ ଖୁବ୍ କଷ୍ଟ ଦଉଥିଲା .. ତାକୁ ଛାତିରେ ଜୋରେ ଜାବୁଡି ଧରିଲି ଆଉ ସେ ଭୋ ଭୋ ହେଇ କାନ୍ଦି ଉଠିଲା ,ମୋ ଆଖିକୁ ବି ମୁଁ ଲଗାମ୍ ଦେଇପାରିଲିନି , ଆପେ ଆପେ ଲୁହ ଗୁଡାକ ନଦୀ ଭଳି ବହି ଚାଲିଲେ । ବଣ୍ଟି ମୋ ଲୁହ ପୋଛି ଚାଲିଗଲା । ଯାହା ମତେ ଆହୁରି ଯନ୍ତ୍ରଣା ଦେଲା ।
ସେଦିନ ଡିସ୍ଚାର୍ଜ ପାଇଁ ସବୁ ଡକୋମେଣ୍ଟ କାମ ସରିଗଲା , ନିଜର ବେଡିଙ୍ଗ ବାନ୍ଧି ଘରକୁ ଆସିବା ପାଇଁ ଅଟୋ ଟିଏ ମଗେଇଲି , ସମୟାନୁ ସାରେ ଅଟୋ ମଧ୍ୟ ପହଂଚିଗଲା । ଘରକୁ ଆସିବା ପାଇଁ ହସ୍ପିଟାଲରୁ ବାହାରି ଅଟୋ ରେ ବସି ଆସିଲା ବେଳେ ଅଟୋ ମିରର ରେ ଦେଖିଲି ... ହସ୍ପିଟାଲ ର ଗେଟ ପାଖେ ବଣ୍ଟି ମୋ ଆଡ଼କୁ ଚାହିଁ କାନ୍ଦୁଥିଲା !! ଡ୍ରାଇଭର୍ କୁ କହି ଅଟୋ ରୋକି ପଛକୁ ଚାହିଁଲା ବେଳକୁ .. ହସ୍ପିଟାଲ ଛକ ଗହଳି ଭିତରେ ବଣ୍ଟି ହଜିଯାଇଥିଲା !!
କିନ୍ତୁ ସେଇ କିଛି ଦିନ ଭିତରେ ଅଜଣା ବଣ୍ଟି ମୋ ବହୁ ଆପଣାର ହେଇଯାଇଥିଲା !!